ଅସୁରକ୍ଷିତ ଗଜରାଜ

ହାତୀଙ୍କ ଲାଗି ଅସୁରକ୍ଷିତ ହୋଇଛି ଖୋର୍ଦ୍ଧା ବନଖଣ୍ଡ। ଗତ ୧୫ବର୍ଷରେ ଏହି ବନଖଣ୍ଡରେ ଯାଇଛି ୭ ହାତୀଙ୍କ ଜୀବନ। ୧୧ବର୍ଷରେ ଘଟିଛି ୨୦ଜଣଙ୍କ ପ୍ରାଣହାନୀ। ଏଥିପାଇଁ ବନ ବିଭାଗର ଆନ୍ତରିକତା ଅଭାବ ଏବଂ ଜିଲା ପ୍ରଶାସନର ଅବହେଳାକୁ ଦାୟୀ କରିଛନ୍ତି ପରିବେଶପ୍ରେମୀ। ମାର୍ଚ୍ଚ ୧୮ରେ ଟାଙ୍ଗୀ ବନାଞ୍ଚଳ ଅନ୍ତର୍ଗତ ମଲାଗୁଣୀ ନଦୀପଠାସ୍ଥିତ ସରପାରୀ ପଞ୍ଚାୟତର ବାରୋଡା ମୌଜାରେ ଅସୁସ୍ଥ ଅବସ୍ଥାରେ ଏକ ମାଈ ହାତୀ ଦୁଇ ଦିନ ଧରି ଜୀବନ ସହ ସଂଗ୍ରାମ କରି ଶେଷରେ ଆଖି ବୁଜିଲା। ଉପଯୁକ୍ତ ଚିକିତ୍ସାରେ ଅବହେଳା ଏବଂ କୀଟନାଶକ ପ୍ରୟୋଗ ଏହି ହାତୀ ମୃତ୍ୟୁକାରଣର ବୋଲି ମତ ପ୍ରକାଶ ପାଇଥିଲା। ଅନ୍ୟପଟେ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡିବ କହି ନିଜ ଉପରୁ ଦୋଷ ଖସାଇ ଦେଇଛନ୍ତି କର୍ତ୍ତୃପକ୍ଷ। ବନ ବିଭାଗ ତଥ୍ୟ କହୁଛି ୨୦୦୬ ଜାନୁୟାରୀ ୧୨ ରଣପୁର ରେଞ୍ଜରେ ଏକ ମାଈ ହାତୀ ମୃତ ଶରୀର ଠାବ ହୋଇଥିଲା। ୨୦୦୮ଜାନୁୟାରୀ ୩ରେ ଖୋର୍ଦ୍ଧା ବନାଞ୍ଚଳ ବରୁଣେଇ ପାହାଡରେ ସଂକ୍ରାମଣ ରୋଗରେ ପୀଡିତ ଏକ ମାଈହାତୀର ମୃତ୍ୟୁ ଘଟିଥିଲା। ସେହିବର୍ଷ ଏହି ବନାଞ୍ଚଳ ଅନ୍ତର୍ଗତ ଜାନୁୟାରୀ ୨୯ ମଧୁପୁରରେ ଶିକାରୀ ଗୁଳିରେ ଏକ ହାତୀ ଟଳି ପଡିଥିଲା। ପୁଣି ୨୦୧୦ଡିସେମ୍ବର୧୪ କୁଶପାଙ୍ଗୀ ଜଙ୍ଗଲରେ ଏକ ହାତୀର ମୃତ୍ୟୁ ଘଟିଥିଲା। ୨୦୧୭ ଡିସେମ୍ବର୨ରେ ଟାଙ୍ଗୀ ବନାଞ୍ଚଳ ରାମେଶ୍ୱର ଖଜୁରୀପଡା ଗ୍ରାମ ନିକଟରୁ ଆଉ ଏକ ମାଈ ହାତୀର ଗଳିତ ମୃତଦେହ ଜବତ ହୋଇଥିଲା। ୨୦୧୯ ନଭେମ୍ବର୨୨ ମାସରେ ଜଙ୍କିଆ ଥାନା ମଲାଗୁଣୀ ନଦୀତଟ ଅଚ୍ୟୁତପୁରଠାରୁ ଏକ ଦନ୍ତାହାତୀର ମୃତଦେହ ମିଳିଥିଲା। ବିଷକ୍ରିୟା ଯୋଗୁ ହାତୀର ମୃତ୍ୟୁ ଘଟିଥିବା ଚର୍ଚ୍ଚା ହୋଇଥିଲା। ତେବେ ବ୍ୟବଚ୍ଛେଦ ରିପୋର୍ଟ ହସ୍ତଗତ ହୋଇ ନ ଥିବା ଦର୍ଶାଇ ଖୋର୍ଦ୍ଧା ବନଖଣ୍ଡ ଅଧିକାରୀ ଏହାକୁ ଚତୁରତାର ସହିତ ଏଡାଇ ଯାଇଥିଲେ। ସେହିପରି ଗତ ୨୦୦୯ରୁ ୨୦୨୦ ମଧ୍ୟରେ ହାତୀ ଓ ମଣିଷ ଲଢେଇରେ ୨୦ଜଣ ପ୍ରାଣ ହାରିଛନ୍ତି। ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା ୩ ଜଣଙ୍କ ପ୍ରାଣହାନୀ ଘଟିଛି। ଏପରି ସ୍ଥିତିକୁ ସୁଧାରିବା ଉପରେ ବୁଦ୍ଧିଜୀବୀମାନେ ଗୁରୁତ୍ୱାରୋପ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ଛତ୍ରପୁର ତହସିଲ ଅଫିସର ବରିଷ୍ଠ ରାଜସ୍ବ ସହାୟକ

ଛତ୍ରପୁର,୧୨।୫(ଡି.ଏନ.ଏ.): ଗଞ୍ଜାମ ଜିଲା ଛତ୍ରପୁର ତହସିଲ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ବ ସହାୟକ ସ୍ବାତି ସୁଚରିତା ପାତ୍ର ଘରବାରି ପଟ୍ଟା କରିଦେବା ଲାଗି ଲାଞ୍ଚ ନେଉଥିବା ବେଳେ...

ରାତି ହେଲେ ହାତୀପଲ ଗଁ। ମୁହାଁ

କେନ୍ଦୁଝର, ୭ା୯ (ସ୍ବ.ପ୍ର.)- କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ନରଣପୁର ଓ ମଇଦାନକେଲ ଫରେଷ୍ଟ ବିଟ ଅଧୀନ ଅଞ୍ଚଳରେ ଗତ କିଛି ଦିନ ହେବ ହାତୀ...

ସ୍ବାଭିମାନ ଅଞ୍ଚଳରେ ପୁଣି ମାଓବାଦୀ ବ୍ୟାନର, ପୋଷ୍ଟର: ୪ ଜଣଙ୍କୁ ମୃତ୍ୟୁଦଣ୍ଡ ଉଲ୍ଲେଖ

ମାଲକାନଗିରି,୨।୨(ସ୍ବ.ପ୍ର.): ସ୍ବାଭିମାନ ଅଞ୍ଚଳରେ ପୁଣି ମାଓବାଦୀ ବ୍ୟାନର ଓ ପୋଷ୍ଟର ରବିବାର ଦେଖିବାକୁ ମିଳିଛି। ପୋଲିସ ଓ ସରକାରଙ୍କୁ ବିରୋଧ କରି ଏହି ପୋଷ୍ଟର ଲଗାଯାଇଛି।...

ଶ୍ରେଷ୍ଠ ଆୟୋଜକ ଭାବେ ହକି ଇଣ୍ଡିଆ ପୁରସ୍କୃତ

ନୂଆଦିଲ୍ଳୀ,୨୩ା୩: ଏସିଆନ୍‌ ହକି ମହାସଂଘ(ଏଏଚ୍‌ଏଫ୍‌) ପକ୍ଷରୁ ହକି ବିଶ୍ୱକପ୍‌ ୨୦୨୩ର ସଫଳ ଆୟୋଜନ ପାଇଁ ହକି ଇଣ୍ଡିଆକୁ ଗୁରୁବାର ସମ୍ବର୍ଦ୍ଧିତ କରାଯାଇଛି। ଏପରିକି ଶ୍ରେଷ୍ଠ ଆୟୋଜକ...

ଡାକ୍ତରଙ୍କ ଉପରକୁ ଗୁଳିମାଡ

ଖୋର୍ଦ୍ଧା ଅଫିସ୍‌, ୧୫।୧୨: ରବିବାର ଏକ ଘରୋଇ କ୍ଲିନିକର ଶିଶୁରୋଗ ବିଶେଷଜ୍ଞ ଡାକ୍ତର ମାନସ ଦାସଙ୍କ ଉପରକୁ ଗୁଳିମାଡ ହୋଇଥିବା ସୂଚନା ମିଳିଛି। ଖୋର୍ଦ୍ଧା ଜିଲା...

ଭଡ଼ାଘରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ

ଟିଟିଲାଗଡ଼,୨୪ା୭(ଡି.ଏନ୍‌.ଏ): ବଲାଙ୍ଗୀର ଜିଲା ଟିଟିଲାଗଡ଼ ହାଟପଦା ପଡ଼ାରେ ଭଡ଼ାରେ ରହୁଥିବା ଜଣେ ମହିଳାଙ୍କ ମୃତଦେହକୁ ପୋଲିସ ଜବତ କରିଛି। ମୁନିଗୁଡ଼ାରେ ରହୁଥିବା ମହିଳାଙ୍କ ସ୍ବାମୀଙ୍କୁ ଖବରଦେଇ...

ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ରାଇକିଆ, ୨୭।୩(ଡି.ଏନ.ଏ.): କନ୍ଧମାଳ ଜିଲା ରାଇକିଆ ଥାନା ଦାଗଡି ନିକଟରେ ସୋମବାର ଏକ ଗଛରୁ ଜଣେ ଯୁବକଙ୍କର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି। ସେ...

ଝାରସୁଗୁଡ଼ାରେ ନବ, ବ୍ରଜରାଜନଗରରେ କିଶୋର ଆଗୁଆ

ଲଖନପୁର,୨୩।୫: ୧୨ ରାଉଣ୍ଡ ଗଣତି ଶେଷ ସୁଦ୍ଧା ଝାରସୁଗୁଡ଼ା ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ନବ ଦାସ ଆଗରେ ଅଛନ୍ତି। ନବ ୪୧୫୨୫ ଭୋଟ ପାଇଥିବାବେଳେ...

Advertisement
Archives

Model This Week