ଅସହଯୋଗରୁ ଅସହାୟ ଚାଷୀ

ରାସୋଳ, ୨୦।୨(ଡି.ଏନ.ଏ.) – ଓଡ଼ିଶାର ଅର୍ଥନୀତି କୃଷି ଭିତ୍ତିକ। ଏ କଥାକୁ ଭଲଭାବେ ହୃଦୟଙ୍ଗମ କରିଛନ୍ତି ରାଜ୍ୟ ସରକାର। ଏହାର ପ୍ରତିଫଳନ ଦେଖିବାକୁ ମିଳିଛି ଚଳିତ ବଜେଟରେ। ଚାଷୀଙ୍କୁ ହାତପାହାନ୍ତାରେ ସାର, ଔଷଧ, କୀଟନାଶକ, ଯନ୍ତ୍ରପାତି, ବୈଷୟିକ ଜ୍ଞାନକୌଶଳ ଯୋଗାଇଦେବାକୁ ସର୍ବଦା ଗୁରୁତ୍ୱ ଦିଆଯାଉଥିବା କୁହାଯାଉଛି। ହେଲେ କୃଷି ବିଭାଗର ଉଦାସୀନତା ଏବଂ ବିଭାଗୀୟ ଅଧିକାରୀଙ୍କ ଅସହଯୋଗରୁ ଅନେକ ସମୟରେ ଗ୍ରାମାଞ୍ଚଳର ଚାଷୀ ଅସହାୟ ହୋଇପଡୁଛନ୍ତି। ଇଚ୍ଛା ଥିଲେ ବି ସେମାନଙ୍କ ମନୋବଳ ଭାଙ୍ଗିଯାଉଛି। ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ଅଧୀନ ନବକିଶୋରପୁର, ଗଣ୍ଡାନାଳୀ, ଖଲିବୋରେଇ ପଞ୍ଚାୟତର ଶତାଧିକ ଚାଷୀ ଏପରି ଅଭିଯୋଗ ଆଣି ରୋଷ ଝାଡ଼ିଛନ୍ତି କୃଷି ବିଭାଗ ଉପରେ।
ଚାଷୀଙ୍କ କହିବା କଥା, ଅଞ୍ଚଳର ଅଧିକାଂଶ ପରିବାର କୃଷି ଉପରେ ନିର୍ଭରଶୀଳ। ଏଠାକାର ଚାଷୀ ବର୍ଷସାରା ବାଇଗଣ, କୋବି, ପୋଟଳ, କଖାରୁ, ଆଳୁ, କଲରା, ଭେଣ୍ଡି, କାକୁଡ଼ି ଚାଷ କରି ଗୁଜୁରାଣ ମେଣ୍ଟାଇଥାନ୍ତି। ଏଠାରୁ ଉତ୍ପାଦିତ ପରିବା ଭାପୁର ରାସୋଳ, ହିନ୍ଦୋଳ, ଖଜୁରିଆକଟା, ତାଳଚେର, ଅନୁଗୋଳକୁ ବିକ୍ରି ଲାଗି ପଠାଯାଇଥାଏ। ହେଲେ ଶୀତଳ ଭଣ୍ଡାର ସୁବିଧା ନ ଥିବାରୁ ଅଧିକ ଦିନ ପରିବା ସଂରକ୍ଷଣ କରି ରଖି ହେଉନାହିଁ। ଚାଷୀମାନେ ନିଜସ୍ବ ଉଦ୍ୟମରେ ଚାଷ କରିବାକୁ ଆଗ୍ରହୀ ଥିବାବେଳେ କୃଷି ବିଭାଗ ପକ୍ଷରୁ କୌଣସି ସହଯୋଗ ମିଳୁନାହିଁ। ବର୍ଷସାରା କୌଣସି ଅଧିକାରୀ ପାଖ ମାଡୁନାହାନ୍ତି। ଫନୀ ବାତ୍ୟା ବେଳେ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ କରାଇଦେବାକୁ କହି ଉଦ୍ୟାନ ବିଭାଗରେ କାର୍ଯ୍ୟରତ କର୍ମଚାରୀ ବିଚିତ୍ରାନନ୍ଦ ସାହୁ ଫଟୋ ଉଠାଇଥିଲେ। ଏଥିଲାଗି ସେ ୫୦୦ରୁ ୧୦୦୦ ଟଙ୍କା ଆଦାୟ କରିଥିବା ନବକିଶୋରପୁର ପଞ୍ଚାୟତ ଅଧୀନ ଖଇରାବାହାଳି ଗ୍ରାମର ଚାଷୀ ପ୍ରଦୀପ ମହାନ୍ତି, ବିଷ୍ଣୁ ଖଟୁଆ, ହେମନ୍ତ ରାଉତ, କୀର୍ତ୍ତନ ସାମଲ, ଅଭିରାମ ରାଉତ ପ୍ରମୁଖ ଅଭିଯୋଗ କରିଛନ୍ତି। ବ୍ଲକ କୃଷି ବିଭାଗଠାରୁ ଆରମ୍ଭ କରି ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିବା ସମ୍ପୃକ୍ତ ଚାଷୀମାନେ ଅଭିଯୋଗ କରିଛନ୍ତି।
ଏ ନେଇ ବିଚିତ୍ରାନନ୍ଦ ନିଜ ପ୍ରତିକ୍ରିୟାରେ କୁହନ୍ତି, ବାତ୍ୟାରେ ଅଞ୍ଚଳର ଜଣେ ମାତ୍ର ଚାଷୀଙ୍କ ଫସଲ କ୍ଷତି ହୋଇଥିଲା। ତାଙ୍କୁ କ୍ଷତିପୂରଣ ଦିଆଯାଇଛି। ଯେହେତୁ ଅନ୍ୟମାନଙ୍କ ଫସଲ କ୍ଷତି ହୋଇ ନ ଥିଲା ତେଣୁ ସେମାନେ କ୍ଷତିପୂରଣ ପାଇବାକୁ ଯୋଗ୍ୟ ବିବେଚିତ ହୋଇନାହାନ୍ତି। ସମ୍ପୃକ୍ତ ଚାଷୀମାନେ ଉଦ୍ଦେଶ୍ୟମୂଳକ ଭାବେ ତାଙ୍କ ନାମରେ ଅଭିଯୋଗ କରିଥିବା ସେ କହିଛନ୍ତି। ଏ ନେଇ ଅତିରିକ୍ତ ଉଦ୍ୟାନ କୃଷି ବିଭାଗ ଅଧିକାରୀ ଜଗତେଶ୍ୱର ବେହେରା କୁହନ୍ତି, ବାତ୍ୟା କ୍ଷତିପୂରଣ ଦାବି କରିଥିବା ଚାଷୀଙ୍କ ନାମ ଉପରିସ୍ଥ ବିଭାଗକୁ ପଠାଯାଇଛି। ସେଠାରୁ ଯେଉଁ ନିର୍ଦ୍ଦେଶ ଆସିବ ତଦନୁଯାୟୀ କାର୍ଯ୍ୟକାରୀ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ତେବେ ଦୁଇ ଅଧିକାରୀଙ୍କ ମତରେ ତାଳମେଳ ନ ଥିବାରୁ କିଏ ସତ କହୁଛି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ନେଇ ଉପଜିଲାପାଳ ଉଦୟ କୁମାର ମହାପାତ୍ର କୁହନ୍ତି, ଅଭିଯୋଗର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମାଈହାତୀର ମୃତଦେହ ଠାବ

ଢେଙ୍କାନାଳ ଅଫିସ/ଭାପୁର,୧୬।୯(ଡି.ଏନ୍‌.ଏ.) : ଢେଙ୍କାନାଳ ଜିଲା ସଦର ରେଞ୍ଜ ଅଧିନସ୍ଥ ଭାପୁର ଅଞ୍ଚଳର କଦମପାଳ ଗ୍ରାମ ନିକଟ ମାଟିଆମୁଣ୍ଡିଆ ପାଦଦେଶରେ ସୋମବାର ସକାଳେ ବନ ବିଭାଗ...

ଏସ୍‌ଆଇ, ଏଏସ୍‌ଆଇ ସ୍ତରରେ ଅଦଳବଦଳ

ଢେଙ୍କାନାଳ ଅଫିସ୍‌, ୧୨।୪: ଢେଙ୍କାନାଳ ଜିଲା ପୋଲିସର ଏସ୍‌ଆଇ ଏବଂ ଏଏସ୍‌ଆଇସ୍ତରରେ ମଙ୍ଗଳବାର ବଡ଼ ଧରଣର ଅଦଳବଦଳ ହୋଇଛି। ମହାବିରୋଡ ଥାନାରେ କାର୍ଯ୍ୟରତ ଏସ୍‌ଆଇ ପ୍ରଦୀପ...

୨୨ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ, ୨ ଅଭିଯୁକ୍ତ ଗିରଫ

ଢେଙ୍କାନାଳ ଅଫିସ, ୧୮।୮: ଢେଙ୍କାନାଳରେ କାୟା ବିସ୍ତାର କଲାଣି ଧଳା ଜହର ଚେର। ଶନିବାର ସ୍ଥାନୀୟ ବାଜିଚୌକଠାରୁ ଅବକାରୀ ବିଭାଗ ଏବଂ ଟାଉନ ଥାନା ପୋଲିସ ଚଢ଼ାଉ...

‘ରାକେଶ’ର ପିଛା ଛାଡୁନି ସଂକ୍ରମଣ

ଢେଙ୍କାନାଳ ଅଫିସ, ୮।୫ – ଢେଙ୍କାନାଳ କପିଳାସ ପ୍ରାଣୀ ଉଦ୍ୟାନର ଏଲିଫ୍ୟାଣ୍ଟ ରେସ୍‌କ୍ୟୁ ସେଣ୍ଟରରେ ଥିବା ନରହନ୍ତା ଦନ୍ତା ‘ରାକେଶ’ର ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଛି। ସଂକ୍ରମଣ...

ପୋଖରୀରେ ଓଲଟିଲା ମିନିବସ୍‌: ଡ୍ରାଇଭରଙ୍କ ସମେତ ୧୩ ଆହତ

ପରଜଙ୍ଗ, ୧୪।୯(ଡି.ଏନ.ଏ.) – ଢେଙ୍କାନାଳ ଜିଲା ୫୩ନଂ. ଜାତୀୟ ରାଜପଥର ପରଜଙ୍ଗ ଗଁ। ନିକଟରେ ଶୁକ୍ରବାର ଅପରାହ୍ନରେ ଏକ ମିନିବସ୍‌ (ନଂ. ଓଡ଼ି ୩୫ ବି...

ଦୁର୍ଗାପ୍ରସାଦବାସୀଙ୍କ ଭୋଟ ବର୍ଜନ ଚେତାବନୀ

ଢେଙ୍କାନାଳ ଅଫିସ,୨୯।୧ ଢେଙ୍କାନାଳ ସଦର ବ୍ଲକ ବେଲଟିକିରି ପଞ୍ଚାୟତର ଦୁର୍ଗାପ୍ରସାଦ ଗ୍ରାମକୁ ନୂତନ ରାଜସ୍ବ ମୌଜା ଘୋଷଣା କରାଯାଉନାହିଁ। ଫଳରେ ଚଳିତ ନିର୍ବାଚନରେ ଭୋଟ ବର୍ଜନ...

୧୦ ବିଦେଶ ଫେରନ୍ତାଙ୍କ ପତ୍ତା ମିଳୁନି

ଢେଙ୍କାନାଳ ଅଫିସ, ୧।୧ ରାଜ୍ୟରେ କାୟା ବିସ୍ତାର କରୁଥିବା ଓମିକ୍ରନ୍‌ ସଂକ୍ରମଣକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ରାଜ୍ୟ ସରକାର। ଭିଡ଼ ଏଡ଼ାଇବାକୁ ଜାନୁୟାରୀରେ କଟକଣା...

ହାତୀ କରୁଛନ୍ତି ହନ୍ତସନ୍ତ

ଭାପୁର, ୭।୧୧(ଡି.ଏନ.ଏ.) ଜଙ୍ଗଲ ଛାଡ଼ି ଜନବସତି ଆଡ଼କୁ ମୁହଁାଇଛନ୍ତି ହାତୀ। ଚାଷ ଜମିରେ ଗଜ ଉପଦ୍ରବ ରାତିକ ଭିତରେ ଚାଷୀଙ୍କ ବର୍ଷକର ଆଶାକୁ ଧୂଳିସାତ୍‌ କରିଦେଉଛି।...

Advertisement
Archives

Model This Week