ଆଗକୁ ବିସ୍ଫୋରକ ସ୍ଥିତି ଆସୁଛି, ସଚେତନ ନ ହେଲେ ମେ’ ଶେଷ ସୁଦ୍ଧା ୧୦ ଲକ୍ଷ ଛୁଇଁପାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ବାଗ୍‌ଚୀ

ଭୁବନେଶ୍ୱର,୨୪।୩(ବ୍ୟୁରୋ): ଆଜିଠାରୁ ମାତ୍ର ୪ ମାସ ତଳେ ଚାଇନାର ଉହାନରେ ପ୍ରଥମେ କରୋନା ଭୂତାଣୁ ଚିହ୍ନଟ କରାଯାଇଥିଲା। ଏବେ ଏହା ସାରା ବିଶ୍ୱରେ ଏହି ମହାମାରୀ କାୟା ବିସ୍ତାର କରିବାରେ ଲାଗିଛି। ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୩,୮୧,୭୬୧ ଛୁଇଁଛି। ଭାରତରେ ୫୧୧ଜଣ ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି। ଆମେରିକା ଓ ଇଟାଲୀର ଅବସ୍ଥାକୁ ଯଦି ନିରୀକ୍ଷଣ କରାଯାଏ ତେବେ ପ୍ରଥମ ଅତି ସାମାନ୍ୟ ସଂଖ୍ୟାରେ କରୋନା ଆକ୍ରାନ୍ତ ହେଉଥିବା ବେଳେ ପରବର୍ତ୍ତୀ ସମୟରେ ଅପ୍ରତ୍ୟାଶିତ ଭାବେ ଏହାର ବିସ୍ଫୋରଣ ଘଟେ। ଏଣୁ ଆଗକୁ ବିସ୍ଫୋରକ ସ୍ଥିତି ଆସୁଛି। ଯେଉଁ ଦେଶ ସଂକ୍ରମିତ ସେମାନେ କଠୋର ପଦକ୍ଷେପ ଗ୍ରହଣ କରୁଛନ୍ତି। ଯାହା ଆକଳନ କରାଯାଉଛି, ଭାରତରେ ମେ ୩୧ ସୁଦ୍ଧା ଅତି କମ୍‌ରେ ୫୮ହଜାର ୬୪୩ଜଣ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି। କିନ୍ତୁ ବିଶ୍ୱାସଯୋଗ୍ୟ ଆକଳନ ଅନୁସାରେ ତାହା ୧୦ ଲକ୍ଷ ଲୋକ ପାଖାପାଖି ପହଞ୍ଚିପାରେ। ତେବେ ଓଡ଼ିଶାରେ ସାଢ଼େ ଚାରିକୋଟି ଜନସଂଖ୍ୟା। ଏଣୁ ଅତିକମ୍‌ରେ ୨,୩୪୫ଜଣ ବ୍ୟକ୍ତି ଆକ୍ରାନ୍ତ ହେବାର ସମ୍ଭାବନା ରହିଛି। ଭାରତରେ ଯଦି ୧୦ ଲକ୍ଷ ଲୋକେ ସଂକ୍ରମିତ ହେଲେ ଓଡ଼ିଶାରେ ୩୬ହଜାର ଲୋକ ସଂକ୍ରମଣ ହେବାର ଆଶଙ୍କା ରହିଛି ବୋଲି ମଙ୍ଗଳବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ରାଜ୍ୟ ସରକାରଙ୍କ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ ସୂଚନା ଦେଇ କହିଛନ୍ତି। ଏହାକୁ ରୋକିବା ପାଇଁ ସଚେତନତା ହିଁ ଏକମାତ୍ର ଉପାୟ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ନ ପ୍ରସବାଙ୍କୁ ମିଳିଲା ସାହାରା

ବାରିପଦା ଅଫିସ,୨୬ ।୨ ନିରାପଦ ପ୍ରସବ ନିମନ୍ତେ ଅର୍ଥ ସଞ୍ଚୟ ପାଇଁ ଟ୍ରଲି ଟାଣୁଥିବା ଆସନ୍ନ ପ୍ରସବା ଲକ୍ଷ୍ମୀପ୍ରିୟା ଦାସଙ୍କୁ ମିଳିଛି ସାହାରା। ଏ ନେଇ...

ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର ହେଲେ ନବରଙ୍ଗପୁର ଆର୍‌ଟିଓ: ୨୧ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତରେ ରହିବେ

ଜୟପୁର/ନବରଙ୍ଗପୁର,୯ା୩(ଡି.ଏନ.ଏ./ବି.ପ୍ର.)-ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ନବରଙ୍ଗପୁର ଆର୍‌ଟିଓ ଗଣେଶ୍ୱର କହଁରଙ୍କୁ ସୋମବାର କୋରାପୁଟ ଜିଲା ଜୟପୁର ସ୍ବତନ୍ତ୍ର ଭିଜିଲାନ୍ସ...

ଅରୁଆ କଲେ ଏଫ୍‌ସିଆଇ ନେବ ବଳକା ଚାଉଳ

ଭୁବନେଶ୍ୱର,୭ା୮(ଅନିଲ ଦାସ): ଇଥାନଲ ଉତ୍ପାଦନ ପାଇଁ ଅରୁଆ ଚାଉଳ ଆବଶ୍ୟକ। ଏହି ଚାଉଳ ଯୋଗାଡ଼ରେ ଲାଗିଛି ଭାରତୀୟ ଖାଦ୍ୟ ନିଗମ (ଏଫ୍‌ସିଆଇ)। ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରେ...

ସୁଯୋଗ ଦେଲେ ପିଲା ଇତିହାସ ସୃଷ୍ଟି କରିିବେ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪।୮(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳିରେ ସୋମବାର ଦ୍ବିତୀୟ ପର୍ଯ୍ୟାୟରେ ଆଉ ୧୦ ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିଛନ୍ତି। ଏଥିରେ ଶେରଗଡ଼ ବ୍ଲକର ୫...

ରସଗୋଲା ଓଡ଼ିଶାର: ଗାଙ୍ଗୁଲି

ଭୁବନେଶ୍ୱର,୬ା୮(ବ୍ୟୁରୋ): ପଶ୍ଚିମବଙ୍ଗରେ ରସଗୋଲା ବେଶ୍‌ ଲୋକପ୍ରିୟ। ହେଲେ ଏହି ମିଠା ଓଡ଼ିଶାର। ଏହା ଜଗନ୍ନାଥ ସଂସ୍କତି ସହ ଜଡ଼ିତ। ଏଭଳି କହିଛନ୍ତି, ଭାରତୀୟ କ୍ରିକେଟ ଦଳର...

ଆଗକୁ ଆହୁରି ବଢିବ ଶୀତ

ଭୁବନେଶ୍ୱର,୨୦।୧୨(ବ୍ୟୁରୋ)-ରାଜ୍ୟରେ ପ୍ରବଳ ଶୀତ ଲହରୀ ଜାରି ରହିଛି। ରାତି ଅପେକ୍ଷା ସକାଳୁ ପାରଦ ସର୍ବନିମ୍ନ ସ୍ତରକୁ ଖସୁଥିବାରୁ ଅସମ୍ଭାଳ ଜାଡ଼ରେ ଥରୁଛନ୍ତି ଲୋକେ। କୁହୁଡ଼ି ସହ...

ଘୋଷଣାକୁ ବିତିଲା ୮ବର୍ଷ: ନିରାଶ୍ରୟଙ୍କୁ ଆଶ୍ରୟ ଦେଇପାରୁନି ବିଏମ୍‌ସି

କଟକ ରୋଡ,୩।୮(ଡି.ଏନ୍‌.ଏ.): ରାସ୍ତା କଡ଼ରେ ବାସହରା, ଅସହାୟ ବ୍ୟକ୍ତି ଶୋଇବେ ନାହିଁ। ରାତ୍ରି ଆଶ୍ରୟସ୍ଥଳି ସହରରେ ନିର୍ମାଣ ହେବ। ଆଶ୍ରୟସ୍ଥଳିରେ ରହୁଥିବା ଲୋକଙ୍କୁ ମାଗଣା ଖାଦ୍ୟ,...

ପାର୍ଲାମେଣ୍ଟର ସ୍ବତନ୍ତ୍ର ଅଧିବେଶନ ଡକାଯାଉ: ସଞ୍ଜୟ ରାଉତ

ମୁମ୍ବାଇ, ୨୦।୪: ସାରା ଦେଶରେ କରୋନା ସଂକ୍ରମଣ ଦ୍ରୁତ ବେଗରେ ବଢ଼ିଚାଲିଛି। କୋଭିଡ୍‌ ସ୍ଥିତି ଉପରେ ଆଲୋଚନା ଲାଗି କେନ୍ଦ୍ର ସରକାର ପାର୍ଲାମେଣ୍ଟର ଦୁଇଦିନିଆ ସ୍ବତନ୍ତ୍ର...

Advertisement
Archives

Model This Week