Posted inଫୁରସତ

ଆଜି ବି ବ୍ରିଟେନ୍‌କୁ ଏହି ସ୍ଥାନର ଟ୍ୟାକ୍ସ ଦେଉଛି ଭାରତ

ବ୍ରିଟେନ ବା ଇଂରେଜମାନଙ୍କ କବଳରୁ ଭାରତ ୭୩ ବର୍ଷ ହେଲା ସ୍ବାଧୀନ ହୋଇସାରିଲାଣି। କିନ୍ତୁ ଆଜି ମଧ୍ୟ କିଛି ଅଂଶ ଇଂରେଜମାନଙ୍କ କବଳରେ ରହିଛି। ବ୍ରିଟେନ୍‌ର ଏକ ରେଳ ଟ୍ରାକ୍‌ ଭାରତରେ ରହିଛି। ମାତ୍ର ଏହାର ଟ୍ୟାକ୍ସ ବ୍ରିଟେନ୍‌ ସରକାରଙ୍କୁ ଭାରତ ଦେଉଛି। ଟ୍ରାକ୍‌ର ଦେଖାଶୁଣା ବ୍ରିଟେନ୍‌ ସରକାର କରୁଥିଲେ ହେଁ ଭାରତ ସରକାର ପ୍ରତିବର୍ଷ ଅର୍ଥ ବ୍ୟୟ କରୁଛନ୍ତି। ଏପରିକି ଭାରତୀୟ ରେଳ ବିଭାଗ ଅଧୀନରେ ଏକ ବେସରକାରୀ କମ୍ପାନୀ ପ୍ରତିବର୍ଷ ପ୍ରାୟ ୨୦ ଲକ୍ଷ ଟଙ୍କାର ଟ୍ୟାକ୍ସ ବ୍ରିଟେନ୍‌କୁ ଦେଉଛି। ଏହି ଟ୍ରାକ୍‌ରେ ଶକୁନ୍ତଳା ଏକ୍ସପ୍ରେସ ନାମକ ଏକ ପାସେଞ୍ଜର ଟ୍ରେନ୍‌ ଚଳାଚଳ କରୁଛି। ଆନ୍ଧ୍ରପ୍ରଦେଶର ଅମରାବତୀରୁ ମୂର୍ତଜାପୁର ୧୮୯ କିମି ଯାତ୍ରା କରୁଥିବା ଉକ୍ତ ଟ୍ରେନ୍‌ ଅଚଳପୁର, ଜବତମାଲ ପରି ଛୋଡ଼ବଡ଼ ଷ୍ଟେଶନ ଅତିକ୍ରମ କରୁଛି। ୧୦୦ ବର୍ଷର ପୁରୁଣା ଏହି ଟ୍ରେନ୍‌ରେ ୫ଟି ବଗି ରହିଛି। ଟ୍ରେନ୍‌ଟି ବ୍ରିଟେନ୍‌ର ମାଞ୍ଚେଷ୍ଟର ସହରର ଏକ କାରଖାନାରେ ୧୯୨୧ ମସିହାରେ ତିଆରି ହୋଇଥିଲା। ୧୯୯୪ରେ ଉକ୍ତ ଟ୍ରେନ୍‌ର ଇଞ୍ଜିନ୍‌ ବଦଳା ଯାଇଥିଲା। ଟ୍ରେନ୍‌ଟିରେ ଦୈନିକ ୧ ହଜାରରୁ ଊର୍ଦ୍ଧ୍ୱ ଯାତ୍ରୀ ଯାତାୟାତ କରୁଥିବାବେଳେ ଏହାର ଘଣ୍ଟାପ୍ରତି ବେଗ ୨୦ କିମି ରହିଛି। ଟ୍ରାକ୍‌ର ଦୁରବସ୍ଥା ଦେଖି ଏକ୍ସପ୍ରେସକୁ ଦୁଇ ଥର ବନ୍ଦ କରା ଯାଇସାରିଲାଣି। କିନ୍ତୁ ସ୍ଥାନୀୟ ଲୋକଙ୍କ ଦାବି ଅନୁଯାୟୀ, ଏହି ଟ୍ରାକ୍‌ରେ ଉକ୍ତ ଟ୍ରେନ୍‌ଟି ଚଳାଚଳ କରୁଛି। ଲୋକଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଭାରତ ସରକାର ଏହାକୁ କିଣିବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ମାତ୍ର ଏହା ଦ୍ୱାରା ଅନେକ ଅସୁବିଧା ସୃଷ୍ଟି ହେବାର ଆଶଙ୍କା କରି ଆଜିପର୍ଯ୍ୟନ୍ତ ସମାଧାନ ହୋଇପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

‘ଦୃଶ୍ୟମ ୩’ର ଧମାକାଦାର ଟ୍ରେଲର ରିଲିଜ୍‌: ସାଉଁଟୁଛି ପ୍ରଶଂସା

ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ବହୁ ପ୍ରତୀକ୍ଷିତ କ୍ରାଇମ ଥ୍ରିଲର୍‌ ‘ଦୃଶ୍ୟମ ଦ କନକ୍ଲୁଜନ’ ଅର୍ଥାତ୍‌ ‘ଦୃଶ୍ୟମ ୩’ର ଟ୍ରେଲର୍‌ ରିଲିଜ ହୋଇଛି। ୨୦୧୫ରେ ଆରମ୍ଭ ହୋଇଥିବା…

ଗଣେଶ ପୂଜା ପରେ ଏହି ୪ ରାଶିଙ୍କର ଚାଲିବ ଗୋଲ୍ଡେନ ଟାଇମ, ଲକ୍ଷ୍ମୀ-ନାରାୟଣ ରାଜଯୋଗରେ ବଢିବ ଧନ! ବିଦେଶ ଯାତ୍ରାର…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସେପ୍ଟେମ୍ବର ୨୬ରେ ବୁଧ ଗ୍ରହ କନ୍ୟା ରାଶିରୁ ବାହାରି ତୁଳା ରାଶିରେ ପ୍ରବେଶ କରିବେ। ତୁଳା ରାଶିରେ ବୁଧଙ୍କ ସହ ଶୁକ୍ରଙ୍କ ଯୁତି…

ଦ୍ୱିତୀୟ ସେମିଷ୍ଟାର ପରୀକ୍ଷା ଫଳକୁ ନେଇ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ: ମୂଲ୍ୟାଙ୍କନ ଉପରେ ପ୍ରଶ୍ନବାଚୀ

ଭଞ୍ଜନଗର,୯।୯(ବାବୁଲା ପ୍ରଧାନ): ବ୍ରହ୍ମପୁର ବିଶବିଦ୍ୟାଳୟ ପକ୍ଷରୁ ମଙ୍ଗଳବାର ସନ୍ଧ୍ୟାରେ ଯୁକ୍ତ ୩ ଦ୍ୱିତୀୟ ସେମିଷ୍ଟର ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ଏଥିରେ ଅନେକ ଛାତ୍ରୀଛାତ୍ରଙ୍କ ପେପର ବ୍ୟାକ…

ଭାରତ ରତ୍ନ ସିଏନଆର ରାଓଙ୍କୁ ‘SIR’ ନୋଟିସ: ଭୋଟର ତାଲିକାରେ ନାଁ ଭୁଲ

ବେଙ୍ଗାଲୁରୁ,୯।୯: ଭୋଟର ତାଲିକାରେ ନାଁ ସ୍ପେଲିଂ ବନାନରେ ଅସଙ୍ଗତି ଥିବା ଜଣାପଡ଼ିବା ପରେ ଭାରତ ରତ୍ନ ବିଶିଷ୍ଟ ବୈଜ୍ଞାନିକ ପ୍ରଫେସର ସିଏନଆର ରାଓଙ୍କୁ ନୋଟିସ ଜାରି କରାଯାଇଛି।…

୭୦୦ ରନ୍‌ କରିଲେ ବି ହାରିଯିବ ତିଳକ ବର୍ମାଙ୍କ ଦଳ! ବୈଭବଙ୍କ ଦଳ ହେବ ଚାମ୍ପିଅନ, ଜାଣନ୍ତୁ ରୋଚକ ନିୟମ

ଚେନ୍ନାଇ,୯।୯: ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ଖେଳାଯାଉଛି। ସେପ୍ଟେମ୍ବର ୬ରୁ ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଆରମ୍ଭ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଟେନସନ୍‌ରେ ପଡ଼ିଲେ ଗୌତମ ଗମ୍ଭୀର! ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୯।୯: ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ ପୂର୍ବରୁ ଭାରତୀୟ ଦଳ ସାମ୍ନାରେ ଏକ ବଡ଼ ପ୍ରଶ୍ନ ଠିଆ ହୋଇଛି। ଅଭିଷେକ ଶର୍ମାଙ୍କ ସହ ଇନିଂସ ଓପନ କରିବେ…

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ବ୍ୟକ୍ତିଙ୍କ ମୃତ୍ୟୁ

ପାଟଣା, ୯।୯ (ବୀର କିଶୋର ଦାଶ): ପାଟଣା ଥାନା ଅନ୍ତର୍ଗତ ମୂଷାଖୋରୀ ପଞ୍ଚାୟତର ମୂଷାନାଳି ଗ୍ରାମରେ ବିଦ୍ୟୁତ୍ ଆଘାତ ଲାଗି ବୁଧବାର ସକାଳେ ଦୟାନିଧି ମହାନ୍ତ (୪୮)ଙ୍କ…

ଭଦ୍ରକ-ଧାମରା ରେଳପଥ ଅବରୋଧ ଡିପିସିଏଲ୍‌ର ଅନ୍ୟାୟ: ଅନୀତି ବିରୋଧରେ ଜନଆକ୍ରୋଶ

ତିହିଡ଼ି, ୯।୯ (ସଞ୍ଜିତ ବଳ): ଭଦ୍ରକ-ଧାମରା ରେଳପଥର ତିହିଡ଼ି ବ୍ଲକ ଅଧୀନ ପୀରହାଟ ଥାନା ଅନ୍ତର୍ଗତ ଗୁରୁଦାସପୁରଠାରେ ବୁଧବାର ସକାଳଠାରୁ ରେଳପଥ ଅବରୋଧ କରାଯାଇଛି। ଧାମରା ପୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri