Posted inଜାତୀୟ

ଆଇଏନ୍‌ଏକ୍ସ ମିଡିଆ ମାମଲା:ଜେଲ ଗଲେ ଚିଦାମ୍ବରମ,୭୪ତମ ଜନ୍ମଦିନ ଜେଲରେ କଟିବ

ନୂଆଦିଲ୍ଲୀ,୬-୯(ଆଇଏଏନ୍‌ଏସ୍‌):ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇବା ପାଇଁ କୋର୍ଟ ନିର୍ଦ୍ଦେଶ ଦେବା ପରେ ତାଙ୍କୁ ତିହାର ଜେଲକୁ ନିଆଯାଇଛି। ସେ ସେଠାରେ ୧୯ ତାରିଖ ପର୍ଯ୍ୟନ୍ତ ରହିବେ। ୧୬ ତାରିଖରେ ତାଙ୍କର ୭୪ତମ ଜନ୍ମଦିନ ଜେଲ୍‌ରେ କଟିବାକୁ ଯାଉଛି। ସେ ୭ ନମ୍ବର ଜେଲ୍‌ର ସ୍ବତନ୍ତ୍ର ସେଲ୍‌ରେ ରହିବେ। ଚିଦାମ୍ବରମ ଜେଡ୍‌ ସ୍ତରୀୟ ସୁରକ୍ଷା ପାଉଥିବାରୁ ତାଙ୍କ ଓକିଲଙ୍କ ଅନୁରୋଧ କ୍ରମେ ସ୍ବତନ୍ତ୍ର ସୁବିଧା ଯୋଗାଇଦେବାକୁ କୋର୍ଟ ରାଜି ହୋଇଛନ୍ତି। ତଦନୁଯାୟୀ ତାଙ୍କୁ ଖଟ, ଅତ୍ୟାଧୁନିକ ସୁବିଧା ଥିବା ବାଥ୍‌ରୁମ୍‌, ସୁରକ୍ଷା ଓ ଔଷଧ ଯୋଗାଇଦିଆଯିବ। ତେବେ ସାଧାରଣ ବନ୍ଦୀଙ୍କ ଭଳି ତାଙ୍କୁ ପ୍ଲାଷ୍ଟିକ୍‌ ପାତ୍ରରେ ରୁଟି ଡାଲି ଖାଇବାକୁ ପଡ଼ିବ ବୋଲି ଜଣେ ଜେଲ୍‌ ଅଧିକାରୀ କହିଛନ୍ତି।
ଗତମାସ ୨୦ରେ ଦିଲ୍ଲୀ ହାଇକୋର୍ଟ ଚିଦାମ୍ବରମଙ୍କ ଆଗୁଆ ଜାମିନ ଆବେଦନ ଖାରଜ କରିଦେବା ପରେ ୨୧ ତାରିଖ ରାତିରେ ସିବିଆଇ ତାଙ୍କୁ ଗିରଫ କରିଥିଲା। ରିମାଣ୍ଡରେ ନେଇ ସିବିଆଇ ତାଙ୍କୁ ୯୦ ଘଣ୍ଟା ଜେରା କରିଥିଲା। ଚିଦାମ୍ବରମଙ୍କୁ ୪୦୦ରୁ ଅଧିକ ପ୍ରଶ୍ନ ପଚାରିଥିଲେ ସିବିଆଇ ଅଧିକାରୀ। ରିମାଣ୍ଡ ମିଆଦ ପୂରଣ ହେବା ପରେ ତାଙ୍କୁ ଗୁରୁବାର ଅଦାଲତରେ ହାଜର କରାଯାଇଥିଲା। ତାଙ୍କୁ ଆଗୁଆ ଜାମିନ ଦେବାକୁ ସୁପ୍ରିମକୋର୍ଟ ମନା କରିଦେବା ପରେ ଦିଲ୍ଲୀର ସ୍ବତନ୍ତ୍ର ଅଦାଲତରେ ହାଜର କରାଯାଇଥିଲା। ତେବେ ଜେଲ୍‌ ଯିବାରୁ ବର୍ତ୍ତିବା ଲାଗି ତାଙ୍କର ସମସ୍ତ ଉଦ୍ୟମ ବ୍ୟର୍ଥ ହୋଇଥିଲା।
ଚିଦାମ୍ବରମଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇବା ପାଇଁ ସିବିଆଇ କୋର୍ଟଙ୍କୁ ଅନୁରୋଧ କରିଥିଲା। ତେବେ ଚିଦାମ୍ବରମଙ୍କ ଓକିଲ କପିଲ ସିବଲ ଏହାକୁ ବିରୋଧ କରିଥିଲେ। ମନିଲଣ୍ଡରିଂ ମାମଲାରେ ଜେରାର ସମ୍ମୁଖୀନ ହେବା ପାଇଁ ସେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ହେପାଜତକୁ ଯିବା ପାଇଁ ପ୍ରସ୍ତୁତ ବୋଲି ସିବଲ ଅଦାଲତଙ୍କୁ ଜଣାଇଥିଲେ। ଜାମିନବିହୀନ ଗିରଫ ପରଓ୍ବାନା ବିରୋଧରେ ଚିଦାମ୍ବରମ କରିଥିବା ଆବେଦନକୁ ପ୍ରତ୍ୟାହାର କରିନେବା ପରେ ତାଙ୍କୁ ସ୍ବତନ୍ତ୍ର ଅଦାଲତରେ ହାଜର କରାଯାଇଥିଲା। ସ୍ବତନ୍ତ୍ର କୋର୍ଟ ବିଚାରପତି ଅଜୟ କୁମାର କୁହାରଙ୍କ ନିର୍ଦ୍ଦେଶରେ ସେ ୧୫ ଦିନ ସିବିଆଇ ହାଜତରେ ରହିଥିଲେ। ସିବିଆଇ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ମାମଲା ଲଢ଼ୁଥିବାବେଳେ ଚିଦାମ୍ବରମଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଲ ସିବଲ କୋର୍ଟରେ ଉପସ୍ଥିତ ରହି ଯୁକ୍ତି ଉପସ୍ଥାପନ କରିଥିଲେ। ଚିଦାମ୍ବରମ ଆତ୍ମସମର୍ପଣ କରିବାକୁ ଚାହାନ୍ତି। ତେଣୁ ତାଙ୍କୁ ଇଡି ହାଜତକୁ ନେଉ ବୋଲି ସିବଲ କୋର୍ଟଙ୍କୁ କହିଥିଲେ।
ଅନ୍ୟପକ୍ଷରେ ଏୟାରସେଲ୍‌-ମାକ୍ସିସ୍‌ ମାମଲାରେ ଅନ୍ୟ ଏକ ସ୍ବତନ୍ତ୍ର ଅଦାଲତ ଚିଦାମ୍ବରମ ଓ ତାଙ୍କ ପୁଅ କାର୍ତ୍ତିଙ୍କୁ ଆଗୁଆ ଜାମିନ ପ୍ରଦାନ କରିଛନ୍ତି। ସେ କେବଳ ଦେଶର ଆର୍ଥତ୍କ ସ୍ଥିତିକୁ ନେଇ ଚିନ୍ତିତ ବୋଲି ଜେଲ୍‌ ଯିବା ପୂର୍ବରୁ ଚିଦାମ୍ବରମ ଗଣମାଧ୍ୟମକୁ କହିଛନ୍ତି। ଜିଡିପି ୫ ପ୍ରତିଶତକୁ ଖସିବା ନେଇ ସେ ଗତ ସପ୍ତାହରେ ସରକାରଙ୍କୁ ସମାଲୋଚନା କରିଥିଲେ।
୨୦୦୭ରେ ଚିଦାମ୍ବରମ କେନ୍ଦ୍ର ଅର୍ଥମନ୍ତ୍ରୀ ଥିବାବେଳେ ଆଇଏନ୍‌ଏକ୍ସ ମିଡିଆରେ ୩୦୫ କୋଟି ଟଙ୍କାର ବିଦେଶୀ ପୁଞ୍ଜି ବିନିଯୋଗକୁ ବିଦେଶୀ ନିବେଶ ପ୍ରୋତ୍ସାହନ ବୋର୍ଡ (ଏଫଆଇପିବି) ଅନୁମତି ଦେଇଥିଲା। ଏଥିପାଇଁ ଚିଦାମ୍ବରମ୍‌ କ୍ଷମତାର ଦୁରୁପଯୋଗ କରିଥିବା ଅଭିଯୋଗ ହୋଇଥିଲା। ତାଙ୍କ ପୁଅ କାର୍ତ୍ତିଙ୍କ ସେଲ୍‌ କମ୍ପାନୀ ମାଧ୍ୟମରେ ଏଥିପାଇଁ ବିପୁଳ ଅର୍ଥ କାରବାର ହୋଇଥିଲା। ଏନେଇ ସିବିଆଇ ୨୦୧୭ ମେ ୧୫ରେ ଏତଲା ଦାଏର କରିଥିଲା। ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚିଦାମ୍ବରମଙ୍କ ନାମରେ ମନିଲଣ୍ଡରିଂ ମାମଲା ରୁଜୁ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମନି ଲଣ୍ଡରିଂ ମାମଲାରେ ସିସୋଡିଆଙ୍କୁ ଅଭିଯୁକ୍ତ କଲା ଇଡି, ଦାଖଲ କଲା ଅଢେଇ ହଜାର ପୃଷ୍ଠାର ଚାର୍ଜସିଟ

ନୂଆଦିଲ୍ଲୀ,୪।୫: ଦିଲ୍ଲୀ ଅବକାରୀ ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ଗୁରୁବାର ଚାର୍ଜସିଟ ଦାଖଲ କରିଛି। ଏଥିରେ ଇଡି ଆମ ଆଦମୀ ପାର୍ଟି(ଏଏପି)...

ସକ୍ରିୟ ମାମଲା-ଦୈନିକ ସଂକ୍ରମଣରେ ସାମାନ୍ୟ ବ୍ରେକ୍‌…

ନୂଆଦିଲ୍ଲୀ, ୧୭।୮ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ...

‘ଭାଜପାଠୁ ଶକ୍ତିଶାଳୀ ଶତ୍ରୁକୁ ହରାଇଛୁ’

ତିରୁନେଲଭେଲି,୨୮।୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିରାଟ କାୟ ଶତ୍ରୁ ସହ ତୁଳନା କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଆଉ ପ୍ରେମ ଓ ଅହିଂସା...

ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ

ଶ୍ରୀନଗର, ୨୦।୧୦: ଜମ୍ମୂ-କଶ୍ମୀରର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଉତ୍ତେଜନା ବଢ଼ିବାରେ ଲାଗିଛି। ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟଗୁଡ଼ିକରୁ କାଠୁଆ ଜିଲାର ହିରାନଗର ସେକ୍ଟରରେ ମୋର୍ଟାର ଶେଲିଂ...

ବିଧାନସଭା ବାହାରେ ଭାଜପାର ବିକ୍ଷୋଭ:‘କୁମାରସ୍ବାମୀ ଗାଦି ଛାଡ଼’

ବେଙ୍ଗାଲୁରୁ,୧୧ା୭(ପି.ଟି.): କର୍ନାଟକର ଭାଜପା ସଭାପତି ବି.ଏସ୍‌. ୟେଦୁରପ୍ପାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବୁଧବାର ରାଜଭବନରେ ରାଜ୍ୟପାଳ ଭଜୁଭାଇ ଭାଲାଙ୍କୁ ସାକ୍ଷାତ୍‌ କରିଛି। ରାଜ୍ୟପାଳଙ୍କ ପରେ...

‘୩ କୋଟି ଲୋକଙ୍କୁ ମିଳିବ ମାଗଣା ଟିକା’

ନୂଆଦିଲ୍ଲୀ୧୧।୧: ଆସନ୍ତା ୧୬ ତାରିଖରୁ ସମଗ୍ର ଦେଶରେ ଆମ୍ଭର ହେବ କରୋନା ଟିକାକରଣ। ପ୍ରଥମ ପର୍ଯ୍ୟାୟରେ ୩ କୋଟି ଲୋକଙ୍କୁ ମାଗଣାରେ ମିଳିବ କରୋନା ଟିକା।...

ଡିଏମ୍‌କେ ଯୁବଶାଖାର ସମ୍ପାଦକ ହେଲେ ଷ୍ଟାଲିନଙ୍କ ପୁଅ ଉଦୟନିଧି

ଚେନ୍ନାଇ,୪।୭: ଡିଏମ୍‌କେ ମୁଖ୍ୟ ଏମ୍‌ କେ ଷ୍ଟାଲିନଙ୍କ ପୁଅ ତଥା ଅଭିନେତା ଉଦୟନିଧି ଡିଏମ୍‌କେର ଯୁବଶାଖା ସମ୍ପାଦକ ଭାବେ ନିଯୁକ୍ତ ହୋଇଛନ୍ତି। ୪୨ ବର୍ଷୀୟ ଉଦୟନିଧି...

କୋଭିଡ ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ: ୧୩ ଜଣ କରୋନା ରୋଗୀଙ୍କ ଜୀବନ ଗଲା

ମୁମ୍ବାଇ,୨୩।୪।: ମହାରାଷ୍ଟ୍ରର ମୁମ୍ବାଇସ୍ଥିତ ବିରାର ଅଞ୍ଚଳରେ ବିଜୟ ବଲ୍ଲଭ କୋଭିଡ ହସ୍ପିଟାଲରେ ଭୟାନକ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୧୩ ଜଣ କରୋନା ରୋଗୀଙ୍କର ମୃତ୍ୟୁ ଘଟିଛି।...

Advertisement
Archives

Model This Week