‘ଆଇନଜୀବୀଙ୍କୁ ମିଳୁ ୫ଲକ୍ଷ ଟଙ୍କାର ସ୍ବାସ୍ଥ୍ୟ ବୀମା’

କଟକ ଅଫିସ,୧।୩: ହାଇକୋର୍ଟ ବାର୍‌ ଆସୋସିଏଶନ ସମ୍ମିଳନୀ କକ୍ଷରେ ଶନିବାର ନିଖିଳ ଓଡ଼ିଶା ଆଇନ୍‌ଜୀବୀ ସଂଘର ୨୦୨୦ ବର୍ଷର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଭାପତି ବିଚିତ୍ର କୁମାର ବଡ଼ଜେନା ଏଥିରେ ଅଧ୍ୟକ୍ଷତା କରିଥିଲେ। ହାଇକୋର୍ଟ ଆଇନଜୀବୀ ସଂଘ ସଭାପତି ଗୋପାଳକୃଷ୍ଣ ମହାନ୍ତି ଏଥିରେ ନେତୃତ୍ୱ ନେଇଥିଲେ। ବୈଠକରେ ଆଇନଜୀବୀଙ୍କ ବିଭିନ୍ନ ଦାବି ସମ୍ପର୍କରେ ଆଲୋଚନା କରାଯାଇଛି। ଆଇନଜୀବୀଙ୍କୁ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ସ୍ବାସ୍ଥ୍ୟ ବୀମା ବ୍ୟବସ୍ଥା କରିବାକୁ ସରକାରଙ୍କ ନିକଟରେ ଦାବି ରଖାଯିବ। ସେହିଭଳି ଯୁବ ଆଇନଜୀବୀଙ୍କୁ ମାସିକ ୫ହଜାର ଟଙ୍କା ଭତ୍ତା, ସମସ୍ତ ଆଇନ୍‌ଜୀବୀ ସଂଘ ପାଇଁ ବିଦ୍ୟୁତ୍‌, ପାଣି, ପାଠାଗାର, ସୁରକ୍ଷା ବ୍ୟବସ୍ଥା ଏବଂ ସମସ୍ତ ଜିଲା ସଦର ମହକୁମାରେ ଆଇନଜୀବୀ କଲ୍ୟାଣ ଭବନ ଏବଂ ପ୍ରତ୍ୟେକ ବାର୍‌ ଆସୋସିଏଶନ ପାଇଁ ଆମ୍ବୁଲାନ୍ସର ବ୍ୟବସ୍ଥା ନିମନ୍ତେ ସରକାରଙ୍କ ପାଖରେ ଦାବି କରାଯିବ। ସଂଘର ସ୍ଥାୟୀ କାର୍ଯ୍ୟାଳୟ ନିର୍ମାଣ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ। କାର୍ଯ୍ୟରତ ଆଇନଜୀବୀମାନେ କୌଣସି ଫୌଜଦାରୀ ମକଦ୍ଦମାର ସମ୍ମୁଖୀନ ହେଲେ ମକଦ୍ଦମା ପାଇଁ ରାଜ୍ୟ ଆଇନଜୀବୀ ପରିଷଦର ଅନୁମୋଦନ ନେବାକୁ ପଡ଼ିବ ବୋଲି ସିଆର୍‌ପିସିରେ ସଂଶୋଧନ/ରିଭ୍ୟୁ ରଖିବାକୁ ଦାବି କରାଯିବ। ସଂଘର ପରବର୍ତ୍ତୀ ବୈଠକ ନବରଙ୍ଗପୁରରେ ହେବ ବୋଲି ସର୍ବସମ୍ମତିରେ ନିଷ୍ପତ୍ତି ନିଆଯାଇଥିଲା। ଉପସଭାପତି ସୁଶାନ୍ତ କୁମାର ବରାଳ, ଉପଦେଷ୍ଟା ଶିବାନନ୍ଦ ରାୟ, ଶିଶିର ପାଢ଼ୀ, ଅକ୍ଷୟ କୁମାର ପତି, ପ୍ରଦୀପ କୁମାର ପଣ୍ଡା, ସଂଗଠନ ସମ୍ପାଦକ ବିଭୁ ପ୍ରସନ୍ନ ମହାପାତ୍ର, ଜ୍ୟୋତି ପ୍ରସାଦ ରଥ, ଦୁଷ୍ମନ୍ତ କୁମାର ବିଶ୍ୱାଳ, ଆଶିଷ କୁମାର ମିଶ୍ର, ପୀତବାସ ପଣ୍ଡା, ବିଶ୍ୱଜିତ ଦାସ, ମୁକ୍ତିକାନ୍ତ ଦାସ, ପ୍ରଦୀପ ପଟ୍ଟନାୟକ, ଗୋବର୍ଦ୍ଧନ ସାହୁ, ନିରଞ୍ଜନ ନାୟକ, ଅଭିଜିତ ଦାସ, ଜଗଦୀପ ସାହୁଙ୍କ ସମେତ ବହୁ ଆଇନ୍‌ଜୀବୀ ବୈଠକରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁରଟରୁ ଫେରୁଥିବା ପ୍ରବାସୀ ଓଡ଼ିଆଙ୍କ ବସ୍‌ରେ ମୃତ୍ୟୁ

ସୋରଡା,୨ା୫(ଡି.ଏନ୍‌.ଏ.)- ସୁରଟରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଗଞ୍ଜାମ ଜିଲା ସୋରଡା ବ୍ଲକ ଅଭିମୁଖେ ଆସୁଥିବା ଏକ ବସ୍‌ରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେ ହେଲେ...

ବ୍ରିଜ୍‌ରେ ଗାତ: ଯାତାୟାତରେ ସମସ୍ୟା

ସୋରଡା,୩।୧(ଡି.ଏନ.ଏ.): ଜାତୀୟ ରାଜପଥ ୫୯ ସୋରଡା ସହର ମଧ୍ୟକୁ ସଂଯୋଗ କରୁଥିବା ଜରଉ ବ୍ରିଜ୍‌ ପ୍ରାରମ୍ଭରେ ୭ ଫୁଟ ଲମ୍ବ ଓ ୨ ଫୁଟ ଓସାରରେ...

ଗଞ୍ଜାମ, ଯାଜପୁର ଫେରନ୍ତାଙ୍କୁ ଅନୁଗୋଳ ମନା: ଜିଲାପାଳ

ଅନୁଗୋଳ ଅଫିସ,୧୧।୭: ଅନୁଗୋଳ ଜିଲାରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଜିଲାରେ ଏପର୍ଯ୍ୟନ୍ତ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩୧ରେ ପହଞ୍ଚିଛି।...

ଗୋଟିଏ ପରିବାରରୁ ୯୬୭ କୁଇଣ୍ଟାଲ ଧାନ କିଣି ଫଶିଲେ ସମବାୟ ସମିତି ସମ୍ପାଦକ

ଭୁବନେଶ୍ୱର/ଭଣ୍ଡାରିପୋଖରୀ, ୫।୩ : ଧାନକିଣାରେ ଅନିୟମିତତା ଏବଂ ନିର୍ଦ୍ଦେଶାବଳୀର ଉଲ୍ଲଂଘନ ଅଭିଯୋଗରେ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ମାଳଦା ସେବା ସମବାୟ ସମିତି ଭାରପ୍ରାପ୍ତ ସମ୍ପାଦକ...

ଚିହ୍ନଟରେ ସୀମିତ ସୁନାମି ପ୍ରବଣ ୬୪ ଗ୍ରାମ

କେନ୍ଦ୍ରାପଡ଼ା ଅଫିସ, ୫ା୯:ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକର ୪୬ ଓ ମହାକାଳପଡ଼ା ବ୍ଲକ ଅଞ୍ଚଳର ୧୮ ଗ୍ରାମକୁ ସୁନାମି ପ୍ରବଣ ବୋଲି...

ଦାରିଙ୍ଗବାଡ଼ିରେ ଫସି ରହିଛନ୍ତି ପଶ୍ଚିମବଙ୍ଗର ୧୫ ଶ୍ରମିକ

ଦାରିଙ୍ଗବାଡ଼ି,୨୭।୩(ଡି.ଏନ୍‌.ଏ.)- ପଶ୍ଚିମବଙ୍ଗରୁ ଦାରିଙ୍ଗବାଡ଼ି ଅଞ୍ଚଳକୁ ଆସି ବିଭିନ୍ନ ଲଜ୍‌, ବିଲ୍ଡିଂରେ କାର୍ଯ୍ୟ କରୁଥିବା ୧୫ଜଣ ରାଜମିସ୍ତ୍ରୀ ଓ ଶ୍ରମିକ ଦାରିଙ୍ଗବାଡ଼ିରେ ଫସି ରହିଛନ୍ତି। କାମ ବନ୍ଦ...

ରଥଯାତ୍ରା ଆୟୋଜନ ଦାବିରେ ୬ ଘଣ୍ଟିଆ ପୁରୀ ବନ୍ଦ

ପୁରୀ ଅଫିସ, ୧୯।୬: ରଥଯାତ୍ରା ଆୟୋଜନ ଦାବିରେ ଶ୍ରୀକ୍ଷେତ୍ର ସୁରକ୍ଷା ବାହିନୀ ଓ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଶୁକ୍ରବାର ୬ ଘଣ୍ଟିଆ ଶାନ୍ତିପୂର୍ଣ୍ଣ ପୁରୀ ବନ୍ଦ...

ଟ୍ରେନ ଇଞ୍ଜିନ ଲାଇନଚ୍ୟୁତ

ପୁରୀ ଅଫିସ,୨୦।୧୦: ପୁରୀ ଜିଲା ଚନ୍ଦନପୁର ଓ ତୁଳସୀଚୌରା ମଧ୍ୟରେ ଗୋଟିଏ ଟ୍ରେନର ଇଞ୍ଜିନ ଲାଇନଚ୍ୟୁତ ହୋଇଛି। ସୋମବାର ରାତିରେ ଯାତ୍ରୀ ନ ଥିବା ଖାଲି...

Advertisement
Archives

Model This Week