ନୂଆପଡ଼ା ଅଫିସ,୪।୧୧:ନୂଆପଡା ଜିଲା ସଦର ମହକୁମାର ଅନେକ ସ୍ଥାନକୁ ଗ୍ରାମ୍ୟ ଉନ୍ନଉନ ବିଭାଗ ଦ୍ୱାରା ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ଯୋଡା ଯାଉଛି। କିନ୍ତୁ ଅନେକ ଗ୍ରାମବାସୀ ସଦର ମହକୁମାକୁ ଆସିବା ପାଇଁ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏପରି ପରିସ୍ଥିତି ଦେଖିବାକୁ ମିଳିଛି ନୂଆପଡା ସଦର ବ୍ଲକ କୋଦୋମେରୀ ପଞ୍ଚାୟତର ବିନ୍ଧନମୁଡି ଗ୍ରାମ ନିକଟରେ। ନୂଆପଡା ସଦର ବ୍ଲକ ଗୋଡଫୁଲା ପଞ୍ଚାୟତ ପଗାରପାଣି ଓ ବିନ୍ଧନମୁଡିକୁ ଯାଉଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନ ରାସ୍ତା ବିନ୍ଧନମୁଡି, ବୋଏରଭାଡି, ମାଗୁରପାଣି, କେରମେଲି, ଜାମପାଣି, ଛିନ୍ଦପାଣି ଲୋକଙ୍କ ପାଇଁ ଜିଲା ସଦର ମହକୁମାକୁ ସିଧାସଳଖ ସଂଯୋଗ ହେଉଛି। ଏହି ରାସ୍ତାର ବିନ୍ଧନମୁଡି ଗ୍ରାମ ନିକଟରେ ପୋଲ ଭଙ୍ଗାଯାଇ ଗ୍ରାମ ଉନ୍ନୟନ ବିଭାଗ ପକ୍ଷରୁ ଏଠାରେ ଏକ ନୂଆ ପୋଲ ନିର୍ମାଣ କରିବା ଲାଗି କାର୍ଯ୍ୟାଦଶ ପ୍ରଦାନ କରାଯାଇଥିଲା। ଫଳରେ ସେଠାରେ ଥିବା ପୁରୁଣା ପୋଲକୁ ଭଙ୍ଗା ଦିଆଯାଇଥିଲା। ଉକ୍ତ ସ୍ଥାନରେ ନୂତନ ପୋଲ ନିର୍ମାଣ ପାଇଁ ସମ୍ପୃକ୍ତ ଠିକାଦାରଙ୍କୁ ବିଭାଗୀୟ ଯନ୍ତ୍ରୀ ଲେଆଉଟ ଦେଇଥିଲେ। ସମ୍ପୃକ୍ତ ଠିକାଦାର ପୋଲ ନିର୍ମାଣ ସାମଗ୍ରୀ ଠୁଳ କରି ଆରମ୍ଭ କରିବା ସମୟରେ ବର୍ଷା ଦାଉ ସାଧିଥିଲା। ଏହି ପୋଲ ଉପରେ ନିର୍ଭର କରୁଥିବା ପ୍ରାୟ ୧୫ରୁ ଊର୍ଦ୍ଧ୍ୱ ଗ୍ରାମବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ବର୍ତ୍ତମାନ ସମୟରେ ଗ୍ରାମବାସୀ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଦୁରଦୃଷ୍ଟିତାକୁ ଦାୟୀ କରିବା ସହ ପୋଲ ଭାଙ୍ଗିବା ପୂର୍ବରୁ ଅନ୍ୟ ବିକଳ୍ପ ବ୍ୟାବସ୍ଥା କାହିଁକି ଗ୍ରହଣ କରାଗଲା ନାହିଁ ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି। ବିଭାଗୀୟ ଯନ୍ତ୍ରୀମାନେ ଆଗକୁ ବର୍ଷା ଅଛି ବୋଲି କ’ଣ ଜାଣି ନ ଥିଲେ। ସେମାନେ ପୋଲକୁ ଭାଙ୍ଗିଦେଲେ କାହିଁକି, ଯଦି ଭାଙ୍ଗିଲେ ଅସ୍ଥାୟୀ ବାଏପାସ ରାସ୍ତା ନିର୍ମାଣ କଲେ ନାହିଁ କାହିଁକି ବୋଲି ପ୍ରଶ୍ନ ଉଠାଇଛନ୍ତି। ବର୍ତ୍ତମାନ ବର୍ଷା କମି ଗଲାଣି, କାମ କାହିଁକି ଆରମ୍ଭ କରାଯାଇନାହିଁ ବୋଲି ପ୍ରଶ୍ନ କରିଛନ୍ତି। ଏ ସମ୍ପର୍କରେ ବିଭାଗୀୟ ସହକାରୀ ଯନ୍ତ୍ରୀ ସତ୍ୟନାରାୟଣ ପଣ୍ଡାଙ୍କୁ ପଚାରିବାରୁ ବର୍ଷା ପୂର୍ବରୁ ପୋଲ ନିର୍ମାଣ ପାଇଁ ଚେଷ୍ଟା କରିଥିଲୁ। ହେଲେ ହଠାତ ଅତ୍ୟଧିକ ବର୍ଷା ହେବାରୁ କାମ ଅଟକି ରହିଯାଇଛି। ବର୍ତ୍ତମାନ ବର୍ଷା କମି ଗଲାଣି, କାମ ଆରମ୍ଭ କରାଯିବ ବୋଲି କହିଥିଲେ।
Posted inଆମ ଜିଲା ଖବର, ନୂଆପଡ଼ା View All

ଧରିତ୍ରୀ ପ୍ରଭାବ: ଡାଳିମ୍ବ ଦିଗାଳଙ୍କୁ ମିଳିଲା ବର୍ଦ୍ଧିତ ଭତ୍ତା
ରାଇକିଆ,୧୦।୨(ପ୍ରଦୀପ ବେହେରା): ରାଇକିଆ ବ୍ଲକ ଗମାଣ୍ଡି ଗ୍ରାମର ଡାଳିମ୍ବ ଦିଗାଲଙ୍କ ବୟସ ୯୧ ହୋଇଥିଲେ ମଧ୍ୟ ବର୍ଦ୍ଧିତ ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ ହୋଇଥିଲେ। ବର୍ଦ୍ଧିତ...

Forest Safety: ତାତି ବଢ଼ିଲେ ବଢ଼େ ଜଙ୍ଗଲରେ ନିଆଁ ସମ୍ଭାବନା: ଜୀବଜନ୍ତୁ, ଜଙ୍ଗଲଯାତ ଦ୍ରବ୍ୟ କ୍ଷୟକ୍ଷତି ନେଇ…
ରାଇକିଆ,୧୯।୨(ପ୍ରଦୀପ ବେହେରା): ତାତି ବଢ଼ିଲେ ଜଙ୍ଗଲରେ ନିଆଁ ଲାଗିବା ସମ୍ଭାବନା ବଢ଼ିଥାଏ। ଏହାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲା ରାଇକିଆ ଜଙ୍ଗଲ ପରିବେଶ ଓ ଜଳ...

ଗିରଫ ହେଲେ ବ୍ଲକ ଉପାଧ୍ୟକ୍ଷ
ଯାଜପୁର ଟାଉନ,୧୯।୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ସଦର ଥାନା ସାହାସପୁର ପଞ୍ଚାୟତ ଗୋବିନ୍ଦପୁର ଗ୍ରାମରେ ଚାଓମିନ ଦୋକାନୀଙ୍କ ଆକ୍ରମଣରେ ଗୁରୁତର ଜଣେ ନାବାଳକଙ୍କ ମୃତ୍ୟୁ ଘଟଣାରେ...

Vigilance Raid: ଫସିଲେ ଡେପୁଟି କଲେକ୍ଟର, ଲାଞ୍ଚ ନେବାବେଳେ ମାଡ଼ିବସିଲା ଭିଜିଲାନ୍ସ
କେନ୍ଦୁଝର( ନରେଶ ଚନ୍ଦ୍ର ପଟ୍ଟନାୟକ) ୧୯।୨: ଭିଜିଲାନ୍ସ ଜାଲରେ ପଡିଲେ ଭୂ-ଅର୍ଜନ ଉପବିଭାଗର ଡେପୁଟି କଲେକ୍ଟର ଶରତ ଗିରି। ୫୦ ହଜାର ଲାଞ୍ଚ ନେବାବେଳେ ଭିଜିଲାନ୍ସ...

ମାସିକ ଭତ୍ତା ୩ ହଜାର ଦାବିରେ ବ୍ଲକ ଘେରିଲେ, ଭାଜପା ସରକାରକୁ କଲେ ସମାଲୋଚନା, ନିର୍ବାଚନ ସରିଲା କିନ୍ତୁ ଏଯାଏ…
ଦାରିଙ୍ଗବାଡ଼ି,୧୯।୨(ଅରୁଣ ସାହୁ): ସମସ୍ତ ଭତ୍ତା ପାଉଥିବା ହିତାଧିକାରୀଙ୍କୁ ମାସିକ ୩ ହଜାର ଟଙ୍କା ଲେଖାଏ ଭତ୍ତା ପ୍ରଦାନ କରାଯିବା ଦାବିରେ ଓଡ଼ିଶା ଭତ୍ତାପ୍ରଦାନ ସଂଘର୍ଷ ସମିତି...

ସନାତନ ଧର୍ମର ସୁରକ୍ଷା ଜରୁରୀ
ଛତ୍ରପୁର,୧୯।୨(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ରାମଚଣ୍ଡୀଠାରେ ୩ ଦିନ ଧରି ଚାଲିଥିବା ମା’ ରାମଚଣ୍ଡୀ ମହୋତ୍ସବ-୨୦୨୫ ଉଦଯାପିତ ହୋଇଯାଇଛି। ଏହି ଅବସରରେ ସାଧୁସନ୍ଥ...

ସମ୍ପରିକୀୟଙ୍କ ବାହାଘର ଭୋଜି ଖାଇ ଫେରୁଥିଲେ, ରାସ୍ତାରେ ଜଗିବସିଥିଲା …
ଜୟପୁର,୧୯।୨(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ବିସିଂହପୁର ଥାନା କେରାପୁଟ ନିକଟରେ ମଙ୍ଗଳବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ରାସ୍ତାଉପରେ ଅଟକିଥିବା ଏକ ଟ୍ରକ୍କୁ ବାଇକ୍ ପଛରୁ...

କନିଷ୍ଠ ଶିକ୍ଷକଙ୍କୁ training
କର୍ଲାମୁଣ୍ଡା,୧୯।୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସମଗ୍ର ଶିକ୍ଷା ଆନୁକୂଲ୍ୟରେ ସ୍ଥାନୀୟ ରତନ ଭୋଇ ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟଠାରେ ବ୍ଲକ୍ସ୍ତରୀୟ ପଞ୍ଚଦିବସୀୟ...
Archives
