ଅସୁସ୍ଥତା ସତ୍ତ୍ୱେ କାର୍ଯ୍ୟ କଲେ ବିଏମ୍‌ସି ଇଞ୍ଜିନିୟର

ଭୁବନେଶ୍ୱର,୧୭।୫(ବ୍ୟୁରୋ) : ସପ୍ତାହକୁ ଦୁଇଥର(ସୋମବାର ଓ ଶୁକ୍ରବାର) ଡାଏଲିସିସ୍‌ ଚିକିତ୍ସା। ୨୦୧୮ ଡିସେମ୍ବରରୁ ସେ କିଡ୍‌ନୀ ରୋଗରେ ପୀଡ଼ିତ। ଏହା ସତ୍ତ୍ୱେ ବାତ୍ୟା ‘ଫନୀ’ ପରେ ଛୁଟି ନ ନେଇ କାର୍ଯ୍ୟରତ ରହିଲେ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଇଞ୍ଜିନିୟରିଂ ଡିଭିଜନ-୨ର ଇଞ୍ଜିନିୟର ସୁବାସ ଚନ୍ଦ୍ର ଜେନା। ସନ୍ଧ୍ୟାରେ ୩ ଘଣ୍ଟା ଡାଏଲିସିସ୍‌ ଚିକିତ୍ସା ନେଇ ପୁଣିଥରେ ସକାଳ ୬ଟାରୁ କାର୍ଯ୍ୟରେ ଯୋଗଦେବା ଲାଗି ସୁବାସ ବାହାରି ପଡ଼ୁଥିଲେ। ଦିନରେ କାମର ଅଗ୍ରଗତି ଦେଖିବା ସହ ବରିଷ୍ଠ ଅଧିକାରୀଙ୍କୁ ରିପୋର୍ଟ ଦେଉଥିଲେ। ବିଏମ୍‌ସି ଓ୍ବାର୍ଡ ନଂ. ୩୦, ୩୪ ଓ ୪୧ର ରାସ୍ତାଘାଟ ସଫେଇ, ଭାଙ୍ଗିଥିବା ଗଛ କାଟିବା ଓ ଉଠାଇବା ସହ ଅନ୍ୟ ସମସ୍ତ କାର୍ଯ୍ୟକୁ ତଦାରଖ କରୁଥିଲେ। ସୁବାସଙ୍କ କାର୍ଯ୍ୟକୁ ନେଇ ବିଏମ୍‌ସିରେ କାର୍ଯ୍ୟରତ ଅନ୍ୟ ଜଣେ ଇଞ୍ଜିନିୟର ସରୋଜ ସ୍ବାଇଁ କହିଛନ୍ତି, ତାଙ୍କ ଭଳି କାମକୁ ଭଲପାଉଥିବା ଇଞ୍ଜିନିୟରଙ୍କ ସହିତ କାମ କରି ବହୁତ ଭଲ ଲାଗୁଛି। କିଡ୍‌ନୀ ରୋଗରେ ପୀଡ଼ିତ ହେବା ପରେ ମଧ୍ୟ ସେ କାମରେ ଟିକେ ହେଲେ ଅବହେଳା କରିନାହାନ୍ତି। ଅନ୍ୟପକ୍ଷରେ କାମ ଓ ଲୋକଙ୍କ ସେବା କରିବା ତାଙ୍କ ପାଇଁ ପ୍ରଥମ, ତା’ପରେ ନିଜ ସ୍ବାସ୍ଥ୍ୟ ବୋଲି ସୁବାସ କହିଛନ୍ତି। ସୂଚନାଯୋଗ୍ୟ, ଭୁବନେଶ୍ୱରକୁ ପୂର୍ବରୂପକୁ ଫେରାଇ ଆଣିବା ଲାଗି ବିଏମ୍‌ସି ପକ୍ଷରୁ ଏବେ ବି ଚେଷ୍ଟା ଜାରି ରହିଛି। ପୁନରୁଦ୍ଧାର ଲାଗି ସହରକୁ ୧୩ ଜୋନ୍‌ରେ ବିଭକ୍ତ କରାଯାଇଛି। ପୂର୍ତ୍ତ ବିଭାଗ, ଏନ୍‌ଡିଆର୍‌ଏଫ୍‌, ଅଗ୍ନିଶମ, ଓଡ୍ରାଫ୍‌, ଓଏଫ୍‌ଡିସି ଆଦି ବିଭାଗୀୟ କର୍ମଚାରୀ ସହର ପୁନରୁଦ୍ଧାର କାର୍ଯ୍ୟରେ ଲାଗିଥିବା ବେଳେ ୭୦୦ ଯାନବାହାନ ଓ ୩ହଜାର କର୍ମଚାରୀ ଏଥିରେ ନିୟୋଜିତ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇ-ବାଣିଜ୍ୟ ସଂସ୍ଥା ଉପରେ ଲାଗିବ ଅଙ୍କୁଶ

ଭୁବନେଶ୍ୱର,୨୧।୭(ବ୍ୟୁରୋ): ଦେଶରେ ଇ-ବାଣିଜ୍ୟ କାରବାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଗ୍ରାହକମାନେ ଅନ୍‌ଲାଇନ ଜରିଆରେ ମଗାଉଥିବା ସାମଗ୍ରୀ ଖରାପ ପଡ଼ିଲେ ସେହି ସଂସ୍ଥାଗୁଡ଼ିକ ବିରୋଧରେ ପୂର୍ବରୁ...

୭ ଜିଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର,୪।୯(ଅନିଲ ଦାସ): ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଲଘୁଚାପ କ୍ଷେତ୍ରର ରୂପ ନେବ ବୋଲି ଭୁବେନଶ୍ୱର ଆଞ୍ଚଳିକ...

୩୩ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ

ଭୁବନେଶ୍ୱର,୨୦।୨(ବ୍ୟୁରୋ): ‘ମୋ ସ୍କୁଲ ଅଭିଯାନ’ର ୨୨ତମ କାର୍ଯ୍ୟକାରୀ ପରିଷଦ ବୈଠକ ଶୁକ୍ରବାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ...

ବିଶ୍ୱକୁ ଶାନ୍ତିର ବାର୍ତ୍ତା ଦେଇଛି ଓଡ଼ିଶା, ଭୂଖଣ୍ଡରେ ଛିଡ଼ା ହୋଇ ନିଜକୁ ଭାଗ୍ୟବାନ ମନେ କରୁଛି: ରାଷ୍ଟ୍ରପତି

ଭୁବନେଶ୍ୱର, ୮।୧୨(ବ୍ୟୁରୋ): ବାଣୀବିହାରର ପ୍ଲାଟିନମ୍‌ ଜୁବିଲିିର ଉଦ୍‌ଯାପନୀ ଉତ୍ସବରେ ଯୋଗଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏହି ଅବସରରେ ବକ୍ତବ୍ୟ ରଖି ରାଷ୍ଟ୍ରପତି କହିଛନ୍ତି, ଓଡ଼ିଶା ସାରା...

ରାଜ୍ୟ ସରକାରୀ କର୍ମଚାରୀଙ୍କ ୫% ମହଙ୍ଗା ଭତ୍ତା ବୃଦ୍ଧି

ଭୁବନେଶ୍ୱର,୧୫।୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ୫% ମହଙ୍ଗା ଭତ୍ତା(ଡିଏ) ମିଳିବା ନେଇ ଘୋଷଣା କରାଯାଇଛି। ଏହା ଚଳିତବର୍ଷ...

କମେଣ୍ଟକୁ ବିରୋଧ କରିବାରୁ ୩ ଛାତ୍ରଙ୍କୁ ମାଡ଼

ଭୁବନେଶ୍ୱର,୧୮।୪ (ବ୍ୟୁରୋ): ବିଜେବି ପରେ ମହର୍ଷି କଲେଜରେ ଅଣଛାତ୍ର ଓ ଅସାମାଜିକଙ୍କ ରାଜ୍‌ ସାମ୍ନାକୁ ଆସିଛି। କ୍ୟାମ୍ପସରେ ଆଡ୍ଡା ଜମାଇବା ସହ ଛାତ୍ରୀଙ୍କୁ କମେଣ୍ଟ ମାରୁଛନ୍ତି।...

ଖସିଲା ପାରଦ, ରାଜଧାନୀରେ ତୁହାକୁ ତୁହା ବର୍ଷା

ଭୁବନେଶ୍ୱର,୨୨ା୪(ବ୍ୟୁରୋ): ଗତ କିଛି ଦିନ ହେବ ରାଜ୍ୟକୁ ଉତ୍ତପ୍ତ କରିଥିବା ପ୍ରଚଣ୍ଡ ଗ୍ରୀଷ୍ମରୁ ଆଶ୍ୱସ୍ତି ମିଳିଛି। ଝଡବର୍ଷା ଯୋଗୁ ମଙ୍ଗଳବାର ଅଧିକାଂଶ ଜିଲାରେ ପାରଦ ୪୦...

ଆଜିଠୁ ଯୁକ୍ତ୨ ପରୀକ୍ଷା

ଭୁବନେଶ୍ୱର, ୧।୩(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଦ୍ବାରା ପରିଚାଳିତ ଯୁକ୍ତ୨ ପରୀକ୍ଷା ବୁଧବାର ଠାରୁ ଆରମ୍ଭ ହେବ। ଦୁଇଟି ପର୍ଯ୍ୟାୟରେ ଏପ୍ରିଲ ୫...

Advertisement
Archives

Model This Week