Posted inଜାତୀୟ

ଆଣ୍ଠୁଆ ଗୋପାଳ କ୍ଷୀର ପିଇବା ନେଇ ଚର୍ଚ୍ଚା: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ଭୋପାଳ,୨୫।୭: ମଧ୍ୟପ୍ରଦେଶ ରତ୍‌ଲାମ୍‌ର ତାଲ୍‌ ଅଞ୍ଚଳରେ ଆଣ୍ଠୁଆ ଗୋପାଳ କ୍ଷୀର ପିଇବା ନେଇ ଚର୍ଚ୍ଚା ହେଉଛି। ଏହି ଘଟଣା ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଖବର ପ୍ରଚାରିତ ହେବା ପରେ ଆଣ୍ଠୁଆ ଗୋପାଳ ଥିବା ପରିବାରଙ୍କ ଘରେ ଶ୍ରଦ୍ଧାଳୁଙ୍କ ଗହଳି ବଢ଼ିବାରେ ଲାଗିଛି। ସମ୍ପୃକ୍ତ ପରିବାର ଅନୁସାରେ ଏହି ମୂର୍ତ୍ତି ଜଣେ ମହାତ୍ମା ସିବନୀ ମାଲଓ୍ବାରେ ବାସ କରୁଥିବା ଅର୍ଚ୍ଚନା ଜଲଜ ଜୀଙ୍କୁ ଦେଇଥିଲେ। ପରେ ଅର୍ଚ୍ଚନା ସମ୍ପୃକ୍ତ ପରିବାର ସଦସ୍ୟଙ୍କୁ ଏକ ୩ ଦିନିଆ ଉତ୍ସବ ପାଇଁ ଏହି ଚମତ୍କାରୀ ମୂର୍ତ୍ତି ପ୍ରଦାନ କରିଥିଲେ। ଉତ୍ସବ ଶେଷ ହେବା ପରେ ଏହି ମୂର୍ତ୍ତି ଅର୍ଚ୍ଚନାଙ୍କୁ ଫେରାଇ ଦିଆଯିବ ବୋଲି ସମ୍ପୃକ୍ତ ପରିବାର ପକ୍ଷରୁ କୁହାଯାଇଛି। ତେବେ ଏବେ ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚଳନ୍ତା କାରରେ ବଳାତ୍କାର

ମଥୁରା,୨୫।୧୧: ଚଳନ୍ତା କାରରେ ୨୧ ବର୍ଷୀୟା ଯୁବତୀଙ୍କୁ ବଳାତ୍କାର କରାଯାଇଛି। ମଙ୍ଗଳବାର ସବ୍‌-ଇନ୍ସପେକ୍ଟର ପରୀକ୍ଷା ଦେବା ପାଇଁ ପୀଡ଼ିତା ଆଗ୍ରା ଯାଇଥିଲେ। ସେଠାରୁ ଫେରିବା ବାଟରେ...

ଅନ୍ତବସ୍ତ୍ରରେ ୨ ମହିଳା ଲୁଚାଇ ନେଉଥିଲେ ୬୨ ଲକ୍ଷ ଟଙ୍କାର ସୁନା: ଧରାଇଦେଲା ମେଟାଲ ଡିଟେକ୍ଟର

ନୂଆଦିଲ୍ଲୀ,୧୩।୧୧-ଅନ୍ତବସ୍ତ୍ରରେ ସୁନା ସ୍ମଗଲିଂ କରୁଥିବାବେଳେ ୨ ମହିଳାଙ୍କୁ ଗିରଫ କରିଛି ସୀମା ଶୁଳ୍କ ବିଭାଗ। ତାମିଲନାଡୁର କୋଏମ୍ବାଟୁର ଅନ୍ତର୍ଜାତୀୟ ବିମାନବନ୍ଦରେ ଶୁକ୍ରବାର ଏଭଳି ଘଟଣା ଘଟିଛି।...

ଦୁର୍ଘଟଣାରେ କେନ୍ଦ୍ରମନ୍ତ୍ରୀ ଗୋୟଲଙ୍କ ପିଏସ୍‌ ମୃତ

ଶାହଜାହାନ୍‌ପୁର, ୨୦ା୧୦(ପି.ଟି.) : କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ସନ୍ତୋଷ ଗଙ୍ଗ୍‌ଓ୍ବାରଙ୍କ ବ୍ୟକ୍ତିଗତ ସଚିବ ବ୍ରିଜେଶ କୁମାର ତିଓ୍ବାରୀ (୪୪) ସଡ଼କ ଦୁର୍ଘଟଣାରେ ଶନିବାର...

କରୋନା ଟିକାକରଣରେ ତାମିଲନାଡୁ ସବୁଠାରୁ ଆଗରେ

ନୂଆଦିଲ୍ଲୀ,୨୩ ।୭: ଦେଶରେ କରୋନା ଭାଇରସର ତୃତୀୟ ଲହର ଆସିବା ପୂର୍ବରୁ କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ଦ୍ରୁତ ଗତିରେ ଟିକାକରଣ ପ୍ରକ୍ରିୟାକୁ ଆଗେଇ ନେବାକୁ...

ଡାର୍କ ନେଟ୍‌ରେ ବିକ୍ରି ହେଉଛି କରୋନା ଆରୋଗ୍ୟଙ୍କ ରକ୍ତ

ନୂଆଦିଲ୍ଲୀ,୪ା୫: ମହାମାରୀ କରୋନା ନିରୋଧୀ ଟିକା ତଥା ଔଷଧ ପ୍ରସ୍ତୁତି ପାଇଁ ସାରା ବିଶ୍ୱରେ ବୈଜ୍ଞାନିକମାନେ ଉଦ୍ୟମ ଚଳାଇଛନ୍ତି। କେତେକ ଟିକାର କ୍ଲିନିକାଲ ପରୀକ୍ଷା ଚାଲିଛି।...

କେଜରିୱାଲ ସରକାରଙ୍କ ନିଷ୍ପତ୍ତି: ମାସ୍କ ନ ପିନ୍ଧିଲେ ଦେବାକୁ ପଡିବ ଦୁଇ ହଜାର ଟଙ୍କା ଜରିମାନା

ନୂଆଦିଲ୍ଲୀ,୧୯ ।୧୧: ରାଜଧାନୀ ଦିଲ୍ଲୀରେ କରୋନା ମହାମାରୀ ପୁଣିଥରେ ମାଡି ଯାଇଛି । ସଂକ୍ରମିତଙ୍କ ମୃତ୍ୟୁକୁ ଦେଖିଲେ ଗତ ୨୪ ଘଣ୍ଟାରେ ସର୍ବାଧିକ ମୃତ୍ୟୁ ରେକର୍ଡ...

କରାଚୀରେ ଟ୍ରେନିଂ ନେଇଥିଲେ ଅଭିଯୁକ୍ତ

ଜୟପୁର, ୩୦ା୬: ରାଜସ୍ଥାନର ଉଦୟପୁରରେ ଦରଜି କହ୍ନେୟାଲାଲ ତେଲି(୪୮)ଙ୍କ ବୀଭତ୍ସ ହତ୍ୟା ଘଟଣାର ତଦନ୍ତ ଦାୟିତ୍ୱ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନ୍‌ଆଇଏ)କୁ ଦିଆଯାଇଛି। ଏହାକୁ ଏକ...

ଆନ୍ଧ୍ର ସୀମାରେ ୧୦୦୦ ଲୋକ

ଅମରାବତୀ,୨୭ା୩ (ପି.ଟି.): ତେଲଙ୍ଗାନା ରାଜଧାନୀ ହାଇଦ୍ରାବାଦରୁ ଫେରିଥିବା ୧୦୦୦ରୁ ଊର୍ଦ୍ଧ୍ୱ ଲୋକ ବୁଧବାର ଅପରାହ୍ନରୁ ଗରିକାପାଡୁ ଚେକ୍‌ପୋଷ୍ଟରେ ଅଟକି ରହିଛନ୍ତି। କରୋନା ସଂକ୍ରମଣ ଭୟରେ ଆନ୍ତଃରାଜ୍ୟ...

Advertisement
Archives

Model This Week