ଅସହ୍ୟ ହେଲା ଋଣ ବୋଝ, ବିଷ ପିଇ ଆତ୍ମହତ୍ୟା କଲେ ଚାଷୀ

ବାଲେଶ୍ୱର ଅଫିସ,୨୩।୭-ଋଣ ବୋଝ ସହି ନ ପାରି ବାଲେଶ୍ୱର ଚାନ୍ଦିପୁର ଥାନା ପଦ୍ମପୁର ଗ୍ରାମର ଚାଷୀ ସୁମନ୍ତ ବେହେରା (୪୬) ମଙ୍ଗଳବାର ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ଏନେଇ ଚାନ୍ଦିପୁର ଥାନାରେ ଏକ ଅପମୃତ୍ୟୁ ମାମଲା (ନଂ. ୬୨୦/୧୯) ରୁଜୁ କରାଯାଇଛି। ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ସୁମନ୍ତ ଘରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ। ତାଙ୍କର ୨୬ବର୍ଷର ପୁଅ ରୋଗାଗ୍ରସ୍ତ। ୩ଟି ଝିଅ ମଧ୍ୟରୁ ଗୋଟିଏ ଝିଅକୁ ବିବାହ କରିଦେଇ ସାରିବା ପରେ ଅନ୍ୟ ଦୁଇଟି ଝିଅ ପାଠ ପଢୁଛନ୍ତି। କିଛିଦିନ ପୂର୍ବରୁ ତାଙ୍କ ସ୍ତ୍ରୀଙ୍କ ଖାଦ୍ୟ ନଳୀରେ ଘା’ ହୋଇଥିବା ସେ ଜାଣିବା ପରେ ଭାଙ୍ଗିପଡିଥିଲେ। ୨/୩ ଏକର ଜମିରୁ ଯାହା ଚାଷ ହୁଏ ସେଥିରୁ ପରିବାର ଚଳେ। ଚାଷ ପାଇଁ ସେ ସେଣ୍ଟ୍ରାଲ ବ୍ୟାଙ୍କରୁ ୮୦ହଜାର, ଦେନା ବ୍ୟାଙ୍କରୁ ୨୫ହଜାର, କୋଅପରେଟିଭ୍‌ ବ୍ୟାଙ୍କ ଏବଂ ହାତ ଉଧାରି ୫୦ହଜାରରୁ ଊର୍ଦ୍ଧ୍ୱ ଟଙ୍କା କରଜ କରିଛନ୍ତି। ଏହାସହ ରୋଗଗ୍ରସ୍ତ ପୁଅ ନେଇ ସୁମନ୍ତ ସବୁବେଳେ ବ୍ୟସ୍ତ ବିବ୍ରତ ରହୁଥିଲେ। ଉକ୍ତ ଅଞ୍ଚଳରେ ଜଳସେଚନ ବ୍ୟବସ୍ଥା ନ ଥିବାରୁ ଚଳିତବର୍ଷ ଚାଷ ପାଇଁ ସେ ଛୋଟିଆ ପୋଖରୀ ନିକଟରେ ତଳି ପକାଇଥିଲେ। ବର୍ଷା ଅଭାବରୁ ପୋଖରୀ ପାଣି ଶୁଖିଯିବା ଫଳରେ ତଳି ମରିବାକୁ ଲାଗିଲାଣି। ସୁମନ୍ତ ଅଧିକ ବିବ୍ରତ ହୋଇଥିଲେ। ମଙ୍ଗଳବାର ପୂର୍ବାହ୍ନରେ ଗାଁରେ ଅନ୍ୟ ଚାଷୀଙ୍କ ସହ ତଳି ମରିଯିବା ବିଷୟରେ ଆଲୋଚନା କରିଥିଲେ। ଘରକୁ ଯାଇ ପୁଅର ଚିକିତ୍ସା ସହିତ ଋଣ ପରିଶୋଧ ବିଷୟରେ ପନତ୍ୀଙ୍କ ସହ ଆଲୋଚନା କରିଥିଲେ। ପରେ ସେ ସେଠାରୁ ଯାଇ ମାନସିକ ଭାରସାମ୍ୟ ହରାଇ ବିଷ ପିଇ ଦେଇଥିଲେ। ସେ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ପରିବାର ଲୋକେ ବିଷ ପିଇବା କଥା ଜାଣି ପଡ଼ୋଶୀଙ୍କ ସହଯୋଗରେ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟକୁ ଏକ ଅଟୋ ଯୋଗେ ଆଣିଥିଲେ। ସେଠାରେ କିଛି ସମୟ ଚିକିତ୍ସା ହେବା ପରେ ପ୍ରାୟ ସାଢେ ୧୦ଟା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରୁଷିଆରେ ବାଲୁକା କଳା ପ୍ରଦର୍ଶନ କରିବେ ଓଡ଼ିଆ ପୁଅ ଓମ୍‌ ପ୍ରକାଶ

କର୍ଲାମୁଣ୍ଡା:୩।୫(ପ୍ରଦୀପ କୁମାର ସାହୁ): ଭାରତ-ରୁଷିଆ ଦୂତବାସଙ୍କ ମିଳିତ ଆନୁକୂଲ୍ୟରେ ଚଳିତ ମାସ ୧୦ରୁ ୧୨ତାରିଖ ପର୍ଯ୍ୟନ୍ତ ରୁଷିଆର ଏଲିସ୍ଥାଠାରେ ଭାରତୀୟ ସଂସ୍କୃତି ଦିବସ (Day of Indian…

ପରିସ୍ରା ପାଇଁ ଯାଇଥିବା ବେଳେ ଯୁବତୀଙ୍କୁ କାମୁଡିଦେଲା ସାପ, ଚାଲିଗଲା ଜୀବନ

ଦିଗପହଣ୍ଡି,୩ା୫(ଅଶେଷ ନାଥ ମିଶ୍ର): ସାପ କାମୁଡାରେ ଯୁବତୀଙ୍କର ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ଅନ୍ତର୍ଗତ ତଲାସିଙ୍ଗି…

କାଳ ବୈଶାଖୀ ତାଣ୍ଡବ: ଉଡ଼ିଗଲା ୧୬୦ ଆଜବେଷ୍ଟସ ଛପର

ନନ୍ଦପୁର ୩।୫(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଥୁବା ପଞ୍ଚାୟତ ସଦର ମହକୁମାରେ ରବିବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ଝଡ଼ ତୋଫାନରେ ଏକ…

ଘରେ ଶୋଇଥିଲା ୨ ମାସର ଶିଶୁ, ହଠାତ୍‌ ଲାଗିଗଲା ନିଆଁ, ଆଉ ତା’ପରେ…

ଖଜୁରିପଡ଼ା, ୩ା୫(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଲକ୍‌ ଟିଟ୍ରାପଙ୍ଗା ପଞ୍ଚାୟତ ତିଲକପଡ଼ା ଗ୍ରାମର ଶୁଭେନ୍ଦୁ ଦିଗାଲଙ୍କ ଘରେ ନିଆଁ ଲାଗି ଆସବାପତ୍ର ପୋଡ଼ି ପାଉଁଶ ହୋଇଯାଇଛି।…

ମିକ୍ସଚର ମେସିନ୍ ଗାଡ଼ି ଓଲଟିବା ଘଟଣା, ଚାପି ହୋଇ ଚାଲିଗଲା ଡ୍ରାଇଭରଙ୍କ ଜୀବନ

ଭଞ୍ଜନଗର,୩।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଦଶପଲ୍ଲା ମୁଖ୍ୟ ରାସ୍ତାର ତିଲିସିଙ୍ଗିରେ ମିକ୍ସଚର ଗାଡ଼ି ଓଲଟିବା ଘଟଣାରେ ଯୁବକଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ମଦନ ସିଂ…

ଶୋଇଥିବା ବେଳେ ମହିଳାଙ୍କୁ କାମୁଡିଦେଲା ସାପ, ତାପରେ….

ଛତ୍ରପୁର,୩ା୫(ଦିଲ୍ଲୀପ ସାମଲ) : ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ସିନ୍ଦିରାପଲ୍ଲୀ ଗ୍ରାମର ସାବିତ୍ରୀ…

ବାଲେଶ୍ବର ବଢୁଛି ଜିଞ୍ଜର କାରବାର; ମାଡି ବସିଲା ଅବକାରୀ ପୋଲିସ, ୭ଅଭିଯୁକ୍ତ ଗିରଫ

ବାଲେଶ୍ୱର,୩ା୫( ବାଞ୍ଛାନିଧି ଦେ): ଜିଞ୍ଜର ଚାଲାଣ ବେଳେ ମାଡି ବସିଲା ଅବକାରୀ ପୋଲିସ । ବାଲେଶ୍ୱର ଅବକାରୀ ଅଧିକ୍ଷକ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ଜିଲା ଭ୍ରାମ୍ୟମାଣ…

ପ୍ରଗତି କଲିଜିଏଟ ସ୍କୁଲର ସଫଳତା: ରଜତ ମେହେର ସ୍କୁଲ ଟପ୍ପର

ଭବାନୀପାଟଣା,୩।୫(ଉତ୍ତମ କୁମାର ଦାଶ)- ମାଧ୍ୟମିକ ଶିକ୍ଷା ପରିଷଦ ଓଡିଶା ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ଭବାନୀପାଟଣା ସହର ନିକଟସ୍ଥ ପ୍ରଗତି କଲିଜିଏଟ ସ୍କୁଲ ଅପୂର୍ବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri