Posted inଖେଳ

ଆଇଏସ୍‌ଏଲ୍‌: ଓଡ଼ିଶା ଏଫ୍‌ସିର ପ୍ଲେ-ଅଫ୍‌ ଆଶା ଶେଷ

କୋଲକାତା,୯।୨ (ପି.ଟି.)- ରୟ କ୍ରିଷ୍ଣାଙ୍କ ହ୍ୟାଟ୍ରିକ ବଳରେ ଏଟିକେ ଇଣ୍ଡିଆ ସୁପର ଲିଗ (ଆଇଏସ୍‌ଏଲ୍‌)ରେ ଶନିବାର ଓଡ଼ିଶା ଏଫ୍‌ସିକୁ ୩-୧ ଗୋଲରେ ପରାସ୍ତ କରିଛି। ଘରୋଇ ପରିବେଶରୁ ଫାଇଦା ଉଠାଇ ଏଟିକେ ପ୍ରଭାବୀ ପ୍ରଦର୍ଶନ କରିଥିଲା। ଏଥିସହିତ ଏଟିକେ ୧୬ଟି ମ୍ୟାଚ୍‌ ଖେଳି ୧୦ ବିଜୟ, ୩ ଡ୍ର ଓ ୩ ପରାଜୟ ସହ ମୋଟ ୩୩ ପଏଣ୍ଟ ହାସଲ କରି ତାଲିକାର ଶୀର୍ଷରେ ରହିବା ସହ ପ୍ଲେ- ଅଫ୍‌ରେ ସ୍ଥାନ ପକ୍କା କରିଛି। ଅନ୍ୟପଟେ ଓଡ଼ିଶା ୧୬ଟି ମ୍ୟାଚ୍‌ ଖେଳି ୬ ବିଜୟ, ୩ ଡ୍ର ଓ ୭ ପରାଜୟ ସହ ୨୧ ପଏଣ୍ଟ ପାଇ ତାଲିକାର ଷଷ୍ଠ ସ୍ଥାନରେ ରହିଛି। ଏଥିସହିତ ଓଡ଼ିଶା ପ୍ଲେ-ଅଫ୍‌ ଆଶା ଶେଷ ହୋଇଛି।
ମ୍ୟାଚ୍‌ର ପ୍ରଥମାର୍ଦ୍ଧରେ ଜବରଦସ୍ତ ସଂଘର୍ଷ ଦେଖିବାକୁ ମିଳିଥିଲା ଓ ଏହା ଗୋଲଶୂନ୍ୟ ଭାବେ ଶେଷ ହୋଇଥିଲା। କ୍ରିଷ୍ଣା ୪୯, ୬୦ ଓ ୬୩ତମ ମିନିଟ୍‌ରେ ୩ଟି ଗୋଲ ସ୍କୋର କରିଥିଲେ। ଅନ୍ୟପଟେ ଓଡ଼ିଶା ତରଫରୁ ମାନୁଏଲ ଓନ୍‌ଉକ ୬୭ତମ ମିନିଟ୍‌ରେ ଦଳ ତରଫରୁ ଏକମାତ୍ର ଗୋଲ ସ୍କୋର କରି ପରାଜୟ ବ୍ୟବଧାନକୁ କମାଇଥିଲେ। ଏଟିକେ ଏବେ ତା’ର ପରବର୍ତ୍ତୀ ମ୍ୟାଚ୍‌ରେ ୧୬ ତାରିଖରେ ଚେନ୍ନାଇ ଏଫ୍‌ସିକୁ ଭେଟିବ। ସେହିପରି ଓଡ଼ିଶା ମଧ୍ୟ ତା’ର ପରବର୍ତ୍ତୀ ମୁକାବିଲାରେ ୧୪ ତାରିଖରେ ନର୍ଥଇଷ୍ଟ ୟୁନାଇଟେଡକୁ ହୋମ ଗ୍ରାଉଣ୍ଡ କଳିଙ୍ଗ ଷ୍ଟାଡିୟମରେ ଭେଟିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସାଇନା ନେହଓ୍ବାଲ ଥାଇଲାଣ୍ଡରେ କ୍ୱାରାଣ୍ଟାଇନ୍‌

ନୂଆଦିଲ୍ଲୀ,୧୨।୧: ବ୍ୟାଡ଼ମିଣ୍ଟନ ଖେଳାଳି ସାଇନା ନେହଓ୍ବାଲଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ରିପୋର୍ଟ ମିଳିବା ପରେ ସୁରକ୍ଷା ଦୃଷ୍ଟିରୁ ତାଙ୍କୁ ଥାଇଲାଣ୍ଡରେ କ୍ୱାରାଣ୍ଟାଇନ୍‌ରେ...

ଟି୨୦ ସିରିଜ: ୩-୦ରେ ଇଂଲଣ୍ଡର କ୍ଲିନ୍‌ ସୁଇପ୍‌

କେପ୍‌ଟାଉନ,୩।୧୨(ଏପି): ସ୍ଥାନୀୟ ନ୍ୟୁଲାଣ୍ଡ୍ସ ଗ୍ରାଉଣ୍ଡରେ ମଙ୍ଗଳବାର ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ ଭ୍ରମଣକାରୀ ଇଂଲଣ୍ଡ ୯ ଉଇକେଟରେ ବିଜୟ...

ଭାବପ୍ରବଣ ପୋଷ୍ଟ ଲେଖିଲେ ଧୋନୀଙ୍କ ସ୍ତ୍ରୀ

ଆଇପିଏଲ ୨୦୨୦ରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଉପରେ ରାଜସ୍ଥାନ ରୟାଲ୍ସ ବିଜୟ ସହିତ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ) ‘ପ୍ଲେ ଅଫ’କୁ ଯିବାର ସମ୍ଭାବନା ସମ୍ପୂର୍ଣ୍ଣ ଶେଷ...

ଜରିନ୍‌ଙ୍କ ସହ ଲଢ଼ିବାକୁ ଭୟ କରୁନାହିଁ: ମେରୀକମ୍‌

ନୂଆଦିଲ୍ଲୀ,୧୯।୧୦(ପି.ଟି.): ନିଖାତ ଜରିନ୍‌ଙ୍କ ସହ ଲଢ଼ିବାକୁ ଆଦୌ ଭୟ କରୁନାହିଁ ବୋଲି ଅଭିଜ୍ଞ ମହିଳା ବକ୍ସର ମେରୀକମ କହିଛନ୍ତି। ଆଗାମୀ ଅଲିମ୍ପିକ କ୍ୱାଲିଫାୟର୍ସ ଟ୍ରାଏଲ୍ସ ତାଙ୍କୁ...

ଅଲିମ୍ପିକ୍ସ ଯୋଗ୍ୟତା ହାସଲ ପାଇଁ ଅପେକ୍ଷା ଯନ୍ତ୍ରଣାଦାୟକ

ନୂଆଦିଲ୍ଲୀ, ୧୭ା୪(ପି.ଟି.)-ନିଜର ଭବିଷ୍ୟତକୁ ନେଇ ଦ୍ୱନ୍ଦ୍ୱ ଓ ଉତ୍କଣ୍ଠାରେ ରହିଛନ୍ତି ଜାତୀୟ ରେକର୍ଡ ହାସଲକାରୀ ଲଙ୍ଗ୍‌ଜମ୍ପର ମୁରଲୀ ଶ୍ରୀଶଙ୍କର। କୋଭିଡ୍‌-୧୯ ମହାମାରୀର ଆବିର୍ଭାବ ତାଙ୍କ ପାଇଁ...

ଭାରତ ବିପକ୍ଷ ମ୍ୟାଚ୍‌ ପରେ ମଧ୍ୟ ଖେଳାଳିଙ୍କ ନିକଟରେ ରହିପାରିବେ ପତ୍ନୀ

ଲାହୋର,୨୫।୫- ଇଂଲଣ୍ଡର ମାଞ୍ଚେଷ୍ଟରଠାରେ ଜୁନ୍‌ ୧୬ ତାରିଖରେ ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମଧ୍ୟରେ ବିଶ୍ୱକପ୍‌ର ଗ୍ରୁପ୍‌ ପର୍ଯ୍ୟାୟ ମ୍ୟାଚ୍‌ ଖେଳାଯିବ। ଏହି ହାଇଭୋଲ୍‌ଟେଜ...

କେନିନ- ମୁଗୁରୁଜା ଟାଇଟଲ ମୁକାବିଲା

ମେଲବୋର୍ନ, ୧।୨(ଏଏଫ୍‌ପି)- ଶନିବାର ଅଷ୍ଟ୍ରେଲିଆନ ଓପନ ମହିଳା ସିଙ୍ଗଲ୍ସ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଟାଇଟଲ ପାଇଁ ଏହି ନିର୍ଣ୍ଣାୟକ ମୁକାବିଲାରେ ୧୪ତମ ସିଡ ଆମେରିକାର ସୋଫିଆ...

ପୂର୍ବତନ ହେଭିଓ୍ବେଟ୍‌ ଚାମ୍ପିୟନ ସ୍ପିଙ୍କ୍ସଙ୍କ ପରଲୋକ

ଲାସ୍‌ ଭେଗାସ, ୮ା୨ (ଏପି)-ପୂର୍ବତନ ହେଭିଓ୍ବେଟ୍‌ ଚାମ୍ପିୟନ ଲିଅନ୍‌ ସ୍ପିଙ୍କ୍ସଙ୍କ ପରଲୋକ ହୋଇଛି। ତାଙ୍କୁ ୬୭ବର୍ଷ ବୟସ ହୋଇଥିଲା। ସେ ଅଲିମ୍ପିକ ସ୍ବର୍ଣ୍ଣ ଜିତିଥିଲେ। ସେ...

Play 250+ Trending Games
Archives

Model This Week

Why Dharitri