Posted inଖେଳ

ଆଇପିଏଲ ନିଲାମୀରେ ଶୁଭ୍ରାଂଶୁ

କଟକ ଅଫିସ,୧୪ା୧୨-
ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ର ଆଗାମୀ ସଂସ୍କରଣ ପାଇଁ ହେବାକୁ ଥିବା ନିଲାମ ପ୍ରକ୍ରିୟାରେ ସାମିଲ ହେବେ ଜଣେ ଓଡ଼ିଆ ପ୍ରତିଭାବାନ ଖେଳାଳି। ଏହି ଖେଳାଳି ଜଣଙ୍କ ହେଲେ ରାଜ୍ୟ ରଣ୍‌ଜୀ ଦଳର ଅଧିନାୟକ ତଥା ଡାହାଣହାତୀ ଧୂଆଁଧାର ବ୍ୟାଟ୍ସମ୍ୟାନ ଶୁଭ୍ରାଂଶୁ ଶେଖର ସେନାପତି। ଶୁଭ୍ରାଂଶୁଙ୍କ ନାମ ଆଇପିଏଲ ନିଲାମୀର ଚୂଡ଼ାନ୍ତ ତାଲିକାରେ ସ୍ଥାନ ପାଇଛି। ୮ଟି ଦଳର ମାଲିକମାନଙ୍କ ଭିତରୁ କୌଣସି ଦଳ ଶୁଭ୍ରାଂଶୁଙ୍କ ପାଇଁ ଗ୍ରୀନ ସିଗ୍ନାଲ ଦେଖାଇଲେ, ସେ ରାଜ୍ୟର ୩ୟ ଖେଳାଳି ଭାବେ ଆଇପିଏଲ ଖେଳିବାର ସୌଭାଗ୍ୟ ହାସଲ କରିବେ। ଶୁଭ୍ରାଂଶୁଙ୍କ ବେସ୍‌ ପ୍ରାଇସ୍‌ ରହିଛି ୨୦ଲକ୍ଷ ଟଙ୍କା।
ବିଶ୍ୱର ସବୁ ପେସାଦାର କ୍ରିକେଟ ଲିଗ୍‌ଗୁଡ଼ିକ ଭିତରେ ଆଇପିଏଲ ବେଶ୍‌ ଚର୍ଚ୍ଚିତ ଓ ପ୍ରତିଷ୍ଠିତ। ଭାରତର ଏହି ବିତ୍ତଶାଳୀ କ୍ରିକେଟ ଲିଗ୍‌ର ଖେଳାଳି ନିଲାମୀ ପ୍ରକ୍ରିୟା ଆସନ୍ତା ୧୯ରେ ଅନୁଷ୍ଠିତ ହେବ। ଭାରତୀୟ ଓ ବିଦେଶୀ ଖେଳାଳିମାନଙ୍କୁ ମିଶାଇ ମୋଟ୍‌ ୩୩୨ଟି ନାମ ଏହି ପ୍ରକ୍ରିୟାରେ ଉପସ୍ଥାପିତ କରାଯିବ। ତାଲିକାରେ ଶୁଭ୍ରାଂଶୁ ଏକମାତ୍ର ଓଡ଼ିଆ ଖେଳାଳିଭାବେ ସ୍ଥାନ ପାଇଛନ୍ତି। ଶୁଭ୍ରାଂଶୁଙ୍କ ପୂର୍ବରୁ ହଳଧର ଦାସ ଓ ବିପ୍ଳବ ସାମନ୍ତରାୟ ଆଇପିଏଲରେ ଦେଖିବାକୁ ମିଳିଛନ୍ତି। ରଣଜୀ ସଂସ୍କରଣ-୨୦୧୮ ଓ କିଛିଦିନ ତଳେ ଶେଷ ହୋଇଥିବା ସୟଦ ମୁସ୍ତାକ ଅଲ୍ଲୀ ଟି-୨୦ ଟୁର୍ନାମେଣ୍ଟରେ ଶୁଭ୍ରାଂଶୁଙ୍କ ପ୍ରଦର୍ଶନ ବେଶ୍‌ ପ୍ରଭାବଶାଳୀ ରହିଥିଲା। ଯାହାଫଳରେ ତାଙ୍କ ନାମକୁ ଆଇପିଏଲ କମିଟି ନିଲାମୀ ପ୍ରକ୍ରିୟାରେ ସାମିଲ କରିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟ ପକ୍ଷରୁ ୧୬ଟି ଟି-୨୦ ମ୍ୟାଚ୍‌ ଖେଳିଥିବା ଶୁଭ୍ରାଂଶୁ ୨୭.୧୫ ଆଭରେଜରେ ୩୫୩ ରନ କରିଛନ୍ତି। ଷ୍ଟ୍ରାଇକ ରେଟ୍‌ ୧୨୩.୮୫ ରହିଥିବା ବେଳେ ୫୧ରନ ହେଉଛି ଶୁଭ୍ରାଂଶୁଙ୍କ ଟି୨୦ ଫର୍ମାଟର ସର୍ବାଧିକ ସ୍କୋର। ନିଲାମୀ ପ୍ରକ୍ରିୟାରେ ନାମ ରହିଥିବାରୁ ଖୁସି ଲାଗୁଛି ବୋଲି ଶୁଭ୍ରାଂଶୁ ନିଜ ପ୍ରତିକ୍ରିୟାରେ କହିଛନ୍ତି। ଆଇପିଏଲରେ ସୁଯୋଗ ମିଳିଲେ ଶ୍ରେଷ୍ଠ ପ୍ରଦର୍ଶନ କରିବି ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୩ ମାସ ମଧ୍ୟରେ ଟିମ୍‌ ଇଣ୍ଡିଆରେ ହେବ ବଡ଼ ପରିବର୍ତ୍ତନ ଆସିବ: ବାଦ୍‌ ପଡ଼ିପାରନ୍ତି ୪ ଖେଳାଳି

ନୂଆଦିଲ୍ଲୀ,୨୯।୮: IPL 2026 ଶେଷ ହେବା ପରେ ଭାରତୀୟ ଦଳ ତାର ଟେଷ୍ଟ କ୍ରିକେଟ ସିଜିନର ଏକ ଦୃଢ଼ ଆରମ୍ଭ କରିଛି। ଆଫଗାନିସ୍ତାନ ବିପକ୍ଷରେ ଏକ ମାତ୍ର…

ଡାଇମଣ୍ଡ ଲିଗ୍‌ ଫାଇନାଲ୍ସ ପାଇଁ ଯୋଗ୍ୟତା ହାସଲ କଲେ ନୀରଜ ଚୋପ୍ରା

ନୂଆଦିଲ୍ଲୀ, ୨୮ା୮: ଭାରତର ଅଗ୍ରଣୀ ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରା ସେପ୍ଟେମ୍ବର ୫ରେ ବ୍ରସେଲ୍ସରେ ହେବାକୁଥିବା ଡାଇମଣ୍ଡ ଲିଗ୍‌ ଫାଇନାଲ୍ସରେ ଅଂଶଗ୍ରହଣ କରିବା ଲାଗି ଯୋଗ୍ୟତା ଅର୍ଜନ…

ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ପ୍ରସ୍ତୁତି: ଅମିତ ଶାହାଙ୍କ ବଡ଼ ବୈଠକ

ଅହମଦାବାଦ,୨୮ା୮: ଭାରତରେ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ପ୍ରସ୍ତୁତି ଏବଂ ଦେଶର ୨୦୩୬ ଅଲିମ୍ପିକ ବିଡ୍‌ ସମ୍ପର୍କରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା…

ଅଷ୍ଟ୍ରେଲିଆରେ ଅନାୟା ବାଙ୍ଗରଙ୍କୁ ମହିଳା କ୍ରିକେଟ୍ ଖେଳିବାକୁ ଅନୁମତି: ଅସନ୍ତୋଷ ପ୍ରକାଶ କଲେ…

ନୂଆଦିଲ୍ଲୀ,୨୮।୮: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଲରାଉଣ୍ଡର ଓ କୋଚ୍ ସଞ୍ଜୟ ବାଙ୍ଗରଙ୍କ ଟ୍ରାନ୍ସଜେଣ୍ଡର ଝିଅ ଅନାୟା ବାଙ୍ଗରଙ୍କୁ ନେଇ କ୍ରିକେଟ୍ ଜଗତରେ ଏକ ନୂଆ ବିବାଦ…

ପ୍ରଥମ ଭାରତୀୟ ଭାବେ ଏହି ଟ୍ରଫି ଜିତି ଇତିହାସ ରଚିଲେ ପ୍ରଜ୍ଞାନନ୍ଦା

ନୂଆଦିଲ୍ଲୀ,୨୮।୮:ଭାରତୀୟ ଗ୍ରାଣ୍ଡମାଷ୍ଟର ଆର. ପ୍ରଜ୍ଞାନାନନ୍ଦ ସେଣ୍ଟ ଲୁଇସରେ ଗ୍ରାଣ୍ଡ ଚେସ ଟୁର୍‌ ଟାଇଟଲ ଜିତି ଇତିହାସ ରଚିଛନ୍ତି। ଏହି ଟ୍ରଫି ଜିତିଥିବା ପ୍ରଥମ ଭାରତୀୟ ଚେସ ଖେଳାଳି…

‘ମୁଁ ପୁରା ପରିଶ୍ରମ କରୁଛି…’, ଟିମ୍ ଇଣ୍ଡିଆକୁ କମ୍‌ବ୍ୟାକ୍ ନେଇ ସୂର୍ଯ୍ୟକୁମାରଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୨୮।୮: ଟି-୨୦ ବିଶ୍ୱକପ୍ ୨୦୨୬ରେ ଭାରତକୁ ଚାମ୍ପିୟନ କରିଥିବା ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ପରବର୍ତ୍ତୀ ଟି-୨୦ ସିରିଜ୍‌ରୁ ବାଦ୍ ଦିଆଯିବା ନେଇ କ୍ରିକେଟ୍‌ ଜଗତରେ ଚର୍ଚ୍ଚା ଜୋର…

ପ୍ରଥମ ମ୍ୟାଚ୍‌ରେ ଅଧିନାୟକ, ଦ୍ୱିତୀୟ ମ୍ୟାଚ୍‌ରେ ଟିମ୍‌ରୁ ବିଦା! ଚମକାଇଲା ନିଷ୍ପତ୍ତି

ଲଣ୍ଡନ୍, ୨୭।୮: ପାକିସ୍ତାନ କ୍ରିକେଟ୍‌ରେ ସବୁକିଛି ସମ୍ଭବ। ନିଜର ଖେଳ ପ୍ରଦର୍ଶନ ତୁଳନାରେ ଅଜବ ନିଷ୍ପତ୍ତି ପାଇଁ ଚର୍ଚ୍ଚାରେ ରହୁଥିବା ପାକିସ୍ତାନ ଟିମ୍ ପୁଣି ଏକ ଚମକାଇବା…

କିଏ ସେ ଅନୁଷ୍କା ଶର୍ମା? ଯାହାଙ୍କୁ ମିଳିଲା ଟିମ୍‌ ଇଣ୍ଡିଆରେ ବଡ଼ ଦାୟିତ୍ୱ

ମୋହାଲି, ୨୭।୮: ଭାରତୀୟ ମହିଳା କ୍ରିକେଟର ଭବିଷ୍ୟତ ତାରକାଙ୍କୁ ପ୍ରସ୍ତୁତ କରିବା ଲକ୍ଷ୍ୟରେ ବିସିସିଆଇ (BCCI) ଭାରତୀୟ ମହିଳା ‘ଏ’ ଦଳର ଅଷ୍ଟ୍ରେଲିଆ ‘ଏ’ ବିପକ୍ଷ ସିରିଜ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri