ଆଖଣ୍ଡଳମଣି ପୀଠର ବିକାଶ ଲାଗି ଉଦ୍ୟମ ଆରମ୍ଭ

ଆରଡି, ୨୪ା୯ (ଡି.ଏନ.ଏ.)-ଭଦ୍ରକ ଜିଲାର ଆରଡିସ୍ଥିତ ପ୍ରସିଦ୍ଧ ବାବା ଆଖଣ୍ଡଳମଣିଙ୍କ ପୀଠର ବିକାଶ କାର୍ଯ୍ୟକୁ ତ୍ୱରାନ୍ବିତ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ଭଦ୍ରକ ଜିଲାପାଳ ଜ୍ଞାନରଞ୍ଜନ ଦାସ, ଅତିରିକ୍ତ ଜିଲାପାଳ ଶ୍ୟାମାଭକ୍ତ ମିଶ୍ର, ଉପ ଜିଲାପାଳ ପୀତାମ୍ବର ସାମଲ ପ୍ରମୁଖ ମନ୍ଦିର କାର୍ଯ୍ୟାଳୟଠାରେ ମଙ୍ଗଳବାର ଏ ନେଇ ସେବାୟତମାନଙ୍କ ସହ ଆଲୋଚନା କରିଥିଲେ । ମନ୍ଦିର ଗର୍ଭଗୃହରେ ଥିବା ଚଟାଣ ମରାମତି, ରତ୍ନ ପଲଙ୍କ ମରାମତି, ମନ୍ଦିରର ପାଣି ଝରୁଥିବା ସ୍ଥାନର ମରାମତି କାର୍ଯ୍ୟ ଖୁବ୍‌ଶୀଘ୍ର ଆରମ୍ଭ ହେବ ବୋଲି ଜିଲାପାଳ କହିଥିଲେ । ପୂର୍ବରୁ ବେଢା ସମ୍ପ୍ରସାରଣ ବେଳେ ଉଚ୍ଛେଦ ହୋଇଥିବା ଦୋକାନୀମାନଙ୍କୁ ଥଇଥାନ କରିବା ସକାଶେ ପୁରୁଣା କଲ୍ୟାଣ ମଣ୍ଡପ ନିକଟରେ ୪୦ ରୁ ୫୦ ବଖରା ବିଶିଷ୍ଠ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରାଯିବା, ଫୁଲବଗିଚାର ଉନ୍ନତୀକରଣ, ପୁରୁଣା ସୁଲଭ ଶୌଚାଳୟକୁ ଭାଙ୍ଗି ନୂତନ ଶୌଚାଳୟ ନିର୍ମାଣ, ପୀଠର ୨ ଗୋଟି ସ୍ଥାନରେ ବାଇକ ଓ ୪ ଚକିଆ ଯାନ ରହଣି ପାଇଁ ସ୍ଥାନ ଚୟନ ବିଷୟରେ ଉପସ୍ଥିତ ଜିଲା ଅଧିକାରୀମାନେ ସମୀକ୍ଷା କରିଥିଲେ । ଚାନ୍ଦବାଲି ତହସିଲଦାର ସତ୍ୟଜିତ ରାଉତ, ମନ୍ଦିର ପରିଚାଳକ ବିଦ୍ୟାଧର ପଲାଇ, ଆରଡି ରାଜସ୍ବ ନିରୀକ୍ଷକ ଦେବାଶିଷ ରାୟ, ଆରଡି ସରପଞ୍ଚ ଅରବିନ୍ଦ ପାଢୀ, ଅନ୍ୟ ବରିଷ୍ଠ ଓ ଯୁବ ସେବାୟତମାନେ ଉପସ୍ଥିତ ଥିଲେ ା ପରେ ଜିଲା ଅଧିକାରୀମାନେ ପୀଠର ବିକାଶ ଲାଗି ବିଭିନ୍ନ ସରକାରୀ ଜାଗାର କ୍ଷେତ୍ରୀୟ ତଦନ୍ତ କରିଥିଲେ । ବାବା ଆଖଣ୍ଡଳମଣିଙ୍କ ପୀଠର ଉନ୍ନତୀକରଣ କାର୍ଯ୍ୟକୁ ଅଧିକ ତ୍ୱରାନିତ କରିବା ଲାଗି ଉପଜିଲାପାଳ ପ୍ରତି ଗୁରୁବାର ଆସି ପୀଠରେ ଉପସ୍ଥିତ ରହିବେ ବୋଲି ଜିଲାପାଳ କହିଥିଲେ । ଏଥିସହିତ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରୁ ଅର୍ଥ ମଞ୍ଜୁର ପାଇଁ ଚେଷ୍ଟା ଅବ୍ୟାହତ ରହିଛି ବୋଲି ସେ ପ୍ରକାଶ କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ବିସ୍ଥାପିତଙ୍କ ବିରୋଧ, ଅଟକିଛି କାମ

ବାରିପଦା ଅଫିସ,୩୧ା୭- ମୟୂରଭଞ୍ଜ ଜିଲା ବାରିପଦା ସହରବାସୀ ସବୁବେଳେ ଜଳ କଷ୍ଟ ଭୋଗୁଛନ୍ତି। ଭୂତଳ ଜଳ କ୍ରମଶଃ ହ୍ରାସ ପାଉଥିବାରୁ ଏଭଳି ସମସ୍ୟା ଦେଖାଦେଇଛି। ଭୌଗୋଳିକ...

ଥଇଥାନ ଧର୍ମକୁ ଆଖିଠାର

ରାଉରକେଲା,୧୬।୯(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ମହାନଗର ନିଗମ ପକ୍ଷରୁ ସ୍ମାର୍ଟସିଟି ଅଭିଯାନରେ ସହରକୁ ଅଧିକରୁ ଅଧିକ ସରସ ସୁନ୍ଦର କରିବା ପାଇଁ ପ୍ରତିବର୍ଷ କୋଟି କୋଟି...

ବିଜିଆର୍‌ ଠିକାକର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି

ଲଖନପୁର,୧।୫(ଡି.ଏନ୍‌.ଏ.)- ମହାନଦୀ କୋଲ୍‌ଫିଲ୍ଡ ଲିମିଟେଡ୍‌(ଏମ୍‌ସିଏଲ୍‌)ଲଖନପୁର କୋଇଲାକ୍ଷେତ୍ର ସମ୍ପ୍ରସାରଣରେ ନିୟୋଜିତ ହୋଇଛି ବିଜିଆର୍‌ ମାଇନିଂ ଆଣ୍ଡ୍‌ ଇନ୍‌ଫ୍ରା ଲିଃ ନାମକ ଠିକାସଂସ୍ଥା| ଏହି ଠିକାସଂସ୍ଥାରେ କାର୍ଯ୍ୟରତ କର୍ମଚାରୀମାନେ...

ବିଆର୍‌ପିଏଲ୍‌ରୁ ଗଣ୍ଡାନାଳକୁ ଯାଉଛି ବର୍ଜ୍ୟଜଳ

ଯାଜପୁର ଅଫିସ,୧୩ା୬:  କଳିଙ୍ଗନଗର ବ୍ରାହ୍ମଣୀ ରିଭର୍ସ ପେଲେଟ ଲିମିଟେଡ୍‌ (ବିଆର୍‌ପିଏଲ୍‌) କାରଖାନା ପାଇଁ ବାର୍ଷିକ ୪ ନିୟୁଟ ଟନ୍‌ ବିଶୋଧିତ ଲୌହଧାତୁ ହେଉଛି ମୁଖ୍ୟ କଞ୍ଚାମାଲ।...

ରବି ଧାନ ବିକ୍ରି, ୧୯ରୁ ଖୋଲିବ ମଣ୍ଡି

ବୌଦ୍ଧ,୭ା୫(ସ୍ବ.ପ୍ର.)-ରବି ଧାନ କ୍ରୟ ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଆସନ୍ତା ୧୯ରୁ ମଣ୍ଡି ଖୋଲିବ ବୋଲି ବୁଧବାର ବୌଦ୍ଧ ଜିଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ...

ଔଷଧ ଦୋକାନରେ ଗୁଟ୍‌ଖା, ସିଗାରେଟ୍‌ ବିକ୍ରି

ଭଦ୍ରକ ଅଫିସ, ୨୪।୪: ଔଷଧ ଦୋକାନରେ ବିକ୍ରି ହେଉଥିଲା ଗୁଟ୍‌ଖା ଓ ସିଗାରେଟ୍‌। ସ୍ଥାନୀୟ ପ୍ରଶାସନ ଓ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ୩ ଜଣଙ୍କୁ...

ତେଲଙ୍ଗାନା ଇଟାଭାଟିରେ ୧୪ ଦାଦନ ଶ୍ରମିକ ନିର୍ଯାତିତ

ନୂଆପଡା ଅଫିସ,୫ା୪: ନୂଆପଡା ଜିଲା କୋମନା ବ୍ଲକ ଅଧୀନ ଦୁଇଟି ଗାଁର ୧୪ ଜଣ ଦାଦନ ଶ୍ରମିକ ତେଲଙ୍ଗାନା ରାଜ୍ୟକୁ ଇଟା ତିଆରି କରିବା ପାଇଁ...

ଅକ୍ଟୋବର ୧୫ରେ ଓସିଏସ୍‌ ପ୍ରିଲିମିନାରି ପରୀକ୍ଷା

କଟକ,୨୭।୯(ସୁପ୍ରିୟା ପ୍ରିୟଦର୍ଶିନୀ):  ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ପକ୍ଷରୁ ଆସନ୍ତା ଅକ୍ଟୋବର ୧୫ ତାରିଖରେ ଓଡ଼ିଶା ସିଭିଲ୍‌ ସର୍ଭିସ୍‌ (ଓସିଏସ୍‌) ପ୍ରିଲିମିନାରି ପରୀକ୍ଷା ଅନୁଷ୍ଠିତ ହେବ।...

Advertisement
Archives

Model This Week