Posted inରାଜ୍ୟ

ଆଜି କଟକରେ ହାଇଭୋଲ୍‌ଟେଜ ପ୍ରଚାର: ମୁଖ୍ୟମନ୍ତ୍ରୀ, ଅମିତ୍‌ ଶାହଙ୍କ ରୋଡ୍‌ ଶୋ’

କଟକ ଅଫିସ/ନରସିଂହପୁର(ଡି.ଏନ.ଏ.),୧୭।୪: ବୁଧବାର କଟକ ପ୍ରଚାର ମଇଦାନ କମ୍ପିବ। ମଇଦାନକୁ ଓହ୍ଲାଇବେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଭାଜପା ଜାତୀୟ ଅଧ୍ୟକ୍ଷ ଅମିତ୍‌ ଶାହ। ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଅପରାହ୍ନରେ ହେଲିକପ୍ଟର ଯୋଗେ ନରାଜ ହେଲିପ୍ୟାଡ୍‌ରେ ଅବତରଣ କରିବେ। ସେଠାରୁ ବିଜେଡି ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଏକ ହାଇଟେକ୍‌ ବସ୍‌ରେ ସହରର ମଣ୍ଟେଶ୍ୱରୀଗଡ଼ା ନିକଟରୁ ରୋଡ୍‌ ଶୋ’ ଆରମ୍ଭ କରିବେ। ଉକ୍ତ ରୋଡ୍‌ ଶୋ’ରେ ମୁଖ୍ୟମନ୍ତ୍ରୀ ସିଡିଏ ଅଞ୍ଚଳ ପରିକ୍ରମା କରିବା ପରେ ସତୀଚଉରା, ଶେଲ୍‌ଟର ଛକ, କନିକା ଛକ ଦେଇ କନ୍ଦରପୁର ନିକଟରେ ପହଞ୍ଚତ୍ବେ। ସେଠାରୁ କାଇଜଙ୍ଗା, ଅଥଙ୍ଗ ଓ ୪୨ମୌଜା ଅଞ୍ଚଳ ପରିକ୍ରମା କରି ଘାଟକୂଳ ଦେଇ ପ୍ରେସ୍‌ଛକରେ ପହଞ୍ଚତ୍ବେ। ଏହା ପରେ କନିକା ଛକ ନିକଟରେ ଏକ ସଭାର ଆୟୋଜନ କରାଯାଇଛି। ସେଠାରୁ ଚଣ୍ଡିଛକ ଦେଇ ପୁନର୍ବାର କଳପଡ଼ା ବଜାର ପ୍ରଭୃତି ଅଞ୍ଚଳ ବୁଲି ପ୍ରଚାର କରିବେ। ମୁଖ୍ୟତଃ ମୁଖ୍ୟମନ୍ତ୍ରୀଙ୍କ ଏହି ରୋଡ୍‌ ଶୋ ସହର ମଧ୍ୟରେ ଥିବା ବାରବାଟୀ-କଟକ, ଚୌଦ୍ୱାର-କଟକ ଓ କଟକ ସଦର ନିର୍ବାଚନମଣ୍ଡଳୀକୁ ପ୍ରଭାବିତ କରିବାକୁ ବିଜେଡି ପକ୍ଷରୁ ରୋଡ ମ୍ୟାପ ପ୍ରସ୍ତୁତ କରାଯାଇଛି। ସେହିପରି ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହ ଢେଙ୍କାନାଳରୁ ରୋଡ ଶୋ ସାରି ହେଲିକପ୍ଟର ଯୋଗେ ବଡ଼ମ୍ବା ନିର୍ବାଚନମଣ୍ଡଳୀରେ ଓହ୍ଲାଇବେ। ବଡ଼ମ୍ବାରେ ଶାହଙ୍କର ରୋଡ୍‌ ଶୋ’ ଶେଷହେବା ପରେ ସନ୍ଧ୍ୟା ସାଢେ ୬ଟାରେ କଟକରେ ଆରମ୍ଭ ହେବ। କଟକର ବକ୍ସିବଜାର, ତିନିକୋଣିଆ ବଗିଚା, ଦରଘାବଜାର, ଚୌଧୁରୀବଜାର, ବାଲୁବଜାର, ନିମଚୌଡି, ଚାନ୍ଦିନିଚୌକ, ମହମ୍ମଦିଆ ବଜାର, ସେକ୍‌ବଜାର ଓ ଚଣ୍ଡିମନ୍ଦିର ଆଦି ଅଞ୍ଚଳରେ ଶାହଙ୍କର ଏହି ରୋଡ୍‌ ଶୋ କରାଯିବାକୁ ଭାଜପା ରୋଡ ମ୍ୟାପ୍‌ ପ୍ରସ୍ତୁତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ବଲପୁରରୁ ଆସିଲା ସାଂଘତିକ ଖବର, ପୁଣି ଅଧ୍ୟାପକଙ୍କ ନିର୍ଯାତନା, ଛାତ୍ରୀ କଲେ…

ସମ୍ବଲପୁର, ୧୭।୭: ବାଲେଶ୍ୱର ଏଫଏମ କଲେଜ ଘଟଣାର କିଛି ଦିନ ଯାଉଣୁ ପୁଣି ଜଣେ ଛାତ୍ରୀଙ୍କ ଉପରେ ହୋଇଛି ନିର୍ଯାତନା। ଏଥିରେ ମଧ୍ୟ ଜଣେ ଅଧ୍ୟାପକ...

FM କଲେଜ ଘଟଣା ପରେ ଗଣଶିକ୍ଷା ବିଭାଗର ବଡ଼ ନିର୍ଦ୍ଦେଶ, ଏବେ ସ୍କୁଲରେ…

ଭୁବନେଶ୍ୱର,୧୭।୭: ରାଜ୍ୟର ସମସ୍ତ ସରକାରୀ ସ୍କୁଲମାନଙ୍କରେ କଲେଜ ଭଳି ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ICC) ଗଠନ କରିବା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି...

ସୌମ୍ୟାଶ୍ରୀ ମୃତ୍ୟୁ: ଭକ୍ତ ଦାସ ଗିରଫ, ଆନ୍ଦୋଳନ ଭିତରେ ଆସିଲା ବଡ଼ ଖବର

ଭୁବନେଶ୍ୱର,୧୭।୭: କଂଗ୍ରେସର ଓଡ଼ିଶା ବନ୍ଦ ଡାକରା ଭିତରେ ଆସିଛି ବଡ଼ ଖବର। ପିସିସି ସଭାପତି ଭକ୍ତ ଦାସଙ୍କୁ ପୋଲିସ ଆରେଷ୍ଟ କରିଛି। ଆନ୍ଦୋଳନସ୍ଥଳରୁ ଭକ୍ତଙ୍କୁ ଉଠାଇ...

ଆନ୍ଦୋଳନ ଭିତରେ ଗର୍ଜିଲେ ସୋଫିଆ, ମୁଖ୍ୟମନ୍ତ୍ରୀ କଲେ ସିଧା ଟାର୍ଗେଟ

ଭୁବନେଶ୍ୱର,୧୭।୭: ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ ସୌମ୍ୟାଶ୍ରୀଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ରାଜ୍ୟରେ ତୀବ୍ର ଅସନ୍ତୋଷ ଓ ବିକ୍ଷୋଭ ଦେଖାଦେଇଛି। ଏହି ଘଟଣାରେ କଂଗ୍ରେସ ଆଜି...

FM ଛାତ୍ରୀ ସୌମ୍ୟାଶ୍ରୀଙ୍କ ଆତ୍ମାହୁତି ଘଟଣା: କଂଗ୍ରେସ-ସିପିଆଇର ବନ୍ଦ ପାଳନ

ପୁରୁଷୋତ୍ତମପୁର,୧୭ା୭(ସିମାଞ୍ଚଳ ମିଶ୍ର): ବାଲେଶ୍ବର ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କୁ ନ୍ୟାୟ ପ୍ରଦାନ ଦାବିରେ ପ୍ରଦେଶ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରାକୁ ନେଇ ଗଞ୍ଜାମ ଜିଲା...

ମାଡ଼ିଗଲା ଟ୍ରେନ୍‌: ଜଣେ ମୃତ, ୨ ଗୁରୁତର

ରାୟଗଡ଼ା,୧୭ା୭(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ରେଳ ଷ୍ଟେଶନରେ ଘଟିଛି ଦୁର୍ଘଟଣା। ବିଶାଖାପାଟଣାଠାରୁ ଦୁର୍ଗ ଅଭିମୁଖେ ଯାଉଥିବା ଟ୍ରେନ୍‌ ନମ୍ବର ୫୮୫୨୮ ରେଳଷ୍ଟେଶନ ପୂର୍ବରୁ ୩ ନମ୍ବର...

ରାଜଧାନୀରେ କଂଗ୍ରେସର ଗର୍ଜନ: ଭୁବନେଶ୍ୱରକୁ ମାଡ଼ି ଆସିଲେ…

ଭୁବନେଶ୍ୱର,୧୭।୭: ସୌମ୍ୟାଙ୍କ ମୃତ୍ୟୁ ଘଟଣାରେ ଓଡ଼ିଶା ସହ ଜାତୀୟ ରାଜନୀତି ସରଗରମ ରହିଛି। ଘଟଣାକୁ ନେଇ କଂଗ୍ରେସ ଆଜି ଓଡ଼ିଶାରେ ବଡ଼ ବନ୍ଦ ଡାକରା ଦେଇଛି।...

କର୍ଲାମୁଣ୍ଡାରେ ଓଡ଼ିଶା ବନ୍ଦକୁ ସ୍ବତଃପୂର୍ତ୍ତ ସମର୍ଥନ

କର୍ଲାମୁଣ୍ଡା,୧୭ା୭(ପ୍ରଦୀପ କୁମାର ସାହୁ): ବାଲେଶ୍ବର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛି କଂଗ୍ରେସ। ଗୁରୁବାର କଂଗ୍ରେସ ସମେତ ବାମ ପନ୍ଥୀ ଦଳମାନେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri