Posted inଜାତୀୟ

ଆଜି କମଲନାଥଙ୍କ ଶକ୍ତି ପରୀକ୍ଷା

ନୂଆଦିଲ୍ଲୀ/ଭୋପାଳ,୧୬।୩(ଆଇଏଏନ୍‌ଏସ୍‌): ମଧ୍ୟପ୍ରଦେଶ ବିଧାନସଭାରେ ସୋମବାର କମଲନାଥ ସରକାର ଆସ୍ଥାଭୋଟର ସମ୍ମୁଖୀନ ହେବେ। ଏହା ପୂର୍ବରୁ ଭୋପାଳରେ ରାଜନୈତିକ ତତ୍ପରତା ବୃଦ୍ଧି ପାଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ସହ ଭାଜପା ନେତୃବୃନ୍ଦ ରବିବାର ଏକାଧିକ ବୈଠକ କରିଛନ୍ତି। ଗୁରୁଗ୍ରାମ ନିକଟ ମାନେସାରଠାରେ ଭାଜପା ବିଧାୟକମାନେ ରହିଛନ୍ତି। ସକାଳେ ଭାଜପା ନେତାମାନେ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଭେଟିଥିଲେ। ସେମାନଙ୍କ ସହ ଶିବରାଜ ସିଂ ଚୌହାନ, ଧର୍ମେନ୍ଦ୍ର ପ୍ରଧାନ ଓ ଭାଜପାରେ ସାମିଲ ହୋଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ଥିଲେ। ପରେ ସମସ୍ତେ ଅମିତ୍‌ ଶାହାଙ୍କ ବାସଭବନକୁ ଯାଇ ବୈଠକ କରିଥିଲେ। ଏହାପରେ ସେମାନେ ମଧ୍ୟପ୍ରଦେଶ ରାଜନୈତିକ ଅଚଳାବସ୍ଥାର ଆଇନଗତ ଦିଗକୁ ନେଇ ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କ ସହ ଆଲୋଚନା କରିଥିଲେ। ଆସ୍ଥାଭୋଟ ପୂର୍ବରୁ ବିଧାୟକମାନେ ଭୋପାଳରେ ଉପସ୍ଥିତ ରହିବାକୁ କଂଗ୍ରେସ ଓ ଭାଜପା ପକ୍ଷରୁ ହୁଇପ୍‌ ଜାରି ହୋଇଛି।
ଜୟପୁରରେ ଥିବା ୯୪ କଂଗ୍ରେସ ବିଧାୟକ ରବିବାର ଭୋପାଳ ଫେରିଛନ୍ତି। ବିମାନବନ୍ଦରରେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଇଥିଲା। ସେମାନଙ୍କୁ ମାରିଅଟ୍‌ ହୋଟେଲରେ ରଖାଯାଇଛି। ଆସ୍ଥାଭୋଟ ଶେଷହେବା ପର୍ଯ୍ୟନ୍ତ ସେମାନେ ଉକ୍ତ ହୋଟେଲରେ ରହିବେ। ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ଭୋପାଳ ଜିଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି ହୋଇଛି।
ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡ଼ି ଭାଜପାରେ ଯୋଗଦେଇଥିବାବେଳେ ତାଙ୍କ ସମର୍ଥକ ୨୨ ବିଧାୟକ ଇସ୍ତଫା ଦେବାରୁ କମଲନାଥ ସରକାର ସଙ୍କଟର ସମ୍ମୁଖୀନ ହୋଇଛି। ଇସ୍ତଫା ଦେଇଥିବା ୬ ଜଣ ମନ୍ତ୍ରୀଙ୍କୁ ବହିଷ୍କାର କରାଯିବା ସହ ସେମାନଙ୍କ ସଭ୍ୟପଦ ରଦ୍ଦ କରାଯାଇଛି। ସୋମବାର ବିଧାନସଭାର ବଜେଟ ଅଧିବେଶନ ଥିବାରୁ ଏହା ପୂର୍ବରୁ ଆସ୍ଥାଭୋଟର ସମ୍ମୁଖୀନ ହେବା ପାଇଁ ରାଜ୍ୟପାଳ ଲାଲଜୀ ଟଣ୍ଡନ ମୁଖ୍ୟମନ୍ତ୍ରୀ କମଲନାଥଙ୍କୁ ପରାମର୍ଶ ଦେଇଥିଲେ। ୨୨୮ ସଦସ୍ୟ ବିଶିଷ୍ଟ ମଧ୍ୟପ୍ରଦେଶ ବିଧାନସଭାରେ ୬ ସଦସ୍ୟଙ୍କ ସଭ୍ୟ ପଦ ରଦ୍ଦ ପରେ ସଂଖ୍ୟା ୨୨୨କୁ ଖସିଆସିଛି। ସରକାର ବଞ୍ଚାଇବାକୁ ହେଲେ କଂଗ୍ରେସକୁ ୧୧୨ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ମେହେବୁବା ମୁଫତିଙ୍କ ସମେତ ପୂର୍ବତନ ବିଧାୟକଙ୍କୁ ୨୪ ଘଣ୍ଟାରେ ସରକାରୀ ଘର ଖାଲି କରିବାକୁ ନୋଟିସ, ଆଇନଗତ କାର୍ଯ୍ୟାନୁଷ୍ଠାନର ଚେତାବନୀ

ଶ୍ରୀନଗର, ୨୮ ।୧୧: ଜମ୍ମୁ-କଶ୍ମୀର ଅନନ୍ତନାଗ ଜିଲାର ପ୍ରଶାସନ ରବିବାର ପିପୁଲ୍ସ ଡେମୋକ୍ରାଟିକ ପାର୍ଟି(ପିଡିପି)ର ଅଧ୍ୟକ୍ଷ ମେହେବୁବା ମୁଫତି ଓ ଅନ୍ୟ ୭ ପୂର୍ବତନ ବିଧାୟକଙ୍କୁ...

ପୂର୍ବତନ କେନ୍ଦ୍ରମନ୍ତ୍ରୀ ରଘୁବଂଶ ପ୍ରସାଦ କରୋନାରେ ପୀଡ଼ିତ

ପାଟନା,୧୭।୬: ଚାଇନାର ଉହାନରୁ ଆରମ୍ଭ ହୋଇଥିବା କରୋନା ଭାଇରସ୍‌ ସଂକ୍ରମଣର ପ୍ରକୋପ ଏବେ ଭାରତରେ ଦିନକୁ ଦିନ ଜଟିଳ ହେବାରେ ଲାଗିିଛି। ଏହାର ମୁକାବିଲା ପାଇଁ...

ଦିଲ୍ଲୀରୁ କେରଳ: ଦେଶର ୧୦ଟି ଅଞ୍ଚଳ ଘୋଷିତ ହୋଇପାରେ କରୋନା ସଂକ୍ରମଣ ହଟ୍‌ସ୍ପଟ୍‌ !

ନୂଆଦିଲ୍ଲୀ,୧।୪: ସାରା ପୃଥିବୀରେ କରୋନା ସଂକ୍ରମଣ ନେଇ ଭୟଙ୍କର ସ୍ଥିତି ଦେଖାଦେଇଛି। ଏପରିସ୍ଥଳେ ସାମାଜିକ ଦୂରତା, ହାତ ଧୋଇବା ଏବଂ ସାନିଟାଇଜର ବ୍ୟବହାର କରିବା ଉପରେ...

ମେ’୩ରୁ ୬ ମଧ୍ୟରେ କୋଟାରୁ ଫେରିବେ ବିହାର ଛାତ୍ରୀଛାତ୍ର

ପାଟନା,୨।୫: ରାଜସ୍ଥାନର କୋଟାରେ କୋଚିଂ ପାଇଁ ଯାଇଥିବା ବିହାରର ଛାତ୍ରୀଛାତ୍ରଙ୍କ ଘରକୁ ଫେରିବା ଇଛା ଶେଷରେ ପୂରଣ ହୋଇଛି। ମେ’ ୩ରୁ ୬ ମଧ୍ୟରେ କୋଟାରେ...

ଉପରମୁହାଁ ସକ୍ରିୟ ମାମଲା-ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୯।୩: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ...

ଭାଜପାର କରୋନା ଭ୍ୟାକ୍ସିନ ଉପରେ ଭରସା ନାହିଁଁ : ଅଖିଳେଶ

ଲକ୍ଷ୍ନୌ,୨ ।୧: କରୋନା ମହାମାରୀକୁ ନେଇ ରାଜନୀତି ମୁଣ୍ଡ ଟେକିବା ଏକ ସାଧାରଣ କଥା ଥିବା ବେଳେ ଏବେ ସମାଜବାଦୀ ପାର୍ଟି ମୁଖ୍ୟ ତଥା ଉତ୍ତର...

ବିଏସପି ଏମପି ଅତୁଲ ରାୟଙ୍କୁ ବଡ ଝଟକା, ଗ୍ୟାଙ୍ଗଷ୍ଟର ମାମଲାରେ ଜାମିନ ଆବେଦନ ଖାରଜ

ଲକ୍ଷ୍ନୌ,୨୮ ।୩: ଆଲ୍ଲାହାବାଦ ହାଇ କୋର୍ଟ ଲଙ୍କା ପୋଲିସ ଷ୍ଟେଶନରେ ଗ୍ୟାଙ୍ଗଷ୍ଟର ଆକ୍ଟ ଅନୁଯାୟୀ, ଅପରାଧିକ ମାମଲାରେ ବିଏସପି ଏମପି ଅତୁଲ ରାୟଙ୍କ ଜାମିନ ଆବେଦନକୁ...

କଂଗ୍ରେସ ସହିତ ବୁଡ଼ିବାକୁ ଚାହେଁନା, ପିକେଙ୍କ ମନ୍ତବ୍ୟ…

ବୈଶାଳୀ, ୩୧।୫ : କିଛି ଦିନ ତଳେ କଂଗ୍ରେସରେ ଯୋଗଦେବାକୁ ଆସିଥିବା ଏବଂ ଦଳର ସଫଳତା ପାଇଁ ରୋଡ ମ୍ୟାପ୍‌ ପ୍ରସ୍ତୁତ କରିଥିବା ନିର୍ବାଚନ ରଣନୀତିକାର...

Advertisement
Archives

Model This Week