Posted inଜାତୀୟ

ଆଧାର ସଂଶୋଧନ ବିଲ୍‌ ଲୋକ ସଭାରେ ଗୃହୀତ

ନୂଆଦିଲ୍ଲୀ,୫।୭:ଆଧାର ସଂଶୋଧନ ବିଲ୍‌ ଗୁରୁବାର ଲୋକ ସଭାରେ ଗୃହୀତ ହୋଇଛି। ବ୍ୟାଙ୍କରେ ଜମା ଖାତା ଖୋଲିବା, ମୋବାଇଲ ଫୋନ୍‌ ପାଇଁ ସିମ୍‌କାର୍ଡ ସଂଗ୍ରହ ଲାଗି ଆଧାରକୁ ପରିଚୟପତ୍ର ଭାବେ ବ୍ୟବହାର କରିବା ନିମନ୍ତେ ଆଇନଗତ ସ୍ବୀକୃତି ଦେବା ଲାଗି କେନ୍ଦ୍ର ସରକାର ଆଧାର ଓ ଅନ୍ୟାନ୍ୟ ଆଇନ (ସଂଶୋଧନ) ବିଲ୍‌ ଆଣିଥିଲେ। ଆଧାରକୁ ପରିଚୟ ଭାବେ ବ୍ୟବହାର କରିବା ସ୍ବେଚ୍ଛାକୃତ ଏବଂ ଜଣେ ଚାହିଁଲେ ଏଥିପାଇଁ ଅନୁମତି ଦେଇପାରିବେ ବୋଲି ଆଇନ ତଥା ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ରବିଶଙ୍କର ପ୍ରସାଦ ଗୃହକୁ ପ୍ରତିଶ୍ରୁତି ଦେବା ପରେ ବିଲ୍‌ ବାଚନିକ ଭୋଟରେ ଗୃହୀତ ହୋଇଥିଲା। ବ୍ୟକ୍ତିଗତ ଗୋପନୀୟତା ଓ ସୁରକ୍ଷାକୁ ନେଇ ଯେଉଁ ସମସ୍ୟା ଆଶଙ୍କା କରାଯାଉଥିଲା ତାହାକୁ ସଂଶୋଧନ ଜରିଆରେ ଦୂର କରାଯାଇଛି। ଆଧାର ଅଭାବରୁ କେହି ଯେପରି ସରକାରୀ ଯୋଜନାଗୁଡିକର ସୁବିଧା ଓ ସେବା ପାଇବାରୁ ବଞ୍ଚତ୍ତ ନ ହୁଏ ତାହା ସୁନିଶ୍ଚିତ କରିବା ବିଲ୍‌ର ଉଦ୍ଦେଶ୍ୟ ବୋଲି ମନ୍ତ୍ରୀ କହିଥିଲେ। ଘରୋଇ କମ୍ପାନୀ ଆଧାର ତଥ୍ୟକୁ ଗଚ୍ଛିତ ରଖିଲେ ଏଥିପାଇଁ ସଂଶୋଧିତ ବିଲ୍‌ରେ ୧ କୋଟି ଟଙ୍କା ଜରିମାନା ଏବଂ ଜେଲ୍‌ଦଣ୍ଡର ବ୍ୟବସ୍ଥା ରହିଛି।
ପୂର୍ବରୁ ଆଧାର ସଂଶୋଧନ ବିଲ୍‌ ଆଲୋଚନା ବେଳେ ସରକାରଙ୍କ ଏଭଳି ପଦକ୍ଷେପକୁ ବିରୋଧୀ ଦଳଗୁଡ଼ିକ ସମାଲୋଚନା କରିଥିବାବେଳେ ବିଜେଡି ଏହାକୁ ସମର୍ଥନ ଜଣାଇଥିଲା। ତେବେ ଆଧାର ମାଧ୍ୟମରେ ସଂଗୃହୀତ ବ୍ୟକ୍ତିଗତ ତଥ୍ୟ କମ୍ପାନୀଗୁଡ଼ିକ ଦ୍ୱାରା ଯେପରି ଅପବ୍ୟବହାର ନ ହୁଏ, ସେଥିପାଇଁ ସରକାର ତଥ୍ୟ ସୁରକ୍ଷା ବିଲ୍‌ ଆଣିବାକୁ ବିଜେଡି ସଂସଦୀୟ ଦଳ ନେତା ପିନାକୀ ମିଶ୍ର ପ୍ରସ୍ତାବ ଦେଇଥିଲେ।
ଆଲୋଚନାରେ ଭାଗନେଇ ପିନାକୀ କହିଥିଲେ, ସୂଚନା ଓ ତଥ୍ୟ ହେଉଛି ବର୍ତ୍ତମାନ ସମାଜର ନୂଆ ଇନ୍ଧନ। ଯିଏ ତଥ୍ୟକୁ ନିୟନ୍ତ୍ରଣ କରିବ ସେ ଆଗାମୀ ଦିନରେ ଜୀବନଯାପନକୁ ନିୟନ୍ତ୍ରଣ କରିବ। ଆମ ଦେଶର ତଥ୍ୟ ଉପରେ ପଡୋଶୀ ଦେଶର ନଜର ରହିଛି। ଭାରତର ପ୍ରାୟ ୨୦ କୋଟି ଲୋକ ଟିକ୍‌ଟକ୍‌ ବ୍ୟବହାର କରୁଛନ୍ତି, ଯାହା ଏକ ଚାଇନା କମ୍ପାନୀ। ହସ୍ପିଟାଲର ନର୍ସଙ୍କଠାରୁ ଆରମ୍ଭ କରି ବିଭିନ୍ନ ବର୍ଗର ଲୋକ ଭିନ୍ନ ଭିନ୍ନ ସ୍ଥାନରୁ ଟିକ୍‌ଟକ୍‌ ଭିଡିଓ ପ୍ରସ୍ତୁତ କରୁଛନ୍ତି, ଯାହା ଚିନ୍ତାଜନକ ବୋଲି ପିନାକୀ ଆଶଙ୍କା ବ୍ୟକ୍ତ କରଥିଲେ।
ଆଧାର ଓ ଅନ୍ୟାନ୍ୟ ଆଇନ (ସଂଶୋଧନ) ବିଲ୍‌, ୨୦୧୯ ଆଇନରେ ପରିଣତ ହେଲେ ଗତ ମାର୍ଚ୍ଚରେ ସରକାର ଆଣିଥିବା ଅଧ୍ୟାଦେଶ ସ୍ଥାନରେ କାର୍ଯ୍ୟକାରୀ ହେବ। ବିଲ୍‌କୁ ବିରୋଧ କରି ଲୋକ ସଭାରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ କହିଥିଲେ, ପୂର୍ବ ସରକାର ଅଧ୍ୟାଦେଶ ଆଣିଥିବାବେଳେ ବର୍ତ୍ତମାନ ସରକାର ଏହାକୁ ଆଇନରେ ପରିଣତ କରିବା ପାଇଁ ବିଲ୍‌ ଆଣିଛନ୍ତି। କୌଣସି କାରଣ ନ ଥାଇ ସରକାର ଅଧ୍ୟାଦେଶ ରାସ୍ତା ବାଛୁଥିବାରୁ ସେ ସମାଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ଥାୟୀ ସେତୁ ଦାବିରେ ଗ୍ରାମବାସୀଙ୍କ ଆମରଣ ଅନଶନ: ଭରା ନଦୀ ଘେରରେ ୧୩୦ ପରିବାର, ୧୭୨୧ ଜୀବନ

ରାଜକନିକା, ୭।୯ (ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଆଳି ନିର୍ବାଚନମଣ୍ଡଳୀ ଅଧୀନ ରାଜକନିକା ବ୍ଲକର ତ୍ରୈଲୋକ୍ୟପୁର ପଞ୍ଚାୟତ ଅନ୍ତର୍ଗତ ଦ୍ୱୀପାଞ୍ଚଳ ଗାଁ ଭାବେ ପରିଚିତ ଗଙ୍ଗାଧର…

ସ୍ତ୍ରୀଙ୍କୁ ଗୁଳିକଲେ ସ୍ବାମୀ: ରେଢ଼ାଖୋଲର ଲାଣ୍ଡିମାଲ ଗାଁରେ ଚାଞ୍ଚଲ୍ୟ

ରେଢ଼ାଖୋଲ, ୭।୯: ସମ୍ବଲପୁର ଜିଲା ରେଢ଼ାଖୋଲ ଅଞ୍ଚଳରେ ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି।…

ଲାଞ୍ଚ ନେବା ବେଳେ ଧରାପଡିଲେ ରାଜସ୍ୱ ଅଧିକାରୀ, ଏକକାଳୀନ ୩ସ୍ଥାନରେ ଚଢ଼ାଉ

ପିପିଲି,୭।୯: ଲାଞ୍ଚ କାରବାର ବିରୋଧରେ ଓଡ଼ିଶା ଭିଜିଲାନ୍ସ ଟିମ୍ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପୁରୀ ଜିଲା ପିପିଲି ତହସିଲ ଅଧୀନ ସିଉଳା ଆରଆଇ ସର୍କଲର…

ରାଜ୍ୟ ନିର୍ବାଚନ କମିଶନଙ୍କ ବଡ଼ ନିର୍ଦ୍ଦେଶ, ବୁଥର ହେବ ଫିଜିକାଲ ଭେରିଫିକେସନ

ଭୁବନେଶ୍ୱର,୭।୯: ରାଜ୍ୟ ନିର୍ବାଚନ କମିଶନ ସୋମବାର ପଞ୍ଚାୟତ ନିର୍ବାଚନ ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ବୁଥଗୁଡିକ ଠିକ୍‌ ଅଛି ନା ନାହିଁ ଏହାର ଫିଜିକାଲ ଭେରିଫିକେସନ…

ଭଞ୍ଜନଗରରେ ଜିଲାସ୍ତରୀୟ ଜନଅଭିଯୋଗ ଶୁଣାଣି: ୧୮୮ ଅଭିଯୋଗର ଶୁଣାଣି, ୧୦ର ତୁରନ୍ତ ସମାଧାନ

ଭଞ୍ଜନଗର, ୭।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଜିଲା ପ୍ରଶାସନ ପକ୍ଷରୁ ଜିଲାସ୍ତରୀୟ ମିଳିତ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ…

ବଦଳିଲା ଗ୍ୟାସ ସିଲିଣ୍ଡର ବୁକିଂ ନିୟମ: ଏଣିକି ଏତିକି ଦିନରେ ମିଳିବ ନୂଆ ସିଲିଣ୍ଡର

ନୂଆଦିଲ୍ଲୀ, ୭।୯: ଗତ କିଛି ଦିନ ଧରି ଦେଶରେ ଗ୍ୟାସର ଅଭାବ ଦେଖାଦେଇଥିଲା। ଏହାକୁ ଦୃଷ୍ଟିରେ ରଖି ସରକାର ନିଷ୍ପତ୍ତି ନେଇଥିଲେ ଯେ, ଗୋଟିଏ ଗ୍ୟାସ ସିଲିଣ୍ଡର…

ଗିଲଙ୍କୁ ୫ ହଜାର ଟଙ୍କା ଦେଲେ ଅଭିଷେକ ଶର୍ମାଙ୍କ ପିତା: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୭।୯: ଟିମ ଇଣ୍ଡିଆର ଅଧିନାୟକ ଶୁବମନ ଗିଲଙ୍କ ମୋଟ ସମ୍ପତ୍ତି ୮୦ କୋଟି ବୋଲି ଆକଳନ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ୫,୦୦୦ ତାଙ୍କ ପାଇଁ ବିଶେଷ…

କୁମ୍ଭ-ବିଛା ସମେତ ୪ ରାଶି ପାଇଁ ଭାଗ୍ୟଶାଳୀ ଏହି ସପ୍ତାହ: ଚାକିରିରେ ପ୍ରମୋସନ ସହ ବଢ଼ିବ ଦରମା!

ଭୁବନେଶ୍ୱର: ନୂଆ ସପ୍ତାହର ଆରମ୍ଭ ବୁଧଙ୍କ ଗୋଚର ସହ ହେଉଛି। ଜ୍ୟୋତିଷ ଗଣନା ଅନୁସାରେ, ଏହି ସପ୍ତାହ କୁମ୍ଭ, ମିଥୁନ, ବିଛା ଓ ମୀନ ରାଶିର ଲୋକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri