Posted inଜାତୀୟ

ଆଜି ସନ୍ଧ୍ୟାରେ ବସିବ କ୍ୟାବିନେଟ: ଲୋକ ସଭା ଭଙ୍ଗ ପାଇଁ ରାଷ୍ଟ୍ରପତିଙ୍କୁ ଦିଆଯିବ ପ୍ରସ୍ତାବ

ନୂଆଦିଲ୍ଲୀ, ୨୪।୫: ଶେଷ ହୋଇଛି ଲୋକ ସଭା ନିର୍ବାଚନ। ଫଳାଫଳ ବି ସ୍ପଷ୍ଟ ହୋଇଛି। ଏବେ ୧୬ଶ ଲୋକସଭା ଭଙ୍ଗ ପାଇଁ ଶୁକ୍ରବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍‌ ବୈଠକ ବସିବ। ବୈଠକରେ ବୈଠକରେ ଲୋକ ସଭା ଭଙ୍ଗ ପାଇଁ ଏକ ପ୍ରସ୍ତାବ ଆଗତ ହେବ। ଏହି ପ୍ରସ୍ତାବକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ପଠାଯିବ ବୋଲି ଜଣାପଡିଛି। ଏହାସହ ନିର୍ବାଚନ ଆୟୋଗଙ୍କ ୩ଜଣିଆ ସଦସ୍ୟ ନବର୍ନିବାଚିତ ପ୍ରାର୍ଥୀଙ୍କ ତାଲିକା ରାଷ୍ଟ୍ରପତିଙ୍କୁ ଭେଟି ହସ୍ତାନ୍ତର କରିବେ। ଏହାପରେ ରାଷ୍ଟ୍ରପତି ଭଙ୍ଗ ପାଇଁ ନିର୍ଦ୍ଦେଶ ଦେବେ। ସୂଚନଯୋଗ୍ୟ, ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିବା ପରେ ହଁି ଲୋକ ସଭା ଭଙ୍ଗ ହେବାର ନିୟମ ରହିଛି। ଜୁନ ୩ ପର୍ଯ୍ୟନ୍ତ ୧୬ଶ ଲୋକସଭାର କାର୍ଯ୍ୟକାଳ ଏହାର ପୂର୍ବରୁ ୧୭ତମ ଲୋକ ସଭା ଗଠନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କ କାନରୁ ବାହାରିଲେ ୧୦ ଅସରପା

ନୂଆଦିଲ୍ଲୀ: ଚାଇନାରେ ଜଣେ ଲୋକଙ୍କ କାନରୁ ବାହାରିଛି ୧୦ ଅସରପା। ଯୁବକଙ୍କ କାନରେ ପ୍ରବଳ କଷ୍ଟ ଅନୁଭବ ହେବାରୁ ସେ ଡାକ୍ତରଙ୍କ ପାଖକୁ ଯାଇ ଦେଖାଇଥିଲେ।...

ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ୫୦ ଲକ୍ଷର ଜୀବନ ବୀମା

ପଣଜୀ, ୧୩।୯: ଏଣିକି ସ୍ବାସ୍ଥ୍ୟକର୍ମୀଙ୍କୁ ୫୦ ଲକ୍ଷ ଟଙ୍କାର ଜୀବନ ବୀମା ଯୋଗାଇ ଦିଆଯିବ। ଗୋଆର ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତ ଏନେଇ ରବିବାର ସୂଚନା ଦେଇଛନ୍ତି।...

ସମ୍ପୂର୍ଣ୍ଣ ସୁସ୍ଥ ନ ହେଲେ କରୋନା ଫେରିବାର ଭୟ ଅଧିକ !

ନୂଆଦିଲ୍ଲୀ,୨୭।୭: ଏବେ ଅଡୁଆରେ ପଡିଛନ୍ତି ଚିକିତ୍ସକ। କାରଣ ହେଉଛି କରୋନାରୁ ସୁସ୍ଥ ହୋଇଥିବା ରୋଗୀଙ୍କଠାରେ ପୁଣିଥରେ ସଂକ୍ରମଣ ଦେଖାଯାଇଛି। ଦିଲ୍ଲୀ ସମେତ ଅନ୍ୟ କିଛି ରାଜ୍ୟରେ...

କେନ୍ଦ୍ର ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ

ନୂଆଦିଲ୍ଲୀ,୪।୭: ଝାଡ଼ଖଣ୍ଡରେ ଥିବା କୋଲ୍‌ବ୍ଲକ ନିଲାମ ଲାଗି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିବା ବେଳେ ଏହା ବିରୋଧରେ ଝାଡ଼ଖଣ୍ଡ ସରକାର ସୁପ୍ରିମକୋର୍ଟ ଯାଇଛନ୍ତି। ରାଜ୍ୟ ସରକାରଙ୍କ...

ନିର୍ଭୟା ଦୋଶୀଙ୍କ ଫାଶୀ ଘୁଞ୍ଚାଇବାକୁ କୌଶଳ କରୁଛନ୍ତି ଓକିଲ: ଉପ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨୪।୧: ବହୁ ଚର୍ଚ୍ଚିତ ୨୦୧୨ ନିର୍ଭୟା ଗଣବଳାତ୍କାର ମାମଲାର ଦୋଷୀଙ୍କ ଫାଶୀ ତାରିଖକୁ ଘୁଞ୍ଚାଇ ଦେବାକୁ ଦୋଷୀଙ୍କ ପକ୍ଷରୁ ଲଢୁଥିବା ଓକିଲ କୌଶଳ କରୁଛନ୍ତି ବୋଲି...

ଅଭିନନ୍ଦନଙ୍କ ସ୍କ୍ବାଡ୍ରନ୍‌କୁ ସମ୍ମାନୀତ କରିବ ବାୟୁସେନା

ନୂଆଦିଲ୍ଲୀ,୬।୧୦: ବାଲାକୋଟ ଏୟାର ଷ୍ଟ୍ରାଇକ୍‌ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଓ୍ବିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ଥମାନଙ୍କ ୫୧-ସ୍କ୍ବାଡ୍ରନ୍‌କୁ ବାୟୁସେନା ସମ୍ମାନୀତ କରିବ । କମାଣ୍ଡିଙ୍ଗ୍‌ ଅଫିସର...

ମଧ୍ୟ ପ୍ରଦେଶ କଂଗ୍ରେସରେ ଫାଟ: ଜ୍ୟୋତିରାଦିତ୍ୟଙ୍କ ପାଇଁ ଦଳ ଛାଡି ପାରନ୍ତି ୫ଶହ କର୍ମୀ

ଭୋପାଳ,୩୦।୮:  ମଧ୍ୟ ପ୍ରଦେଶରେ କଂଗ୍ରେସ ଦଳର ଅଧ୍ୟକ୍ଷ ପଦକୁ ନେଇ ଚାଲିଛି ଟଣା ଓଟରା। ଏହି ପଦରେ ଜଣେ ଆଦିବାସୀ ନେତାଙ୍କୁ ଚୟନ କରିବାକୁ କେତେଜଣ...

ସନ୍ଧ୍ୟା ୭ଟା ପରେ ଦୋକାନ ବନ୍ଦ କରିବାକୁ ଚାହୁଁଛନ୍ତି ସୁରଟର ୩୦ଟି ବଜାରର କପଡ଼ା ବ୍ୟବସାୟୀ

ସୁରଟ, ୭।୬: କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି କରାଯାଇଥିଲା। ଧୀରେଧୀରେ ଆର୍ଥିକ ଅବସ୍ଥାରେ ସୁଧାର ଆଣିବା ଲାଗି ସରକାରଙ୍କ...


Coronavirus Update

Archives

Model This Week

Why Dharitri