ଆଦିତ୍ୟ ମେମୋରିଆଲ କୁଇଜ୍‌-୨୦୧୯: ଲୟୋଲା ସ୍କୁଲ୍‌ ଚାମ୍ପିୟନ; ୟୁନିଟ୍‌-୮ ଡିଏଭି ପବ୍ଲିକ ସ୍କୁଲ ପ୍ରଥମ ରନର୍ସଅପ୍‌,ମଦର୍ସ ପବ୍ଲିକ ସ୍କୁଲ ଦ୍ୱିତୀୟ

ଭୁବନେଶ୍ୱର,୧୮।୮(ବ୍ୟୁରୋ): ଲୟୋଲା ସ୍କୁଲ ଓ ଆଦିତ୍ୟ ମେମୋରିଆଲ ଫାଉଣ୍ଡେଶନ ପକ୍ଷରୁ ନବମ ଆଦିତ୍ୟ ମେମୋରିଆଲ କୁଇଜ ପ୍ରତିଯୋଗିତା ଭୁବନେଶ୍ୱରସ୍ଥିତ ଜାଭିୟର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜ୍‌ମେଣ୍ଟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶା ସମେତ ଝାଡ଼ଖଣ୍ଡ, ଛତିଶଗଡ଼, ବିହାରର ୨୫ଟି ସ୍କୁଲ୍‌ରୁ ୨୧୬ ଛାତ୍ରୀଛାତ୍ର ଅଂଶଗ୍ରହଣ କରିଥିଲେ। କୁଇଜ ମାଷ୍ଟର ବିଶ୍ୱାସ ରଥ ଓ ଅନିରୁଦ୍ଧଙ୍କ ପ୍ରଶ୍ନକୁ ଅତି କୌଶଳ ତଥା ବୁଦ୍ଧିମତ୍ତାର ସହିତ ପ୍ରତିଯୋଗୀମାନେ ସାମ୍ନା କରିଥିଲେ। ପ୍ରତିଯୋଗିତା ଚାଲିଥିବା ସମୟରେ ଭିନ୍ନ ଉତ୍ସାହ ଆଣିବା ପାଇଁ ଉପସ୍ଥିତ ଦର୍ଶକଙ୍କୁ ମଧ୍ୟ ଉତ୍ତର ଦେବାର ସୁଯୋଗ ଦିଆଯାଉଥିଲା। ତେବେ ଏହି କୁଇଜ ପ୍ରତିଯୋଗିତାରେ ଭୁବନେଶ୍ୱର ଲୟୋଲା ସ୍କୁଲ ଚାମ୍ପିୟନ ହୋଇଥିବାବେଳେ ପୁରସ୍କାର ବାବଦକୁ ୧୨ହଜାର ୫ଶହ ଟଙ୍କା ମିଳିଛି। ସେହିଭଳି ପ୍ରଥମ ରନର୍ସଅପ୍‌ ୟୁନିଟ୍‌-୮ ଡିଏଭି ପବ୍ଲିକ ସ୍କୁଲ ଓ ଦ୍ୱିତୀୟ ରନର୍ସଅପ୍‌ ମଦର୍ସ ପବ୍ଲିକ ସ୍କୁଲକୁ ପୁରସ୍କାର ବାବଦକୁ ଯଥାକ୍ରମେ ୭,୫୦୦ ଏବଂ ୫୦୦୦ ଟଙ୍କା ପ୍ରଦାନ କରାଯାଇଛି। ଏଥିସହିତ ସେମିଫାଇନାଲକୁ ଯାଇଥିବା ୪ ଛାତ୍ରୀଙ୍କୁ ମଧ୍ୟ ୨୫୦୦ ଟଙ୍କା ଲେଖାଏ ଅର୍ଥରାଶି ପ୍ରଦାନ କରାଯାଇଛି।

ଚାନ୍ଦିପୁରସ୍ଥିତ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ(ଆଇଟିଆର୍‌)ର ନିର୍ଦ୍ଦେଶକ ଡ. ବି. କେ. ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଡ. ଦାସ କହିଲେ, ଜୀବନ କ୍ଷଣିକ, ମୁହୂର୍ତ୍ତ ହେଉଛି ଦୀର୍ଘ। ଯଦି ଜୀବନ ସହିତ ମୁହୂର୍ତ୍ତକୁ ମିଶ୍ରଣ କରାଯାଏ ତେବେ ଜୀବନ ବହୁତ ଲମ୍ବା ହୋଇଯିବ। ତେଣୁ ପ୍ରତି ମୁହୂର୍ତ୍ତକୁ ଆମେ ସାମ୍ନା କରିବା ସହିତ ତାକୁ ହାସଲ କରିବା ପାଇଁ ଚେଷ୍ଟା କରିବା ଆବଶ୍ୟକ ବୋଲି ଡ. ଦାସ କହିଥିଲେ। ଭାରତ ହେଉଛି ଏକ ଏମିତି ରାଷ୍ଟ୍ର ଯେଉଁଠି କଳା, ସଂସ୍କୃତି, ପରମ୍ପରାଠାରୁ ଆରମ୍ଭ କରି ବହୁତ କିଛି ଭରପୂର ହୋଇ ରହିଛି। ପ୍ରତି ମୁହୂର୍ତ୍ତରେ ଆମେ ଆମ ରାଷ୍ଟ୍ର ପାଇଁ କିଛି କରିବା ଉଚିତ। ଉପସ୍ଥିତ ଛାତ୍ରୀଛାତ୍ରଙ୍କୁ ଜଣେ ଜଣେ ଭଲ ନାଗରିକ ହେବା ପାଇଁ ପରାମର୍ଶ ଦେଇ ସେ କହିଲେ, ନିଜ ଉପରେ ବିଶ୍ୱାସ ରଖ। ଏ ଦୁନିଆରେ ସବୁକିଛି ସମ୍ଭବ, କିଛି ହୋଇପାରିବ ନାହିଁ ବୋଲି ସେମିତି କିଛି ନାହିଁ। ଜୀବନରେ ଅନେକ ଘାତ ପ୍ରତିଘାତ ଆସିବ। କିନ୍ତୁ ତାକୁ ସାମ୍ନା କରି ଆଗକୁ ଯିବା ହେଉଛି ଜଣେ ଭଲ ମଣିଷର ପରିଚୟ। ଲୟୋଲା ସ୍କୁଲ ଅଧ୍ୟକ୍ଷ ଫାଦର ଭିକ୍ଟର ଏଫ୍‌. ମିସ୍‌କୁଇଥ ଯୋଗଦେଇ ପ୍ରତିଯୋଗିତାମୂଳକ ମନୋଭାବ ବଢ଼ାଇ ଛାତ୍ରୀଛାତ୍ରଙ୍କ ଜ୍ଞାନର ପରିସର ବୃଦ୍ଧି କରିବା ପାଇଁ ଏହି ପ୍ରତିଯୋଗିତାଟି ଯଥେଷ୍ଟ ଖୋରାକ ଯୋଗାଇ ଆସୁଥିବା କହିଛନ୍ତି। କାର୍ଯ୍ୟକ୍ରମରେ ସ୍କୁଲ୍‌ ଉପାଧ୍ୟକ୍ଷା ନନ୍ଦିତା ପଟ୍ଟନାୟକ, ରେକ୍ଟର ଫାଦର ଗିଲବର୍ଟ ମେଞ୍ଜେସ ପ୍ରମୁଖ ଉପସ୍ଥିତ ରହି ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ।

ସୂଚନାଯୋଗ୍ୟ, ୨୦୧୦ରେ ଲୟୋଲା ସ୍କୁଲ ଛାତ୍ର ଆଦିତ୍ୟ ସାହୁଙ୍କର କ୍ୟାନସରରେ ମୃତ୍ୟୁ ଘଟିଥିଲା। ମେଧାବୀ ଛାତ୍ର ଆଦିତ୍ୟ କୁଇଜ୍‌ରେ ପାରଙ୍ଗମ ଥିଲେ। ତେଣୁ ତାଙ୍କର ସ୍ମୃତିଚାରଣ କରିବା ପାଇଁ ଏହି ପ୍ରତିଯୋଗିତା ଗତ ୯ବର୍ଷ ହେବ ଆଦିତ୍ୟ ମେମୋରିଆଲ ଫାଉଣ୍ଡେଶନ ପକ୍ଷରୁ ଲୟୋଲା ସ୍କୁଲର ସହଯୋଗରେ ଆୟୋଜିତ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ସୁନନ୍ଦା ପଟ୍ଟନାୟକଙ୍କ ସ୍ମୃତିରେ ରାଜ୍ୟସ୍ତରୀୟ ଶୋକସଭା

ଭୁବନେଶ୍ୱର,୨୯।୧ (ବ୍ୟୁରୋ):ଶାସ୍ତ୍ରୀୟ ସଙ୍ଗୀତ ଜଗତର ମହାନ୍‌ କିମ୍ବଦନ୍ତୀ ସୁନନ୍ଦା ପଟ୍ଟନାୟକଙ୍କ ସ୍ମୃତିରେ ବୁଧବାର ସାରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଏକ ରାଜ୍ୟସ୍ତରୀୟ ଶୋକସଭା...

୪୫୦ କୋଟିର ୭ ବିଦ୍ୟୁତ୍‌ ପ୍ରକଳ୍ପ ଲୋକାର୍ପିତ

ଭୁବନେଶ୍ୱର,୨୨।୫(ବ୍ୟୁରୋ):  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଭିଡିଓ କନ୍‌ଫରେନ୍ସ ଯୋଗେ ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, ସମ୍ବଲପୁର, କେନ୍ଦୁଝର ଓ ଖୋର୍ଦ୍ଧା ଜିଲାରେ ୬ଟି ଉଚ୍ଚଶକ୍ତି ସମ୍ପନ୍ନ...

ଆଜିଠୁ ୩ ଦିନ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ

ପୁରୀ ଅଫିସ, ୧୦ା୯: ନୂତନ ଏସ୍‌ଓପି ଅନୁସାରେ ଏଣିକି ଶନିବାର ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ହେବ। ସାନିଟାଇଜ ପାଇଁ କେବଳ ରବିବାର ଦର୍ଶନ ବନ୍ଦ ରହିବ।...

ଦୋକାନୀଙ୍କଠାରୁ ୬ ଲକ୍ଷର ସୁନାଗହଣା ଲୁଟ୍‌: ବର୍ଷକରେ ୮ଥର ଲୁଟ୍‌ର ଶିକାର

ଭୁବନେଶ୍ୱର,୨୨।୪(ବ୍ୟୁରୋ): ରାଜଧାନୀରେ ରାତି ହେଲେ ଲୁଟେରାମାନେ ଆତଙ୍କ ଖେଳାଉଛନ୍ତି। ପୋଲିସର କଡ଼ା ପାଟ୍ରୋଲିଂ ସତ୍ତ୍ୱେ ଗୁରୁବାର ରାତିରେ ଶତାବ୍ଦୀ ନଗରସ୍ଥିତ ଡେଲ୍ଟା ଛକ ନିକଟରେ ଜଣେ...

ଆଜି ରାଜ୍ୟରେ ସୁସ୍ଥ ହେଲେ ୪୦୧୮ କରୋନା ଆକ୍ରାନ୍ତ: ଖୋର୍ଦ୍ଧା ଜିଲାରୁ ସର୍ବାଧିକ ସୁସ୍ଥ

ଭୁବନେଶ୍ୱର,୨୦।୯(ବ୍ୟୁରୋ)-ରାଜ୍ୟରେ ରବିବାର ଆଉ ୪୦୧୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୪୮୦ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ କଟକରୁ ୪୩୪, ପୁରୀରୁ ୨୭୪,...

ଲଘୁ ଖଣିଜ ସମ୍ପଦ ଲୁଟ୍‌ ରୋକିବାକୁ ପ୍ରୟାସ:ଜଗିବେ ସ୍ବତନ୍ତ୍ର ଅଧିକାରୀ

ଭୁବନେଶ୍ୱର,୧୭।୧୨ (ବ୍ୟୁରୋ): କେବଳ ଲୁହାପଥର, ମାଙ୍ଗାନିଜ୍‌, କ୍ରୋମାଇଟ ଭଳି ବୃହତ୍‌ ଖଣିଜ ସମ୍ପଦ ଚୋରି ହେଉ ନାହିଁ। ରାଜ୍ୟର ବିଭିନ୍ନ ଜିଲାରେ ଥିବା ବାଲି, ମୋରମ,...

ପଟାପୋଲରେ ଚାଲିଛି ସ୍ବାସ୍ଥ୍ୟ ପରୀକ୍ଷା

କଟକ ଅଫିସ୍‌,୯ା୪: ପଟାପୋଲ ଅଞ୍ଚଳକୁ ସିଲ୍‌ କରିବା ପରେ କଟକ ମହାନଗର ନିଗମ(ସିଏମ୍‌ସି) ପକ୍ଷରୁ ଉକ୍ତ ଅଞ୍ଚଳକୁ ବିଶୋଧନ କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ନିୟମିତ...

ଜଗତ୍‌ସିଂହପୁର ପୌର ପରିଷଦ: ୧୮୭ ଉଠା ଦୋକାନୀଙ୍କୁ ମିଳିଲା ଫନୀ ସହାୟତା

ଜଗତ୍‌ସିଂହପୁର ଅଫିସ,୩୦ା୧: ଜଗତ୍‌ସିଂହପୁର ପୌର ପରିଷଦ ଅଞ୍ଚଳର ବିଭିନ୍ନସ୍ଥାନରେ ଉଠାଦୋକାନ କରି ଗୁଜରାଣ ମେଣ୍ଟାଉଥିବା ଦୋକାନୀଙ୍କ ମଧ୍ୟରୁ ୧୮୭ ଜଣଙ୍କୁ ଫନୀ ସହାୟତା ରାଶି ପ୍ରଦାନ...

Advertisement
Archives

Model This Week