Posted inଖେଳ

ଆଇସିସିର ଆକସ୍ମିକ ଯୋଜନା ବୈଠକ ଆଜି

ନୂଆଦିଲ୍ଲୀ, ୨୬ା୩ (ପି.ଟି.)- କୋଭିଡ୍‌-୧୯ ସଂକ୍ରମଣ ବିଶ୍ୱ କ୍ରୀଡ଼ାଜଗତକୁ ସ୍ଥିର କରିଦେଇଛି। ଏହିପରିପ୍ରେକ୍ଷୀରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ବୋର୍ଡର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଶୁକ୍ରବାର ଡକାଯାଇଛି। ଏଥିରେ ସଦସ୍ୟମାନେ ସାମ୍ପ୍ରତିକ ପରିସ୍ଥିତିରେ ଆଇସିସିର ଆକସ୍ମିକ ଯୋଜନା ସମ୍ପର୍କରେ ଆଲୋଚନା ହେବ। ଭିଡିଓ କନ୍‌ଫରେନ୍ସ ଜରିଆରେ ଏହି ବୈଠକ ହେବ। ୨୦୨୦ରେ ଆଇସିସିର ହାଇପ୍ରୋଫାଇଲ ଇଭେଣ୍ଟ ପୁରୁଷ ଟି୨୦ ବିଶ୍ୱକପ୍‌ ଅକ୍ଟୋବର-ନଭେମ୍ବର ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ଏହାଛଡ଼ା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଅଂଶବିଶେଷ ସ୍ବରୂପ କେତୋଟି ଦ୍ୱିପାକ୍ଷିକ ସିରିଜ ଖେଳାଯିବା କାର୍ଯ୍ୟକ୍ରମ ମଧ୍ୟ ରହିଛି। ସିରିଜକୁ ଯଦି ବାତିଲ କରିବାକୁ ପଡ଼େ ତେବେ ପଏଣ୍ଟ ବ୍ୟବସ୍ଥା କିପରି କାର୍ଯ୍ୟକାରୀ କରିବା ହେବ ଆଦି ପ୍ରସଙ୍ଗ ନେଇ ଏହି ବୈଠକରେ ଆଲୋଚନା ହେବ। କରୋନା ଭାଇରସ୍‌ର ଆବିର୍ଭାବ ପରେ ଇଂଲଣ୍ଡ ଏହାର ଶ୍ରୀଲଙ୍କା ଟୁର୍‌କୁ ସ୍ଥଗିତ ରଖିଛି। କୋଭିଡ୍‌-୧୯ ଦ୍ୱାରା ସଂକ୍ରମିତ ହୋଇ ଇତିମଧ୍ୟରେ ୨୦,୦୦୦ ଲୋକ ମୃତ୍ୟୁବରଣ କରିସାରିଲେଣି। ବର୍ତ୍ତମାନ ଏଭଳି ପରିସ୍ଥିତି ଉପୁଜିଛି ଯେ, କେତେବେଳେ ସ୍ବାଭାବିକ ଅବସ୍ଥା ଫେରିବ ତାହା ପୂର୍ବାନୁମାନ କରିବା କଷ୍ଟକର। ଯଦି ଲକ୍‌ ଡାଉନ୍‌ ୨ମାସ ଧରି ଜାରି ରୁହେ ତେବେ ସେଥିପାଇଁ ଆମକୁ ଯୋଜନା ପ୍ରସ୍ତୁତ କରିବାକୁ ପଡ଼ିବ। ଫ୍ୟୁଚର ଟୁର୍‌ ପ୍ରୋଗ୍ରାମ୍‌ (ଏଫ୍‌ଟିପି) ଶେଷ ହୋଇ ପାରିବ କି ନା ସେନେଇ ସନ୍ଦେହ ରହିଛି ବୋଲି ଏକ ସଦସ୍ୟ ରାଷ୍ଟ୍ରର ଜଣେ ଅଫିସିଆଲ ପ୍ରକାଶ କରିଛନ୍ତି। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଗେମ୍ସ ପାଇଁ ପଏଣ୍ଟ ବଣ୍ଟନ ବ୍ୟବସ୍ଥା ଜାରି ରଖାଯିବା ନା ସ୍ଥଗିତ ରଖାଯିବ ତାହା ମଧ୍ୟ ଏକ ପ୍ରସଙ୍ଗ। ଜୁନ୍‌ ଓ ଜୁଲାଇରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ବିପକ୍ଷରେ ବାଂଲାଦେଶ ଘରୋଇ ସିରିଜ ଖେଳିବା କାର୍ଯ୍ୟକ୍ରମ ରହିଛି। ସେହିପରି ଭାରତ ଅଷ୍ଟ୍ରେଲିଆରେ ଟେଷ୍ଟ ସିରିଜ ଖେଳିବା ଯୋଜନା ରହିଛି। ବର୍ତ୍ତମାନ ପରିସ୍ଥିତିରେ ପଏଣ୍ଟ ବଣ୍ଟନ ବ୍ୟବସ୍ଥାକୁ କିପରି କାର୍ଯ୍ୟକାରୀ କରାଯିବ ତାହା ଏକ ପ୍ରଶ୍ନ। ଉଭୟ ଦଳକୁ ୬୦ପଏଣ୍ଟ ଲେଖାଏଁ ବାଣ୍ଟିଦିଆଯିବ କି ନା ସେ ବିଷୟରେ ଆଲୋଚନା ହୋଇପାରେ। ଏବେକା ପରିସ୍ଥିତି ଅନୁଧ୍ୟାନ କରାଗଲେ ଅଷ୍ଟ୍ରେଲିଆରେ ହେବାକୁଥିବା ଟି୨୦ ବିଶ୍ୱକପ୍‌ ପାଇଁ କୌଣସି ବିପଦ ଥିବା ବିଷୟ ମନେ ହେଉନାହିଁ। ମାତ୍ର ଯଦି ଲକ୍‌ଡାନ୍‌କୁ ୨ରୁ ୩ ମାସ ଜାରି ରଖାଯାଏ ତେବେ ସେ ସମୟର ପରିସ୍ଥିତିକୁ ଦୃଷ୍ଟିରେ ରଖି ଅଷ୍ଟ୍ରେଲିଆ ହୁଏତ ଯାତାୟାତ କ୍ଷେତ୍ରରେ କଟକଣା ଜାରି କରିପାରେ। ଅନିର୍ଦ୍ଦିଷ୍ଟ କାଳ ପାଇଁ କ୍ରିକେଟ କାର୍ଯ୍ୟକଳାପ ସ୍ଥଗିତ ରଖାଯିବା ଦ୍ୱାରା ସଦସ୍ୟ ରାଷ୍ଟ୍ରଗୁଡ଼ିକର ରାଜସ୍ବ ସ୍ରୋତରେ ଅଙ୍କୁଶ ଲାଗିବ। ଏହାର ଫଳାଫଳ କ’ଣ ହେବ ତାହା ଅନୁମାନ ଲଗାଇବା କଷ୍ଟକର। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତରଫରୁ ସମ୍ଭବତଃ ସଭାପତି ସୌରଭ ଗାଙ୍ଗୁଲି ବୋର୍ଡ ବୈଠକରେ ପ୍ରତିନିଧିତ୍ୱ କରିପାରନ୍ତି। ଗାଙ୍ଗୁଲ ଯଦିବ ଅବା ଭାଗ ନ ନିଅନ୍ତି ତେବେ ସମ୍ପାଦକ ଜୟ ଶାହା ଏଥିରେ ଅଂଶଗ୍ରହଣ କରିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅନ୍ତର୍ଜାତୀୟ ଟି୨୦ରେ ସର୍ବାଧିକ ଉଇକେଟ ନେଇଥିବା ଭାରତୀୟ

ଦୁବାଇ,୬।୧୧: ପେସର ଯଶପ୍ରୀତ ବୁମରା ଶୁକ୍ରବାର ଏକ ବଡ଼ ସଫଳତା ହାସଲ କରିଛନ୍ତି। ସ୍କଟଲାଣ୍ଡ ବିପକ୍ଷରେ ଦୁଇ ଉଇକେଟ ନେଇ ସେ ନିଜ ନାମରେ କରିଛନ୍ତି...

ପୁଣି ବାପା ହେଲେ ରାହାଣେ

ମୁମ୍ବାଇ,୫।୧୦: ଭାରତୀୟ କ୍ରିକେଟ ଦଳର ଖେଳାଳି ଅଜିଙ୍କେ ରାହାଣେଙ୍କ ସ୍ତ୍ରୀ ରାଧିକା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ରାହାଣେ ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କ...

ଚା’ ଦୋକାନୀଙ୍କ ସହ ରାତ୍ରଭୋଜନ କରି ଋଣ ପ୍ରତିଶୋଧ କରିଥିଲେ ଏହି ଖେଳାଳି

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଜଣେ ମହାନ ଖେଲାଳି ଏଥିରେ ସନ୍ଦେହ ନାହିଁ। କେବଳ ଖେଳାଳି ଭାବେ ନୁହେଁ, ଜଣେ...

ଆଗରେ ବିରାଟ ପଛରେ ଅନୁଷ୍କା, ଏମିତି ହୋଟେଲ ଛାଡିଲେ ଭାରତୀୟ ଖେଳାଳି

ଲଣ୍ଡନ, ୧୨।୭: ନ୍ୟୁଜିଲାଣ୍ଡଠାରୁ ପରାଜୟବରଣ କରି ଭାରତୀୟ ଦଳ ଚଳିତ ବିଶ୍ୱକପ ସେମିଫାଇନାଲରୁ ବିଦାୟ ନେଇଛି। ୨୦୧୪ ପରେ ପଞ୍ଚମ ଥର ପାଇଁ କୌଣସି ଆଇସିସି...

ସମସ୍ତଙ୍କ ହୃଦୟ ଜିତିଲେ ସୁମିତ୍‌ ନାଗଲ

ନୂଆଦିଲ୍ଲୀ,୨୭।୮:ଯୁବ ଭାରତୀୟ ଟେନିସ ଖେଳାଳି ସୁମିତ ନାଗଲ ଚଳିତ ବର୍ଷର ଅନ୍ତିମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ୟୁଏସ ଓପନର ପ୍ରଥମ ମ୍ୟାଚ୍‌ ହାରି ଯାଇଥିଲେ ମଧ୍ୟ ସମସ୍ତଙ୍କ...

ଡବ୍ଲ୍ୟୁଟିସି ଫାଇନାଲରେ କେ ଏଲ୍‌ ରାହୁଲଙ୍କୁ କରାଯାଉ ଭାରତର ଉଇକେଟକିପର: ଶାସ୍ତ୍ରୀ

ନୂଆଦିଲ୍ଲୀ,୧୮।୩: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆରେ ୭୫ ରନ୍‌ର ଇନିଂସ ଖେଳିବା ଦଳକୁ ବିଜେତା କରିବାରେ ପ୍ରମୁଖ ଯୋଗଦାନ ଦେଇଥିଲେ ଭାରତୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ କେ...

ଶ୍ରୀସନ୍ତଙ୍କ ନୂଆ ଇନିଂସ: ଏହି ଟିମ୍‌ର କୋଚ୍‌ ଭାବେ ହେଲେ ନିଯୁକ୍ତ

ଥିରୁବନନ୍ତପୁରମ୍‌,୨୬।୮: ଦୁଇଥର ବିଶ୍ୱ ଚାମ୍ପିଅନ ଭାରତୀୟ ଦଳର ସଦସ୍ୟ ଥିବା ୩୯ ବର୍ଷୀୟ ପୂର୍ବତନ ଦ୍ରୁତ ବୋଲର୍‌ ଏସ୍‌. ଶ୍ରୀସନ୍ତ କ୍ରିକେଟରୁ ବିଦାୟ ନେବା ପରେ...

ଆଇପିଏଲ୍‌ ମହାକୁମ୍ଭ: ଜାଣନ୍ତୁ କେବେ, କେତେବେଳେ ଆରମ୍ଭ ହେବ ମ୍ୟାଚ୍‌

ଇଣ୍ଡିଆନ ପ୍ରିମିୟର ଲିଗର ୧୪ତମ ସିଜନ ଆରମ୍ଭ ହେବାକୁ ଗୋଟିଏ ଦିନ ବାକି ଅଛି। ଏଭଳି ପରିସ୍ଥିତିରେ ସମସ୍ତ ଦଳ ଟାଇଟଲ ହାସଲ କରିବାକୁ ଜୋରଦାର...

Advertisement
Archives

Model This Week