Posted inଖେଳ

ଆଇସିସି ବୋର୍ଡର ଗୁରୁତ୍ୱପୂର୍ଣ୍ଣ ବୈଠକ ୨୮ରେ

ନୂଆଦିଲ୍ଲୀ, ୧୬ା୫ (ପି.ଟି.)-ଇଣ୍ଟରନ୍ୟାଶନାଲ କ୍ରିକେଟ କାଉନ୍‌ସିଲ (ଆଇସିସି) ବୋର୍ଡ ବୈଠକ ଚଳିତ ମାସ ୨୮ ତାରିଖରେ ହେବ। କରୋନା ଭାଇରସ୍‌ କାରଣରୁ ଆସନ୍ତା ଟି୨୦ ବିଶ୍ୱକପ୍‌ ୨୦୨୨କୁ ଘୁଞ୍ଚାଇ ଦେବା ସମ୍ପର୍କରେ ଆଲୋଚନା ହୋଇପାରେ ବୋଲି ବୋର୍ଡର ଜଣେ ପ୍ରଭାବଶାଳୀ ସଦସ୍ୟ ସୂଚନା ଦେଇଛନ୍ତି। ଆଇସିସିର ଏହି ଅନ୍ୟତମ ପ୍ରମୁଖ ଇଭେଣ୍ଟ ଅଷ୍ଟ୍ରେଲିଆରେ ଅକ୍ଟୋବର ୧୮ରୁ ନଭେମ୍ବର ୧୫ ପର୍ଯ୍ୟନ୍ତ ହେବାର କାର୍ଯ୍ୟକ୍ରମ ରହିଥିଲା। ଆଇସିସି ଇଭେଣ୍ଟ କମିଟି ମୁଖ୍ୟ କ୍ରିସ୍‌ ଟେଟ୍‌ଲୀ ବୈଠକରେ ୩ଟି ବିକଳ୍ପ ପ୍ରସ୍ତାବ ରଖିପାରନ୍ତି। ପ୍ରଥମତଃ ନିର୍ଦ୍ଧାରିତ ସମୟରେ ଯଦି ଟି୨୦ ବିଶ୍ୱକପ୍‌ ହୁଏ ତେବେ ୧୪ ଦିନ କ୍ୱାରାଷ୍ଟାଇନରେ ରହିବା ପରେ ଦର୍ଶକକଙ୍କୁ ଅନୁମତି ମିଳିବ। ଦ୍ୱିତୀୟତଃ ବିନା ଦର୍ଶକରେ ଟୁର୍ନାମେଣ୍ଟ ଆୟୋଜନ କରିବା ନତୁବା ଏହାକୁ ୨୦୨୨କୁ ଘୁଞ୍ଚାଇ ଦେବା। ବୋର୍ଡ ବୈଠକରେ ଆହୁରି ମଧ୍ୟ ଚେୟାରମ୍ୟାନ ଶଶାଙ୍କ ମନୋହରଙ୍କ କାର୍ଯ୍ୟକାଳ ଦୁଇ ମାସ ବୃଦ୍ଧି କରାଯିବା ସମ୍ପର୍କରେ ନିଷ୍ପତ୍ତି ନିଆଯାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦୋଷୀ ସାବ୍ୟସ୍ତ ହେବା ପରେ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ, କଟିଯିବ…

କଲମ୍ବୋ,୧୭।୬: ଶ୍ରୀଲଙ୍କାରେ ଚାଲିଥିବା ତ୍ରିଦେଶୀୟ (ଟ୍ରାଇ) ସିରିଜ ଦରମ୍ୟାନ ଏକ ବଡ଼ ବିବାଦ ସାମ୍ନାକୁ ଆସିଛି। ଇଣ୍ଡିଆ ‘ଏ’ ପକ୍ଷରୁ ଖେଳୁଥିବା ଯୁବ ବାମହାତୀ ବ୍ୟାଟ୍ସମ୍ୟାନ ବୈଭବ…

ଅଧା ରହିଗଲା ବିଜୟର ଖୁସି! ସିରାଜ, ତିଳକଙ୍କ ସମେତ ୩ କ୍ରିକେଟରଙ୍କୁ ଲିଗାଲ ନୋଟିସ୍‌, ବଢ଼ିଲା… 

ହାଇଦ୍ରାବାଦ,୧୭।୬: ଶ୍ରୀଲଙ୍କାରେ ଖେଳାଯାଉଥିବା ତ୍ରିଦେଶୀୟ ସିରିଜ୍‌ର ଫାଇନାଲ୍‌ରେ ପ୍ରବେଶ କରି ଭାରତୀୟ ଏ-ଦଳ (India A) ଉତ୍ସବ ମନାଉଥିବା ବେଳେ ଅଧିନାୟକ ତିଲକ ବର୍ମାଙ୍କୁ ଏକ ବଡ଼…

ଗର୍ଜିଲା ଶୁଭମନଙ୍କ ବ୍ୟାଟ୍‌; ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ କଲେ ଏମିତି କାରନାମା, ସବୁ ଚାହିଁକି ରହିଗଲେ…

ନୂଆଦିଲ୍ଲୀ,୧୭।୬: ଲକ୍ଷ୍ନୌରେ ଖେଳାଯାଉଥିବା ଭାରତ ବନାମ ଆଫଗାନିସ୍ତାନ ଦ୍ୱିତୀୟ ଦିନିକିଆ (ODI) ମ୍ୟାଚରେ ଶୁଭମନ ଗିଲ ଏକ ଚମତ୍କାର ଶତକ ହାସଲ କରିଛନ୍ତି। ସେ ୭୭ ବଲରେ…

ପଦାର୍ପଣ ବିଶ୍ୱକପ୍‌ ମ୍ୟାଚ୍‌ରେ ଇତିହାସ ରଚିଲା କେପ୍‌ ଭର୍ଡେ

ଆଟଲାଣ୍ଟା,୧୫ା୬- ବିଶ୍ୱ ମାନ୍ୟତାର ୬୭ତମ ସ୍ଥାନରେ ଥିବା କେପ ଭର୍ଡେ ତା’ର ପଦାର୍ପଣ ବିଶ୍ୱକପ୍‌ ମ୍ୟାଚ୍‌ରେ ଇତିହାସ ରଚିଛି। ଟୁର୍ନାମେଣ୍ଟର ଅନ୍ୟତମ ଫେଭରିଟ ସ୍ପେନ ବିପକ୍ଷରେ ଖେଳାଯାଇଥିବା…

Vaibhav Sooryavanshi: ବୈଭବଙ୍କ ଜେଜେ ଲେଖନ୍ତି ସିଂହ, ହେଲେ କାହିଁକି ନିଜର ସରନେମ ‘ସୂର୍ଯ୍ୟବଂଶୀ’ ବାଛିଲେ କ୍ରିକେଟର? ଜେଜେ କହିଲେ…

ନୂଆଦିଲ୍ଲୀ,୧୬।୬: ସମସ୍ତିପୁରର ତାଜପୁର ନଗର ପରିଷଦ ଅଞ୍ଚଳର ମୋତିପୁର ନିବାସୀ ବୈଭବ ସୂର୍ଯ୍ୟବଂଶୀଙ୍କ ଲୋକପ୍ରିୟତା ବଢ଼ିବା ସହିତ, ଲୋକଙ୍କ ମଧ୍ୟରେ ପ୍ରାୟତଃ ଏକ ପ୍ରଶ୍ନ ଉଠୁଥିଲା: ତାଙ୍କ…

ମେସି-ରୋନାଲ୍ଡୋ ଯଦି ଏକାଠି ହୁଅନ୍ତି ତେବେ ଫିକା ପଡିଯିବ BCCI! ଏମାନଙ୍କ ନେଟ ଓ୍ବର୍ଥ ଶୁଣିଲେ ହୋସ ଉଡିଯିବ

ନୂଆଦିଲ୍ଲୀ,୧୬।୬: ଫୁଟବଲ ବିଶ୍ୱର ସବୁଠାରୁ ଲୋକପ୍ରିୟ ଖେଳ, ପ୍ରାୟ ପ୍ରତ୍ୟେକ ଦେଶରେ ଖେଳାଯାଏ। କ୍ରିକେଟ ଦ୍ୱିତୀୟ ସ୍ଥାନରେ ଅଛି ଏବଂ ବିଶ୍ୱ ଦର୍ଶକଙ୍କ ଉପରେ ଏହାର କବଜାକୁ…

ଆଉ ଖେଳିପାରିବେନି ବୈଭବ ସୂର୍ଯ୍ୟବଂଶୀ? ଶ୍ରୀଲଙ୍କା ଖେଳାଳିଙ୍କ ସହ ଝଗଡ଼ା ପରେ ବଡ଼ କାର୍ଯ୍ୟାନୁଷ୍ଠାନ ହେବାର ସମ୍ଭାବନା! ଜାଣନ୍ତୁ ଅପଡେଟ

ନୂଆଦିଲ୍ଲୀ,୧୬।୬: ଆୟରଲ୍ୟାଣ୍ଡ ଗସ୍ତ ପୂର୍ବରୁ ଶ୍ରୀଲଙ୍କାରେ ଖେଳୁଥିବା ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ଏବେ ଶିରୋନାମାରେ ସ୍ଥାନ ପାଇଛନ୍ତି। ପୂର୍ବରୁ ତାଙ୍କର ଚମତ୍କାର ପ୍ରଦର୍ଶନ ପାଇଁ ଦୃଷ୍ଟି…

ଫିଫା ବିଶ୍ୱକପ୍‌ରେ ୨୫ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଖେଳାଳିଙ୍କ ପଦାର୍ପଣ

ମଣ୍ଟେରି,୧୫ା୬: ଭାରତୀୟ ବଂଶୋଦ୍ଭବ ଖେଳାଳି ନିଶାନ ଭେଲୁପିଲେ ଅଷ୍ଟ୍ରେଲିଆ ପାଇଁ ଫିଫା ବିଶ୍ୱକପ୍‌ରେ ପଦାର୍ପଣ କରିଛନ୍ତି। ତାଙ୍କ ପ୍ରତିନିଧିତ୍ୱରେ ଅଷ୍ଟ୍ରେଲିଆ ଗ୍ରୁପ୍‌-ଡି’ ମ୍ୟାଚ୍‌ରେ ଶକ୍ତିଶାଳୀ ତୁର୍କୀକୁ ୨-୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri