Posted inଜାତୀୟ

ଆଧାର ସଂଶୋଧନ ବିଲ୍‌ ଲୋକ ସଭାରେ ଗୃହୀତ

ନୂଆଦିଲ୍ଲୀ,୫।୭:ଆଧାର ସଂଶୋଧନ ବିଲ୍‌ ଗୁରୁବାର ଲୋକ ସଭାରେ ଗୃହୀତ ହୋଇଛି। ବ୍ୟାଙ୍କରେ ଜମା ଖାତା ଖୋଲିବା, ମୋବାଇଲ ଫୋନ୍‌ ପାଇଁ ସିମ୍‌କାର୍ଡ ସଂଗ୍ରହ ଲାଗି ଆଧାରକୁ ପରିଚୟପତ୍ର ଭାବେ ବ୍ୟବହାର କରିବା ନିମନ୍ତେ ଆଇନଗତ ସ୍ବୀକୃତି ଦେବା ଲାଗି କେନ୍ଦ୍ର ସରକାର ଆଧାର ଓ ଅନ୍ୟାନ୍ୟ ଆଇନ (ସଂଶୋଧନ) ବିଲ୍‌ ଆଣିଥିଲେ। ଆଧାରକୁ ପରିଚୟ ଭାବେ ବ୍ୟବହାର କରିବା ସ୍ବେଚ୍ଛାକୃତ ଏବଂ ଜଣେ ଚାହିଁଲେ ଏଥିପାଇଁ ଅନୁମତି ଦେଇପାରିବେ ବୋଲି ଆଇନ ତଥା ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ରବିଶଙ୍କର ପ୍ରସାଦ ଗୃହକୁ ପ୍ରତିଶ୍ରୁତି ଦେବା ପରେ ବିଲ୍‌ ବାଚନିକ ଭୋଟରେ ଗୃହୀତ ହୋଇଥିଲା। ବ୍ୟକ୍ତିଗତ ଗୋପନୀୟତା ଓ ସୁରକ୍ଷାକୁ ନେଇ ଯେଉଁ ସମସ୍ୟା ଆଶଙ୍କା କରାଯାଉଥିଲା ତାହାକୁ ସଂଶୋଧନ ଜରିଆରେ ଦୂର କରାଯାଇଛି। ଆଧାର ଅଭାବରୁ କେହି ଯେପରି ସରକାରୀ ଯୋଜନାଗୁଡିକର ସୁବିଧା ଓ ସେବା ପାଇବାରୁ ବଞ୍ଚତ୍ତ ନ ହୁଏ ତାହା ସୁନିଶ୍ଚିତ କରିବା ବିଲ୍‌ର ଉଦ୍ଦେଶ୍ୟ ବୋଲି ମନ୍ତ୍ରୀ କହିଥିଲେ। ଘରୋଇ କମ୍ପାନୀ ଆଧାର ତଥ୍ୟକୁ ଗଚ୍ଛିତ ରଖିଲେ ଏଥିପାଇଁ ସଂଶୋଧିତ ବିଲ୍‌ରେ ୧ କୋଟି ଟଙ୍କା ଜରିମାନା ଏବଂ ଜେଲ୍‌ଦଣ୍ଡର ବ୍ୟବସ୍ଥା ରହିଛି।
ପୂର୍ବରୁ ଆଧାର ସଂଶୋଧନ ବିଲ୍‌ ଆଲୋଚନା ବେଳେ ସରକାରଙ୍କ ଏଭଳି ପଦକ୍ଷେପକୁ ବିରୋଧୀ ଦଳଗୁଡ଼ିକ ସମାଲୋଚନା କରିଥିବାବେଳେ ବିଜେଡି ଏହାକୁ ସମର୍ଥନ ଜଣାଇଥିଲା। ତେବେ ଆଧାର ମାଧ୍ୟମରେ ସଂଗୃହୀତ ବ୍ୟକ୍ତିଗତ ତଥ୍ୟ କମ୍ପାନୀଗୁଡ଼ିକ ଦ୍ୱାରା ଯେପରି ଅପବ୍ୟବହାର ନ ହୁଏ, ସେଥିପାଇଁ ସରକାର ତଥ୍ୟ ସୁରକ୍ଷା ବିଲ୍‌ ଆଣିବାକୁ ବିଜେଡି ସଂସଦୀୟ ଦଳ ନେତା ପିନାକୀ ମିଶ୍ର ପ୍ରସ୍ତାବ ଦେଇଥିଲେ।
ଆଲୋଚନାରେ ଭାଗନେଇ ପିନାକୀ କହିଥିଲେ, ସୂଚନା ଓ ତଥ୍ୟ ହେଉଛି ବର୍ତ୍ତମାନ ସମାଜର ନୂଆ ଇନ୍ଧନ। ଯିଏ ତଥ୍ୟକୁ ନିୟନ୍ତ୍ରଣ କରିବ ସେ ଆଗାମୀ ଦିନରେ ଜୀବନଯାପନକୁ ନିୟନ୍ତ୍ରଣ କରିବ। ଆମ ଦେଶର ତଥ୍ୟ ଉପରେ ପଡୋଶୀ ଦେଶର ନଜର ରହିଛି। ଭାରତର ପ୍ରାୟ ୨୦ କୋଟି ଲୋକ ଟିକ୍‌ଟକ୍‌ ବ୍ୟବହାର କରୁଛନ୍ତି, ଯାହା ଏକ ଚାଇନା କମ୍ପାନୀ। ହସ୍ପିଟାଲର ନର୍ସଙ୍କଠାରୁ ଆରମ୍ଭ କରି ବିଭିନ୍ନ ବର୍ଗର ଲୋକ ଭିନ୍ନ ଭିନ୍ନ ସ୍ଥାନରୁ ଟିକ୍‌ଟକ୍‌ ଭିଡିଓ ପ୍ରସ୍ତୁତ କରୁଛନ୍ତି, ଯାହା ଚିନ୍ତାଜନକ ବୋଲି ପିନାକୀ ଆଶଙ୍କା ବ୍ୟକ୍ତ କରଥିଲେ।
ଆଧାର ଓ ଅନ୍ୟାନ୍ୟ ଆଇନ (ସଂଶୋଧନ) ବିଲ୍‌, ୨୦୧୯ ଆଇନରେ ପରିଣତ ହେଲେ ଗତ ମାର୍ଚ୍ଚରେ ସରକାର ଆଣିଥିବା ଅଧ୍ୟାଦେଶ ସ୍ଥାନରେ କାର୍ଯ୍ୟକାରୀ ହେବ। ବିଲ୍‌କୁ ବିରୋଧ କରି ଲୋକ ସଭାରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ କହିଥିଲେ, ପୂର୍ବ ସରକାର ଅଧ୍ୟାଦେଶ ଆଣିଥିବାବେଳେ ବର୍ତ୍ତମାନ ସରକାର ଏହାକୁ ଆଇନରେ ପରିଣତ କରିବା ପାଇଁ ବିଲ୍‌ ଆଣିଛନ୍ତି। କୌଣସି କାରଣ ନ ଥାଇ ସରକାର ଅଧ୍ୟାଦେଶ ରାସ୍ତା ବାଛୁଥିବାରୁ ସେ ସମାଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୋଟିସ୍‌ର ଜବାବ ପରେ ସାଧ୍ୱୀଙ୍କ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ: ଅମିତ ଶାହା

ନୂଆଦିଲ୍ଲୀ,୧୭।୫: ଭାଜପା କାର୍ଯ୍ୟାଳୟରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଏକ ଖବରଦାତା ସମ୍ମିଳନୀ କରିଥିଲେ। ଏହି ସମୟରେ ସାଧ୍ୱୀ...

ପୁଅକୁ ପରୀକ୍ଷା କେନ୍ଦ୍ରକୁ ନେବା ପାଇଁ ୧୦୫ କିଲୋମିଟର ସାଇକେଲ ଚଲାଇଲେ ଅସହାୟ ବାପା

ଭୋପାଳ,୨୦ା୮: କରୋନା ମହାମାରୀ ଯୋଗୁ ବସ୍‌ ସେବା ବନ୍ଦ ରହିଛି। ଏହି ସମୟରେ ସାଧାରଣ ଯାତ୍ରୀଙ୍କଠାରୁ ଆରମ୍ଭ କରି ଛାତ୍ରୀଛାତ୍ର ବିଶେଷ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।...

ଅନୁଚ୍ଛେଦ ୩୭୦ ହଟିବା ପରେ ଜମ୍ମୁ-କଶ୍ମୀରରେ ୩୪ ଜଣ କିଣିଛନ୍ତି ଜମି…

ନୂଆଦିଲ୍ଲୀ, ୨୯।୩ : କେନ୍ଦ୍ରୀୟ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ମଙ୍ଗଳବାର  ଲୋକ ସଭାରେ କହିଛନ୍ତି ଯେ ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟିବା ପରେ ଏଠାରେ ୩୪ ଜଣ...

ମଥୁରା ଜନ୍ମାଷ୍ଟମୀ ଉତ୍ସବରେ ଯୋଗ ଦେବେ ଯୋଗୀ

ମଥୁରା,୨୩।୮: ସାରା ଦେଶରେ ଶୁକ୍ରବାର ଭଗବାନ୍‌ ଶ୍ରୀକୃଷ୍ଣଙ୍କ ଜନ୍ମଦିନ ‘ଜନ୍ମାଷ୍ଟମୀ’ ଉତ୍ସବ ଖୁବ୍‌ ଆଡମ୍ବରରେ ପାଳନ କରାଯାଉଛି। ହେଲେ ମଥୁରାରେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ...

ପୁଅ ଗିରଫ ହେବା ପରେ ସରକାରଙ୍କୁ ଗୁହାରି କଲେ ମା’

କାନପୁର,୯।୭: ଉତ୍ତରପ୍ରଦେଶ କାନପୁରର ୮ ପୋଲିସଙ୍କ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ବିକାଶ ଦୁବେଙ୍କୁ ଗୁରୁବାର ଗିରଫ କରାଯାଇଛି। ଉଜ୍ଜୟିନୀର ମହାକାଳ ମନ୍ଦିର ପରିସରରୁ ତାଙ୍କୁ...

ଗୁଜରାଟରେ ଭୂକମ୍ପ ଝଟ୍‌କା

ଅହମ୍ମଦାବାଦ,୨୦।୧୦: ଗୁଜରାଟରେ ଗୁରୁବାର ସକାଳେ ଭୂକମ୍ପ ଅନୁଭୂତ ହୋଇଛି। ସୁରଟଠାରୁ ୬୧ କିଲୋମିଟର ଦକ୍ଷିଣ-ପୂର୍ବ ଦିଗରେ ଏହି ଭୂକମ୍ପ ସ୍ଥଳ ବୋଲି କୁହାଯାଉଛି। ରିକ୍ଟର ସ୍କେଲରେ...

ସଂସଦୀୟ କମିଟି ବୈଠକରେ ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିପାରେ ଭାଜପା

ନୂଆଦିଲ୍ଲୀ,୧୬।୭: ଦେଶରେ ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ରାଜନୈତିକ ସରଗରମ ରହିଛି। ଶନିବାର ହେବାକୁ ଥିବା ସଂସଦୀୟ କମିଟି ବୈଠକରେ ଉପରାଷ୍ଟ୍ରପତି ପ୍ରାର୍ଥୀ ସମ୍ପର୍କରେ ଭାଜପା ଚୂଡ଼ାନ୍ତ...

ଚାଇନାରେ ମେଡିକାଲ ପଢିବାକୁ ଚାହୁଁଥିବା ଛାତ୍ରୀଛାତ୍ରଙ୍କୁ ଭାରତର ଚେତାବନୀ

ନୂଆଦିଲ୍ଲୀ/ବେଜିଂ,୧୦ା୯: ଚାଇନାରେ ମେଡିକାଲ ପଢ଼ିବାକୁ ଅପେକ୍ଷା କରିଥିବା ଛାତ୍ରୀଛାତ୍ରଙ୍କୁ ଭାରତ ଚେତାବନୀ ଦେଇଛି। ନୂତନ ଛାତ୍ର ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହେବା ପରେ ଚାଇନାରେ ଅଧ୍ୟୟନର...

Advertisement
Archives

Model This Week