Posted inଖେଳ

ଆଇଡବ୍ଲ୍ୟୁଏଫ୍‌କୁ କ୍ଷତିପୂରଣ ମାଗିବେ ସଞ୍ଜିତା

ନୂଆଦିଲ୍ଲୀ, ୬ା୬ (ପି.ଟି.)-ଦୀର୍ଘ ଦିନ ଧରି ଚାଲିଥିବା ଡୋପ୍‌ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ ପାଇବାରେ ବିଳମ୍ବ ଘଟିଥିବାରୁ ଦୁଇଥର ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ବିଜେତା କେ. ସଞ୍ଜିତା ଚାନୁ ମାନସିକ ଯନ୍ତ୍ରଣାର ଶିକାର ହୋଇଛନ୍ତି। ଏଥିପାଇଁ ଅନ୍ତର୍ଜାତୀୟ ଭାରୋତ୍ତୋଳନ ମହାସଂଘ (ଆଇଡବ୍ଲ୍ୟୁଏଫ୍‌)ଠାରୁ ସେ କ୍ଷତିପୂରଣ ଚାହିଁଛନ୍ତି। ୨୦୧୭ ନଭେମ୍ବରରେ ଆନାବୋଲିକ୍‌ ଷ୍ଟେରଏଡ୍‌ ଟେଷ୍ଟୋଷ୍ଟେରନ ଦ୍ରବ୍ୟ ପାଇଁ ଡୋପ୍‌ ଟେଷ୍ଟରେ ଧରାପଡ଼ିଥିଲେ। ଶୁଣାଣି ବେଳେ ଉପସ୍ଥିତ ଥିବା ଚାନୁଙ୍କ ଭାଇ ବିଜେନ କୁମାର ଖୁମୁକ୍‌ଚାମ୍‌ କହିଛନ୍ତି, ଆଇଡବ୍‌ଲ୍ୟୁଏଫ୍‌ ପ୍ରତିଯୋଗିତାରେ ଭାଗ ନେବା ଲାଗି ଅନୁମତି ଦେଇଥିବାରୁ ମାମଲାର ଅନ୍ତ ଘଟିଛି ବୋଲି ଆମ ମନରେ ଧାରଣା ସୃଷ୍ଟି ହୋଇଥିଲା। କିନ୍ତୁ ନିକଟରେ ଆମେ ଅର୍ଜୁନ ପୁରସ୍କାର ପାଇଁ ଆବେଦନ କରିବାରୁ ଡୋପ୍‌ ମାମଲା ତୁଟି ନ ଥିବାରୁ ନାମ ସୁପାରିସ କରାଯାଇପାରିବ ନାହିଁ ବୋଲି ଭାରତୀୟ ମହାସଂଘ କହିିଥିଲା। ତେଣୁ ଆମେ କ୍ଷତିପୂରଣ ଦାବି କରିବାକୁ ନିଷ୍ପତ୍ତି ନେଇଛି। ବହୁଦିନ ଧରି ଏହି ମାମଲା ଚାଲିଥିବାରୁ କେବଳ ଆର୍ଥିକ ନୁହେଁ ମାନସିକ ଯନ୍ତ୍ରଣାର ସାମ୍ନା କରିବାକୁ ପଡ଼ୁଛି। ଡୋପ୍‌ ଟେଷ୍ଟରେ ଧରାପଡ଼ିବା ପରେ ସଞ୍ଜିତାଙ୍କୁ ୨୦୧୮ ମେ’ରୁ ୨୦୧୯ ଜାନୁୟାରୀ ୨୨ ପର୍ଯ୍ୟନ୍ତ ୯ମାସ ସାମୟିକ ସସ୍‌ପେଣ୍ଡ କରାଯାଇଥିଲା। ମାତ୍ର ପରେ ଟୁର୍ନାମେଣ୍ଟରେ ଭାଗ ନେବାଲାଗି ଅନୁମତି ମିଳିଥିଲା। ହେଲେ ଆଇଡବ୍ଲ୍ୟୁଏଫ୍‌ ପ୍ୟାନେଲ ଏପର୍ଯ୍ୟନ୍ତ ବିଧିବଦ୍ଧ ଭାବେ ରାୟ ପ୍ରକାଶ କରିନାହିଁ। ଅର୍ଜୁନ ପୁରସ୍କାର ପାଇଁ ଆବେଦନ କରିବା ଲାଗି ଅଯୋଗ୍ୟ ବୋଲି ଯେତେବେଳେ ୨୦୧୪ ଏବଂ ୨୦୧୮ରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ଜିତିଥିବା ସଞ୍ଜିତା ଜାଣିବାକୁ ପାଇଲେ ସେ କ୍ଷତିପୂରଣ ଦାବି କରିବାକୁ ସ୍ଥିର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଗଷ୍ଟ ଶେଷରେ ଭାରତ, ଦକ୍ଷିଣ ଆଫ୍ରିକା ୩ ଟି୨୦ ଖେଳିବେ

ନୂଆଦିଲ୍ଲୀ,୨୧।୫ (ପି.ଟି.): ଆସନ୍ତା ଅଗଷ୍ଟ ମାସ ଶେଷରେ ଭାରତ ଓ ଦକ୍ଷିଣ ଆଫ୍ରିକା ୩ଟି ଟି୨୦ ମ୍ୟାଚ୍‌ ଖେଳିବେ। ତେବେ କୋଭିଡ-୧୯ ମହାମାରୀ କମିଲେ ଅର୍ଥାତ...

ଦକ୍ଷିଣ ଆଫ୍ରିକାକୁ ଶକ୍ତ ଧକ୍କା

ଜୋହାନ୍ସବର୍ଗ,୨୧।୧୨: ଭାରତ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ପୂର୍ବରୁ ଦକ୍ଷିଣ ଆଫ୍ରିକାକୁ ଶକ୍ତ ଧକ୍କା ଲାଗିଛି। ଦଳର ପେସର ଅନରିଚ ନର୍ଟଜେ ପୂରା...

ସିଏସ୍‌କେର ପ୍ରଥମ ବିଜୟ…

ମୁମ୍ବାଇ, ୧୨।୪ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣରେ ମଙ୍ଗଳବାର ଚେନ୍ନାଇ ସୁପର କିଙ୍ଗସ୍‌ (ସିଏସ୍‌କେ) ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗୋଲୋର(ଆର୍‌ସିବି) ବିପକ୍ଷରେ ପ୍ରଥମ ବିଜୟ  ହାସଲ...

ଟସ୍‌ ଜିତିଲା ଆରସିବି, ବ୍ୟାଟିଂ ନିଷ୍ପତ୍ତି…

ଲକ୍ଷ୍ନୌ,୧।୫: ଆଇପିଏଲ ୨୦୨୩ର ୪୩ତମ ମ୍ୟାଚ ଲକ୍ଷ୍ନୌର ଅଟଳ ବିହାରୀ ବାଜପେୟୀ ଏକନ୍ନା କ୍ରିକେଟ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ଏବଂ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍ସ(ଏଲଏସଜି)...

କୋହଲି ସବୁଠୁ ଲୋକପ୍ରିୟ କ୍ରିକେଟର

ନୂଆଦିଲ୍ଲୀ, ୧୦।୮- କରୋନା ଭାଇରସ ସଂକ୍ରମଣ ଯୋଗୁ ଭାରତୀୟ କ୍ରିକେଟ ଦଳ ଖେଳିବା ତ ଦୂରର କଥା ଏପର୍ଯ୍ୟନ୍ତ ଅଭ୍ୟାସ ମଧ୍ୟ ଆରମ୍ଭ କରି ପାରିନାହିଁ।...

ହାର୍ଦ୍ଦିକ ପାଣ୍ଡ୍ୟା ପିତା ହେବାପରେ ଟ୍ରୋଲ ହୋଇଥିଲେ କୋହଲି, ଏବେ ଫଟୋ ଶେୟାର କରି ଦେଲେ କଡା ଜବାବ

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ବହୁତ ଦିନର ଅପେକ୍ଷା ପରେ ପ୍ରଶଂସକଙ୍କୁ ଖୁସି ଖବର ଦେଇଛନ୍ତି। ୨୦୨୧ ଜାନୁୟାରୀରେ ସେ ପିତା ହେବେ...

ସ୍ବସ୍ତି ସିଂଙ୍କୁ ଏକଲବ୍ୟ ପୁରସ୍କାର

ଭୁବନେଶ୍ୱର,୧୮।୯(ବ୍ୟୁରୋ): ଚଳିତବର୍ଷର ଏକଲବ୍ୟ ପୁରସ୍କାର ଘୋଷଣା କରାଯାଇଛି। ସାଇକେଲ୍‌ ଚାଳିକା ସ୍ବସ୍ତି ସିଂଙ୍କୁ ଏକଲବ୍ୟ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ସେହିପରି ଫୁଟବଲର ପ୍ୟାରୀ ଖାକା...

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ରୋମାଞ୍ଚ କ୍ରମେ ବଢ଼ିବାରେ ଲାଗିଛି। ଏହି ଚାମ୍ପିୟନଶିପ୍‌ ଅନ୍ତର୍ଗତ ବର୍ତ୍ତମାନ ସୁଦ୍ଧା ୩ଟି ସିରିଜ ଖେଳାଯାଇ ସାରିଛି। ସେଥିରୁ ନ୍ୟୁଜିଲାଣ୍ଡ-ଶ୍ରୀଲଙ୍କା ଓ...

Advertisement
Archives

Model This Week