ଅସଦାଚରଣ ମାମଲାରେ ୧୩ ମାସ କାରାଦଣ୍ଡ: ୧୩ ବର୍ଷ ପରେ ଆସିଲା ରାୟ

ଅନୁଗୋଳ ଅଫିସ୍‌, ୨୯।୨ – ୧୩ ବର୍ଷ ତଳେ ଅନୁଗୋଳ ବସ୍‌ଷ୍ଟାଣ୍ଡରେ ଜଣେ ମହିଳାଙ୍କୁ କରାଯାଇଥିବା ଅସଦାଚରଣ ମାମଲାର ବିଚାର କରି ଅନୁଗୋଳ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ବିଚାରପତି ତାରିଣୀ ପ୍ରସାଦ ସାହୁ ଅଭିଯୁକ୍ତ ବିଜୟ କୁମାର ପ୍ରଧାନଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୧୩ ମାସ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଗତ ୨୬ ତାରିଖରେ ଏହି ରାୟ ପ୍ରକାଶ ପାଇଥିବା ଅତିରିକ୍ତ ପିପି ରୋହିତ କୁମାର ବେହେରା ସୂଚନା ଦେଇଛନ୍ତି।
ମାମଲାରୁ ପ୍ରକାଶ ଯେ, ସମ୍ପୃକ୍ତା ମହିଳାଙ୍କ ଘର ନବରଙ୍ଗପୁରରେ ହୋଇଥିବାବେଳେ ସେ କଣିହଁ। ଅଞ୍ଚଳରେ ବିବାହ କରିଥିଲେ। କୌଣସି କାରଣରୁ ସ୍ବାମୀଙ୍କ ସହ ମନାନ୍ତର ପରେ ସେ ବାପଘରକୁ ଚାଲିଯାଇଥିଲେ। ଏପରି କି ନବରଙ୍ଗପୁର ଥାନାରେ ସେ ଶାଶୁଘର ବିରୋଧରେ ନିର୍ଯାତନା ଅଭିଯୋଗ ମଧ୍ୟ କରିଥିଲେ। ଏ ନେଇ ନବରଙ୍ଗପୁର ପୋଲିସ ନଂ. ୫୬/୦୭ରେ ଏକ ମାମଲା ରୁଜୁ କରିଥିଲା। ତେବେ ୨୦୦୭ ମସିହାରେ ଅଭିଯୁକ୍ତ ବିଜୟ କୌଣସି ପ୍ରକାରେ ସମ୍ପୃକ୍ତା ମହିଳାଙ୍କ ମୋବାଇଲ ନଂ ଯୋଗାଡ଼ କରି ତାଙ୍କୁ ପ୍ରଥମେ ଧମକଚକମ ଦେଉଥିଲେ। ଏହାପରେ ଏକ ସଂସ୍ଥାରେ ଥଇଥାନ କରିଦେବାକୁ କହି ତାଙ୍କୁ ଅନୁଗୋଳ ଡାକିଥିଲେ। ମହିଳା ଜଣକ ତାଙ୍କ ମା’ଙ୍କ ସହ ଅନୁଗୋଳ ବସ୍‌ଷ୍ଟାଣ୍ଡରେ ପହଞ୍ଚିବା ପରେ ବିଜୟ ତାଙ୍କୁ ଲଜ୍‌କୁ ନେବାକୁ ଟଣାଓଟରା କରିଥିଲେ। ମହିଳାଙ୍କ ମା’ ପାଟି କରିବାରୁ ସେଠାରେ ସାଦା ପୋଷାକରେ ଥିବା ଜଣେ ପୋଲିସ କର୍ମଚାରୀ ମହିଳାକୁ ଉଦ୍ଧାର କରିଥିଲେ। ଏହାପରେ ମହିଳାଙ୍କ ଅଭିଯୋଗକ୍ରମେ ଅନୁଗୋଳ ପୋଲିସ ନଂ. ୭୯୬/୦୭ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ବିଜୟଙ୍କୁ ଗିରଫ କରିଥିଲା। ମୋଟ୍‌ ୬ ଜଣଙ୍କ ସାକ୍ଷ୍ୟ ପ୍ରମାଣଙ୍କୁ ଭିତ୍ତିକରି ଅଦାତଲ ଦୀର୍ଘ ୧୩ ବର୍ଷ ପରେ ଏହି ରାୟ ଶୁଣାଇଛନ୍ତି। ଏହି ମାମଲାକୁ ସରକାରଙ୍କ ପକ୍ଷରୁ ଅତିରିକ୍ତ ପିପି ରୋହିତ କୁମାର ବେହେରା, ସୁନୀଲ କୁମାର ସାହୁ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ତାଳଚେର ଉପନଗରପାଳଙ୍କ ବିରୋଧରେ ଅନାସ୍ଥା

ତାଳଚେର,୮ା୫(ମନୋଜ ନନ୍ଦ): ତାଳଚେର ଉପନଗରପାଳ ଶୁଭଶ୍ରୀ ଶୁଭସ୍ମିତା ପ୍ରଧାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଛି। ପୌରପାଳିକାର ୧୬ କାଉନସିଲର ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି। ଶୁକ୍ରବାର…

ରୋଗୀସେବା ଦାବି, ୧୨ ଘଣ୍ଟିଆ ତାଳଚେର ବନ୍ଦ

ତଳଚେର,୮।୫(ମନୋଜ ନନ୍ଦ): ଅନୁଗୋଳ ଜିଲା ତଳଚେର ପବିତ୍ର ମୋହନ ମେଡିକାଲ କଲେଜରେ ରୋଗୀ ସେବା ଦାବିରେ ୧୨ ଘଣ୍ଟିଆ ବନ୍ଦ ପାଳିତ ହୋଇଛି । ଆଗରୁ କ୍ରିୟାନୁଷ୍ଠାନ…

ସ୍ପଞ୍ଜ ଆଇରନ କାରଖାନାରେ ବଡ଼ ଅଘଟଣ, ଚାଲିଗଲା ୩ ଶ୍ରମିକଙ୍କ ଜୀବନ

ଅନୁଗୋଳ,୫।୫(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ଜିଲା ନିଶା ଥାନା ଅଞ୍ଚଳରେ ଥିବା ମେଟାଲିକ ସ୍ପଞ୍ଜ ଆଇରନ ପ୍ଲାଣ୍ଟରେ ବଡ଼ ଧରଣର ଦୁର୍ଘଟଣା ହୋଇଛି । ୩ ଜଣ ଶ୍ରମିକଙ୍କ…

କେନ୍ଦୁପତ୍ର ତୋଳିବାକୁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡିଗଲେ ମହିଳା, ଦଳିଦେଲା ଦନ୍ତା

ମାଧପୁର,୪।୫(ମନୋଜ କୁମାର ପ୍ରଧାନ): ଆଠମଲ୍ଲିକ ଥାନା ଅନ୍ତର୍ଗତ ମାଧପୁର ପଂଚାୟତ ଅଧୀନ ମାଧପୁର ଗ୍ରାମର ଜଣେ ମହିଳା ହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି । ମୃତ ମହିଳା…

ପ୍ରେମିକଙ୍କ ଆତ୍ମହତ୍ୟାର ୨୪ ଘଣ୍ଟା ପରେ ଓଢ଼ଣିରେ ଝୁଲିପଡ଼ିଲେ ୧୩ ବର୍ଷୀୟା ପ୍ରେମିକା

ଅନୁଗୋଳ,୨୬।୪(ଦିବ୍ୟଶାନ୍ତନୁ ନାଥ): ମାତ୍ର ୧୩ ବର୍ଷ ବୟସରେ ସଂସାର କରିବାକୁ ଘରୁ ଗୋଡ଼ କାଢ଼ିଥିଲେ। ୨୩ ବର୍ଷୀୟ ପ୍ରେମିକଙ୍କ ହାତଧରି ମୁମ୍ୱାଇ ଚାଲିଯାଇଥିଲେ। ହେଲେ ପ୍ରେମିକଙ୍କ ମା’…

ମୋ ପ୍ରେମିକାଙ୍କୁ ଡାକ, ନଚେତ୍‌ ମୁଁ… ପ୍ରେମ ପାଇଁ ଗଛ ଉପରେ ନାବାଳକ

ଅନୁଗୋଳ,୨୩ା୪ (ଜ୍ୟୋତିରଞ୍ଜନ ସାହୁ):ନାବାଳିକା ପ୍ରେମିକାଙ୍କୁ ଦେଖାକରିବାକୁ ନ ଦେଲେ ଆତ୍ମହତ୍ୟା କରିଦେବି। ବେକରେ ଗାମୁଛା ବାନ୍ଧି ଝୁଲିପଡ଼ିବି। ଏକ ଗଛର ୧୦୦ ଫୁଟ୍‌ ଉପରୁ ଜଣେ ନାବାଳକ…

ଗୋଡ଼ ମଧ୍ୟରେ ଲୁଚାଇ ନେଇଗଲେ ୭ ଲକ୍ଷ ଟଙ୍କାର ଶାଢ଼ି, ସିସିଟିଭିରେ କଏଦ ଲୁଟ୍‌ର କୌଶଳ…

ଅନୁଗୋଳ,୧୩।୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଅମଲାପଡ଼ା ଅଞ୍ଚଳରେ ଥିବା ବୟନିକା ଶୋ’ରୁମ୍‌ରୁ ଏକ ବଡ଼ ଧରଣର ଚୋରି ହୋଇଛି। ଗ୍ରାହକ ବେଶରେ ଆସିଥିବା ୭ ଜଣ ମହିଳା…

ଆମ୍ବ ଗୋଟାଉଥିବା ନାବାଳିକାଙ୍କୁ ବଳାତ୍କାର କଲେ ୧୪ ବର୍ଷର ନାବାଳକ, ଘଟଣା ବିଷୟରେ କାହାକୁ କହିଲେ…

ଅନୁଗୋଳ, ୪ା୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଉପକଣ୍ଠରେ ଗତ ବୁଧବାର ଘଟିଛି ଏକ ଲଜ୍ଜାଜନକ ଘଟଣା। ୭ ବର୍ଷର ଜଣେ ନାବାଳିକାଙ୍କୁ ୧୪ ବର୍ଷର ନାବାଳକ ବଳାତ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri