Posted inଖେଳ

ଅଲିମ୍ପିକ୍ସ ପୁଣିଥରେ ବିଳମ୍ବ ହେବା ଅସମ୍ଭବ: ଟୋକିଓ ମୁଖ୍ୟ

ଟୋକିଓ,୨୩।୫ (ଏଏଫ୍‌ପି): କୋଭିଡ-୧୯ ମହାମାରୀ କାରଣରୁ ଟୋକିଓ ଅଲିମ୍ପିକ୍ସ ଗୋଟିଏ ବର୍ଷ ଘୁଞ୍ଚାଇଯାଇଛି। ତେବେ ଏହି ମେଗା ଇଭେଣ୍ଟକୁ ଆଉଥରେ ବିଳମ୍ବ କରିବା ଅସମ୍ଭବ ବୋଲି ଟୋକିଓ ୨୦୨୦ ଅଧ୍ୟକ୍ଷ ୟୋଶିରୋ ମୋରି କହିଛନ୍ତି। ଅଲିମ୍ପିକ୍‌ ଏକେ ନୂଆ ତାରିଖ ୨୦୨୧ ଜୁଲାଇ ୨୩ ତାରିଖରୁ ଆରମ୍ଭ ହେବ। ଏହାକୁ ପୁଣି ଘୁଞ୍ଚାଇବାର ପ୍ରଶ୍ନ ଉଠୁନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ବିଭିନ୍ନ ଦୃଷ୍ଟିକୋଣରୁ ବିଚାର କଲେ ଏହି ମେଗା ଇଭେଣ୍ଟକୁ ୨ ବର୍ଷ ଘୁଞ୍ଚାଇବା ବୈଷୟିକ ଭାବେ କଷ୍ଟକର।
ପୂର୍ବରୁ ଅଲିମ୍ପିକ୍ସକୁ ୨ ବର୍ଷ ଘୁଞ୍ଚାଇବାକୁ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କୁ ପ୍ରସ୍ତାବ ଦେଇଥିଲି। ତେବେ ସେ ଗୋଟିଏ ବର୍ଷ ପାଇଁ ସମ୍ମତି ପ୍ରକାଶ କରିଥିଲେ। ଉଲ୍ଲେଖଥାଉ କି, ବିଶ୍ୱବ୍ୟାପୀ ଆଥଲେଟ, ସ୍ପୋଟର୍‌ସ ଆସୋସିଏଶନଙ୍କଠାରୁ ପ୍ରବଳ ଚାପ ପଡିବା ପରେ ଜାପାନ ଆୟୋଜକ ଓ ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟି ଅଲିମ୍ପିକ୍ସକୁ ଗୋଟିଏ ବର୍ଷ ଘୁଞ୍ଚାଇବାକୁ ରାଜି ହୋଇଥିଲେ। ଦେଶରେ କରୋନା ଭାଇରସ ମହାମାରୀ ରୂପ ନେଇ ସାରିଥିବା ବେଳେ ପୁଣି ଥରେ ଅଲିମ୍ପିକ ଘୁଞ୍ଚିବାର ସମ୍ଭାବନା ରହିଛି ବୋଲି ଜଣେ ଜାପାନ ବିଶେଷଜ୍ଞ ମତ ଦେଇଥିଲେ। ତେବେ ଅଲିମ୍ପିକ ଆଉଥରେ ଘୁଞ୍ଚିବା ସମ୍ଭବ ନୁହଁ ବୋଲି ସ୍ପଷ୍ଟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘କୋହଲି ଜଣେ ଭାବପ୍ରବଣ ଅଧିନାୟକ’

ନୂଆଦିଲ୍ଲୀ, ୭।୫-ସାମ୍ପ୍ରତିକ ଭାରତୀୟ କ୍ରିକେଟ ଦଳରେ ବିରାଟ କୋହଲି ଜଣେ ଦକ୍ଷ ଖେଳାଳି, ଏଥିରେ ଦ୍ୱିମତ ନାହିଁ। ମାତ୍ର ଅଧିନାୟକଭାବେ ତାଙ୍କୁ ଆହୁରି ଅନେକ ବାଟ...

ଡିନ୍‌ ଏଲଗାରଙ୍କ ଶତକ

ବିଶାଖାପାଟଣା,୪।୧୦: ଓ୍ବାଇ.ଏସ ରାଜଶେଖର ରେଡ୍ଡୀ ଷ୍ଟାଡିୟମରେ ଖେଳାଯାଉଥିବା ପ୍ରଥମ ଟେଷ୍ଟରେ ଭାରତ ବିପକ୍ଷରେ ଶତକ ହାସଲ କରିଛନ୍ତି ଦକ୍ଷିଣ ଆଫ୍ରିକାର ଷ୍ଟାର୍‌ ବ୍ୟାଟ୍ସମ୍ୟାନ୍‌ ଡିନ୍‌ ଏଲଗାର।...

ପ୍ରମୋଦ ‘ସ୍ପୋଟର୍‌ସମ୍ୟାନ ଅଫ ଦି ଇୟର’

ଭୁବନେଶ୍ୱର, ୧୪।୧(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା ପାରାସ୍ପୋଟର୍‌ସ ତାରକା ପ୍ରମୋଦ ଭଗତ କ୍ୟାରିୟରରେ ଆଉ ଏକ ସ୍ମରଣୀୟ ସ୍ବୃତି ଲାଭ କରିଛନ୍ତି। ସୋମବାର ସେ ସ୍ପୋଟର୍‌ସଷ୍ଟାର ଏସେସ୍‌...

ଧୋନୀଙ୍କ ଅବସରକୁ ନେଇ ମୁହଁ ଖୋଲିଲେ ସ୍ତ୍ରୀ ସାକ୍ଷୀ

ଭାରତୀୟ ଅଧିନାୟକ ବିରାଟ କୋହଲି ଗୁରୁବାର ମହେନ୍ଦ୍ର ସିଂ ଧୋନୀଙ୍କୁ ନେଇ ଏକ ଟୁଇଟ୍‌ କରିଥିଲେ। ଯାହାକୁ ନେଇ ସୋସିଆଲ ମିଡିଆରେ ଧୋନୀଙ୍କ ଅବସରକୁ ନେଇ...

ପବ୍‌ଜୀ ମୋବାଇଲ କପ୍‌ ଓପନ: ବିଜେତାଙ୍କୁ ମିଳିବ ୧.୨୮ କୋଟି

କୁଆଲଲାମ୍ପୁର,୨୯।୧୧- ଯୋଗ୍ୟତା ପର୍ଯ୍ୟାୟ ଶେଷ ହେବା ପରେ ପବଜୀ ମୋବାଇଲ କ୍ଲବ ଓପନ ଫଲ ସ୍ପିଲ୍ଟର ଫାଇନାଲ ଆରମ୍ଭ ହେବାକୁ ଯାଉଛି। ଏବେ ୧.୨୮ କୋଟି...

ଏନ୍‌ସିଏ ସୁଧାର ଯୋଜନା: ସହାୟତା କରିବେ ମେଡିକାଲ ପ୍ୟାନେଲ, ସୋସିଆଲ ମିଡିଆ ଏକ୍ସପର୍ଟ

ନୂଆଦିଲ୍ଲୀ,୩।୧(ପି.ଟି.)- ଖେଳାଳିଙ୍କ ଇଞ୍ଜୁରି ତଥା ଆଘାତ ସମସ୍ୟାର ସମାଧାନ ନେଇ ବେଙ୍ଗାଲୁରୁସ୍ଥିତ ଜାତୀୟ କ୍ରିକେଟ ଏକାଡେମୀ (ଏନ୍‌ସିଏ) ବେଶ୍‌ ସମାଲୋଚିତ ହୋଇ ଆସୁଛି। ଏବେ ଏନ୍‌ସିଏର...

ୟୁଏସ୍‌ ଓପନ ଡ୍ରିମ୍‌ ଡେବ୍ୟୁ: ପ୍ରଥମ ରାଉଣ୍ଡରେ ଫେଡରରଙ୍କୁ ଭେଟିବେ ସୁମିତ୍‌

ନ୍ୟୁୟର୍କ,୨୫।୮(ପିଟି): ଭାରତୀୟ ଟେନିସ ଖେଳାଳି ସୁମିତ ନାଗାଲ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଖେଳିବାର ସ୍ବପ୍ନ ପୂରା କରିଛନ୍ତି। ଆସନ୍ତା ସପ୍ତାହରୁ ଆରମ୍ଭ ହେବାକୁ ଥିବା ସିଜନର ଅନ୍ତିମ...

ଆଇପିଏଲ୍‌ରେ ସୁପର୍‌ ଓଭର ଟାଇ ହେଲେ କ’ଣ ହେବ

ନୂଆଦିଲ୍ଲୀ, ୨୯।୯: ଆଇପିଏଲ୍‌ ତ୍ରୟୋଦଶ ସଂସ୍କରଣ ପ୍ରାରମ୍ଭିକ ପର୍ଯ୍ୟାୟ ମୁକାବିଲାଗୁଡ଼ିକ ବେଶ୍‌ ରୋମାଞ୍ଚକ ରହିଛି। ଆଇପିଏଲ୍‌ର ପ୍ରଥମ ୧୦ ଦିନ ମଧ୍ୟରେ ପ୍ରଶଂସକ ୨ଟି ସୁପର୍‌...

Coronavirus Update

Archives

Model This Week

Why Dharitri