Posted inଖେଳ

ଅଲିମ୍ପିକ୍‌ ଟେଷ୍ଟ ଇଭେଣ୍ଟ: ଫାଇନାଲରେ ଶିବ, ପୂଜା

ଟୋକିଓ,୩୦।୧୦(ପି.ଟି.)- ପୂର୍ବତନ ବିଶ୍ୱ ଚାମ୍ପିୟନଶିପ୍‌ ବ୍ରୋଞ୍ଜ ପଦକଧାରୀ ଶିବ ଥପ୍ପା (୬୩ କେଜି) ଓ ପୂଜାରାଣୀ (୭୫ କେଜି) ଏଠାରେ ଚାଲିଥିବା ଅଲିମ୍ପିକ୍‌ ଟେଷ୍ଟ ବକ୍ସିଂ ଇଭେଣ୍ଟ ଫାଇନାଲରେ ପ୍ରବେଶ କରିଛନ୍ତି। ଅନ୍ୟପକ୍ଷରେ ଆଉ ଦୁଇ ବକ୍ସରଙ୍କୁ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ୪ ଥର ଏସିଆନ୍‌ ପଦକଧାରୀ ଶିବ କଡ଼ା ସଂଘର୍ଷପୂର୍ଣ୍ଣ ସେମିଫାଇନାଲରେ ଜାପାନର ଦାଇସୁକେ ନାରିମାତ୍‌ସୁଙ୍କୁ ହରାଇ ଦେଇଛନ୍ତି। ପୂର୍ବତନ ଏସିଆନ କ୍ରୀଡ଼ା ବ୍ରୋଞ୍ଜ ପଦକ ବିଜେତା ରାଣୀ ବ୍ରାଜିଲର ବେଟରିଜ ସୋଆରେସ୍‌ଙ୍କୁ ଏକତରଫା ବାଉଟ୍‌ରେ ଧୂଳି ଚଟାଇଛନ୍ତି। ରାଣୀ ଚଳିତ ବର୍ଷ ଏସିଆନ୍‌ ଚାମ୍ପିୟନଶିପ୍‌ରେ ରୌପ୍ୟ ପଦକ ଜିତିଥିଲେ। ପୂର୍ବତନ ଜୁନିୟର ବିଶ୍ୱ ଚାମ୍ପିୟନ ନିଖାତ ଜରିନ (୫୧ କେଜି) ଓ ବାଲିମ୍‌ପୁଆ (୭୫ କେଜି) ଯଥାକ୍ରମେ ନିଜ ନିଜ ସେମିଫାଇନାଲରେ ପରାଜୟ ବରଣ କରିଛନ୍ତି। ଏହି ଦୁଇ ବର୍ଗରେ ଖୁବ୍‌ କମ୍‌ ସଂଖ୍ୟାରେ ବକ୍ସର ଭାଗନେଇଥିବାରୁ ଉଭୟ ବକ୍ସର ବିନା କୌଣସି ମ୍ୟାଚ୍‌ରେ ସେମିଫାଇନାଲରେ ପ୍ରବେଶ କରିଥିଲେ। ଜରିନଙ୍କୁ ଜାପାନର ସାନା କାଓ୍ବାନୋ ହରାଇଥିଲାବେଳେ ବାଲିମ୍‌ପୁଆ ଘରୋଇ ଫେଭରାଇଟ୍‌ ୟୁଇତୋ ମୋରଓ୍ବାକିଙ୍କଠାରୁ ପରାସ୍ତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚାଇନା ଓପନ ଟାଇଟଲ ସହ ଫେରିଲେ ମାରିନ

ଚାଙ୍ଗ୍‌ଝୋ,୨୨।୯: ଅଲିମ୍ପିକ୍‌ ଚାମ୍ପିୟନ କାରୋଲିନା ମାରିନ ସଫଳତାର ସହ ଆହତ ସମସ୍ୟାରୁ ଫେରି ନିଜର ଚାଇନା ଓପନ ଟାଇଟଲ ଡିଫେଣ୍ଡ କରିଛନ୍ତି। ରିଓ ଅଲିମ୍ପିକ୍‌ ଚାମ୍ପିୟନ...

ଟିମ ଇଣ୍ଡିଆରୁ ଗାଙ୍ଗୁଲିଙ୍କ ବିଦା ହେବାର କାରଣ କହିଲେ ଗ୍ରେଗ୍‌ ଚାପେଲ

ବ୍ରିସବେନ,୨୧।୫: କେଉଁ କାରଣରୁ ଟିମ ଇଣ୍ଡିଆରୁ ବାଦ୍‌ ପଡ଼ିଥିଲେ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି? ସେତେବେଳେ ଭାରତୀୟ ଦଳର କୋଚ୍‌ ପଦରେ ଥିବା ଗ୍ରେଗ୍‌ ଚାପେଲ...

ବାଲାଂଦେଶ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଗାଙ୍ଗୁଲି

ନୂଆଦିଲ୍ଲୀ,୨୫।୨: ବିସିସିଆଇର ପୂର୍ବତନ ମୁଖ୍ୟ ତଥା ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ବାଂଲାଦେଶ କ୍ରିକେଟ...

ଚାପ ମୁକ୍ତ ଭାବେ ମନ ଇଛା ଖେଳ-ହୃଦୟ ଭରି ପୂର୍ଣ୍ଣ କ୍ଷମତା ସହିତ ଖେଳ, କମନୱେଲଥ ଗେମ୍ସ ଖେଳାଳିଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ…

ନୂଆଦିଲ୍ଲୀ,୨୦।୭ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ କମନୱେଲଥ ଗେମ୍ସ ୨୦୨୨ ରେ ଅଂଶଗ୍ରହଣ କରୁଥିବା ଭାରତୀୟ ଖେଳାଳିଙ୍କ ସହ କଥା...

ଜଷ୍ଟ ଫୋଣ୍ଟାଇନଙ୍କ ପରଲୋକ

ପ୍ୟାରିସ୍‌,୨ା୩(ପି.ଟି.): ଫ୍ରାନ୍ସର ପ୍ରସିଦ୍ଧ ଫୁଟବଲର ଜଷ୍ଟ ଫୋଣ୍ଟାଇନ୍‌ଙ୍କ ୮୯ ବର୍ଷ ବୟସରେ ପରଲୋକ ଘଟିଛି। ଫୋଣ୍ଟାଇନଙ୍କ ପୂର୍ବତନ କ୍ଲବ ରିମ୍‌ସ ପକ୍ଷରୁ ବୁଧବାର ଏହା ଘୋଷଣା...

ପୂର୍ବତନ ଅଷ୍ଟ୍ରେଲୀୟ କ୍ରିକେଟର୍‌ ଡିନ୍‌ ଜୋନ୍ସଙ୍କ ପରଲୋକ

ମୁମ୍ବାଇ, ୨୪।୯: ଅଷ୍ଟ୍ରେଲିଆର ପୂର୍ବତନ କିମ୍ବଦନ୍ତୀ କ୍ରିକେଟର୍‌ ତଥା ଜଣାଶୁଣା ଭାଷ୍ୟକାର ଡିନ୍‌ ଜୋନ୍ସଙ୍କ ଗୁରୁବାର ସକାଳେ ପରଲୋକ ଘଟିଛି। ନିଜ ସମୟର ଜଣେ ଷ୍ଟାଇଲିସ...

ୟୁଏସ୍‌ ଓପନ୍‌ କ୍ୱାର୍ଟର ଫାଇନାଲରେ ପହଞ୍ଚିଥିବା ୩ ଖେଳାଳି ହେଉଛନ୍ତି ମା’

ନ୍ୟୁୟର୍କ, ୮।୯: ଆମେରିକୀୟ ଟେନିସ ଷ୍ଟାର୍‌ ସେରେନା ଓ୍ବିଲିୟମ୍ସ ଏଠାରେ ଚାଲିଥିବା ୟୁଏସ୍‌ ଓପନ୍‌ ଗ୍ରାଣ୍ଡସ୍ଲାମ ପ୍ରତିଯୋଗିତାର ମହିଳା ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି।...

ଜାତୀୟ କ୍ରୀଡ଼ା ସ୍ଥଗିତ

ନୂଆଦିଲ୍ଲୀ, ୨୯।୫(ପି.ଟି.)-ଆସନ୍ତା ଅକ୍ଟୋବର-ନଭେମ୍ବରରେ ଗୋଆରେ ହେବାକୁଥିବା ୩୬ତମ ଜାତୀୟ କ୍ରୀଡ଼ାକୁ କୋଭିଡ-୧୯ ପାଇଁ ଅନିର୍ଦ୍ଦିଷ୍ଟକାଳ ପାଇଁ ସ୍ଥଗିତ ରଖା ଯାଇଛି। ଅକ୍ଟୋବର ୨୦ରୁ ନଭେମ୍ବର ୪...

Advertisement
Archives

Model This Week