ଆଗକୁ ବଡ଼ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୨୯ା୩(ପି.ଟି.): କରୋନା ଭୂତାଣୁ ଭାରତରେ ଗୋଷ୍ଠୀ ସଂକ୍ରମଣ ପର୍ଯ୍ୟାୟକୁ ଆସିଥିବା ଆଶଙ୍କା କରାଯାଉଥିବାବେଳେ ଆଗାମୀ ଦିନରେ ସୃଷ୍ଟି ହେବାକୁ ଯାଉଛି ବଡ଼ ଚ୍ୟାଲେଞ୍ଜ। ଏହାର ମୁକାବିଲା ପାଇଁ ସରକାର ସ୍ବାସ୍ଥ୍ୟ ଭିତ୍ତିଭୂମିର ଉନ୍ନତି ଉପରେ ଜୋର୍‌ ଦେଉଛନ୍ତିି। ବିଭିନ୍ନ ରାଜ୍ୟରେ ସଂକ୍ରମିତ ଲୋକଙ୍କ ପାଇଁ ସ୍ବତନ୍ତ୍ର ହସ୍ପିଟାଲ ବ୍ୟବସ୍ଥା କରାଯାଉଛି। ଅଧିକ ଭେଣ୍ଟିଲେଟର ସଂଗ୍ରହ କରାଯିବା ସହ ରେଲଓ୍ବେ ଓ ସଶସ୍ତ୍ର ବାହିନୀକୁ ଏଥିରେ ସାମିଲ କରିବା ଲାଗି ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ ସୁଦ୍ଧା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୦୦ ଟପିଥିବାବେଳେ ୨୧ ଜଣଙ୍କର ମୃତ୍ୟୁ ଘଟିଲାଣି। କରୋନା ଗୋଷ୍ଠୀ ସଂକ୍ରମଣର ରୂପ ନେଇଥିବା ନେଇ ଏପର୍ଯ୍ୟନ୍ତ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଓ ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍‌ଆର୍‌) ନିକଟରେ ଯଥେଷ୍ଟ ପ୍ରମାଣ ନାହିଁ। ତେବେ ଆଗକୁ ଏଭଳି ସ୍ଥିତି ଦେଖାଦେଲେ ତାହାର ମୁକାବିଲା କିପରି କରାଯିବ ସେ ନେଇ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।
କରୋନା ମୁକାବିଲା ଲାଗି ସରକାର ମଙ୍ଗଳବାରଠାରୁ ୨୧ଦିନିଆ ଲକ୍‌ଡାଉନ ଘୋଷଣା କରିଛନ୍ତି। ରାଜ୍ୟର ପ୍ରମୁଖ ହସ୍ପିଟାଲଗୁଡ଼ିକରେ କେବଳ କୋଭିଡ୍‌-୧୯ ରୋଗୀଙ୍କ ଚିକିତ୍ସା କରାଇବା ଲାଗି କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ କହିଥିବା ଜଣାପଡିଛି। ଅଧିକ ସଂଖ୍ୟାରେ ମାମଲାର ସମ୍ମୁଖୀନ ହେବା ଲାଗି ଚିକିତ୍ସା ବ୍ୟବସ୍ଥା ବଢ଼ାଇବାକୁ କୁହାଯାଇଛି। ୧୭ଟି ରାଜ୍ୟ ଏ ଦିଗରେ କାର୍ଯ୍ୟ ଆରମ୍ଭ କରିସାରିଲେଣି। ସଶସ୍ତ୍ର ବାହିନୀ କରୋନା ରୋଗୀଙ୍କୁ ଚିକିତ୍ସା କରିବା ଲାଗି ୨୮ଟି ସର୍ଭିସ ହସ୍ପିଟାଲକୁ ପ୍ରସ୍ତୁତ କରି ରଖିଛି। ଏହାବାଦ୍‌ ୫ଟି ହସ୍ପିଟାଲ କେବଳ କୋଭିଡ୍‌-୧୯ ପରୀକ୍ଷାରେ ନିୟୋଜିତ ହୋଇଛନ୍ତି। ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍‌କୁ ଭେଣ୍ଟିଲେଟର ନିର୍ମାଣ ଦାୟିତ୍ୱ ଦିଆଯାଇଥିବାବେଳେ ପ୍ରତିରକ୍ଷା ଗବେଷଣା ଲାବୋରେଟୋରି ସ୍ବାସ୍ଥ୍ୟ କର୍ମଚାରୀମାନଙ୍କ ଲାଗି ହ୍ୟାଣ୍ଡ ସାନିଟାଇଜର ଓ ଫେସ୍‌ ମାସ୍କ ତିଆରି କାର୍ଯ୍ୟରେ ନିୟୋଜିତ ରହିଛି। ମେଡିକାଲ ଓ କ୍ୱାରାଣ୍ଟାଇନ କେନ୍ଦ୍ର ଖୋଲିବା ଲାଗି ଶୁକ୍ରବାର ସରକାର ସେନା କର୍ପସ୍‌ ଓ ଡିଭିଜନାଲ କମାଣ୍ଡରମାନଙ୍କୁ ଜରୁରୀ ଆର୍ଥତ୍କ କ୍ଷମତା ପ୍ରଦାନ କରିଥିଲେ। ସେହିପରି ରେଲଓ୍ବେକୁ ଏହାର ଅଣବାତାନୁକୂଳିତ ବଗିଗୁଡ଼ିକୁ କରୋନା ରୋଗୀଙ୍କ ପାଇଁ ଆଇସୋଲେଶନ ଓ୍ବାର୍ଡରେ ପରିବର୍ତ୍ତନ କରିବାକୁ ମଧ୍ୟ କୁହାଯାଇଛି। ପ୍ରତି ରେଲଓ୍ବେ ଜୋନ୍‌ ପ୍ରତି ସପ୍ତାହରେ ୧୦ଟି କୋଚ୍‌ ବିଶିଷ୍ଟ ରେକ୍‌ ପ୍ରସ୍ତୁତ କରିବେ।
ଯଦି ଲକ୍‌ଡାଉନ ଓ କ୍ୱାରାଣ୍ଟାଇନ ନିୟମ କଡ଼ାକଡ଼ି ପାଳନ କରା ନ ଯାଏ ତେବେ ଦେଶରେ କରୋନା ସଂକ୍ରମଣ ତୃତୀୟ ପର୍ଯ୍ୟାୟରେ ପହଞ୍ଚତ୍ପାରେ ବୋଲି ଶୁକ୍ରବାର କେତେକ ପ୍ରମୁଖ ହସ୍ପିଟାଲର ଡାକ୍ତର ଆଶଙ୍କା ବ୍ୟକ୍ତ କରିଥିଲେ। ଏଥିପାଇଁ ଉଭୟ ସରକାରୀ ଓ ଘରୋଇ ହସ୍ପିଟାଲରେ କରୋନା ରୋଗୀଙ୍କ ନିମନ୍ତେ ଆଇସୋଲେଶନ ସୁବିଧା କରି କେତେକ ଶଯ୍ୟା ସଂରକ୍ଷିତ ରଖିବା ଲାଗି ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ରୋଗୀଙ୍କୁ ତୁରନ୍ତ ହସ୍ପିଟାଲରୁ ବିଦା କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ସମ୍ଭାବ୍ୟ ସ୍ଥିତିର ସମ୍ମୁଖୀନ ହେବା ଲାଗି ହସ୍ପିଟାଲ ଓ ମେଡିକାଲ କଲେଜଗୁଡ଼ିକୁ ପର୍ଯ୍ୟାପ୍ତ ଭେଣ୍ଟିଲେଟର ଓ ହାଇଫ୍ଲୋ ଅକ୍ସିଜେନ ମାସ୍କ ସଂଗ୍ରହ କରି ରଖିବାକୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସେହପରି ଅତି ଜରୁରୀ ନ ଥିବା ଅସ୍ତ୍ରୋପଚାରକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ତରଫରୁ କରୋନା ସଚେତନତା କାର୍ଯ୍ୟକ୍ରମ

ଖପ୍ରାଖୋଲ, ୪ା୫(ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ନାନ୍ଦୁପଲା ପଞ୍ଚାୟତ ଅନ୍ତର୍ଗତ ଗନ୍ଧମାର୍ଦ୍ଦନ ପାହାଡ ତଳି ମହୁଲପାଲି ଗାଁରେ ସ୍ଥାନୀୟ ପୋଲିସ୍‌ ତରଫରୁ କରୋନା ସଚେତନତା...

ଡିଗ୍ରୀ ଥାଇ ଚାକିରି ମିଳିଲାନି: ଏବେ କଲେଜ ସମ୍ମୁଖରେ ଚା’ ବିକି ଚର୍ଚ୍ଚାରେ…

ଦେଶରେ ବେକାରୀ ପରିସ୍ଥିତି ବିଷୟରେ ସମସ୍ତେ ଅବଗତ। ବିଶେଷକରି ଯୁବଗୋଷ୍ଠୀଙ୍କୁ ଏ ନେଇ କହିବାର ଆବଶ୍ୟକତା ନାହିଁ। ସୋସିଆଲ ମିଡିଆ ହେଉ ଅବା ଅନ୍ୟ କୌଣସି...

ପାକିସ୍ତାନୀ ଲଞ୍ଚ୍‌ପ୍ୟାଡ୍‌ରେ ୩୦୦ ଆତଙ୍କବାଦୀ: ଅନୁପ୍ରବେଶ ପାଇଁ ବସିଛନ୍ତି ସୁଯୋଗ ଉଣ୍ଡି

ଶ୍ରୀନଗର,୧୬।୧୧: ଭାରତରେ ଆତଙ୍କବାଦୀ ଅନୁପ୍ରବେଶ ପାଇଁ ପାକିସ୍ତାନ ପକ୍ଷରୁ ଉଦ୍ୟମ ଜାରି ରହିଛି। ସେଥିପାଇଁ ଏଲ୍‌ଓସିରେ ଲଗାତାର ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରୁଛି। ପାକିସ୍ତାନୀ ଲଞ୍ଚ୍‌ପ୍ୟାଡ୍‌ରେ...

ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେନାହିଁ ଅମରିନ୍ଦର ସିଂ

ଚଣ୍ଡିଗଡ଼,୩୦।୫: ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେ ନାହିଁ ବୋଲି ଜଣାପଡିଛି। ମୁଖ୍ୟମନ୍ତ୍ରୀଙ୍କ ମିଡିଆ...

ପ୍ରେମରେ ବାଧା ଦେବାରୁ ପ୍ରେମିକ ସହ ମିଶି ପିତାଙ୍କୁ ହତ୍ୟା କଲେ ୧୫ବର୍ଷର ଝିଅ

ବେଙ୍ଗାଲୁରୁ, ୨୦।୮: କର୍ନାଟକ ରାଜଧାନୀ ବେଙ୍ଗାଲୁରୁରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମରେ ବାଧା ଦେବାରୁ ୧୯ ବର୍ଷ ପ୍ରେମିକ ସହ ମିଶି ପିତାଙ୍କୁ ହତ୍ୟା...

ଡିକେ.ଶିବ କୁମାରଙ୍କୁ ଜେଲରେ ଭେଟିଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ,୨୩।୧୦: ଅର୍ଥ ହେରଫେର ମାମଲାରେ ଗିରଫ ହୋଇଥିବାକଂଗ୍ରେସ ନେତା ଡିକେ. ଶିବ କୁମାରଙ୍କୁ ବୁଧବାର ତିହାର ଜେଲ୍‌ରେ ଭେଟିଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ। ସେଠାରେ...

ଫାଷ୍ଟ-ଟ୍ରାକ୍‌ କୋର୍ଟରେ ହେବ ଶୁଣାଣି

ହାଇଦ୍ରାବାଦ,୨ା୧୨(ପି.ଟି.): ତେଲଙ୍ଗାନାର ୨୬ ବର୍ଷୀୟା ମହିଳା ପ୍ରାଣୀ ଚିକିତ୍ସକଙ୍କୁ ଗଣବଳାତ୍କାର ଓ ହତ୍ୟା ମାମଲାର ବିଚାର ଫାଷ୍ଟ-ଟ୍ରାକ୍‌ କୋର୍ଟରେ ହେବ ବୋଲି ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର...

ଜରୁରୀଭିତ୍ତିରେ ଫର୍ମ ପୂରଣ କର

ନୂଆଦିଲ୍ଲୀ,୭।୩ : ୟୁକ୍ରେନ୍‌ରୁ ଭାରତୀୟମାନଙ୍କୁ ଉଦ୍ଧାର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ସେଠାରେ ଆହୁରି ଅନେକ ରହିଯାଇଥିବାବେଳେ ଭାରତୀୟ ଦୂତାବାସ ପକ୍ଷରୁ ସେମାନଙ୍କ ପାଇଁ ରବିବାର...

Advertisement
Archives

Model This Week