Posted inଖେଳ

ଆଇସିସି ଦିନିକିଆ, ଟେଷ୍ଟ ଦଳ: କୋହଲି ଅଧିନାୟକ

ଦୁବାଇ,୧୫।୧(ପି.ଟି.): ବ୍ୟାଟିଂ ସୁପରଷ୍ଟାର ତଥା ଭାରତୀୟ ଅଧିନାୟକ ବିରାଟ କୋହଲି ୨୦୧୯ ବର୍ଷର ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଦିନିକିଆ ଓ ଟେଷ୍ଟ ଦଳର ଅଧିନାୟକ ବିବେଚିତ ହୋଇଛନ୍ତି। କ୍ରମାଗତ ତୃତୀୟଥର ପାଇଁ କୋହଲି ଏହି ସମ୍ମାନର ଅଧିକାରୀ ହୋଇଛନ୍ତି। ବୁଧବାର ଆଇସିସି ବର୍ଷର ଦିନିକିଆ ଓ ଟେଷ୍ଟ ଦଳ ଘୋଷଣା କରିଛି। ବିଶ୍ୱର ୧ ନମ୍ବର ବ୍ୟାଟ୍ସମ୍ୟାନ କୋହଲିଙ୍କୁ ଏହି ଦୁଇ ଦଳର ନେତୃତ୍ୱ ପ୍ରଦାନ କରାଯାଇଛି। କୋହଲିଙ୍କ ବାଦ୍‌ଦେଲେ ଅନ୍ୟ ୪ ଜଣ ଭାରତୀୟ କ୍ରିକେଟ ମଧ୍ୟ ଆଇସିସି ଦିନିକିଆ ଓ ଟେଷ୍ଟ ଦଳରେ ସ୍ଥାନ ପାଇଛନ୍ତି। ସେମାନେ ହେଲେ ଦ୍ୱିଶତକ ହାସଲ କରିଥିବା ମୟଙ୍କ ଅଗ୍ରଓ୍ବାଲ, ଓପନର ରୋହିତ ଶର୍ମା, ଦ୍ରୁତ ବୋଲର ମହମ୍ମଦ ସାମି ଟେଷ୍ଟ ଦଳରେ ସ୍ଥାନ ପାଇଥିବା ବେଳେ ରିଷ୍ଟ ସ୍ପିନର କୁଲଦୀପ ଯାଦବ ଦିନିକିଆ ଦଳରେ ସ୍ଥାନ ପାଇଛନ୍ତି।
୨୦୧୯ରେ ଦୁଇଟି ଯାକ ଫର୍ମାଟ୍‌ରେ କୋହଲି ଜବରଦସ୍ତ ପ୍ରଦର୍ଶନ କରିଛନ୍ତି। ୩୧ ବର୍ଷୀୟ କୋହଲି ଏହି ବର୍ଷ କ୍ୟାରିୟରର ସପ୍ତମ ଟେଷ୍ଟ ଦ୍ୱିଶତକ ଅର୍ଜନ କରିଛନ୍ତି। ଗତ ଅକ୍ଟୋବରରେ ସେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶେଷଥର ପାଇଁ ୨୫୪ ରନର ଦ୍ୱିଶତକ ଅର୍ଜନ କରିଥିଲେ। ମୟଙ୍କଙ୍କ ପାଇଁ ଏହି ବର୍ଷ ବ୍ରେକ୍‌ ଥ୍ରୁର ବର୍ଷ ସାବ୍ୟସ୍ତ ହୋଇଛି। ସେ ଏହି ବର୍ଷ ଦୁଇଟି ଦ୍ୱିଶତକ, ଗୋଟିଏ ଶତକ, ଦୁଇଟି ଅର୍ଦ୍ଧ ଶତକ ହାସଲ କରିଛନ୍ତି। ଗତ ନଭେମ୍ବରରେ ସେ ବାଂଲାଦେଶ ବିପକ୍ଷରେ କ୍ୟାରିୟର ଶ୍ରେଷ୍ଠ ୨୪୩ ରନର ଦ୍ୱିଶତକୀୟ ଇନିଂସ ଖେଳିଥିଲେ। ଦିନିକିଆରେ ଉପ ଅଧିନାୟକ ରୋହିତ ଶର୍ମା ଇଂଲଣ୍ଡରେ ଅନୁଷ୍ଠିତ ବିଶ୍ୱକପ୍‌ରେ ଐତିହାସିକ ପ୍ରଦର୍ଶନ କରିଥିଲେ। ଏହି ମେଗା ଇଭେଣ୍ଟରେ ସେ ୫ଟି ଶତକ ହାସଲ କରିବା ସହ ଗୋଟିଏ ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ। ସେହିପରି ରିଷ୍ଟ ସ୍ପିନର କୁଲଦୀପ ଏହି ବର୍ଷ ଦିନିକିଆରେ ଦୁଇଟି ହ୍ୟାଟ୍ରିକ ଅର୍ଜନ କରି ଏଲିଟ୍‌ କ୍ଲବ୍‌ରେ ସ୍ଥାନ ପାଇଛନ୍ତି। ଗତମାସ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ସେ କ୍ୟାରିୟର ଦ୍ୱିତୀୟ ହ୍ୟାଟ୍ରିକ ଉଇକେଟ ଅର୍ଜନ କରିଥିଲେ।
ସେହିପରି ତାରାକା ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରାଙ୍କ ଅନୁପସ୍ଥିତିରେ ମହମ୍ମଦ ସାମି ସୁଯୋଗର ସଦ୍‌ ବ୍ୟବହାର କରି ଆଶାନୁରୂପ ପ୍ରଦର୍ଶନ କରିବାରେ ସଫଳ ହୋଇଛନ୍ତି। ଗତ ୧୨ ମାସ ମଧ୍ୟରେ ୨୧ଟି ଦିନିକିଆ ଖେଳି ସେ ୪୨ଟି ଉଇକେଟ ହାସଲ କରିଛନ୍ତି।
୨୦୧୯ର ଆଇସିସି ଟିମ୍‌ ଅଫ୍‌ ଦି ଇୟର:
ଦିନିକିଆ ଦଳ (ବ୍ୟାଟିଂ ଅର୍ଡରରେ)- ରୋହିତ ଶର୍ମା, ସାଇ ହୋପ୍‌, ବିରାଟ କୋହଲି (ଅଧିନାୟକ), ବାବର ଆଜମ, କେନ୍‌ ଓ୍ବିଲିୟମସନ, ବେନ୍‌ ଷ୍ଟୋକ୍ସ, ଜୋସ ବଟଲର (ଉଇକେଟ କିପର), ମିଚେଲ ଷ୍ଟାର୍କ, ଟ୍ରେଣ୍ଟ ବୋଲ୍ଟ, ମହମ୍ମଦ ସାମି ଓ କୁଲଦୀପ ଯାଦବ।
ଟେଷ୍ଟ ଦଳ (ବ୍ୟାଟିଂ ଅର୍ଡରରେ)- ମୟଙ୍କ ଅଗ୍ରଓ୍ବାଲ, ଟମ୍‌ ଲାଥମ, ମାର୍ନସ ଲାବୁସେନ, ବିରାଟ କୋହଲି (ଅଧିନାୟକ), ଷ୍ଟିଭ୍‌ ସ୍ମିଥ୍‌, ବେନ୍‌ ଷ୍ଟୋକ୍ସ, ବିଜେ ଓ୍ବଟଲିଂ (ଉଇକେଟକିପର), ପ୍ୟାଟ୍‌ କୁମିନ୍ସ, ମିଚେଲ ଷ୍ଟାର୍କ, ନିଲ ଓ୍ବାଗନର ଓ ନାଥନ ଲିୟନ।


Enter your email to get our daily news in your inbox.

All Right Reserved By Dharitri.Com

ମ୍ୟାଲେରିଆରେ ଚାଲିଗଲା ଆଶ୍ରମ ସ୍କୁଲ ଛାତ୍ରଙ୍କ ଜୀବନ, ଚିନ୍ତାରେ ପ୍ରଶାସନ

ରାୟଗଡ଼ା,୧୪।୭(କୈଳାଶ ଚନ୍ଦ୍ର ପୃଷ୍ଟି): ରାୟଗଡ଼ା ଜିଲାରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ଆଶ୍ରମ…

ଆସିଲା ବଡ଼ ଖବର, ଏଟିଏମ୍‌ ସାମ୍ନାରେ ପୁଣି ଲାଗିପାରେ ଲମ୍ବା ଲାଇନ୍! ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୧୪ା୭: ଉତ୍ତର ପ୍ରଦେଶ, ଦିଲ୍ଲୀ ଏବଂ ହରିୟାଣା ସମେତ ଦେଶର ଅନେକ ରାଜ୍ୟରେ ATM କ୍ୟାସ୍ ରିଫିଲ୍ କର୍ମଚାରୀମାନେ ଧର୍ମଘଟ ଆରମ୍ଭ କରିଛନ୍ତି। ଏହି ଧର୍ମଘଟ କାହିଁକି…

ଘର ବାରଣ୍ଡାରେ ଶୋଇଥିବା ଦେଖି ମହିଳାଙ୍କୁ ବଳାତ୍କାର ଉଦ୍ୟମ, ପାଟି କରିବାରୁ ମାରିଥିଲେ ଚମ୍ପଟ , ଆଉ ଏବେ…

ଦିଗପହଣ୍ଡି,୧୪।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଏକ ଗାଁର ଜଣେ ୫୨ ବର୍ଷୀୟା ମହିଳାଙ୍କୁ ବଳାତ୍କାର ଉଦ୍ୟମ ପରେ ତଣ୍ଟି ଚିପି ହତ୍ୟା…

ବଙ୍ଗୋପସାଗରରେ ବଡ଼ ହଲଚଲ: ୨ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲ୍ଲାକୁ ରେଡ୍ ଆଲର୍ଟ

ନୂଆଦିଲ୍ଲୀ,୧୪ା୭: ପାଣିପାଗକୁ ନେଇ ବଡ଼ ଅପଡେଟ୍‌ । ରାଜ୍ୟରେ ବର୍ଷାର ପ୍ରକୋପ ଆହୁରି ବଢ଼ିବାକୁ ଯାଉଛି । ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଉତ୍ତର ଉପକୂଳ ଓଡ଼ିଶା…

ବୈଠକ ପରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: କୋଭିଡକୁ ନେଇ ସରକାର…

ଭୁବନେଶ୍ୱର,୧୪।୭: କୋଭିଡ ମୁକାବିଲା ବୈଠକ ପରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, କୋଭିଡକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ, ସରକାର ସଜାଗ ଅଛନ୍ତି।…

ଟସ୍‌ ଜିତିଲା ଇଂଲଣ୍ଡ: ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ

ବର୍ମିଂହାମ,୧୪।୭: ବର୍ମିଂହାମର ଏଜବାଷ୍ଟନରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ଇଂଲଣ୍ଡ ଅଧିନାୟକ ହ୍ୟାରି ବ୍ରୁକ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଟିମ ଇଣ୍ଡିଆ…

ମହାନଦୀ ବ୍ରିଜରୁ ଡେଇଁପଡିଲେ ଯୁବକ, କାହିଁକି ଜାଣନ୍ତୁ…

ସମ୍ବଲପୁର,୧୪।୭: ସମ୍ବଲପୁର ମହାନଦୀ ଚାଉଁରପୁର ବ୍ରିଜ୍‌ରୁ ଜଣେ ଯୁବକ ନଦୀକୁ ଡେଇଁପଡିଥିଲେ। ହେଲେ ଡେଇଁ ପଡିଥିବା ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ପରେ ତାଙ୍କୁ ମେଡିକାଲରେ…

ତାଇୱାନରେ ଚମକିଲା ନୂଆଖାଇ ବାଲୁକା କଳା: ଓମପ୍ରକାଶ କଲେ ବଡ଼ କାରନାମା

କର୍ଲାମୁଣ୍ଡା:୧୪/୭(ପ୍ରଦୀପ କୁମାର ସାହୁ):ଚଳିତ ମାସ ୪ ତାରିଖ ରୁ ୧୦ ରିଖ ପର୍ଯନ୍ତ ତାଇୱାନ ରେ ଅନୁଷ୍ଠିତ ଟଙ୍ଗସାଇଓ ଆନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀରେ ଭାରତରୁ ପ୍ରତିନିଧିତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri