ଅସାଧୁ ନିର୍ବାଚନ

ପ୍ରଦୀପ୍ତ ନାୟକ
ନିର୍ବାଚନ ଏକ ଗଣତାନ୍ତ୍ରିକ ପ୍ରକ୍ରିୟା। ଭାରତୀୟ ସମ୍ବିଧାନ ଓ ନୀତିନିୟମ ଅନୁସାରେ ପ୍ରତ୍ୟେକ ସାବାଳକ ନାଗରିକ ସ୍ବାଧୀନ ଭାବରେ ନିଜ ଇଚ୍ଛାରେ ଭୋଟ ଦେଇପାରିବେ, ପ୍ରଚାର କରିପାରିବେ ଏବଂ ପ୍ରାର୍ଥୀ ହୋଇପାରିବେ। ଏଥିନିମନ୍ତେ ଭାରତର ପ୍ରଥମ ସାର୍ବଭୌମ ସରକାର ୧୯୫୧ ମସିହାରେ ‘ଜନପ୍ରତିନିଧି ଆଇନ’ ପାସ୍‌ କରି ଦେଶବାସୀଙ୍କ ସର୍ବବିଧ ବିକାଶ ନିମନ୍ତେ କାର୍ଯ୍ୟକାରୀ କରି ଆସୁଛନ୍ତି। ସାମ୍ବିଧାନିକ ବିଧିବ୍ୟବସ୍ଥା ଅନୁସାରେ ଦେଶରେ ନିର୍ବାଚନ ପରିଚାଳନା ନିମନ୍ତେ ନିର୍ବାଚନ କମିଶନ ଗଠିତ ହୋଇଛି। ଏହା ହେଉଛି ଏକ ସ୍ବୟଂଶାସିତ ସାମ୍ବିଧାନିକ ଅନୁଷ୍ଠାନ। କୌଣସି ରାଜନୈତିକ ଦଳର ବିଚାରଧାରା କିମ୍ବା ନେତାଙ୍କ ଦ୍ୱାରା ପ୍ରଭାବିତ ନ ହୋଇ ନିର୍ବାଚନକୁ ସୁଚାରୁରୂପେ ପରିଚାଳନା କରିବା କ୍ଷେତ୍ରରେ ଏହି ମହାନ୍‌ ଅନୁଷ୍ଠାନର ଗୁରୁଦାୟିତ୍ୱ ରହିଛି। ନିର୍ବାଚନରେ ଭାଗ ନେଉଥିବା ସମସ୍ତ ରାଜନୈତିକ ଦଳ, ପ୍ରାର୍ଥୀ ଓ ସରକାରୀ କର୍ମଚାରୀଙ୍କର ସାଧୁତା, ସ୍ବଚ୍ଛତା ତଥା ଉତ୍ତରଦାୟିତ୍ୱ ରହିବା ବିଧେୟ। ସମ୍ବିଧାନ ଓ ଜନପ୍ରତିନିଧି ଆଇନ ଅନୁସାରେ ନର୍ବାଚନ କମିଶନଙ୍କ ନିର୍ବାଚନ ପରିଚାଳନା କ୍ଷେତ୍ରରେ ଅଖଣ୍ଡ କ୍ଷମତା ଅଛି। କେବଳ ସର୍ବୋଚ୍ଚ ନ୍ୟାୟାଳୟଙ୍କ ବ୍ୟତୀତ ଦେଶର ଅନ୍ୟ କୌଣସି ଅନୁଷ୍ଠାନ ନିର୍ବାଚନ କମିଶନଙ୍କୁ ଅଙ୍ଗୁଳି ନିର୍ଦ୍ଦେଶ କରିପାରିବେ ନାହିଁ। ତାହାକୁ ସମ୍ମାନ ଦେବା ଏକାନ୍ତ ଅପରିହାର୍ଯ୍ୟ। ଯିଏ ଅମାନ୍ୟ କରିବ ତାକୁ ଆଇନ୍‌ ଅନୁସାରେ କମିଶନ ଦଣ୍ଡ ଦେବାର ବ୍ୟବସ୍ଥା କରାଯାଇଛି।
ଆମ ଦେଶର ସମ୍ବିଧାନ ଓ ଗଣତାନ୍ତ୍ରିକ ପରମ୍ପରା ଅନୁସାରେ ସରକାର ଗଠନରେ ରାଜନୈତିକ ଦଳମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ନିର୍ବାଚନରେ ବିଜୟଲାଭ କରୁଥିବା ଦଳ ଓ ତା’ର ନେତାମାନେ ଯେତେ ପ୍ରଗତିଶୀଳ, ନୀତିବାନ୍‌ ଓ ଜନ ସପକ୍ଷବାଦୀ ହୁଏ ସେ ସରକାର ସେତେ ଜନାଭିମୁଖୀ ହୁଏ ଓ ଦେଶର ବିକାଶ ଗତିଶୀଳ ହୁଏ। ଆନ୍ତର୍ଜାତିକ କ୍ଷେତ୍ରରେ ଦେଶର ସମ୍ମାନ ସେତେ ବୃଦ୍ଧି ପାଏ। ଏଠି ସାବାଳକ ଭୋଟ ପ୍ରଥା ଅନୁସାରେ ସଂଖ୍ୟାଧିକ ମତ ପାଉଥିବା ଦଳ ସରକାର ଗଠନ କରୁଛି। ଏହା ଗଣତନ୍ତ୍ର ପାଇଁ ଏକ ସୁସ୍ଥ ବ୍ୟବସ୍ଥା ନୁହେଁ। ଏଥିରେ ସମାନୁପାତିକ ପ୍ରତିନିଧିତ୍ୱ ବ୍ୟବସ୍ଥା ନାହିଁ କିମ୍ବା ସେଥିନିମନ୍ତେ ଦାବି ଜୋରଦାର ହେଉନାହିଁ। ଦେଖାଯାଇଛି ଭାରତର ନିର୍ବାଚନ ପରିଚାଳନା ସୁବ୍ୟବସ୍ଥିତ ହେଉନାହିଁ କିମ୍ବା ଆଚରଣବିଧି ରାଜନୈତିକ ଦଳମାନେ ଠିକ୍‌ଭାବରେ ପାଳନ କରୁନାହାନ୍ତି। ପ୍ରଚାରରେ ଅଶାଳୀନ ମନ୍ତବ୍ୟ ପ୍ରଦାନ କରିବା, ବାହୁବଳ ପ୍ରୟୋଗ କରି ବୁଥ୍‌ ଦଖଲ କରିବା, ଗୁଣ୍ଡାଗର୍ଦ୍ଦି କରି ବିରୋଧୀ ପକ୍ଷଙ୍କୁ ଆକ୍ରମଣ କରିବା, ଭୟଭୀତ କରିବା, ପ୍ରଚାର ଅଭିଯାନକୁ ବ୍ୟୟବହୁଳ କରିବା, ପ୍ରଚୁର କଳାଟଙ୍କା ଓ ନିତ୍ୟବ୍ୟବହାର୍ଯ୍ୟ ଜିନିଷପତ୍ର ବଣ୍ଟନ କରିବା ସହ ଭୋଜିଭାତ, ମଦମାଂସରେ ଭସାଇ ଭୋଟରଙ୍କୁ ପ୍ରଭାବିତ କରାଯାଉଛି। ଏହି ପରମ୍ପରା ୧୯୭୦ ମସିହା ପରଠାରୁ କଂଗ୍ରେସ ଦଳ ଓ ପରେ ବିଭିନ୍ନ ଆଞ୍ଚଳିକ ଦଳମାନେ ଊଣା ଅଧିକେ କରି ଆସୁଥିଲେ, ଯାହାଦ୍ୱାରା ଭୋଟରମାନେ ପ୍ରଭାବିତ ହେଉଥିଲେ। ମାତ୍ର ଏହି ଧାରା ୨୦୦୦ ମସିହାଠାରୁ କ୍ଷୀପ୍ର ଗତିରେ ବୃଦ୍ଧି ପାଇଛି। ୨୦୧୯ରେ ଶେଷ ହୋଇଥିବା ନିର୍ବାଚନ ଅତୀତର ସମସ୍ତ ରେକର୍ଡ଼କୁ ଭଙ୍ଗ କରି ସର୍ବାପେକ୍ଷା ବ୍ୟୟବହୁଳ ବ୍ୟଭିଚାରରେ ବୁଡ଼ିଗଲା। ନିର୍ବାଚନ କମିଶନ ତା’ର ଅତୀତର ସମସ୍ତ ପତିଆରାକୁ ଜଳାଞ୍ଜଳି ଦେଇ ଶାସକ ଦଳର ହାତବାରିସି ଭାବରେ କାର୍ଯ୍ୟ କରିବା ପ୍ରତୀୟମାନ ହେଲା। ଏହି ନିର୍ବାଚନରେ ଭାଜପା ଅଧିକ ଫାଇଦା ନେବା ନିମନ୍ତେ ୭ ପର୍ଯ୍ୟାୟର ଏକ ଲମ୍ବା ସମୟ ପର୍ଯ୍ୟନ୍ତ ଭୋଟ ଗ୍ରହଣ କାର୍ଯ୍ୟ ଚାଲୁ ରଖିଲେ। ଦୀର୍ଘ ୩ ମାସ ଧରି ନିର୍ବାଚନ ପ୍ରକ୍ରିୟା ଓ ଆଚରଣବିଧି ଲାଗୁ କରିବା ଫଳରେ ଜନସାଧାରଣଙ୍କର ତେଲଲୁଣ ସଂସାରରେ ଅଧିକ କ୍ଷତି ପହଞ୍ଚତ୍ଲା ଓ ବିକାଶମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହେଲା। ସର୍ବାଧିକ ନେତା ନିଜର ବ୍ୟବସାୟୀ ମନୋଭାବଯୁକ୍ତ ରାଜନୈତିକ ସ୍ବାର୍ଥସାଧନ ନିମନ୍ତେ କାଠବେଙ୍ଗ ଡେଇଁଲା ପରି ଏ ଦଳରୁ ସେ ଦଳକୁ ଡିଆଁଡେଇଁ କଲେ। ଅଭିଜ୍ଞ ଓ ସଚ୍ଚୋଟ କର୍ମୀମାନେ ଅଲୋଡ଼ା ହୋଇଗଲେ। ନିର୍ବାଚନ କମିଶନଙ୍କ ଏକ ହିସାବରୁ ଜଣାଯାଇଛି ଯେ, ୨୦୧୯ ସାଧାରଣ ନିର୍ବାଚନ ଆଚରଣବିଧି ଲାଗୁ ହେବା ପରେ ମାର୍ଚ୍ଚ ୧୦ ତାରିଖ ପରଠୁ ଏପ୍ରିଲ ୨୫ ତାରିଖ ମଧ୍ୟରେ କେନ୍ଦ୍ର ଆଉ ରାଜ୍ୟଗୁଡ଼ିକରେ ଶାସନରେ ଥିବା ବିଭିନ୍ନ ଦଳର କର୍ମକର୍ତ୍ତା ଓ ତାଙ୍କର ଏଜେଣ୍ଟମାନଙ୍କଠାରୁ ୩୧୬୬ କୋଟି ଟଙ୍କା ମୂଲ୍ୟର ନଗଦ ରାଶି, ମାଦକଦ୍ରବ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ନିର୍ବାଚନ ଅଧିକାରୀମାନେ ଜବତ କରିଛନ୍ତି। ଏହା ୨୦୧୪ ନିର୍ବାଚନ ଅପେକ୍ଷା ୨ଗୁଣରୁ ଢେର୍‌ ଅଧିକ। ୨୦୧୪ରେ ୧୨୦୦ କୋଟି ଟଙ୍କା ଜବତ ହୋଇଥିଲା। ଏପ୍ରିଲ ୨୫ଠାରୁ ମେ ୨୨ ତାରିଖ ମଧ୍ୟରେ ସମପରିମାଣର ରାଶି ମଧ୍ୟ ଜବତ ହୋଇଛି ବୋଲି ଖବର ପ୍ରକାଶ ପାଇଛି। ସେଥିମଧ୍ୟରୁ ୭୫୦ କୋଟି ନଗଦ ଟଙ୍କା, ୨୪୦ କୋଟି ଟଙ୍କାର ମଦ, ୯୪୪ କୋଟି ଟଙ୍କାର ସୁନା ଅଳଙ୍କାର ଓ ଗୃହ ଉପକରଣ ଏବଂ ୧୧୮୩ କୋଟି ଟଙ୍କାର ଡ୍ରଗ୍ସ, ମାଦକ ଦ୍ରବ୍ୟ ବାଣ୍ଟି ଯୁବପିଢ଼ିଙ୍କୁ ପଥଭ୍ରଷ୍ଟ କରି ନିଜର ରାଜନୈତିକ ଫାଇଦା ଚରିତାର୍ଥ କରାଯାଇଛି। ଯଦି ଏତେ ପରିମାଣ ଜବତ ହୋଇଛି, ତେବେ ନିଶ୍ଚିତ ଭାବରେ ଏହାଠାରୁ ବହୁ ଅଧିକ ଗୁଣ ବଣ୍ଟାଯାଇଛି। ସେଥିମଧ୍ୟରୁ ସବୁଠାରୁ ଅଧିକ ତାମିଲନାଡ଼ୁରୁ ୯୩୫ କୋଟି ଟଙ୍କା, ଗୁଜରାଟରୁ ୫୪୫କୋଟି ଟଙ୍କା ଏବଂ ଅନ୍ୟାନ୍ୟ ସମସ୍ତ ରାଜ୍ୟରୁ ବି ଟଙ୍କା ଜବତ ହୋଇଛି। ତା’ଛଡ଼ା ୪୪୫ଟି ନିର୍ବାଚନ ଆଚରଣବିଧି ଉଲ୍ଲଂଘନ ଘଟଣା ଓ ହିଂସା ସଂଘଟିତ ହୋଇଛି। ସବୁଠାରୁ ବେଶି ହୋଇଛି ପଶ୍ଚିମବଙ୍ଗ ଓ ତ୍ରିପୁରାରେ। ନିର୍ବାଚନ କମିଶନ ଏବେ ଆକଳନ କରିଛନ୍ତି ଯେ, ପ୍ରାୟ ୫୦ ହଜାର କୋଟି ଟଙ୍କା ଏହି ନିର୍ବାଚନରେ ଖଚ୍ଚର୍ର୍ ହୋଇଛି। ଏହା ହେଉଛି ସମଗ୍ର ପୃଥିବୀରେ ସର୍ବାଧିକ। ପରିତାପର ବିଷୟ ହେଉଛି ଭାରତ ଭଳି ଏକ ଦରିଦ୍ର ରାଷ୍ଟ୍ରରେ ଯଦି ଏତେ ବିଶାଳ ପରିମାଣର ରାଶି ଖର୍ଚ୍ଚ ହେଉଛି ତେବେ ସେ ଦେଶର ଲୋକମାନଙ୍କର ବିକାଶ କିଭଳି ସମ୍ଭବ ହେବ। ଯଦି କଳାଟଙ୍କା ନ ଥିବା ଓ କୋଟି କୋଟି ଟଙ୍କା ଖର୍ଚ୍ଚ କରିପାରୁ ନ ଥିବା ଜ୍ଞାନୀ, ଗୁଣୀ ଓ ସମାଜସେବୀମାନେ ରାଜନୀତିରେ ପ୍ରବେଶ କରିପାରିବେ ନାହିଁ, ଆଇନର ଶାସନ ଭୂଲୁଣ୍ଠିତ ହେବ।
ଟିକରପଡ଼ା, କାକଟପୁର, ପୁରୀ, ମୋ-୯୪୩୭୦୫୩୩୨୯


Enter your email to get our daily news in your inbox.

All Right Reserved By Dharitri.Com

ଆସୁଛି ଏଲ୍‌ ନିନୋ

ଆମେରିକାର ଜାତୀୟ ସାମୁଦ୍ରିକ ଏବଂ ବାୟୁମଣ୍ଡଳୀୟ ପ୍ରଶାସନ (ନ୍ୟାଶନାଲ ଓସେନିକ ଆଣ୍ଡ୍‌ ଆଟ୍‌ମୋସ୍ପିୟରିକ ଆଡ୍‌ମିନିଷ୍ଟ୍ରେଶନ ବା ”ନୋ ଆ (NO AA)“ ଦ୍ୱାରା ପରିଚାଳିତ ଜଳବାୟୁ ଆଗତ…

ବିଦ୍ୟାଳୟ ଶିକ୍ଷାରେ ଡ୍ରପ୍‌ଆଉଟ୍‌ ସମସ୍ୟା

ନିକଟରେ ଅନେକ ଦୈନିକ ଓଡ଼ିଆ ସମ୍ବାଦପତ୍ରରେ ଆଦିବାସୀ ଅଧ୍ୟୁଷିତ ଜିଲାଗୁଡ଼ିକରେ ଅଧାରୁ ପାଠ ଛାଡ଼ୁଥିବା ଶିଶୁଙ୍କ ସଂଖ୍ୟା ଉଦ୍‌ବେଗଜନକ ବୋଲି ପ୍ରକାଶ ପାଇଛି। ପ୍ରଶାସନିକ ସ୍ତରରେ ମଧ୍ୟ…

ହଙ୍ଗେରୀ: ସମ୍ମାନ ଓ ସ୍ବାଧୀନତା

କେନ୍ଦ୍ରୀୟ ୟୁରୋପୀୟ ରାଷ୍ଟ୍ର ହଙ୍ଗେରୀ ଦୀର୍ଘ ୧୬ ବର୍ଷ ପରେ ନୂଆ ଶାସକ ଦେଖିବାକୁ ଯାଉଛି। ଉଗ୍ର ଦକ୍ଷିଣପନ୍ଥୀ ରାଜନୀତି ଚଳାଇ ଆସିଥିବା ଭିକ୍ଟର ଓର୍ବାନ୍‌ଙ୍କୁ ଦେଶବାସୀ…

ନୂଆବର୍ଷ ପାଇଁ ନୂଆ ଆଶା- ଏକ ଭାରତର ମାନସିକତା

ବୈଶାଖୀ, ରଙ୍ଗୋଲି ବିହୁ, ମହାବିଷୁବ ପଣା ସଂକ୍ରାନ୍ତି, ପୋଇଲା ବୈଶାଖ, ବିଷୁ ଏବଂ ତାମିଲ ପୁଥାଣ୍ଡୁ ଅବସରରେ ଭାରତ ତଥା ସାରା ବିଶ୍ୱରେ ଯେଉଁ ପାରମ୍ପରିକ ନୂଆ…

ବିପଦରେ ଐତିହ୍ୟ

ସାମ୍ପ୍ରତିକ ସମୟରେ ଆମେ ଉନ୍ନତି ପଥରେ ଦୌଡ଼ିଲା ବେଳେ ପଛରେ ରହିଯାଉଛି ଆମର ଐତିହ୍ୟ ଓ ସ୍ମୃତି। ଏହି ଐତିହ୍ୟ କେବଳ ପଥରର ସ୍ଥାପତ୍ୟ ଏବଂ ଦୁର୍ଗ…

ଏବେ ତୁର୍କୀ ଓ କ୍ୟୁବା

ଇରାନ୍‌ ଉପରେ ଆମେରିକା ଓ ଇସ୍ରାଏଲର ଆକ୍ରମଣ ଏବଂ ନିକଟରେ ପାକିସ୍ତାନ ରାଜଧାନୀ ଇସ୍‌ଲାମାବାଦରେ ଶାନ୍ତି ଆଲୋଚନା ବିଫଳ ହେବା ପରେ ମଧ୍ୟପ୍ରାଚ୍ୟ ପୁନର୍ବାର ଅଶାନ୍ତ। ଇରାନ୍‌କୁ…

ଏଇ ଭାରତରେ

ସଡ଼କ ପଥରେ ଯାତ୍ରୀଙ୍କ ସୁରକ୍ଷା ନିଶ୍ଚିତ କରିବା ପାଇଁ ଏକ ନୂଆ କ୍ୟୁଆର୍‌ କୋଡ୍‌ ତିଆରି କରିଛନ୍ତି ଆନ୍ଧ୍ରପ୍ରଦେଶ ଏନ୍‌ଟିଆର୍‌ ଜିଲାର ଜି. ଶ୍ରୀନିବାସ ରେଡ୍ଡୀ। ଯେ…

ସଂସ୍କୃତିକୁ ପ୍ରୋତ୍ସାହନ

ଓଡ଼ିଆ ଘରର ଗାଥା-ଗୌରବ, ଚାଲିଚଳଣି, ଖାଦ୍ୟ ପାନୀୟ, ପୋଷାକ ପରିଧାନ, ସଂସ୍କୃତି ଓ ପରମ୍ପରାକୁ ବିଶ୍ୱବିଦିତ କରିବା ଲକ୍ଷ୍ୟରେ ଏପ୍ରିଲ ପହିଲାରୁ ୧୪ ତାରିଖ ପର୍ଯ୍ୟନ୍ତ ପାଳିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri