Posted inଖେଳ

ଅଲିମ୍ପିକ୍‌ ଡିଲେ: ପ୍ରାୟୋଜକ ନେଇ ଅନିଶ୍ଚିତତାରେ ଆଥ୍‌ଲେଟ

ଓ୍ବାଶିଂଟନ,୨୬।୩(ଏପି)- କୋଭିଡ-୧୯ ଆତଙ୍କ କାରଣରୁ ଟୋକିଓ ଅଲିମ୍ପିକ୍ସକୁ ଗୋଟିଏ ବର୍ଷ ଘୁଞ୍ଚାଯାଇଛି। ତେବେ ଏଥିପାଇଁ ସାରା ବିଶ୍ୱରେ ଆଥଲେଟମାନେ ଏକ ନୂଆ ପ୍ରକାର ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଅଲିମ୍ପିକ୍ସ ଗୋଟିଏ ବର୍ଷ ଘୁଞ୍ଚିଯାଇଥିବାରୁ ଏବେ ଆଥଲେଟମାନେ ସେମାନଙ୍କ ପ୍ରାୟୋଜକ ନେଇ ଅନିଶ୍ଚିତତାରେ ରହିଛନ୍ତି। ଫଳରେ ନିଜର ସ୍ବାସ୍ଥ୍ୟ ଓ ଫିଟ୍‌ନେସକୁ ବଜାୟ ରଖିବା ଏବେ ଆଥଲେଟଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଏହାର ସବୁଠାରୁ ବଡ଼ ଉଦାହରଣ ହେଉଛି ଆମେରିକୀୟ ଶଟ୍‌ପୁଟର ରିଆନ କ୍ରୋଉଜର। ଗତ ୨୦୧୬ ଅଲିମ୍ପିକ୍ସରେ ରିଆନ ଶଟ୍‌ପୁଟ୍‌ରେ ସ୍ବର୍ଣ୍ଣ ପଦକ ଜିତିଥିଲେ ଓ ଏହାକୁ ଟୋକିଓ ଅଲିମ୍ପିକ୍ସରେ ବଜାୟ ରଖିବାକୁ ଚାହୁଁଛନ୍ତି। ବର୍ତ୍ତମାନ ସେ ପ୍ରାୟୋଜକଙ୍କଠାରୁ ପାଉଥିବା ଅର୍ଥ ପାଇବା ନେଇ ଆଶଙ୍କାର ରହିଛନ୍ତି। ଅଲିମ୍ପିକ୍ସ ଗୋଟିଏ ବର୍ଷ ଘୁଞ୍ଚିଯାଇଥିବାରୁ ଏପରି ପରସ୍ଥିତି ସୃଷ୍ଟି ହୋଇଛି। ପ୍ରାୟୋଜକଙ୍କ ସହ ତାଙ୍କର ଚୁକ୍ତି ୨୦୨୦ ପର୍ଯ୍ୟନ୍ତ ରହିଛି। ଏପରିସ୍ଥଳେ ଏହି ଚୁକ୍ତି ୨୦୨୧ ପର୍ଯ୍ୟନ୍ତ ରହିବ କି ଏନେଇ ସେ ଆଶଙ୍କାରେ ରହିଛନ୍ତି। ଅର୍ଥ ମିଳିବା ବନ୍ଦ ହେଲେ ନିଜକୁ ଫିଟ୍‌ ରଖିବା ଓ ଅଲିମ୍ପିକ୍ସ ପାଇଁ ଟ୍ରେନିଂ ଜାରି ରଖିବା କଷ୍ଟକର ହୋଇପଡିବ ବୋଲି ରିଆନ କହିଛନ୍ତି। ପ୍ରାୟୋଜକଙ୍କଠାରୁ ମୋତେ ଅଧିକାଂଶ ଅର୍ଥ ମିଳିଥାଏ। ଜଣାଶୁଣା କ୍ରୀଡ଼ା ପୋଷାକ ଉତ୍ପାଦନକାରୀ କମ୍ପାନୀ ନାଇକ ତାଙ୍କର ପ୍ରାୟୋଜକ ରହିଆସିଛନ୍ତି। ତେବେ ଏ ସଂକ୍ରାନ୍ତରେ ନାଇକ୍‌ ତରଫରୁ କିଛି କୁହାଯାଇନାହିଁ। ରିଆନଙ୍କ ଭଳି ପ୍ରାୟ ସବୁ ଆଥଲେଟ ସମାନ ପ୍ରକାର ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ତେବେ ଅଲିମ୍ପିକ୍ସ ଘୁଞ୍ଚିଯାଇଥିବାରୁ ପ୍ରାୟୋଜକମାନେ ଆଥଲେଟଙ୍କ ସମସ୍ୟା ହୃଦୟଙ୍ଗମ କରି ଆବଶ୍ରକୀୟ ପଦକ୍ଷେପ ନେବେ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଲୁଙ୍କେଶ୍ୱର ହାଇସ୍କୁଲ ସହକାରୀ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ

ଖଲ୍ଲିକୋଟ, ୮/୯/୨୦୨୬ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଏନ୍‌ଏସି ଅନ୍ତର୍ଗତ ବାଲୁଙ୍କେଶ୍ୱର ହାଇସ୍କୁଲର ଜଣେ ସହକାରୀ ଶିକ୍ଷକଙ୍କୁ ସ୍କୁଲ ଗେଟ୍‌ ନିକଟରେ ମଙ୍ଗଳବାର ମରଣାନ୍ତକ ଆକ୍ରମଣ କରାଯାଇଛି।…

ଦୁର୍ଗମ ଜଙ୍ଗଲରେ ଚଢାଉ: ମଦ କାରଖାନା ଭାଙ୍ଗିଲା ଅବକାରୀ ବିଭାଗ, ୧୯ ହଜାର ଲିଟର ମଦ ପୋଚ * ୧୧ ଶହ ଲିଟର ଦେଶୀ ମଦ ଜବତ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ଜନଜାତି ବହୁଳ ଦାମପୁର ଗାଁ ନିକଟ ଦୁର୍ଗମ ଜଙ୍ଗଲରେ ମଙ୍ଗଳବାର ସକାଳେ ସାନଖେମୁଣ୍ଡି…

ଭ୍ରମରପୁର ସ୍କୁଲରେ ଶିକ୍ଷକ ବଦଳି ବାତିଲ ଦାବିରେ ଜେନ୍ ଆଲଫାଙ୍କ ଆନ୍ଦୋଳନ, ସ୍କୁଲ ସମ୍ମୁଖରେ ଉତ୍ତେଜନା            

ଦିଗପହଣ୍ଡି,୮|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଭାଗବତ ପ୍ରସାଦ ନାୟକଙ୍କୁ ଚୌଧୁରୀ ଟିକରପଡ଼ା ଗ୍ରାମ ବିଦ୍ୟାଳୟକୁ…

ଘରେ କରୁଥିଲେ କାମ: ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଦିନ ମଜୁରିଆଙ୍କ ଜୀବନ

କୁଆଁରମୁଣ୍ଡା,୮।୯(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଚୁଟିଆଟୋଲି ଗ୍ରାମ ରୀତା ତିର୍କୀଙ୍କ ଘର ସେଣ୍ଟ୍ରିଂ କାମ କରୁଥିବା ବେଳେ ମଙ୍ଗଳବାର…

ବୁଧଙ୍କ ନକ୍ଷତ୍ର ପରିବର୍ତ୍ତନରେ ୩ ରାଶି ହେବେ ଭାଗ୍ୟଶାଳୀ; କ୍ୟାରିୟରରେ ବଡ଼ ଅଫର୍‌, ଘରକୁ ଆସିବ ଟଙ୍କା!

ବୈଦିକ ଜ୍ୟୋତିଷରେ ବୁଧ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଗ୍ରହ, ଯିଏକି ପ୍ରତ୍ୟକ୍ଷ ଭାବରେ ଜୀବନକୁ ଗଭୀର ଭାବେ ପ୍ରଭାବିତ କରନ୍ତି। ଜ୍ୟୋତିଷଙ୍କ ଅନୁଯାୟୀ, ବୁଧ ଗ୍ରହ ମାନସିକ…

କମ୍‌ ବୟସରେ ଧନୀ ହୁଅନ୍ତି ଏହି ୩ ରାଶିର ଲୋକ: ମା’ ଲକ୍ଷ୍ମୀଙ୍କ ରହିଥାଏ ବିଶେଷ କୃପା, କେବେ ରହେନି ଅଭାବ!

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ୧୨ଟି ରାଶି ଓ ୨୭ଟି ନକ୍ଷତ୍ରର ବର୍ଣ୍ଣନା ରହିଛି। ପ୍ରତ୍ୟେକ ରାଶି ଉପରେ କୌଣସି ନା କୌଣସି ଗ୍ରହଙ୍କ ଆଧିପତ୍ୟ ରହିଥାଏ। ତେଣୁ…

ମୋଦିଙ୍କ କାର୍ଯ୍ୟକ୍ରମ ସ୍ଥଳରୁ ବନ୍ଧୁକ ସହ ଧରାପଡିଲେ ୨ ସନ୍ଦିଗ୍ଧ

ମୁମ୍ବାଇ,୮।୯: ମୁମ୍ବାଇର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଛନ୍ତି ସେହି ସ୍ଥାନ ନିକଟରୁ ଦୁଇଜଣଙ୍କୁ ଅଟକ ରଖାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କଠାରୁ ଏକ…

ବର୍ଷକୁ ବ୍ୟାଙ୍କରେ କେତେ କ୍ୟାଶ୍‌ ଜମା କରିପାରିବେ? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୮।୯: ସଞ୍ଚୟ ଖାତାରେ (Savings Account) ନଗଦ ଟଙ୍କା ଜମା କରିବା ଏକ ସାଧାରଣ ପ୍ରକ୍ରିୟା, କିନ୍ତୁ ଆପଣ ଜାଣନ୍ତି କି ଏକ ନିର୍ଦ୍ଦିଷ୍ଟ ସୀମାରୁ ଅଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri