Posted inଜାତୀୟ

ଆଜି କମଲନାଥଙ୍କ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୨୦।୩(ପି.ଟି.): ମଧ୍ୟପ୍ରଦେଶ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଶୁକ୍ରବାର ଡାକି ଅପରାହ୍ନ ୫ଟା ସୁଦ୍ଧା ଆସ୍ଥାଭୋଟ କରାଇବା ଲାଗି ସୁପ୍ରିମକୋର୍ଟ ଗୁରୁବାର ବାଚସ୍ପତି ଏନ୍‌.ପି. ପ୍ରଜାପତିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଫଳରେ କମଲନାଥ ସରକାରଙ୍କୁ ଶକ୍ତ ଝଟକା ଲାଗିଛି। କଂଗ୍ରେସ ସରକାର ରହିବ କି ନାହିଁ ତାହା କେବଳ ଆସ୍ଥାଭୋଟ ଉପରେ ନିର୍ଭର କରୁଛି। ରାଜନୈତିକ ଅନିଶ୍ଚିତତା ଦୂର କରିବାକୁ ହେଲେ ତୁରନ୍ତ ଅଧିବେଶନ ଡାକି ଆସ୍ଥାଭୋଟର ସମ୍ମୁଖୀନ ହେବାକୁ ପଡ଼ିବ। ସଦସ୍ୟମାନେ ହାତ ଟେକି ସମର୍ଥନ ସମ୍ପର୍କରେ ସେମାନଙ୍କ ମତ ଜଣାଇବେ ବୋଲି ଜଷ୍ଟିସ୍‌ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଏବଂ ହେମନ୍ତ ଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଥିଲେ।
ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତା ଶିବରାଜ ସିଂ ଚୌହାନ ଏବଂ ମଧ୍ୟପ୍ରଦେଶ କଂଗ୍ରେସ ଦଳ ପକ୍ଷରୁ ସୁପ୍ରିମକୋର୍ଟରେ ପିଟିଶନ ଦାଏର କରାଯାଇଥିଲା। ଦୁଇଦିନର ଶୁଣାଣିରେ ଅଦାଲତ ୮ଟି ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ। ସୂଚନାଯୋଗ୍ୟ ୨୦ ତାରିଖରେ ବିଧାନସଭା ଆରମ୍ଭ ହୋଇଥିଲେ ହେଁ ରାଜ୍ୟପାଳଙ୍କ ଅଭିଭାଷଣ ପରେ କରୋନା ସଂକ୍ରମଣ ଆଳ ଦେଖାଇ ବାଚସ୍ପତି ଗୃହକୁ ୨୬ ତାରିଖ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ଆସ୍ଥା ଭୋଟ ପାଇଁ ରାଜ୍ୟପାଳ ଦୁଇଥର କହିବା ସତ୍ତ୍ୱେ ତାଙ୍କ କଥାକୁ ବାଚସ୍ପତି ରଖି ନ ଥିଲେ।

୧୬ ବିଧାୟକଙ୍କ ଇସ୍ତଫା ଗୃହୀତ

ଆସ୍ଥାଭୋଟ ପୂର୍ବରୁ ମଧ୍ୟପ୍ରଦେଶ ବିଧାନସଭା ବାଚସ୍ପତି ୧୬ ବିଦ୍ରୋହୀ ବିଧାୟକଙ୍କ ଇସ୍ତଫାପତ୍ର ଗ୍ରହଣ କରିନେଇଛନ୍ତି। ପୂର୍ବରୁ ୬ ଜଣଙ୍କ ଇସ୍ତଫା ଗୃହୀତ ହୋଇଥିଲା। ୨୨ ଜଣଙ୍କ ଇସ୍ତଫା ପରେ ଏବେ ମଧ୍ୟପ୍ରଦେଶ ବିଧାନସଭାରେ ସଦସ୍ୟ ସଂଖ୍ୟା ୨୦୬କୁ ହ୍ରାସ ପାଇଛି। ଭାଜପା ପାଖରେ ୧୦୭ ବିଧାୟକଙ୍କ ସମର୍ଥନ ରହିଥିବାରୁ କମଲନାଥ ସରକାର ଆସ୍ଥା ଭୋଟରେ ହାରିବା ଏକ ପ୍ରକାର ନିଶ୍ଚିତ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ତ୍ରିଶଂକୁ ଫଳାଫଳ ହେଲେ ସରକାର ଗଠନ ପାଇଁ ତୁରନ୍ତ ରାଷ୍ଟ୍ରପତିଙ୍କ ନିକଟରେ ଆବେଦନ କରିବ କଂଗ୍ରେସ

ନୂଆଦିଲ୍ଲୀ,୨୩।୫: ତ୍ରିଶଂକୁ ଫଳାଫଳ ହେଲେ ସରକାର ଗଠନ ଲାଗି ପ୍ରଥମେ ରାଷ୍ଟ୍ରପତିଙ୍କ ନିକଟରେ କଂଗ୍ରେସ ଆବେଦନ କରିବ ବୋଲି ସୂଚନା ମିଳିଛି। ଏନ୍‌ଡିଏକୁ ଯଦି ବହୁମତ...

୭୦ ହଜାର ଅତିକ୍ରମ କଲା କରୋନା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ,୧୨।୫: ଚିନ୍ତା ବଢାଇ ଚାଲିଛି କରୋନା। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩,୬୦୪ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଏବେ ମୋଟ କରୋନା...

ପୁଣି କେଜ୍‌ରିଓ୍ବାଲ ସରକାର

ନୂଆଦିଲ୍ଲୀ,୯ା୨: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ପୁଣିଥରେ କ୍ଷମତାସୀନ ହେବେ। ତାଙ୍କ ନେତୃତ୍ୱାଧୀନ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ୫୬ ଆସନ ଦଖଲ କରି ପୂର୍ଣ୍ଣ...

ମୌସୁମୀ ବର୍ଷା ନେଲାଣି ୧,୬୭୩ ଜୀବନ

ନୂଆଦିଲ୍ଲୀ, ୨ା୧୦(ପି.ଟି.): ଲଗାଣ ବର୍ଷା ଯୋଗୁ ବିହାର ଓ ଉତ୍ତରପ୍ରଦେଶରେ ମୃତ୍ୟୁସଂଖ୍ୟା ୧୫୭ ଟପିଛି। ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ମୌସୁମୀ ବର୍ଷା ୧୦% ଅଧିକ ହୋଇଛି,...

୫୯ ଆସନରେ ସପ୍ତମ ପର୍ଯ୍ୟାୟ ନିର୍ବାଚନ: ଗାନ୍ଧୀ, ଗଡ୍‌ସେରେ ପ୍ରଚାର ଶେଷ

ନୂଆଦିଲ୍ଲୀ,୧୮ା୫(ପି.ଟି.): ସପ୍ତମ ତଥା ଶେଷ ପର୍ଯ୍ୟାୟ ଲୋକ ସଭା ନିର୍ବାଚନକୁ ଆଉ ମାତ୍ର ଦୁଇଦିନ ବାକି । ପଶ୍ଚିମବଙ୍ଗରେ ହିଂସା ଯୋଗୁ ୯ ଆସନରେ ଗୁରୁବାର...

ନାଗରିକତ୍ୱ ବିଲ୍‌କୁ ବିରୋଧ

ନୂଆଦିଲ୍ଲୀ/ଗୁଆହାଟୀ/ଅଗରତାଲା,୧୦ା୧୨(ପି.ଟି.): ନାଗରିକତ୍ୱ (ସଂଶୋଧନ) ବିଲ୍‌କୁ ବିରୋଧ କରି ଦିଲ୍ଲୀ ସମେତ ଦେଶର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲାବେଳେ ଆସାମ ଓ ତ୍ରିପୁରାରେ ୪୮ ଘଣ୍ଟିଆ...

‘ହାଉଡ଼ି ମୋଦି’ ପରି ଫେବୃୟାରୀ ୨୫ରେ ଅହମ୍ମଦାବାଦ୍‌ରେ ‘କେମ୍‌ ଛୋ ଟ୍ରମ୍ପ୍‌’: ୬୦ ହଜାର ଲୋକ ଦେବେ ଯୋଗ

ଗାନ୍ଧିନଗର,୨୫।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ୍‌ ଆସନ୍ତା ଫେବୃୟାରୀରେ ଭାରତ ଗସ୍ତରେ ଆସୁଛନ୍ତି। ଏହି ଅବସରରେ ଗୁଜରାଟ ଅହମ୍ମଦାବାଦ୍‌ରେ ଫେବୃୟାରୀ ୨୫ରେ ଏକ ସମ୍ବର୍ଦ୍ଧନା ସଭାର...

ଭେଣ୍ଟିଲେଟରରେ ୧୮ଦିନ ରହିବା ପରେ କରୋନା ଯୁଦ୍ଧରେ ବିଜୟୀ ହେଲେ ୪ମାସର ଶିଶୁ

ବିଶାଖପାଟନମ୍‌,୧୩।୬: ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲାର ଜଣେ ୪ମାସର ଶିଶୁ କରୋନାକୁ ହରାଇ ସୁସ୍ଥ ହୋଇ ଶୁକ୍ରବାର ଘରକୁ ଫେରିଛନ୍ତି। ଉକ୍ତ ଶିଶୁଙ୍କୁ ୧୮ଦିନ ଯାଏ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *