Posted inରାଜ୍ୟ

ଆଟାଚି ଧରି ଘୂରି ବୁଲୁଛନ୍ତି ଅଜଣା ବ୍ୟକ୍ତି: ପୋଲିସ ପକ୍ଷରୁ ଯାଞ୍ଚ ନ ହେବାରୁ ଅସନ୍ତୋଷ

ନିରାକାରପୁର,୨୫ା୭(ଡି.ଏନ.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ଷ୍ଟେଶନ ଅଞ୍ଚଳରେ ଦୀର୍ଘ ୪ ମାସ ହେବ ଜଣେ ଅଜଣା ବ୍ୟକ୍ତି ଆଟାଚି ଓ ପାଣି ବୋତଲ ଧରି ଘୂରି ବୁଲୁଥିବା ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହେଉଛି। ସେ ପ୍ରାୟ ସମୟରେ ଷ୍ଟେଶନ ବାହାରେ ୧୦୦ ମିଟର ମଧ୍ୟରେ ଏକୁଟିଆ ବସୁଛନ୍ତି କିମ୍ବା ବୁଲୁଛନ୍ତି। ତେବେ କାହା ସାଙ୍ଗରେ କଥାବାର୍ତ୍ତା ହେଉ ନାହାନ୍ତି। କେହି ତାଙ୍କୁ କିଛି ପଚାରିଲେ ମଧ୍ୟ ଉତ୍ତର ଦେଉନାହାନ୍ତି। ବ୍ୟକ୍ତି ଜଣକ କୌଣସି ଲୋକ ଦେଖିବା ଭଳି ତାଙ୍କ ଆଟାଚି ଖୋଲୁ ନାହାନ୍ତି କିମ୍ବା କୌଣସି ଲୋକଙ୍କଠାରୁ ଭିକ୍ଷା ନ ମାଗି ନିଜ ହାତରୁ ଖର୍ଚ୍ଚ କରୁଛନ୍ତି। ସେ କିଏ, କେଉଁଠୁ ଟଙ୍କା ଆଣୁଛନ୍ତି ଏବଂ କଣ ପାଇଁ ଏ ଅଞ୍ଚଳରେ ଘୂରି ବୁଲୁଛନ୍ତି ସେ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସନ୍ଦେହ ଓ ଆଶଙ୍କା ଖେଳିଯାଇଛି। ଏନେଇ ସ୍ଥାନୀୟ ପୋଲିସ ନିକଟରେ ଅଭିଯୋଗ ହୋଇଥିବାବେଳେ କୌଣସି ପଦକ୍ଷେପ ଗ୍ରହଣ ହେଉ ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି । ପୋଲିସ ପ୍ରଶାସନ ପକ୍ଷରୁ ଯାଞ୍ଚ କରାଗଲେ ସନ୍ଦେହଜନକ ଭାବେ ଘୂରି ବୁଲୁଥିବା ଏହି ଅଜଣା ବ୍ୟକ୍ତିଙ୍କ ବିଷୟରେ ଅନେକ ତଥ୍ୟ ମିଳିପାରନ୍ତା ବୋଲି ଲୋକେ କହୁଛନ୍ତି। ଏ ନେଇ ନିରାକାରପୁର ଥାନା ଏଏସ୍‌ଆଇ ଶରତ ପାଇକରାୟଙ୍କୁ ପଚାରିବାରୁ ବାବଦରେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲିଙ୍ଗରାଜ ମନ୍ଦିରରେ ବସିଲା ଚିଲ: ସେବାୟତ ଆତଙ୍କିତ

ଭୁବନେଶ୍ୱର, ୫ା୪ (ବ୍ୟୁରୋ): ମହାପ୍ରଭୁ ଲିଙ୍ଗରାଜ ମନ୍ଦିର ଉପରେ ହଠାତ ଏକ ମାଟିଆ ଚିଲ ବସି ରହିବା ଘଟଣାକୁ ନେଇ ସେବାୟତମାନେ ଆତଙ୍କିତ ହୋଇଛନ୍ତି ।...

ପ୍ରକାଶ ପାଇଲା ଉପନିର୍ବାଚନ ବିଜ୍ଞପ୍ତି: ନଭେମ୍ବର ୩ରେ ବାଲେଶ୍ୱର ସଦର, ତିର୍ତ୍ତୋଲରେ ହେବ ମତଦାନ

ଭୁବନେଶ୍ୱର,୯ା୧୦(ବ୍ୟୁରୋ): କରୋନା କଟକଣା ମଧ୍ୟରେ ଆସନ୍ତା ନଭେମ୍ବର ୩ରେ ବାଲେଶ୍ୱର ସଦର ଏବଂ ତିର୍ତ୍ତୋଲରେ ଉପନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି।...

ପ୍ରଥମ ଦିନରେ ୨ ଲକ୍ଷ ଟଙ୍କାର ଜରିମାନା ଚାଲାଣ

ବ୍ରହ୍ମପୁର ଅଫିସ ,୨ା୩: ବ୍ରହ୍ମପୁର ସହରରେ ରବିବାରରୁ ଯାନବାହନ ଯାଞ୍ଚ କଡାକଡି କରାଯାଇଛି। ସହରର ବିଭିନ୍ନ ଏଣ୍ଟ୍ରି ପଏଣ୍ଟରେ ଟ୍ରାଫିକ ପୋଲିସ ପକ୍ଷରୁ ଯାଞ୍ଚ କରାଯାଇଥିଲା।...

ବିଜେଡି ନୂଆ କାର୍ଯ୍ୟାଳୟର ଶୁଭ ଦେଲେ ନବୀନ

ଭୁବନେଶ୍ୱର, ୧୩।୭(ବ୍ୟୁରୋ): ବିଜେଡି ରାଜ୍ୟ କାର୍ଯ୍ୟାଳୟର ରୂପରେଖ ସମ୍ପୂର୍ଣ୍ଣ ପରିବର୍ତ୍ତନ କରାଯିବ। ଦଳର ମୁଖ୍ୟ କାର୍ଯ୍ୟାଳୟକୁ ଅତ୍ୟାଧୁନିକ ଭାବେ ନିର୍ମାଣ କରାଯିବାକୁ ସବୁ ପ୍ରକାର ପ୍ରସ୍ତୁତି...

ପୁଣି ଶ୍ରୀଲିଙ୍ଗରାଜ ମନ୍ଦିରରେ ଫଟୋ ଭାଇରାଲ

ପୁରୁଣା ଭୁବନେଶ୍ୱର,୨୩ା୯(ଡି.ଏନ.ଏ.) : ଐତିହ୍ୟ ଶ୍ରୀଲିଙ୍ଗରାଜ ମନ୍ଦିରରେ ପୁଣି ଫଟୋ ଭାଇରାଲ ଘଟଣା ଆଲୋଚନାକୁ ଆସିଛି। ବାରମ୍ବାର ମନ୍ଦିର ଭିତରେ କୌଣସି ସେବାୟତ କିମ୍ବା ପର୍ଯ୍ୟଟକ...

ଆରମ୍ଭ ହେଲା ଭିତର ଚନ୍ଦନଯାତ୍ରା

ପୁରୀ ଅଫିସ,୨୯ା୫: ସୋମବାର ଶେଷ ହୋଇଛି ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା। ୨୧ଦିନ ଧରି ପବିତ୍ର ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡ଼ା କରିଛନ୍ତି ଠାକୁର। ମହାପ୍ରଭୁଙ୍କ ଚଳନ୍ତି...

ବିଦେଶରେ ଶିକ୍ଷା ସ୍ବପ୍ନ: ଉଦ୍‌ବେଗ ବଢ଼ାଇଲା ସର୍ଭେ ରିପୋର୍ଟ

ଭୁବନେଶ୍ୱର,୫।୭: ଡାକ୍ତରୀ ଶିକ୍ଷା ପାଇଁ ଓଡ଼ିଶାରେ ମାତ୍ର ୧୫୦୦ ସିଟ୍‌ ରହିଛି। ହେଲେ ଆଶାୟୀଙ୍କ ସଂଖ୍ୟା ଏହାଠାରୁ ୩୦ଗୁଣା ଅଧିକ ଅର୍ଥାତ୍‌ ୩୫ରୁ ୪୦ ହଜାର...

ଶ୍ରାବଣ ପ୍ରଥମ ସୋମବାର କପିଳାସ ଭକ୍ତଶୂନ

ଢେଙ୍କାନାଳ ଅଫିସ, ୭ା୭ ଚଳିତବର୍ଷ ଶ୍ରାବଣ ମାସର ପ୍ରଥମ ସୋମବାରରେ କପିଳାସ ଭକ୍ତଶୂନ୍ୟ ହୋଇପଡିଛି। କରୋନା ସଂକ୍ରମଣ ରୋକିବାକୁ ଜିଲା ପ୍ରଶାସନ ପକ୍ଷରୁ କପିଳାସ ସମେତ...

Advertisement


Archives

Model This Week

Why Dharitri