ଅସହାୟ ବ୍ୟକ୍ତି, ବୁଲା ଗୋରୁଙ୍କୁ ଆହାର ଯୋଗାଇଲେ

ଉଦଳା,୩୦ା୩(ଡି.ଏନ୍‌.ଏ.)- ଲକ୍‌ଡାଉନ ଯୋଗୁ ମୟୂରଭଞ୍ଜ ଜିଲା ଉଦଳା ଅଞ୍ଚଳରେ ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ଫଳରେ ଅସହାୟ ବ୍ୟକ୍ତି, ବୁଲା କୁକୁର ଓ ଗୋରୁ ଖାଇବାକୁ ନ ପାଇ ଭୋକିଲା ରହୁଛନ୍ତି। ସେମାନଙ୍କ ମୁଁହରେ ମୁଠାଏ ଦାନା ଦେବା ପାଇଁ ସ୍ଥାନୀୟ ଅଠଣ ଗଁା ଗ୍ରାମର ମଧୁସୂଦନ ବେହେରାଙ୍କ ପରିବାର ସଦସ୍ୟ ଦେଖାଇଛନ୍ତି ମାନବିକତା ା ରବିବାର ଉକ୍ତ ପରିବାର ସଦସ୍ୟ ବିଭିନ୍ନ ସାମଗ୍ରୀ ଏକ ଟ୍ରାକ୍ଟରରେ ଲଦି ପହଞ୍ଚତ୍ଥିଲେ ଉଦଳା ବଜାରରେ ା ସେଠାରେ ବୁଲୁଥିବା ଗୋରୁ, କୁକୁରଙ୍କ ନିମନ୍ତେ ଭାତ, ପେଜ, ପାଣି, କୁଣ୍ଡା, ବନ୍ଧାକୋବି, ଘାସ, ଦାନା ଏବଂ ଅସହାୟଙ୍କ ନିମନ୍ତେ ଭାତ, ତରକାରୀ ଆଣିଥିଲେ। ପରେ ସ୍ଥାନୀୟ ବସଷ୍ଟାଣ୍ଡ, ଚକାଡୋଳା ବଜାର, ଫଳ ମାର୍କେଟ ନିକଟରେ ଥିବା ବୁଲା ଗୋରୁ ଏବଂ କୁକୁରଙ୍କୁ ଖାଦ୍ୟ ଦେଇଥିଲେ ା ଏହା ସହିତ ସ୍ଥାନୀୟ ହାଇସ୍କୁଲ ଛକ ନିକଟରେ ଥିବା ଅସହାୟମାନଙ୍କୁ ଖାଦ୍ୟ ପ୍ରଦାନ କରିଥିଲେ ା ସମସ୍ତଙ୍କ ମନରେ ଥିଲା ସେବା କରିବାର ଆଗ୍ରହ ା କେବଳ ମଧୁସୂଦନ ବେହେରା ନୁହଁନ୍ତି ତାଙ୍କ ସ୍ତ୍ରୀ, ପୁଅ, ବୋହୂଙ୍କ ସମେତ ସ୍ଥାନୀୟ ସ୍ବେଚ୍ଛାସେବୀମାନେ ଏଥିରେ ସାମିଲ ହୋଇଥିଲେ ା ଏନେଇ ମଧୁସୂଦନଙ୍କୁ ପଚାରିବାରୁ ପଶୁପକ୍ଷୀ କଥା କହି ପାରୁ ନ ଥିବାରୁ ସେମାନଙ୍କ ଭୋକ କଥା କେହି ଜାଣିପାରୁ ନାହାନ୍ତି। ତେଣୁ ସେମାନଙ୍କ ପେଟକୁ ଦାନା ଯୋଗାଇ ଦେଇ ନିଜେ ଆମତ୍ସନ୍ତୋଷ ପାଇଥିବା ସେ କହିଛନ୍ତି ା ଏହା ସହିତ ପ୍ରଶାସନ ସହାୟତା କରିଲେ ଲକ୍‌ ଡାଉନ ଥିବା ପର୍ଯ୍ୟନ୍ତ ସେ ପ୍ରତ୍ୟେକ ଦିନ ଏପରି ଖାଦ୍ୟ ଯୋଗାଇ ଦେବେ ବୋଲି କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଗାଧୋଇବା ହେଲା କାଳ, ବୁଢାବଳଙ୍ଗରେ ଭାସିଗଲେ ଯୁବକ

ବାରିପଦା,୭।୭: ମୟୂରଭଞ୍ଜ ଜିଲା ବୁଢାବଳଙ୍ଗ ନଦୀରେ ମଙ୍ଗଳବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବୁଢାବଳଙ୍ଗ ନାର୍ଖା ବ୍ରିଜ ତଳେ ଗାଧୋଇବା ବେଳେ ଭାସି ଯାଇ ଜଣେ…

ରମାଦେବୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ଉତ୍ତେଜନା

ଭୁବନେଶ୍ବର,୭।୭: ଭୁବନେଶ୍ବର ସ୍ଥିତ ରମାଦେବୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ମଙ୍ଗଳବାର ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। କ୍ୟାମ୍ପସ ଭିତରକୁ ଅଣଛାତ୍ରୀଛାତ୍ର ପ୍ରବେଶକୁ ବିରୋଧ କରି ବିଶ୍ବବିଦ୍ୟାଳୟର ଛାତ୍ରୀମାନେ ଅସନ୍ତୋଷ…

ଶିଶୁ କନ୍ୟାଙ୍କୁ ଝୁଣି ଦେଲେ ୨ ବୁଲା କୁକୁର: ୩ ସ୍ଥାନରେ ଲାଗିଛି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମହାନାଳା ଗ୍ରାମର ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ଵିତୀୟ ଶ୍ରେଣୀରେ ପଢୁଥିବା ପାଟପୁର ଗ୍ରାମର ପ୍ରମୋଦ ସାହୁଙ୍କ…

ଦାଦା ବଟି ଯୋଜନା ପଣ୍ଡ: ୨ ପିସ୍ତଲ ସହ ୪ ଗିରଫ

ଭଞ୍ଜନଗର,୭।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ଧରଣର ଅପରାଧୀ ଗୋଷ୍ଠୀକୁ କାବୁ କରିବାରେ ସକ୍ଷମ ହୋଇଛି। ପୋଲିସ ଦାଦା ବଟି ମାଗିବା ଯୋଜନା କରିବା…

ଶିକ୍ଷୟିତ୍ରୀଙ୍କୁ ଅସଦାଚରଣ କରି ପ୍ରଧାନଶିକ୍ଷକ ଅଟକ

ଭଣ୍ଡାରିପୋଖରୀ,୭।୭: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ବାଲିପୋଖରୀ ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବାଲିପୋଖରୀ ପଞ୍ଚାୟତ ଶୁକଦେବ ଜେନା ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କ…

ବନ୍ଦ ଘରୁ ମିଳିଲା ଆଉଟସୋର୍ସିଂ କର୍ମଚାରୀଙ୍କ ମୃତଦେହ, ଗନ୍ଧ ହେବାରୁ…

ବଲାଙ୍ଗୀର,୭।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତୁଲସୀନଗରର ଏକ ଘର ଭିତରୁ ଜଣେ ଯୁବକଙ୍କ ମୃତଦେହ ମଙ୍ଗଳବାର ଉଦ୍ଧାର ହୋଇଛି । ମୃତ ଯୁବକ ଜଣକ କାର୍ତ୍ତିକ ମଛଖଣ୍ଡ…

ପରିବେଶ ସୁରକ୍ଷା ପ୍ରତି ଧ୍ୟାନ ଦେବା ଜରୁରୀ: ଏନଏସଏସ ସ୍ବେଚ୍ଛାସେବୀଙ୍କ ଦ୍ୱାରା ମେଗା ଚାରାରୋପଣ

ଭଞ୍ଜନଗର,୭।୭(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା କୋ ୟୁନିଟ ଏବଂ ମହିଳା ଶାଖା ପକ୍ଷରୁ ମଙ୍ଗଳବାର କଲେଜ ପରିସରରେ…

ଗଛରେ ଝୁଲୁଛି କଲରାପତରିଆ ବାଘର ମୃତଦେହ, ସ୍ଥାନୀୟ ଲୋକେ….

କବିସୂର୍ଯ୍ୟନଗର,୭।୭(କୃପାସିନ୍ଧୁ ସ୍ବାଇଁ):  ଗଞ୍ଜାମ କବିସୂର୍ଯ୍ୟନଗର ଜରଡ଼ ପାହଡ ନିକଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । କଲରାପତରିଆ ବାଘକୁ ହତ୍ୟା ପରେ କେହି ନିମ୍ବ ଗଛରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri