Posted inଜାତୀୟ

ଆତଙ୍କବାଦୀ-ଗ୍ୟାଙ୍ଗ୍‌ଷ୍ଟର ମଧୁଚନ୍ଦ୍ରିକା:୫୦ ସ୍ଥାନରେ ଏନ୍‌ଆଇଏ ଚଢ଼ାଉ

ନୂଆଦିଲ୍ଲୀ,୧୩।୯(ପି.ଟି.):ଆତଙ୍କବାଦୀ-ଗ୍ୟାଙ୍ଗଷ୍ଟର ଏବଂ ନିଶାଦ୍ରବ୍ୟ ଚୋରାବେପାରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଚାଲିଥିବା ସୂଚନା ମିଳିବା ପରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ସୋମବାର ଦିଲ୍ଲୀ ସମେତ ୪ ରାଜ୍ୟର ୫୦ରୁ ଊର୍ଦ୍ଧ୍ୱ ସ୍ଥାନରେ ଚଢ଼ାଉ କରିଛି। ପଞ୍ଜାବୀ ଗାୟକ ସିଦ୍ଧୁ ମୁସଓ୍ବୋଲାଙ୍କ ହତ୍ୟାକାରୀ ଗ୍ୟାଙ୍ଗଷ୍ଟର ମଧ୍ୟ ଏହି ଚଢ଼ାଉରେ ସାମିଲ ଅଛନ୍ତି। ନିରାଶ ହୋଇପଡ଼ିଥିବା ଅଧିକାଂଶ ଗ୍ୟାଙ୍ଗ ଲିଡରଙ୍କ ମଧ୍ୟରୁ କେତେଜଣ ଏବଂ ଭାରତ ଓ ବିଦେଶରେ ଥିବା ସେମାନଙ୍କ ସହଯୋଗୀ ଆତଙ୍କ ଓ ଆପରାଧିକ କାର୍ଯ୍ୟରେ ସମ୍ପୃକ୍ତ ଥିବା ଜଣାପଡ଼ିବା ପରେ ଏନ୍‌ଆଇଏ ଗତ ମାସ ୨୬ରେ ଏକ ମାମଲା ରୁଜୁ କରିଥିଲା। ଆତଙ୍କବାଦୀ, ଗ୍ୟାଙ୍ଗଷ୍ଟର, ନିଶାଦ୍ରବ୍ୟ ଚୋରାବେପାରୀ ଏବଂ ଚୋରାଚାଲାଣକାରୀଙ୍କ ମଧ୍ୟରେ ଚାଲିଥିବା ମିଲିଭଗତକୁ ଭାଙ୍ଗିବା ପାଇଁ ପଞ୍ଜାବ, ରାଜସ୍ଥାନ, ହରିୟାଣା ଏବଂ ଦିଲ୍ଲୀରେ ଚଢ଼ାଉ କରାଯାଇଛି। ସୋମବାର ସକାଳେ ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାର, ଲରେନ୍ସ ବିଷ୍ଣୋଇ, ଜଗ୍ଗୁ ଭଗଓ୍ବାନପୁରିଆ, ବରିନ୍ଦର ପ୍ରତାପ ଓରଫ କଳା ରାଣା, କଳା ଜାଠେଦି, ବିକ୍ରମ ବ୍ରାର, ଗୌରବ ପଟ୍ୟାଲ ଓରଫ ଲକି ପଟ୍ୟାଲଙ୍କ ଆଡ୍ଡା ଉପରେ ଚଢ଼ାଉ କରାଯାଇଥିଲା। ଏହା ବ୍ୟତୀତ ଗ୍ୟାଙ୍ଗଷ୍ଟର ନୀରଜ ବାଓ୍ବାନା, କୌଶଲ ଚୌଧରୀ, ଟିଲୁ ତାଜପୁରିଆ, ଅମିତ୍‌ ଡାଗର, ଦୀପକ କୁମାର ଓରଫ ଟିନୁ, ସନ୍ଦିପ ଓରଫ ବନ୍ଦାର, ଉମେଶ ଓରଫ କାଲା, ଇର୍ଫାନ ଓରଫ ଚିନୁ ପହଲଓ୍ବାନ, ଅଶିମ ଓରଫ ହାଶିମ ବାବା, ସଚିନ ଭଞ୍ଜ ଏବଂ ସେମାନଙ୍କ ସହଯୋଗୀଙ୍କ ଘରେ ମଧ୍ୟ ଏନ୍‌ଆଇଏ ଚଢ଼ାଉ କରିଛି। ଚଢ଼ାଉ ବେଳେ ୬ଟି ପିସ୍ତଲ, ଗୋଟିଏ ରିଭଲଭର, ଗୋଟିଏ ଶଟ୍‌ଗନ୍‌ ଏବଂ ଗୁଳିଗୋଳା ଜବତ ହୋଇଛି। ଏଥିସହିତ ଡ୍ରଗ୍ସ, ଆପରାଧିକ ଦସ୍ତାବିଜ, ଡିଜିଟାଲ ଉପକରଣ, ବେନାମୀ ସମ୍ପତ୍ତିର ବିବରଣୀ, ଧମକପୂର୍ଣ୍ଣ ଚିଠି ଆଦି ମଧ୍ୟ ମିଳିଛି।
ଗତ କିଛିଦିନ ମଧ୍ୟରେ ବିଭିନ୍ନ ବ୍ୟବସାୟୀ ତଥା ଡାକ୍ତରଙ୍କ ଭଳି ପେସାଦାରଙ୍କ ନିକଟକୁ ଅପରାଧ ସିଣ୍ଡିକେଟ୍‌ ଏବଂ ଗ୍ୟାଙ୍ଗଷ୍ଟରଙ୍କଠାରୁ ବଟି ପାଇଁ ଫୋନ୍‌ କଲ୍‌ ଆସିବା ଏବଂ କେତେକ ସମ୍ବେଦନଶୀଳ ଅପରାଧ ଘଟଣା ପରେ ଏନ୍‌ଆଇଏ ପକ୍ଷରୁ ଏଭଳି ଚଢ଼ାଉ କରାଯାଇଛି। ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ଲାଗି ଗ୍ୟାଙ୍ଗଗୁଡ଼ିକ ଅପରାଧର ପ୍ରଚାରରେ ସାଇବର ସ୍ପେସ୍‌କୁ ବ୍ୟବହାର କରୁଥିବା ଜଣେ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସିଏଏ ସମର୍ଥନରେ ପ୍ରଦର୍ଶନ: ଭାଜପାକର୍ମୀଙ୍କୁ ଚାପୁଡ଼ା ମାରିଲେ ଜିଲାପାଳ

ଭୋପାଳ,୨୦।୧: ମଧ୍ୟପ୍ରଦେଶରେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ସମର୍ଥନରେ ପ୍ରଦର୍ଶନ ସମୟରେ ଜଣେ ଭାଜପାକର୍ମୀଙ୍କୁ ଜିଲାପାଳ ଚାପୁଡ଼ା ମାରିଛନ୍ତି। ଏବେ ଏହାର ୧ ମିନିଟ୍‌ ୧୧ ସେକେଣ୍ଡର...

ବିମାନସେବା ବନ୍ଦ କରି ଦେଇଥିଲେ ହୁଏତ ଦେଶରେ ପ୍ରବେଶ କରିପାରି ନ ଥାଆନ୍ତା ଓମିକ୍ରନ୍‌: କେଜରିୱାଲ

ନୂଆଦିଲ୍ଲୀ,୪ ।୧୨: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି(ଏଏପି)ର ମୁଖ୍ୟ ଅରବିନ୍ଦ କେଜରିୱାଲ ଏକ ଘରୋଇ ଟେଲିଭିଜନ ଚ୍ୟାନେଲ ମାଧ୍ୟମରେ କରୋନା ଭାଇରସର ନୂଆ...

କରୋନା ନେଇ ଦିଲ୍ଲୀରେ ସତର୍କତା: ଏନ୍‌ସିଆର୍‌ରେ ୫ ସ୍କୁଲ ବନ୍ଦ; ୨୫ ହସ୍ପିଟାଲରେ ଆଇସୋଲେଶନ୍‌ ଓ୍ବାର୍ଡ

ନୂଆଦିଲ୍ଲୀ,୪।୩: କରୋନା ସଂକ୍ରମଣ ନେଇ ଦିଲ୍ଲୀରେ ସତର୍କତା ଜାରି ହୋଇଛି। ସୁରକ୍ଷା ଦୃଷ୍ଟିରୁ ଏନ୍‌ସିଆର୍‌ରେ ୫ ସ୍କୁଲକୁ ବନ୍ଦ କରାଯାଇଛି। ସେହିପରି ୨୫ଟି ହସ୍ପିଟାଲରେ ଆଇସୋଲେଶନ୍‌...

ଭାଜପାର ନୂଆ ରଣନୀତି: ଫଡ଼ନବିସ ମୁଖ୍ୟମନ୍ତ୍ରୀ; ଅଜିତ୍‌ ପାଓ୍ବାର ଉପମୁଖ୍ୟମନ୍ତ୍ରୀ

ମୁମ୍ବାଇ,୨୩।୧୧: ମହାରାଷ୍ଟ୍ରରେ ସରକାର ଗଠନ ନେଇ ଜାରି ରହିଥିବା କଳ୍ପନାଜଳ୍ପନାର ଶେଷରେ ଅନ୍ତ ଘଟିଛି। ଶନିବାର ପୂର୍ବାହ୍ନ ୮ଟା ୧୫ରେ ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡ଼ନବିସ...

ଏମ୍ସରେ ଭର୍ତ୍ତି ହେଲେ ରାମଦେବଙ୍କ ମୁଖ୍ୟ ସହଯୋଗୀ

ନୂଆଦିଲ୍ଲୀ,୨୩।୮: ଯୋଗଗୁରୁ ବାବା ରାମଦେବଙ୍କ ମୁଖ୍ୟ ସହଯୋଗୀ ବାଲକ୍ରିଷ୍ଣନ ଶୁକ୍ରବାର ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ହରିଦ୍ୱାରରେ ଥିବା ଅଲ୍‌ ଇଣ୍ଡିଆା ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ୍‌...

କେଜରିୱାଲ ଗ୍ୟାରେଣ୍ଟି କାର୍ଡରେ ୧୦ ଲକ୍ଷ ଚାକିରି, ମାଗଣା ବିଜୁଳି, ମହିଳାଙ୍କୁ ମାଗଣା ବସ ସେବା

ଲକ୍ଷ୍ନୌ,୨୮ ।୧: ଉତ୍ତର ପ୍ରଦେଶ ବିଧାନସଭା ଲାଗି ଆମ ଆଦମୀ ପାର୍ଟି(ଏଏପି) ତା’ର ଘୋଷଣା ପତ୍ର ଜାରି କରିଛି । ଏଥିରେ ୧୦ ଲକ୍ଷ ଚାକିରି,...

କରୀନାଙ୍କ ପୁସ୍ତକକୁ ନେଇ ତେଜିଲା ବିବାଦ

ଜବଲପୁର,୨୦।୭: ବଲିଉଡ୍‌ ବେବୋ କରୀନା କପୁର ଖାଁ ନିକଟରେ ନିଜର ଗର୍ଭବତୀ ସମୟର ଅନୁଭୂତି ବିଷୟରେ ଏକ ପୁସ୍ତକ ଲେଖିଥିଲେ। ଯାହାକୁ ନେଇ ଏବେ ବିବାଦ...

ଘର ଉତ୍ତରପ୍ରଦେଶ, ଦିଲ୍ଲୀରୁ ଅପହରଣ, ମଧ୍ୟପ୍ରଦେଶରେ ହତ୍ୟା, ଅନ୍ୟ ରାଜ୍ୟରେ ଫୋପାଡ଼ି ଦେଲେ ପ୍ରେମୀ ଯୁଗଳଙ୍କ ମୃତଦେହ

ନୂଆଦିଲ୍ଲୀ,୧୭।୯: ଉତ୍ତରପ୍ରଦେଶରୁ ପଳାଇ ଆସିଥିବା ପ୍ରେମୀ ଯୁଗଳଙ୍କୁ ପ୍ରଥମେ ଦିଲ୍ଲୀରୁ ଅପହରଣ କରାଯାଇଥିଲା। ସେମାନଙ୍କୁ ମଧ୍ୟପ୍ରଦେଶରେ ହତ୍ୟା କରିବା ପରେ ତାଙ୍କ ମୃତଦେହକୁ ଫୋପାଡ଼ି ଦିଆଯାଇଥିଲା...

Advertisement
Archives

Model This Week