ଆଜି ଇଭିଏମ୍‌ରୁ ବାହାରିବ ପ୍ରାର୍ଥୀଙ୍କ ଭାଗ୍ୟ

ଅନୁଗୋଳ ଅଫିସ, ୨୩।୫:   ସାଧାରଣ ନିର୍ବାଚନର ଫଳାଫଳକୁ ନେଇ ଲାଗି ରହିଥିବା ଉତ୍କଣ୍ଠା ଗୁରୁବାର ଶେଷ ହେବ। ଇଭିଏମ୍‌ରେ ବନ୍ଦୀ ପ୍ରାର୍ଥୀଙ୍କ ଭାଗ୍ୟଫଳ ପ୍ରକାଶ ପାଇବା ପରେ ସବୁ ଆଶା ଆଶଙ୍କା, ଗଣିତ କଷାରେ ପୂର୍ଣ୍ଣଚ୍ଛେଦ ପଡିବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିଛି ଅନୁଗୋଳ ଜିଲା ପ୍ରଶାସନ। ଗୁରୁବାର ସକାଳ ୮ଟାରୁ ଜିଲାର ୪ ସ୍ଥାନରେ ଭୋଟ ଗଣତି ଆରମ୍ଭ ହେବ। ସମସ୍ତ କାର୍ଯ୍ୟ ନିୟମାନୁଯାୟୀ ଓ ଶାନ୍ତିଶୃଙ୍ଖଳାର ସହ ଶେଷ କରିବାକୁ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଥିବା ବ୍ୟାପକ ପ୍ରସ୍ତୁତି ଚୁଡାନ୍ତ ହୋଇଥିବା ସୂଚନା ଦିଆଯାଇଛି।
ଗତ ଏପ୍ରିଲ ୨୩ ତାରିଖରେ ଜିଲାର ୫ ନିର୍ବାଚନ ମଣ୍ଡଳୀ ପାଇଁ ମତଦାନ ହୋଇଥିଲା। ଗୁରୁବାର ଜିଲାର ମୋଟ ୪ଟି ସ୍ଥାନରେ ଭୋଟ ଗଣତି କରାଯିବ ବୋଲି ଜିଲା ନିର୍ବାଚନ କାର୍ଯ୍ୟାଳୟ ସୂତ୍ରରୁ ଜଣାଯାଇଛି। ସୂଚନା ଅନୁଯାୟୀ, ଅନୁଗୋଳ ଓ ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀର ଭୋଟ ଗଣତି ଅନୁଗୋଳ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟରେ କରାଯିବ। ମହାବିଦ୍ୟାଳୟର ନିୟୁ ବିଲ୍ଡିଂରେ ଅନୁଗୋଳ ନିର୍ବାଚନ ମଣ୍ଡଳୀର ଏବଂ ପୁରୁଣା ବିଲ୍ଡିଂରେ ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀର ଭୋଟ ଗଣତି କରାଯିବ ବୋଲି ନିର୍ବାଚନ ଅଧିକାରୀ ବାସୁଦେବ ଶତପଥୀ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ତାଳଚେର ମହାବିଦ୍ୟାଳୟରେ ତାଳଚେର ନିର୍ବାଚନ ମଣ୍ଡଳୀର ଭୋଟ ଗଣତି କରାଯିବାକୁ ଥିବାବେଳେ ପାଲଲହଡ଼ାରେ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ପାଲଲହଡ଼ା ନିର୍ବାଚନ ମଣ୍ଡଳୀର ଭୋଟ ଗଣତି କରାଯିବ। ସେହିପରି ଆଠମଲ୍ଲିକ ନିର୍ବାଚନମଣ୍ଡଳୀର ଭୋଟ ଗଣତି ଆଠମଲ୍ଲିକ ମହାବିଦ୍ୟାଳୟରେ କରାଯିବ ବୋଲି ସ୍ଥିର ହୋଇଛି। ମୋଟ ୭୮ଟି ଟେବୁଲରେ ୨୩୪ ଜଣ ସରକାରୀ କର୍ମଚାରୀ ଭୋଟ ଗଣତି କରିବେ। ଅନୁଗୋଳରେ ଭୋଟ ଗଣତି ପାଇଁ ୧୮ ଏବଂ ଛେଣ୍ଡିପଦା ପାଇଁ ୧୬ଟି ଟେବୁଲ କରାଯାଇଛି। ତାଳଚେର ଭୋଟ ଗଣତି କେନ୍ଦ୍ରରେ ୧୪ଟି ଟେବୁଲ କରାଯାଇଥିବାବେଳେ ପାଲଲହଡ଼ାରେ ୧୬ଟି ଓ ଆଠମଲ୍ଲିକରେ ୧୪ଟି ଟେବୁଲ ଭୋଟ ଗଣତି ପାଇଁ ପ୍ରସ୍ତୁତ କରାଯାଇଛି। ସେହିପରି ପୋଷ୍ଟାଲ ବାଲଟ ପାଇଁ ପ୍ରତି ନିର୍ବାଚନ ମଣ୍ଡଳୀରେ ଗୋଟିଏ ଲେଖାଏ ଟେବୁଲ କରାଯାଇଛି। ଏଥିସହ ଇଲୋକ୍ଟରାଲ ଟ୍ରାନ୍ସଫର ପୋଷ୍ଟାଲ ବାଲଟ ସିଷ୍ଟମ ପାଇଁ ବାରକୋଡ ବ୍ୟବସ୍ଥା କରାଯାଇଥିବା ସୂଚନା ଦିଆଯାଇଛି। ପ୍ରତ୍ୟେକ ଟେବୁଲରେ ଭୋଟ ଗଣତି କରୁଥିବା କର୍ମଚାରୀଙ୍କ ପାଇଁ ଜଣେ ଲେଖାଏଁ ରିଜର୍ଭ କର୍ମଚାରୀଙ୍କୁ ରଖାଯାଇଛି। ଗଣତି କେନ୍ଦ୍ରକୁ ମୋବାଇଲ ଫୋନ୍‌ କିମ୍ବା କୌଣସି ପ୍ରକାର ଇଲୋକ୍ଟଟ୍ରୋନିକ୍ସ ଡିଭାଇସ ଭୋଟ ଗଣତି କର୍ମଚାରୀ ଓ କିମ୍ବା ରାଜନୈତିକ ଦଳର ପ୍ରତିନିଧିମାନେ ନେଇ ପାରିବେ ନାହିଁ ବୋଲି ଜିଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। କେବଳ ପର୍ଯ୍ୟବେକ୍ଷକ ଓ ନିର୍ବାଚନ ଅଧିକାରୀଙ୍କ ମୋବାଇଲ ଭୋଟ ଗଣତି ପରିସରକୁ ଯାଇପାରିବ। ସମସ୍ତ କେନ୍ଦ୍ରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ଅନୁଗୋଳ ଏସ୍‌ପି ମିତ୍ରଭାନୁ ମହାପାତ୍ର ସୂଚନା ଦେଇଛନ୍ତି। ୪ଟି କେନ୍ଦ୍ରରେ ୩ ଜଣ ଆଡିସିନାଲ ଏସ୍‌ପି, ଡିଏସ୍‌ପି, ଏସ୍‌ଡିପିଓ ଓ ସମସ୍ତ ଥାନାର ଅଧିକାରୀମାନେ ମୁତୟନ ହେବେ। ଏଥିସହ ଜିଲାରେ ମୋଟ ୪ ପ୍ଲାଟୁନ ସଶସ୍ତ୍ର ସିଆରପିଏଫ ଯବାନ ମୁତୟନ କରାଯିବାକୁ ଥିବାବେଳେ ଓଡ଼ିଶା ଆର୍ମ ପୋଲିସ ଫୋର୍ସ, ୨୦ ପ୍ଲାଟୁନ ଜିଲା ପୋଲିସ, ଶହେ ହୋମଗାର୍ଡ ସୁରକ୍ଷା ବ୍ୟବସ୍ଥାରେ ରହିବେ ବୋଲି ଏସ୍‌ପି ମହାପାତ୍ର କହିଛନ୍ତି।
ଅନ୍ୟପକ୍ଷରେ ଭୋଟ ଗଣତି କେନ୍ଦ୍ରଗୁଡ଼ିକରେ ଶୀତତାପ ନିୟନ୍ତ୍ରକ ଓ ପାନୀୟ ଜଳର ବ୍ୟବସ୍ଥା ମଧ୍ୟ କରାଯାଇଛି। ପ୍ରତି କେନ୍ଦ୍ରରେ ଆଶୁ ଚିକିତ୍ସା ପାଇଁ ବ୍ୟବସ୍ଥା କରାଯିବା ସହ ସମସ୍ତ କେନ୍ଦ୍ରରେ ଆମ୍ବୁଲାନ୍ସ ମହଜୁଦ ରହିବ ବୋଲି ଜିଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି। ସେହିପରି ଅନୁଗୋଳ ଜିଲା ମୁଖ୍ୟ ଚିକିସତ୍ାଳୟରେ ମଧ୍ୟ ଗୋଟିଏ କ୍ୟାବିନ ଭୋଟ ଗଣତି କର୍ମଚାରୀଙ୍କ ପାଇଁ ରିଜର୍ଭ ରଖାଯାଇଛି।
ଅନୁଗୋଳର ୫ଟି ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ରାଜନୈତିକ ଦଳ ଓ ସ୍ବାଧୀନ ପ୍ରାର୍ଥୀ ଭାବେ ୪୨ ଜଣ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ। ସେମାନଙ୍କ ମଧ୍ୟରୁ ଅନୁଗୋଳ ନିର୍ବାଚନ ମଣ୍ଡଳୀରେ ସର୍ବାଧିକ ୧୦ ଜଣ ପ୍ରାର୍ଥୀ ଥିବାବେଳେ ପାଲଲହଡ଼ାରେ ୧୦, ଛେଣ୍ଡିପଦାରେ ୮, ତାଳଚେରରେ ୮ ଓ ଆଠମଲ୍ଲିକରେ ୬ ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅବତରଣ କରିଥିଲେ। ମୋଟ୍‌ ୧୧୬୩ଟି ମତଦାନ କେନ୍ଦ୍ରରେ ୭ ଲକ୍ଷ ୫୩ ହଜାର ୮୭୦ ଜଣ ମତଦାତା ସେମାନଙ୍କ ମତ ସାବ୍ୟସ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାଗାଲାଣ୍ଡରେ ଓଡ଼ିଆ ଯବାନ ଶହୀଦ, ରାୟଗଡ଼ାରେ ଶୋକର ଛାୟା

ରାୟଗଡ଼ା,୬।୧୦(ଜଗନ୍ନାଥ ଗୌଡ଼): ନାଗାଲାଣ୍ଡରେ ସୋମବାର ଜଣେ ଓଡ଼ିଆ ଯବାନ ଶହୀଦ ହୋଇଯାଇଛନ୍ତି। ଶହୀଦ ଯବାନ ଜଣକ ହେଲେ ରାୟଗଡ଼ାର ଭି. ତେଜା। ସେ ଭାରତୀୟ ସେନାର ଆସାମ…

ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ଉପରେ ଚଢ଼ିଗଲା ହାଇୱା, ୩….

ଗଜପତି,୬।୧୦(ଗିରିଧାରୀ ପରିଛା): ଗଜପତି ଜିଲା ରାୟଗଡ଼ ଥାନା ଅନ୍ତର୍ଗତ ବଡ଼ଗାଁ ଛକ ନିକଟରେ ମଙ୍ଗଳବାର ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ଉପରେ…

ସମୟରେ ଆସୁନାହାନ୍ତି ଡାକ୍ତର: ପାଇକମାଳ CHC ଆଗରେ ବିଧାୟିକାଙ୍କ ଧାରଣା, ଏସ୍‌ଡିଏମ୍‌ଓ ଆସି କହିଲେ…

ପାଇକମାଳ,୬।୧୦(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ନିୟୋଜିତ ଡାକ୍ତରଙ୍କ ହସ୍ପିଟାଲ ବିଳମ୍ବରେ ଆସିବା ନେଇ କିଛିଦିନ ହେଲା ରୋଗୀ ଏବଂ ସମ୍ପର୍କିୟଙ୍କ ମଧ୍ୟରେ…

ପୂର୍ତ୍ତ ବିଭାଗ EE ଅରବିନ୍ଦ ମହାନ୍ତି ଗିରଫ: ୨ଟି କୋଠା, ୨୩ ପ୍ଲଟ୍‌ ଓ ୫ ଏକରର ଫାର୍ମ ହାଉସ୍‌ ଠାବ

ବାରିପଦା/ବେତନଟୀ, ୬।୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ/ଧରଣୀଧର ମହାନ୍ତି ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୟୂରଭଞ୍ଜ ପୂର୍ତ୍ତ ବିଭାଗର ଏକ୍ସିକ୍ୟୁଟିଭ୍‌ ଇଞ୍ଜିନିୟର (EE) ଅରବିନ୍ଦ ମହାନ୍ତିଙ୍କୁ ଭିଜିଲାନ୍ସ…

ଚାମେଲୀ ଓଝାଙ୍କ ଭିଡିଓ ଉତ୍ତୋଳନ ବିବାଦରେ ନୂଆମୋଡ଼: ମହାକାଳପଡ଼ାରେ ଜାତୀୟ ମାନବାଧିକାର କମିଶନ ଟିମ୍‌

ମହାକାଳପଡ଼ା, ୬।୧୦: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବିଡିଓ କାର୍ଯ୍ୟାଳୟରେ ସରପଞ୍ଚଙ୍କ ଭିଡିଓ ଉତ୍ତୋଳନକୁ ନେଇ ହୋଇଥିବା ବିବାଦ ଏବେ ନୂଆମୋଡ଼ ନେଇଛି। ତିଖିରି ସରପଞ୍ଚ ଚାମେଲୀ…

କଣ୍ଟେନର ଖୋଲିଲା, ବାହାରିଲା ୨୦ କୁଇଣ୍ଟାଲ ଗୋମାଂସ”

ଖୋର୍ଦ୍ଧା, ୬ା୧୦ (ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ତୋଟାପଡ଼ା-ଜରିପୁଟ ରାସ୍ତା ନିକଟସ୍ଥ ଜଙ୍ଗଲରେ ଚଢ଼ଉ କରି ପୁଲିସ ଏକ କଣ୍ଟେନରରୁ ପ୍ରାୟ ୨୦ କୁଇଣ୍ଟାଲ…

ଇନଷ୍ଟାଗ୍ରାମ ଆଇଡି ହ୍ୟାକ୍ କରି ଯୁବତୀଙ୍କ ଆପତ୍ତିଜନକ ଫଟୋ ଭାଇରାଲ, ଧରାପଡିବା ପରେ…..

ଆନନ୍ଦପୁର,୬ା୧୦(ସୁଶାନ୍ତ କୁମାର ସାହୁ ): ଇନଷ୍ଟାଗ୍ରାମ ଆଇଡି ହ୍ୟାକ କରି ଜଣେ ଯୁବତୀଙ୍କ ଆପତ୍ତିଜନକ ଫଟୋ ଭାଇରାଲ କରିବା ଅଭିଯୋଗରେ ଘଷିପୁରା ପୋଲିସ ଜଣେ ଯୁବକକୁ ଗିରଫ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଛୁଇବନ୍ଧରେ ଟ୍ରକକୁ ପିଟିଲା ପିକଅପ୍, ଦୁଇ ମୃତ

ବଲାଙ୍ଗୀର,୬।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ସମ୍ବଲପୁର ଏନ୍‌ଏଚ୍‌-୨୬ର ଛୁଇଁବନ୍ଧ ନିକଟରେ ମଙ୍ଗଳବାର ସକାଳୁ ଭୟଙ୍କର ଦୁର୍ଘଟଣା ହୋଇଛି । ପିକଅପ୍ ଗାଡ଼ି ଟ୍ରକକୁ ପଛରୁ ଧକ୍କା ଦେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?