ଆଜିର ଅର୍ଥନୀତି/ଶେଷରେ ରୁଟିଟୁକୁଡ଼ା

ଯିଏ ଯେଉଁଠି ଥାନ୍ତୁ ନା କାହିଁକି କରୋନା ମହାମାରୀ ପ୍ରତ୍ୟେକ ବ୍ୟକ୍ତିଙ୍କ ହାଡ଼ ଥରାଇଦେଇଛି। ପ୍ରାୟ ୧୭୫ଟି ଦେଶରେ ଏହି ରୋଗ ବ୍ୟାପିଛି। ସର୍ବୋତ୍ତମ ସ୍ବାସ୍ଥ୍ୟ ଭିତ୍ତିଭୂମି ଥିବା ବିଶ୍ୱର କେତେକ ଉନ୍ନତ ଦେଶ ଯଥା ଆମେରିକା, ଇଟାଲୀ, ସ୍ପେନ, ଜର୍ମାନୀ, ଫ୍ରାନ୍ସ ଏବଂ ବ୍ରିଟେନ ସର୍ବାଧିକ ଆକ୍ରାନ୍ତ ହୋଇଛନ୍ତି। ପ୍ରାୟ ୫ ଲକ୍ଷ ଲୋକ ଏହି ଭୂତାଣୁଦ୍ୱାରା ପ୍ରଭାବିତ ହୋଇଛନ୍ତି। ଏପର୍ଯ୍ୟନ୍ତ ସାରା ବିଶ୍ୱରେ ଏହି ମହାମାରୀରେ ପ୍ରାୟ ୨୨,୦୦୦ ଲୋକ ମଲେଣି। ଏହି ରୋଗର ଆର୍ଥିକ ପ୍ରଭାବ ଯେକୌଣସି ଜାତୀୟ ବିପତ୍ତିଠାରୁ ଅଧିକ। ତେଣୁ କରୋନା ଭୂତାଣୁଜନିତ ପ୍ରଭାବକୁ ମୁକାବିଲା କରିବା ପାଇଁ ବିଶ୍ୱର ସମସ୍ତ ପ୍ରମୁଖ ଅର୍ଥନୀତି ଦୀର୍ଘକାଳୀନ ଅର୍ଥନୈତିକ ପଦକ୍ଷେପ ନେଲେଣି। ଏହି ମାସ ଆରମ୍ଭରେ ଆମେରିକାର ଫେଡେରାଲ ରିଜର୍ଭ ଶସ୍ତା ସୁଧହାରରେ ଲୋକଙ୍କ ପାଇଁ ଋଣ ଉପଲବ୍ଧ କରାଇବା ନିମନ୍ତେ ରେକର୍ଡ ୧ ପ୍ରତିଶତ ହ୍ରାସ କରିଥିଲା। ଶୁଣାଯାଉଛି ଫେଡ୍‌ ଏହାକୁ ଆହୁରି କାଟିପାରେ, ଯାହାଫଳରେ ସୁଧହାର ଶୂନ ହୋଇଯିବ। ବ୍ରିଟେନ, ଫ୍ରାନ୍ସ, ଚାଇନା, ଜାପାନ ଓ ଜର୍ମାନୀ କୋଭିଡ୍‌-୧୯ର ପ୍ରଭାବକୁ ମୁକାବିଲା କରିବା ପାଇଁ ଆର୍ଥିକ ପ୍ୟାକେଜ୍‌ ଘୋଷଣା କରିଛନ୍ତି। ଏଭଳି ଦୁଃସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ଙ୍କ ଉପରେ ସମସ୍ତଙ୍କ ନଜର ରହିଥିଲା, ଯିଏ ଖୁବ୍‌ଶୀଘ୍ର ଏକ ଉତ୍ସାହପ୍ରଦ ପ୍ୟାକେଜ ଘୋଷଣା କରିବେ ବୋଲି ପ୍ରକାଶ କରିଥିଲେ। ଏହାକୁ ଘୋଷଣା କରିବାକୁ ସରକାର ବହୁତ ସମୟ ନେଲେ ଏବଂ ଶେଷରେ ଯାହା ଘୋଷଣା କଲେ ତାହା ନୈରାଶ୍ୟଜନକ।
ପ୍ରଧାନମନ୍ତ୍ରୀଙ୍କ ଗରିବ କଲ୍ୟାଣ ଯୋଜନା ଅଧୀନରେ ସରକାର ୧.୭୦ ଲକ୍ଷ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଏହା ଅଧୀନରେ ପ୍ରତ୍ୟେକ ହିତାଧିକାରୀଙ୍କୁ ୨୦୦୦ ଟଙ୍କା ପର୍ଯ୍ୟନ୍ତ ପ୍ରଦାନ କରାଯିବ। କୃଷକମାନଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ କିଷାନ ଯୋଜନାରେ ମିଳିବାକୁ ଥିବା ୬୦୦୦ ଟଙ୍କା ମଧ୍ୟରୁ ୨୦୦୦ ଟଙ୍କାର କିସ୍ତି ଦିଆଯିବ। ଜବ୍‌ କାର୍ଡଧାରୀଙ୍କ ପାଇଁ ମଜୁରୀ ୧୮୨ରୁ ୨୦୨ ଟଙ୍କାକୁ ବୃଦ୍ଧି କରାଯାଇଛି। ବାର୍ଷିକ ୨୦୦୦ ଟଙ୍କା ଭତ୍ତା ହେଲେ ମାସକୁ ପଡ଼ିଲା ୧୬୭ ଟଙ୍କା ଏବଂ ଦିନକୁ ପଡ଼ିଲା ୫.୪୭ ଟଙ୍କା, ଯାହା ହାସ୍ୟାସ୍ପଦ। ପେନସନଭୋଗୀ ଏବଂ ଭିନ୍ନକ୍ଷମଙ୍କ ପାଇଁ ଦୁଇଟି କିସ୍ତିରେ ୧୦୦୦ ଟଙ୍କା ମିଳିବ। ଜନଧନ ଆକାଉଣ୍ଟ ଥିବା ମହିଳାମାନଙ୍କ ପାଇଁ ତିନି ମାସରେ ୧୫୦୦ ଟଙ୍କା ଦିଆଯିବ। ପ୍ରତ୍ୟେକ ଉଜ୍ଜ୍ୱଳା ହିତାଧିକାରୀଙ୍କୁ ତିନିଟି ଗ୍ୟାସ୍‌ ଭର୍ତ୍ତି ସିଲିଣ୍ଡର ତିନିମାସରେ ମିଳିବ। ସ୍ବୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବନ୍ଧକମୁକ୍ତ ଋଣ ଦେବାକୁ ସରକାର ଯେଉଁ ଘୋଷଣା କରିଛନ୍ତି, ତାକୁ ମାନିବାକୁ କିଛି ବ୍ୟାଙ୍କ ଅନିଚ୍ଛା ପ୍ରକାଶ କରିବେ। ଇପିଏଫ୍‌ ପାଇଁ ଉଭୟ କର୍ମଚାରୀ ଏବଂ ନିଯୁକ୍ତିଦାତାର ଅବଦାନ ସରକାର ତିନିମାସ ପାଇଁ ଦେବେ। ପୁଣି ଘୋଷଣା କରାଯାଇଛି- କର୍ମଚାରୀମାନେ ପିଏଫ୍‌ରେ ନିଜସ୍ବ ଜମା ଅର୍ଥର ୭୫ ପ୍ରତିଶତ କିମ୍ବା ତିନି ମାସର ବେତନ ମଧ୍ୟରୁ ଯେଉଁଟା କମ୍‌ ତାକୁ ଉଠାଇବାର ଅନୁମତି ପାଇବେ। ଏହା ପିଏଫ୍‌ ଧାରକମାନଙ୍କ ପାଇଁ ଏକ ଲଲିପପ୍‌ ଛଡ଼ା ଅଉ କିଛି ନୁହେଁ। ଶେଷରେ ନିର୍ମାଣ ଶ୍ରମିକମାନଙ୍କୁ ସାହାଯ୍ୟ କରିବାକୁ ସେମାନଙ୍କ ପାଇଁ ସୃଷ୍ଟି ହୋଇଥିବା ୩୧,୦୦୦ କୋଟି ଟଙ୍କା କଲ୍ୟାଣ ପାଣ୍ଠିର ଉପଯୋଗ କରିବାକୁ ରାଜ୍ୟ ସରକାରଗୁଡ଼ିକୁୁ ନିର୍ଦ୍ଦେଶ ଦିଆଯାଇଛି। ଜାତୀୟ ଖାଦ୍ୟ ସୁରକ୍ଷା ଅଧୀନରେ ଲୋକଙ୍କୁ ଅତିରିକ୍ତ ୫ କିଲୋଗ୍ରାମ୍‌ ଗହମ ବା ଚାଉଳ ଏବଂ ଏକ କିଲୋଗ୍ରାମ୍‌ ଡାଲି ଦିଆଯିବ। ତେବେ ଉକ୍ତ ଘୋଷଣାଗୁଡ଼ିକ ମଧ୍ୟରୁ ଏକମାତ୍ର ଲାଭଦାୟକ ଘୋଷଣାଟି ହେଉଛି- କରୋନା ଭାଇରସ ବିରୋଧରେ ଲଢ଼େଇ କରିବାକୁ ନିୟୋଜିତ ୨୦ ଲକ୍ଷ ଡାକ୍ତର, ପାରାମେଡିକାଲ କର୍ମୀ ଏବଂ ଆଶାକର୍ମୀଙ୍କ ପାଇଁ ୫୦ ଲକ୍ଷ ଟଙ୍କାର ମେଡିକାଲ ବୀମା କଭର। କିନ୍ତୁ ସେମାନେ ସମ୍ମୁଖୀନ ହେଉଥିବା ବିପଦକୁ ବିଚାରକୁ ନେଲେ ଏହି ପରିମାଣ ମଧ୍ୟ ବଡ଼ ନୁହେଁ।
ଉପରୋକ୍ତ ପରିମାଣ କେବଳ ଗରିବ ଲୋକଙ୍କ ଉପରକୁ ଫୋପାଡି ଦିଆଯାଉଥିବା ରୁଟିଟୁକୁଡ଼ା ପରି। ପ୍ୟାକେଜ୍‌ରେ କୌଣସି ଦୂରଦୃଷ୍ଟି ନାହିଁ। ଦେଶର ଅର୍ଥନୀତି ପାଇଁ କିଛି ନାହିଁ। କୌଣସି ଶିଳ୍ପ କିମ୍ବା କ୍ଷେତ୍ର ପାଇଁ କୌଣସି ଯୋଜନା କିମ୍ବା ଲାଭ ନାହିଁ। ୫୦ କୋଟି ମିଡିଲ କ୍ଲାସ୍‌ ଟିକସଦାତାଙ୍କ ପାଇଁ କିଛି ନାହିଁ। ସ୍ଥଗିତ ଇଏମ୍‌ଆଇ କିମ୍ବା ସୁଧ ସବ୍‌ଭେନ୍ସନ ଦୃଷ୍ଟିରୁ ସେମାନଙ୍କ ପାଇଁ କୌଣସି ଲାଭ ନାହିଁ। ସୁତରାଂ ମଙ୍ଗଳବାର ଅର୍ଥମନ୍ତ୍ରୀ କିଛି ପ୍ରଦାନ କରିବାକୁ ବାହାରିଥିଲେ, କିନ୍ତୁ ତାଙ୍କ ମୁଣାରୁ ଯାହା ବାହାରିଲା ତାହା ଥିଲା କେବଳ କିଛି ମଟରଭଜା ସଦୃଶ। ଟିକସଦାତାଙ୍କ ପାଇଁ କିଛି ନାହିଁ, କେବଳ ସେମାନେ ତାଙ୍କ ରିଟର୍ଣ୍ଣ ଫାଇଲ ଦାଖଲ କରିବାକୁ ଅତିରିକ୍ତ ୯୦ ଦିନର ମହଲତ ଯାହା ପାଇଲେ। ଲୋକମାନେ ସାମ୍ନା କରୁଥିବା ଗୁରୁତର ସଙ୍କଟକୁ ଦେଖିଲେ ଏଟିଏମ୍‌ ଫି ଛାଡ ହାସ୍ୟାସ୍ପଦ। ପୂର୍ବରୁ କିଛି ନୂତନ ଘରୋଇ ବ୍ୟାଙ୍କ ଏହି ସେବା ପ୍ରଦାନ କରୁଛନ୍ତି। ଅଧିକନ୍ତୁ, ଡିଜିଟାଲ ବ୍ୟାଙ୍କିଙ୍ଗ୍‌ ଯୁଗରେ ଏବଂ ଏକାଧିକ ବ୍ୟାଙ୍କ ଆକାଉଣ୍ଟ ଥିବା ଲୋକଙ୍କ ସହିତ, ଏଟିଏମ୍‌ ଫି ଅନେକ ଦିନ ହେଲା ଆଉ କାହା ପାଇଁ ବ୍ୟସ୍ତତାର କାରଣ ହୋଇ ରହିନାହିଁ। ପ୍ରଥମତଃ ଏଭଳି ଫି ଲାଗୁ କରିବା ବ୍ୟାଙ୍କଗୁଡ଼ିକର ଭୁଲ୍‌ ଥିଲା। ତେଣୁ, ଏହାକୁ ସବୁଦିନ ପାଇଁ ଉଠାଇଦେବା ପରିବର୍ତ୍ତେ, ଅର୍ଥମନ୍ତ୍ରୀ କେବଳ ତିନିମାସ ପାଇଁ ଛାଡ କରିଛନ୍ତି। ଏହି ସରକାର ସବୁବେଳେ ଅର୍ଥନୈତିକ ବା ଅନ୍ୟ ଯେକୌଣସି ପ୍ରକାର ବିପଦ ସମୟରେ ପଦକ୍ଷେପ ନେବାକୁ ବିଳମ୍ବ କରିଆସୁଛନ୍ତି। ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବେ କ’ଣ ଅନେକ ସମୟରେ ବିପଦ ଅଛି ବୋଲି ବି ସରକାର ସ୍ବୀକାର କରନ୍ତି ନାହିଁ। ଅର୍ଥନୈତିକ ମାନ୍ଦାବସ୍ଥା ସମୟରେ ସରକାର ଏପରି କରିଥିଲେଏବଂ ଏବେ ତା’ର ପୁନରାବୃତ୍ତି କରୁଛନ୍ତି। ବର୍ତ୍ତମାନ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଉପରେ ଯାହା ଆଶା ରହିଲା, ଯାହାର ଆସନ୍ତା ଏପ୍ରିଲ ୩ ତାରିଖରେ ପରବର୍ତ୍ତୀ ଆର୍ଥିକ ସମୀକ୍ଷା ବୈଠକ ରହିଛି। ଆମେ ଆଶା କରୁଛୁ ବିଶ୍ୱରେ ଋଣ ପ୍ରଦାନକାରୀ ଇକୋସିଷ୍ଟମ୍‌କୁ ଠିକ୍‌ କରିବା ପାଇଁ ବ୍ୟାଙ୍କ ୫୦ ବେସିସ୍‌ ପଏଣ୍ଟରୁ ୧୦୦ ବେସିସ୍‌ ପଏଣ୍ଟ ମଧ୍ୟରେ ରେପୋ ରେଟ୍‌ ହ୍ରାସ କରିବ। ରୁଟି ଟୁକୁଡ଼ା ଫିଙ୍ଗିଲେ କିଛି ହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବୁଦ୍ଧ ମହାପୁରୁଷଗଣ ଶରଣ୍ୟ

ଜନାର୍ଦ୍ଦନ ବନ୍ଦ୍ୟୋପାଧ୍ୟାୟ ପୂର୍ବ ପ୍ରବନ୍ଧରେ (ଧରିତ୍ରୀ୯ା୧) ଆମେ ଆର୍ଯ୍ୟ ପଞ୍ଚବର୍ହିଃ ବା ମୌଳିକ ହିନ୍ଦୁ ଦର୍ଶନର ପ୍ରଥମ ଶ୍ଲୋକଟି ବିଷୟରେ ଆଲୋଚନା କରିଛୁ। ଏହାର ଦ୍ୱିତୀୟ...

ପୋଲିସ ପାଖରେ ରହୁନି ବିଦେଶୀଙ୍କ ତଥ୍ୟ

ଯୁଧିଷ୍ଠିର ମହାରଣା ସର୍ବଭାରତୀୟ ସ୍ତରରେ ଓଡ଼ିଶା ପୋଲିସର ଦକ୍ଷତା, ପ୍ରତିବଦ୍ଧତା, ସାଧୁତା ଓ କର୍ତ୍ତବ୍ୟନିଷ୍ଠା ଯଥେଷ୍ଟ ଆଗରେ। ଅନେକ ଘଡ଼ିସନ୍ଧି ମୁହୂର୍ତ୍ତ ଓ ପ୍ରତିକୂଳ ପରିବେଶରେ...

କୋଭିଡ୍‌-୧୯ରୁ ଶିକ୍ଷା

ପ୍ରଫେସର ରମେଶ ଚନ୍ଦ୍ର ପରିଡ଼ା ଆଖିକୁ ଦିଶୁ ନ ଥିବା କ୍ଷୁଦ୍ରାପି କ୍ଷୁଦ୍ର ଭୂତାଣୁଟିଏ। ହେଲେ ତା’ର ପ୍ରକୋପ ପୁଣି ଏତେ ଯେ, ଗ୍ରହ-ଗ୍ରହାନ୍ତର ଜୟ...

ନିର୍ବାଚନରେ ଧର୍ମୀୟଭାବନା

କ’ଣ ପାଇଁ ଆମେ ଭୋଟ ଦେଉଛୁ। ପଞ୍ଜାବ, ମଣିପୁର, ଗୋଆ, ଉତ୍ତରାଖଣ୍ଡ ଓ ଉତ୍ତରପ୍ରଦେଶର ନିର୍ବାଚନ ଫଳାଫଳ ପାଖେଇ ଆସୁଥିବାରୁ ଏଭଳି ପ୍ରଶ୍ନ ଉପରେ ଆମକୁ...

ଅଲୋଡ଼ା ମାତାପିତା

କେନ୍ଦ୍ର ସରକାର ଦେଶର ସବୁ ଜିଲାରେ ବୃଦ୍ଧାଶ୍ରମ ସ୍ଥାପନ କରିବା ପାଇଁ ଯୋଜନା କରୁଛନ୍ତି । ସ୍ଥାନୀୟ ଏନ୍‌ଜିଓଗୁଡ଼ିକ ସହଯୋଗରେ ଏହା ନିର୍ମାଣ କରିବା ଲାଗି...

ଏଇ ଭାରତରେ

ଭାରତୀୟ ସମରକଳାକୁ ବଞ୍ଚାଇ ରଖିବା ଲାଗି କେରଳର ଜଣେ ଅବସରପ୍ରାପ୍ତ ପୋଲିସଙ୍କ ତ୍ୟାଗ ପ୍ରଶଂସନୀୟ। କେ.ଭି. ମହମ୍ମଦ ଗୁରୁକ୍କଲ କେରଳ ପୋଲିସରେ ୩୨ ବର୍ଷ ଚାକିରି...

ଚାଲିଛି ମୃତ୍ୟୁର ବେପାର

ଈପ୍ସିତା ମହାନ୍ତି ଭାରତୀୟ ଗ୍ରନ୍ଥଗୁଡ଼ିକରେ ଆଜିର ଯୁଗକୁ କଳିଯୁଗ ବୋଲି କୁହାଯାଇଛି। ହେଲେ ବିଭିନ୍ନ ଅନୁସନ୍ଧାନାତ୍ମକ ତଥ୍ୟ କହୁଛି ଆଜିର ଯୁଗ ହେଉଛି ଭେଜାଲ ବା...

ଏଇ ଭାରତରେ

ପ୍ରଶାସନିକ କାର୍ଯ୍ୟର ବ୍ୟସ୍ତତା ମଧ୍ୟରେ ଅଦରକାରୀ ପ୍ଲାଷ୍ଟିକ ବୋତଲରେ ଏକ ପାଇଖାନା ନିର୍ମାଣ କରିବାରେ ଆସାମର ଆଇଏଏସ୍‌ ଅଧିତ୍କାରୀ ଲକ୍ଷ୍ମୀପ୍ରିୟା ଏମ.ଏସ୍‌ ଏକ ଉଦାହରଣ ସୃଷ୍ଟି...

Advertisement
Archives

Model This Week