ଅସହାୟ ଅବସ୍ଥାରେ ମା’,ପୁଅ: ବିଛଣାରେ ବିତିଲାଣି ୨୦ ଦିନ

ବନ୍ତଳା,୫।୧(ଡି.ଏନ.ଏ.) – ପୁଅ ମାନସିକ ରୋଗୀ। ୫୦ ବର୍ଷ ହେଲା ପୁଅର ସେବା କରୁଥିବା ମା’ ବି ଏବେ ଶଯ୍ୟାଶାୟୀ। ଶରୀରର ଗୋଟିଏ ପାର୍ଶ୍ୱ ଅଚଳ ହୋଇଯାଇଥିବାରୁ ୨୦ ଦିନ ହେଲା ସେ ବିଛଣାରୁ ଉଠିପାରୁନାହାନ୍ତି। ସେବା କରିବାକୁ କେହି ସମ୍ପର୍କୀୟ ନ ଥିବାରୁ ଅତ୍ୟନ୍ତ ଅସହାୟ ଅବସ୍ଥାରେ ଭୋକ ଉପାସରେ ଦୁହେଁ ଘର ମଧ୍ୟରେ ପଡ଼ି ରହିଛନ୍ତି। ଶୀଘ୍ର ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ମା’ ଓ ପୁଅଙ୍କୁ ଚିକିତ୍ସା ସହାୟତା ଯୋଗାଇ ଦେବାକୁ ଦାବି ହେଉଛି।
ଅତ୍ୟନ୍ତ ଅସହାୟ ହୋଇପଡ଼ିଥିବା ଏହି ମା’ ଓ ପୁଅ ହେଲେ ଅନୁଗୋଳ ଜିଲା ବନ୍ତଳା ଥାନା ନନ୍ଦପୁର ପଞ୍ଚାୟତ ମାଧପୁର ଗ୍ରାମର ପାତି ନାଏକ(୭୦) ଏବଂ ପ୍ରମୋଦ ନାଏକ(୫୦)। ସ୍ବାମୀ ପ୍ରଭାସିଆ ନାଏକ ଛାଡ଼ି ଚାଲିଯିବା ପରେ ୩୦ ବର୍ଷ ହେଲା ମାନସିକ ରୋଗୀ ପୁଅ ପ୍ରମୋଦଙ୍କୁ ନେଇ ପାତି କଷ୍ଟେମଷ୍ଟେ ଚଳି ଆସୁଥିଲେ। ସରକାରଙ୍କ ପକ୍ଷରୁ ପାତିଙ୍କୁ ବିଧବା ଭତ୍ତା ବାବଦକୁ ୫ ଶହ ଟଙ୍କା ଓ ପ୍ରମୋଦଙ୍କୁ ୭ ଶହ ଟଙ୍କାର ଦିବ୍ୟାଙ୍ଗ ଭତ୍ତା ସହ ମାସକୁ ୧୦ କିଲୋଗ୍ରାମ ଚାଉଳ ମିଳୁଛି। କିନ୍ତୁ ରହିବା ପାଇଁ ସେମାନଙ୍କର ଘରଟିଏ ନାହିଁ କି ସେବା କରିବାକୁ କେହି ସମ୍ପର୍କୀୟ ମଧ୍ୟ ନାହାନ୍ତି। ସାନ ଦିଅରଙ୍କ ମୃତ୍ୟୁ ପରେ ଉଭୟ ମା’ ଓ ପୁଅ ତାଙ୍କ ଘରେ ମୁଣ୍ଡ ଗୁଞ୍ଜିଛନ୍ତି। ୨୦ ଦିନ ତଳେ ନାଳକୁ ଗାଧୋଇବା ପାଇଁ ଯାଇଥିବା ବୃଦ୍ଧା ପାତି ସେଠାରେ ଚେତାଶୂନ୍ୟ ହୋଇ ପଡ଼ିଯାଇଥିଲେ। ନିକଟରେ ଥିବା ଲୋକମାନେ ତାଙ୍କୁ ଉଦ୍ଧାର କରି ଘରେ ଶୁଆଇ ଦେବା ପରଠାରୁ ସେ ଆଉ ବିଛଣାରୁ ଉଠିପାରୁନାହାନ୍ତି। ଉଚ୍ଚ ରକ୍ତଚାପ ଯୋଗୁ ତାଙ୍କର ଗୋଟିଏ ପାର୍ଶ୍ୱ ଅଙ୍ଗ ସମ୍ପୂର୍ଣ୍ଣ ଅଚଳ ହୋଇପଡ଼ିଛି। ପଡ଼ୋଶୀ ଦମୟନ୍ତୀ ନାଏକ କିଛି ଖାଇବାକୁ ଦେଲେ ସେମାନଙ୍କ ପେଟରେ ଦାନା ପଡ଼ୁଛି ନ ହେଲେ ଉପାସରେ ରହିବାକୁ ପଡ଼ୁଛି। ତୁରନ୍ତ ପ୍ରଶାସନ ପକ୍ଷରୁ ଉଭୟ ମା’ ଓ ପୁଅଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମନଛୁଇଁବ ମେଲୋଡି

ବଇଣ୍ଡା, ୨୮ା୯ (ଡି.ଏନ.ଏ.): ମା’ ଆସୁଥିବାରୁ ରାତିଦିନ ଚାଲିଛି ସାଜସଜ୍ଜା। ଚଳଚଞ୍ଚଳ ହୋଇଉଠିଛି ଆଠମଲ୍ଲିକ ବ୍ଲକ ସାନହୁଲା ଅଞ୍ଚଳ। ଚଳିତବର୍ଷ ୨୯ ବର୍ଷରେ ପଦାର୍ପଣ କରୁଥିବା...

ଭୋଟ ବର୍ଜନ ଚେତାବନୀ ଦେଲେ ମହିଳା

କଣିହାଁ/ ପବିତ୍ରନଗର, ୨।୨(ଡି.ଏନ.ଏ.)  ଗାଁକୁ ନାହିଁ ସବୁଦିନିଆ ରାସ୍ତା। ବର୍ଷତମାମ ଯାତାୟାତରେ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି ଅଞ୍ଚଳବାସୀ। ପିଇବା ପାଇଁ ବିଶୁଦ୍ଧ ପାଣି...

ସ୍ବଚ୍ଛ ହୋଇପାରିନି ଗୋଛାୟତସାହି

ବଅଁରପାଳ,୨୩ା୬(ଡି.ଏନ.ଏ.) ସ୍ବଚ୍ଛ ଭାରତ ଅଭିଯାନରେ ଅନୁଗୋଳ ଜିଲାର ଅନେକ ଗଁ। ବାହ୍ୟ ମଳମୁକ୍ତ ହୋଇପାରିଛି। ହେଲେ ବଅଁରପାଳ ବ୍ଲକ ବଳରାମପ୍ରସାଦ ପଞ୍ଚାୟତର ୧୫ ନମ୍ବର ୱାର୍ଡ...

ହଣ୍ଡପା ରେଞ୍ଜରେ ହାତୀ ଉପଦ୍ରବ, ଚିନ୍ତାରେ ଚାଷୀ

ବଇଣ୍ଡା,୯।୬(ଡି.ଏନ.ଏ.)-କିଶୋରନଗର ବ୍ଲକ ହଣ୍ଡପା ରେଞ୍ଜ ଜାମ୍ବୁନାଳୀ, ଅଶ୍ରୁବାହାଳ, ନାଗାଝରଣ, ଗୋଳାସର, ମଧପୁର ଆଦି ଗ୍ରାମ ଗୁଡ଼ିକରେ କିଛିଦିନ ହେବ ହାତୀ ଉପଦ୍ରବ ଲାଗି ରହିଛି। ହାତୀମାନେ...

ପୂର୍ବାହ୍ନରେ ଫେରାଇଦେଲେ, ଅପରାହ୍ନରେ ବାଣ୍ଟିଲେ

ଅନୁଗୋଳ ଅଫିସ, ୧।୪: କରୋନା ମୁକାବିଲା ପାଇଁ ସୋମବାର ଅନୁଗୋଳ ଜିଲାରେ ପାରା ମେଡିକାଲ ଷ୍ଟାଫ ନିଯୁକ୍ତି କରାଯାଇଥିଲା। ମଙ୍ଗଳବାର ସେମାନଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରାଯିବାର...

ଗୋଧି ଗିଳୁଥିବା ଅହିରାଜକୁ ଗୁଳି ଘଟଣା: ଶିକାରୀଙ୍କୁ ଘଣ୍ଟ ଘୋଡ଼ାଇବାକୁ ରାଜନୈତିକ ଚାପ ଚର୍ଚ୍ଚା

ବନ୍ତଳା,୧୪ା୭(ଡି.ଏନ.ଏ.) – ଅନୁଗୋଳ ଜିଲା ବନ୍ତଳା ରେଞ୍ଜ ବାରଗୌଣିଆସ୍ଥିତ ପାଣ୍ଡୁରୀଶୁଣି ପାହାଡ଼ରେ ଗତ ୧୦ ତାରିଖରେ ଗୋଧି ଗିଳୁଥିବା ଏକ ଅହିରାଜକୁ ଶିକାରୀମାନେ ଗୁଳି କରିଥିବା...

ଅଭିଯୁକ୍ତଙ୍କୁ ୭ ବର୍ଷ କାରାଦଣ୍ଡାଦେଶ

ଅନୁଗୋଳ ଅଫିସ୍‌, ୧୪।୩ ଏକ ଡକାୟତି ମାମଲାର ବିଚାର କରି ଅନୁଗୋଳ ଆସିଷ୍ଟାଣ୍ଟ ସେସନ୍‌ସ ଜଜ୍‌ କମ୍‌ ସିଜେଏମ୍‌ କୋର୍ଟ ଅଭିଯୁକ୍ତ ଜରାସିଂହାର କାଳିଆ ଓରଫ...

ଭାବ ଲଗାଇଲେନି ଭାବବିନୋଦିଆ

ଅନୁଗୋଳ ଅଫିସ, ୨୮।୧୧ ଦୀର୍ଘ ୨୫ ବର୍ଷ ପରେ ଶୁକ୍ରବାର ଅତି ଦୁର୍ଲଭ ନାଗାର୍ଜୁନ ବେଶରେ ସଜ୍ଜିତ ହୋଇଥିଲେ ଶ୍ରୀଜୀଉ। ଅନୁଗୋଳ ଶୈଳଶ୍ରୀକ୍ଷେତ୍ରରେ ଏହା ଥିଲା...

Advertisement
Archives

Model This Week