Posted inଜାତୀୟ

ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍‌ଓ୍ବେରେ ଦୁର୍ଘଟଣା: ୧୪ ମୃତ, ୨୫ ଆହତ

ଫିରୋଜାବାଦ,୧୪।୨(ପି.ଟି.):ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍‌ଓ୍ବେରେ ଏକ ବସ୍‌ ରାସ୍ତା ପାର୍ଶ୍ୱରେ ଛିଡ଼ାହୋଇଥିବା ଏକ ଟ୍ରକ୍‌କୁ ଧକ୍କା ଦେବାରୁ ୧୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୨୫ ଜଣ ଆହତ ହୋଇଛନ୍ତି। ବୁଧବାର ରାତିରେ ଏହି ଦୁର୍ଘଟଣା ଘଟିଛି। ଆହତମାନଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଡବଲ ଡେକର ବସ୍‌ଟି ଦିଲ୍ଲୀରୁ ବିହାରର ମୋତିହାରି ଯାଉଥିଲା। ଏଥିରେ ପାଖାପାଖି ୫୦ ଯାତ୍ରୀ ଥିଲେ ଓ ସମସ୍ତେ ବିହାରର ବୋଲି ଜଣାପଡିଛି। ନଗଲା ଖାନଗର ଥାନା ଅଞ୍ଚଳରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା ବୋଲି ଏସ୍‌ପି ରାଜେଶ କୁମାର କହିଛନ୍ତି। ଟ୍ରକ୍‌ ହେଲ୍‌ପର ମଧ୍ୟ ଆହତ ହୋଇଛନ୍ତି। ସେ ରାସ୍ତା ପାର୍ଶ୍ୱରେ ଟ୍ରକ୍‌ ରଖି ପଙ୍କ୍‌ଚର ହୋଇଥିବା ଚକାକୁ ଖୋଲୁଥିବାବେଳେ ଦ୍ରୁତଗାମୀ ବସ୍‌ ଧକ୍କା ଦେଇଥିଲା ବୋଲି କହିଛନ୍ତି। ଆହତମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇଦେବା ଲାଗି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜିଲା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୃତକମାନଙ୍କ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇବା ସହ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିନା ପୁରୁଷ ସାଥିରେ ୪୦୦୦ ମହିଳା କରିଛନ୍ତି ହଜ ଯାତ୍ରା: ମୋଦି

ନୂଆଦିଲ୍ଲୀ,୩୦।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାଙ୍କର ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଏଥର ହେଉଛି ୧୦୩ ତମ...

ଗାନ୍ଧିଧାମ-ପୁରୀ ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ

ମୁମ୍ବାଇ,୨୯।୧: : ଗାନ୍ଧିଧାମ-ପୁରୀ ଏକ୍ସପ୍ରେସ୍‌ ଗାଡି ନଂ- ୧୨୯୯୩ରେ ଭୟଙ୍କର ଅଗ୍ନିକାଣ୍ଡ । ମହାରାଷ୍ଟ୍ର ନନ୍ଦୁରବର ଷ୍ଟେସନକୁ ପଶୁଥିବା ବେଳେ ଶନିବାର ଏହି ଘଟଣା ଘଟିଛି।...

ଏନ୍‌.ରାଙ୍ଗାସ୍ବାମୀ ପଣ୍ଡିଚେରୀ ମୁଖ୍ୟମନ୍ତ୍ରୀ

ପଣ୍ଡିଚେରୀ, ୮।୫(ଆଇଏଏନ୍‌ଏସ୍‌): ଅଖିଳ ଭାରତ ଏନ୍‌ଆର୍‌ କଂଗ୍ରେସ (ଏଆଇଏନ୍‌ଆର୍‌ସି)ର ପ୍ରତିଷ୍ଠାତା ନେତା ଏନ୍‌. ରାଙ୍ଗାସ୍ବାମୀ ଶୁକ୍ରବାର ଚତୁର୍ଥ ଥର ପାଇଁ ପଣ୍ଡିଚେରୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ...

ଆରଆର୍‌ଏସ୍‌ କାର୍ଯ୍ୟକର୍ତ୍ତାଙ୍କୁ ନିର୍ମମ ହତ୍ୟା

ଥିରୁଭାନନ୍ତପୁରମ୍‌,୧୫।୧୧: କେରଳର ପାଲକ୍କଡ ଜିଲାରେ ରାଷ୍ଟ୍ରିୟ ସ୍ବୟଂ ସେବକ ସଂଗଠନ (ଆରଏସଏସ) କାର୍ଯ୍ୟକର୍ତ୍ତାଙ୍କୁ ସୋମବାର ଛୁରି ଭୁସି ହତ୍ୟା କରାଯାଇଛି। ମୃତ ବ୍ୟକ୍ତିଙ୍କ ଜଣଙ୍କ ହେଲେ...

୮୦ ଘଣ୍ଟାର ଅପରେଶନ : ବୋର୍‌ଓ୍ବେଲରୁ ସୁଜିତ୍‌ଙ୍କ ମୃତଦେହ ଉଦ୍ଧାର

ତିରୁଚିରାପଲ୍ଲୀ/ଚେନ୍ନାଇ ୩୦ା୧୦(ପି.ଟି.): ଦୀର୍ଘ ୮୦ ଘଣ୍ଟାର ରେସ୍କ୍ୟୁ ଅପରେଶନ ସତ୍ତ୍ୱେ ତାମିଲନାଡ଼ୁର ନଡ଼ୁକଟ୍ଟାପୁଟ୍ଟି ବୋର୍‌ଓ୍ବେଲରେ ଖସିପଡ଼ିଥିବା ୨ ବର୍ଷର ଶିଶୁ ସୁଜିତ୍‌ ଓ୍ବିଲିୟମଙ୍କୁ ଜୀବିତ ଉଦ୍ଧାର...

୨୦୨୪ ନିର୍ବାଚନ ପାଇଁ କମିଟି ଗଠନ କଲେ ସୋନିଆ

ନୂଆଦିଲ୍ଲୀ,୨୫।୪ : ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋରଙ୍କୁ କଂଗ୍ରେସରେ ଗ୍ରହଣ କରାଯିବ କି ନାହିଁ ତାକୁ ନେଇ ଅନିଶ୍ଚିତତା ଲାଗି ରହିଛି। ଦଳ ଏପର୍ଯ୍ୟନ୍ତ ଏହା...

ବର୍ଷେ ବଢ଼ିଲା ‘ର’, ଆଇବି ମୁଖ୍ୟଙ୍କ କାର୍ଯ୍ୟକାଳ

ନୂଆଦିଲ୍ଲୀ, ୨୭।୫ : ଦେଶର ବାହ୍ୟ ଗୋଇନ୍ଦା ସଂସ୍ଥା ରିସର୍ଚ୍ଚ ଆଣ୍ଡ ଆନାଲିସିସ୍‌ ଓ୍ବିଙ୍ଗ୍‌ (ର) ମୁଖ୍ୟ ସାମନ୍ତ କୁମାର ଗୋୟଲ ଏବଂ ଇଣ୍ଟେଲିଜେନ୍ସ ବ୍ୟୁରୋ...

ମିଶନ କଶ୍ମୀରକୁ ମଞ୍ଜୁରୀ

ନୂଆଦିଲ୍ଲୀ, ୭ା୮ (ପି.ଟି./ ଆଇଏଏନ୍‌ଏସ୍‌): ସମ୍ବିଧାନ ଅନୁଚ୍ଛେଦ ୩୭୦ ସଂକଳ୍ପନାମା ଏବଂ ଜମ୍ମୁ-କଶ୍ମୀରରୁ ଲଦାଖକୁ ଅଲଗା କରି ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ପ୍ରତିଷ୍ଠା ପାଇଁ ଉଦ୍ଦିଷ୍ଟ...

Advertisement
Archives

Model This Week