ଆଗ ଥଇଥାନ, ପରେ ଉଚ୍ଛେଦ: ମେଳି କରି ଦାବି କଲେ ବ୍ୟବସାୟୀ

ବାଲେଶ୍ୱର ଅଫିସ, ୨୦।୯-ବାଲେଶ୍ୱର ଓଟିରୋଡ୍‌ର କୁରୁଡ଼ା ବାଇପାସ୍‌ରୁ ରେମୁଣା ଗୋଲେଇ ପର୍ଯ୍ୟନ୍ତ ରାସ୍ତାର ସମ୍ପ୍ରସାରଣ ପାଇଁ ଉଭୟପାର୍ଶ୍ୱରେ ଜବରଦଖଲକାରୀ ଦୋକାନୀଙ୍କୁ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯିବା ପାଇଁ ବାଲେଶ୍ୱର ପ୍ରଶାସନ ପକ୍ଷରୁ ଅଭିଯାନ ଆରମ୍ଭ ହୋଇଛି। ବିଭିନ୍ନ ବ୍ୟବସାୟୀ ସଂଘ ପକ୍ଷରୁ ଏହାକୁ ବିରୋଧ କରାଯାଇଛି। ଗୁରୁବାର ସନ୍ଧ୍ୟାରେ ଆଇଟିଆଇସ୍ଥିତ ଇଡ୍‌କୋ ଛକରେ ବ୍ୟବସାୟୀମାନେ ଏକ ମେଳି କରି ଏଥିରେ ୭୦ରୁ ଊର୍ଦ୍ଧ୍ୱ ଦୋକାନୀ ସାମିଲ ହୋଇଥିଲେ। ଦୀର୍ଘଦିନ ଧରି ବ୍ୟବସାୟ କରି ପରିବାର ଭରଣପୋଷଣ କରୁଥିବାରୁ ପ୍ରଶାସନ ପ୍ରଥମେ ଥଇଥାନ କରି ଉଚ୍ଛେଦ କରିବା ପାଇଁ ଦାବି ହୋଇଛି।
ପ୍ରଶାସନ ପକ୍ଷରୁ ଆସନ୍ତା ୨୦, ୨୧ ଓ ୨୨ ତାରିଖରେ ଆଇଟିଆଇରୁ ତାମୁଳିଆ ଫାଟକ ପର୍ଯ୍ୟନ୍ତ ଥିବା ୭୦ରୁ ଊର୍ଦ୍ଧ୍ୱ ଦୋକାନୀଙ୍କୁ ଉଚ୍ଛେଦ କରିବା ପାଇଁ ଗତ ଦୁଇଦିନ ଧରି ଡାକବାଜି ଯନ୍ତ୍ର ଦ୍ୱାରା ବାରମ୍ବାର ସୂଚିତ କରାଯାଇଛି। ରାସ୍ତାର ଉଭୟପାର୍ଶ୍ୱରେ ସରକାରୀ ଜାଗାରେ ପକାଇଥିବା ଗୁମୁଟି ଏବଂ ବେଆଇନ ଭାବେ ନିର୍ମାଣ କରିଥିବା ପକ୍କା ଦୋକାନ ଘରକୁ ଭାଙ୍ଗି ସ୍ବଇଚ୍ଛାରେ ନିଜର ଜିନିଷପତ୍ର ନେଇଯିବା ପାଇଁ ନିବେଦନ କରାଯାଇଛି। ପୂର୍ବରୁ ଆରମ୍ଭ ହୋଇଥିବା ଉଚ୍ଛେଦ ପ୍ରକ୍ରିୟାକୁ ଦୋକାନୀମାନଙ୍କ ଅନୁରୋଧକ୍ରମେ ପ୍ରଶାସନ କିଛିଦିନ ସମୟ ଦେଇଥିଲା। କିନ୍ତୁ ଦୋକାନୀମାନେ ଏଥିରେ ସହଯୋଗ ନ କରି ମିଳିତ ଭାବେ ବିରୋଧ କରିବା ଆରମ୍ଭ କରିଛନ୍ତି। ବୈଠକରେ ପୂର୍ବତନ ସଦର ବିଧାୟକ ଅରୁଣ ଦେ, ଭାଜପା ନଗର ସଭାପତି ସୀତାକାନ୍ତ ସ୍ବାଇଁ, ପୂର୍ବତନ କାଉନ୍‌ସିଲର ଚିତ୍ତରଞ୍ଜନ ପଣ୍ଡା, ଯୁବନେତା ମନୋଜ ପୋଦ୍ଦାର ଏବଂ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା ଯୋଗଦେଇ ଭିନ୍ନ ଭିନ୍ନ ମତ ରଖିଥିଲେ। ବିଧାୟକ ପରିଡ଼ାଙ୍କ କହିବାନୁସାରେ ବ୍ୟବସାୟୀମାନଙ୍କର ଥଇଥାନ କଥା ପ୍ରଶାସନ ଚିନ୍ତା କରିବା ଉଚିତ୍‌। ସେହିପରି ପୂର୍ବତନ ବିଧାୟକ ଦେ ମଧ୍ୟ ଆଗ ଥଇଥାନ ପରେ ଉଚ୍ଛେଦ ଉପରେ ଗୁରୁତ୍ୱ ଦେଇଥିଲେ। ଆୟୋଜିତ ବୈଠକ ଗଗନ ସେଠୀଙ୍କ ନେତୃତ୍ୱରେ ହୋଇଥିବାବେଳେ ବହୁ ଦୋକାନୀ ଏଥିରେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକଳ୍ପ ଅଛି : ପାଣି ଆସୁନି, ଅସୁବିଧା ଭୋଗୁଛନ୍ତି ୮ ୱାର୍ଡ଼ର ଲୋକେ

ନୟାଗଡ଼ ଅଫିସ/ରଣପୁର (ସ୍ବ.ପ୍ର.)୨୭ା୫:  ପାନୀୟ ଜଳ ପ୍ରକଳ୍ପ ଥିଲେ ମଧ୍ୟ ଏହା କାର୍ଯ୍ୟକ୍ଷମ ହେଉ ନାହିଁ। ଫଳରେ ନୟାଗଡ଼ ଜିଲା ରଣପୁର ବ୍ଲକ ଅନ୍ତର୍ଗତ କୁଳାସର,...

ସଂରକ୍ଷିତ ଜଙ୍ଗଲରେ ହାତୀ ଶାବକ ମୃତ

ନୂଆଗାଁ, ୧୭।୧୦ (ଡି.ଏନ୍‌.ଏ.)- ସୁନ୍ଦରଗଡ଼ ଜିଲା ନୂଆଗାଁ ବ୍ଲକ ବୀରମିତ୍ରପୁର ବନାଞ୍ଚଳ ଅନ୍ତର୍ଗତ ହାତୀବାରୀ ଧୁମାଗୁଡା ନିକଟସ୍ଥ ରାଣୀବଗିଚା ସଂରକ୍ଷିତ ଜଙ୍ଗଲରେ ଗୁରୁବାର ଏକ ହାତୀ...

ବଡ଼ବିଲ କୋର୍ଟ ମାଜିଷ୍ଟ୍ରେଟ୍‌ଙ୍କ ବଦଳି: ଖାଲି ପଡ଼ିଲା ପଦବୀ, କାର୍ଯ୍ୟ ବାଧାପ୍ରାପ୍ତ

ବଡ଼ବିଲ,୨୬ା୬(ସ୍ବ.ପ୍ର.) : କେନ୍ଦୁଝର ଜିଲା ବଡ଼ବିଲସ୍ଥିତ ସିଭିଲ ଜଜ୍‌ କମ୍‌ ଜେଏମ୍‌ଏଫ୍‌ସି(ଜୁଡିସିଆଲ ମାଜିଷ୍ଟ୍ରେଟ ଫାଷ୍ଟ କ୍ଲାସ) କୋର୍ଟର ମାଜିଷ୍ଟ୍ରେଟ ଆଲୋକ ପଣ୍ଡାଙ୍କର କୋରାପୁଟ ସେମିଳିଗୁଡ଼ାକୁ ବଦଳି...

ଖାଏଦ୍‌ ସୁରକ୍ଷା, ଆବାସ ଯୋଜନାରୁ ବଁଚିତ୍‌ ଦିବ୍ୟାଙ୍ଗ ଭାଇବହେନ

ପର୍ଲା, ୫।୩ (ଡି.ଏନ୍‌.ଏ.)- ସରକାର ଗରିବ୍‌ ଦୁଖି, ଦିବ୍ୟାଙ୍ଗମାନକର ଲାଗି ମାଲମାଲ ଯୋଜନା କାଯ୍‌କାରୀ କରୁଛନ୍‌। ହେଲେ ଅନେକ ଜାଗାରେ ପରଶାସନିକ ଅଧ୍‌କାରୀ, କରମ୍‌ଚାରୀକଁର ଅନ୍‌ଦେଖା...

କୋଭିଡ୍‌-୧୯ ଆମ୍ବୁଲାନ୍ସ ଧକ୍କାରେ ଚାଲିଗଲା ମହିଳାଙ୍କ ଜୀବନ

ବ୍ରହ୍ମପୁର ଅଫିସ,୧୦ା୬: ଏମ୍‌କେସିଜି ମେଡିକାଲ କାଜୁଆଲଟି ପରିସରରେ ବୁଧବାର ମଧ୍ୟାହ୍ନରେ ଏକ ଅଘଟଣ ଘଟିଛି। ମେଡିକାଲରୁ ଜଣେ କରୋନା ପଜିଟିଭ୍‌ ରୋଗୀଙ୍କୁ ନେଇ କୋଭିଡ୍‌ ହସ୍ପିଟାଲରେ...

ଶ୍ରୀମନ୍ଦିର ଖୋଲିବା ନେଇ ଜାରି ହେଲା ଏସ୍‌ଓପି: ୧୬ରୁ ଜଗା ଦର୍ଶନ

ପୁରୀ ଅଫିସ,୧୧ା୮: ଶ୍ରୀମନ୍ଦିର ଖୋଲିବା ନେଇ ଏସ୍‌ଓପି ଜାରି ହୋଇଛି। ଗୁରୁବାରଠୁ ଦୁଇଦିନ ସେବାୟତମାନଙ୍କ ପରିବାରକୁ ଦର୍ଶନ ପାଇଁ ଅନୁମତି ରହିଛି। ଆସନ୍ତା ୧୬ରୁ ୨୦...

ଶଟ୍‌ଡାଉନ ପ୍ରତ୍ୟାହାର ପରେ ଲକ୍‌ଡାଉନ କଡାକଡି: ୬୭ ଗାଡି ଜବତ, ୭୩ ହଜାର ଜରିମାନା ଆଦାୟ

ବାଲେଶ୍ୱର ଅଫିସ,୨୬।୪-ମହାମାରୀ କରୋନା ସାରା ବିଶ୍ୱରେ ଭୟାବହ ପରିସ୍ଥିତି ସୃଷ୍ଟି କରିଛି। ବାଲେଶ୍ୱର, ଭଦ୍ରକ, ଯାଜପୁର ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହାକୁ ନଜରରେ...

ବ୍ରହ୍ମପୁରରେ ପୋଲିସ ଡିଜି: ଅପରାଧ ସ୍ଥିତି, ମାଓବାଦୀ ଗତିବିଧି, ୫ଟି ଉପରେ ସମୀକ୍ଷା

ବ୍ରହ୍ମପୁର ଅଫିସ,୯ା୨-ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଅଭୟ ଶନିବାର ବ୍ରହ୍ମପୁର ଗସ୍ତରେ ଆସି ଦକ୍ଷିଣାଞ୍ଚଳ ରେଞ୍ଜ ଡିଆଇଜିଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ୫ ପୋଲିସ ଜିଲାର...

Advertisement
Archives

Model This Week