Posted inଜାତୀୟ

ଆଖିରେ ଆଖିଏ ସ୍ବପ୍ନ: ପାଉଁଶଗଦାରେ ପ୍ରିୟ ପରିଜନଙ୍କୁ ଖୋଜୁଛନ୍ତି ଲୋକେ

ନୂଆଦିଲ୍ଲୀ,୧।୩: ଦିଲ୍ଲୀ ହଂସାରେ ମୃତ୍ୟୁ ସଂଖ୍ୟା ଇତିମଧ୍ୟରେ ୪୫ରେ ପହଞ୍ଚିଛି। ତେବେ ବି ବହୁ ଲୋକ ନିଖୋଜ ରହିଛନ୍ତି। ଆଖିରେ ଆଖିଏ ସ୍ବପ୍ନ ନେଇ ପ୍ରିୟ ପରିଜନଙ୍କୁ ଖୋଜିବା କାମରେ ଲାଗିଛନ୍ତି ବହୁ ଲୋକ। ହାତରେ ଫଟୋ ଧରି ମୃତଦେହ ରଖାଯାଇ ଥିବା ସ୍ଥାନରେ ସନ୍ଧାନ ଲାଗି ରହିଛି। କେତେକ ପୋଲିସ ଷ୍ଟେଶନରେ ବୁଲି ବୁଲି ନିଖୋଜଙ୍କ ସମ୍ପର୍କରେ ଏତଲା ଦାଏର କରୁଛନ୍ତି। ଶୀଘ୍ର ଖବର ଦେବାକୁ କାକୁତି ମିନତି ହେଉଛନ୍ତି। ଏଭଳି ଦୃଶ୍ୟ ପ୍ରାୟ ଦେଖିବାକୁ ମିଳୁଛି। କେହି କେହି ହିଂସା ଅଞ୍ଚଳରେ ପଡ଼ିଥିବା ଛିଣ୍ଡା ପ୍ୟାଣ୍ଟ ଶର୍ଟରୁ ପ୍ରିୟ ପରିଜନଙ୍କୁ ଚିହ୍ନିବାର ପ୍ରୟାସ କରୁଛନ୍ତି। ନିଖୋଜଙ୍କ ସମ୍ପର୍କରେ କିଛି ତଥ୍ୟ ପାଇବା ଆଶାରେ କେତେକ ପାଉଁଶଗଦା ମଧ୍ୟ ଘାଣ୍ଟିବାରେ ଲାଗିଛନ୍ତି। ଆହତମାନେ ଚିକିତ୍ସିତ ହେଉଥିବା ହସ୍ପିଟାଲରେ ମଧ୍ୟ ଭିଡ଼ ଦେଖିବାକୁ ମିଳୁଛି। ହିଂସା ପରବର୍ତ୍ତୀ ଏଭଳି ହୃଦୟ ବିଦାରକ ଦୃଶ୍ୟ ସମସ୍ତଙ୍କୁ ମର୍ମାହତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ କମ୍ପାନୀକୁ ବିକିବା ଯୋଜନା କରୁଛନ୍ତି ମୋଦି

ନୂଆଦିଲ୍ଲୀ, ୮।୯: ଦେଶର ଅର୍ଥନୈତିକ ସ୍ଥିତିକୁ ନେଇ ବିରୋଧୀ ଦଳ ପକ୍ଷରୁ ଲଗାତାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଘେରିବା ଉଦ୍ୟମ ଜାରି ରହିଛି। ଏନେଇ...

ବୋଟ୍‌ ଦୁର୍ଘଟଣା, ୩୦ ନିଖୋଜ

ଗୁଆହାଟି,୯।୯: ଆସାମର ଜୋର୍ହାଟଠାରେ ବ୍ରହ୍ମପୁତ୍ର ନଦୀରେ ଦୁଇଟି ଯାତ୍ରୀବାହି ବୋଟ ପରସ୍ପରକୁ ଧକ୍କା ଦେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଛି। ୩୦ ଜଣ ଏବେ ମଧ୍ୟ...

କରୋନା ଟିକା ନେବାକୁ ମନା କରିବାରୁ ଜଣଙ୍କୁ ଚାକରିରୁ ବହିଷ୍କାର କଲା ବାୟୁସେନା

ନୂଆଦିଲ୍ଲୀ,୧୨।୮: କରୋନା ଟିକା ନେବାକୁ ମନା କରିବାରୁ ବାୟୁସେନା ଜଣେ କର୍ମଚାରୀଙ୍କୁ ଚାକିରିରୁ ବରଖାସ୍ତ କରିଛି। ଟିକାକରଣ ସେବାର ସର୍ତ୍ତାବଳୀରେ ଅନ୍ତର୍ଭୁକ୍ତ କରାଯାଇଥିଲା। ବାୟୁସେନାର କର୍ମଚାରୀ...

ଉଦ୍ଧବ ହୋଇପାରନ୍ତି ମୁଖ୍ୟମନ୍ତ୍ରୀ, ଆଦିତ୍ୟ ଶିକ୍ଷାମନ୍ତ୍ରୀ

ମୁମ୍ବାଇ,୨୨।୧୧: ମହାରାଷ୍ଟ୍ରରେ ସରକାର ଗଢିବାକୁ ଶିବସେନା ମେଣ୍ଟର ସାହାରା ନେଇଛି। ଏବେ ଏନ୍‌ସିପି ଓ କଂଗ୍ରେସ ସହ ମିଶି ଶିବସେନା ସରକାର ଗଢିବାକୁ ପ୍ରସ୍ତୁତ। ଏହାକୁ...

କେଉଁଠି ହେବ ନିର୍ଭୟା ଦୋଷୀଙ୍କ ଅନ୍ତିମ ସଂସ୍କାର

ନୂଆଦିଲ୍ଲୀ,୨୦।୩: ନିର୍ଭୟା ଗଣବଳାତ୍କାର ମାମଲାର ୪ ଦୋଷୀଙ୍କୁ ଶୁକ୍ରବାର ଭୋର ୫ଟା ୩୦ରେ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯାଇଛି। ଏହାପରେ ବି ଏହି ମାମଲାକୁ ନେଇ...

ଗୋଟିଏ ଦିନ ପାଇଁ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ହେବେ ସୃଷ୍ଟି ଗୋସ୍ୱାମୀ!

ହରିଦ୍ୱାର,୨୨ ।୧: ଉତ୍ତରଖଣ୍ଡ ହରିଦ୍ୱାରର ସୃଷ୍ଟି ଗୋସ୍ୱାମୀ ଗୋଟିଏ ଦିନ ପାଇଁ ମୁଖ୍ୟମନ୍ତ୍ରୀ ହେବେ ବୋଲି ଜଣାପଡିଛି । ୨୪ ଜାନୁୟାରୀରେ ସୃଷ୍ଟି ଏହି ଦାୟିତ୍ୱ...

ନାରାୟଣ ସାଇଙ୍କ ନୂଆ ଠିକଣା: ବାରାକ୍‌ ନମ୍ବର-୬;କଏଦୀ ନମ୍ବର ୧୭୫୦

ସୁରଟ,୨।୫: ସୁରଟ ସେସନ୍‌ କୋର୍ଟଙ୍କ ଦଣ୍ଡାଦେଶ ପରେ ନାରାୟଣ ସାଇଙ୍କ ଠିକଣା ଏବେ ବଦଳି ଯାଇଛି। ୨ ଭଉଣୀଙ୍କୁ ବଳାତ୍କାର ଅଭିଯୋଗରେ ସେସନ କୋର୍ଟ ନାରାୟଣଙ୍କୁ...

ମୁଖ୍ୟମନ୍ତ୍ରୀଙ୍କ ହାତରେ ରାଖୀ ବାନ୍ଧିଲେ ରାଜ୍ୟପାଳ

ଲକ୍ଷ୍ନୌ,୧୫।୮: ରାଖୀ ପୁର୍ଣ୍ଣିମା ସାରା ଦେଶରେ ଖୁବ୍‌ ଧୁମ୍‌ଧାମ୍‌ରେ ପାଳନ କରାଯାଉଥିବା ବେଳେ ଛୋଟଠାରୁ ବୟସ୍କ ସମସ୍ତେ ଏହି ପର୍ବସହ ଭାରତର ୭୩ ତମ ସ୍ବାଧୀନତା...

Advertisement


Archives

Model This Week