ଅଲିମ୍ପିକ୍ସ ଘୁଞ୍ଚିବା ପରେ ପ୍ରସ୍ତୁତି ପାଇଁ ସମୟ ମଳିଛି: ଇର୍ଫାନ

ମୁମ୍ବାଇ, ୧୦।୪(ପି.ଟି.): କୋଭିଡ-୧୯ ମହାମାରୀ କାରଣରୁ ୨୦୨୦ ଅଲିମ୍ପିକ୍‌କୁ ଗୋଟିଏ ବର୍ଷ ଘୁଞ୍ଚାଇ ଦିଆଯାଇଛି। ତେବେ ଏ ନେଇ ରେସ୍‌ ଓ୍ବାକର କେ.ଟି. ଇର୍ଫାନଙ୍କ କୌଣସି ଅଭିଯୋଗ ନାହିଁ। ବରଂ ଏହା ପ୍ରସ୍ତୁତି ପାଇଁ ପର୍ଯ୍ୟାପ୍ତ ସମୟ ସୃଷ୍ଟି କରିଛି ବୋଲି ସେ କହିଛନ୍ତି। ୩୦ ବର୍ଷୀୟ ଇର୍ଫାନ ଦ୍ୱିତୀୟ ଥର ପାଇଁ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ଯୋଗ୍ୟତା ହାସଲ କରିଛନ୍ତି। ଗତବର୍ଷ ଅନୁଷ୍ଠିତ ଏସିଆନ ରେସ୍‌ ଓ୍ବାକିଂ ଚାମ୍ପିୟନଶିପ୍‌ରେ ସେ ଚତୁର୍ଥ ସ୍ଥାନ ଅଧିକାର ଟୋକିଓ ଅଲିମ୍ପିକ୍ସକୁ କ୍ୱାଲିଫାଏ କରିଥିଲେ।
ଅଲିମ୍ପିକ୍ସ ଘୁଞ୍ଚିଯାଇଥିବାରୁ ଆମ ପାଇଁ ପର୍ଯ୍ୟାପ୍ତ ସମୟ ସୃଷ୍ଟି ହୋଇଛି। ଏହି ସମୟରେ ଆମେ ଅଧିକରୁ ଅଧିକ ଟ୍ରେନିଂ ନେବା ସହ ଅଭ୍ୟାସ କରିପାରିବୁ ଓ ଏହା ପଦକ ହାସଲ ପାଇଁ ସମ୍ଭାବନା ସୃଷ୍ଟି କରିଛି। ରେସ୍‌ ଓ୍ବକିଂ ଏକ ଟେକ୍‌ନିକାଲ ଇଭେଣ୍ଟ। ତେଣୁ ପ୍ରସ୍ତୁତିରେ ଅଧିକ ମନୋନିବେଶ କରିବାକୁ ପାଇଁ ସମୟ ପାଇବି। ଏହା ଦ୍ୱାରା ଆସନ୍ତାବର୍ଷ ଆମେ ଆହୁରି ଅଧିକ ଭଲ ପ୍ରଦର୍ଶନ କରିପାରିବୁ ବୋଲି ଏକ ସାକ୍ଷାତକାର ଅବସରରେ ଇର୍ଫାନ କହିଛନ୍ତି।
ଟୋକିଓ ଅଲିମ୍ପିକ୍ସରେ ପଦକ ହାସଲ କରିବାର ମୋର ସବୁଠାରୁ ବଡ଼ ଲକ୍ଷ୍ୟ ରହିଛି। ଗତ ରିଓ ଅଲିମ୍ପିକ୍ସରେ ଆହତ ହୋଇଥିଲି। ଲଣ୍ଡନ ଅଲିମ୍ପିକ୍ସରେ କିନ୍ତୁ ପଦକ ଜିତିବାର ସମ୍ଭାବନା ସୃଷ୍ଟି କରିଥିଲି। ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ଇର୍ଫାନ ଏକ ଘଣ୍ଟା ୨୦ ମିନିଟ ଓ ୨୧ ସେକେଣ୍ଡ ନେଇ ଜାତୀୟ ରେକର୍ଡ ସୃଷ୍ଟ କରିବା ସହ ୧୦ମ ସ୍ଥାନ ଅଧିକାର କରିଥିଲେ। ଯଦି ଆହୁରି ଅଧକ ପରିଶ୍ରମ କରେ ତାହାଲେ ପଦକ ଜିତିବାର ସମ୍ଭାବନା ସୃଷ୍ଟି କରିବି। ପଦକ ଜିତିବା ପାଇଁ ସବୁମତେ ଚେଷ୍ଟା କରିବି ବୋଲି ସେ କହିଛନ୍ତି।
କୋଭିଡ-୧୯ କାରଣରୁ ସାରା ଦେଶରେ ଲକ୍‌ଡାଉନ ଜାରି ରହିଥିବା ବେଳେ ଅନ୍ୟ ଆଥଲେଟଙ୍କ ଭଳି ଇର୍ଫାନ ବେଙ୍ଗାଲୁରୁସ୍ଥିତ ସାଇ ସେଣ୍ଟର ହଷ୍ଟେଲରେ ରହୁଛନ୍ତି ଓ ବାହାରକୁ ବାହାରିବାର ଅନୁମତି ପାଇ ନାହାନ୍ତି। ଏବେ ଅନୁମତି ମିଳୁ ନ ଥିବାରୁ ଆମକୁ କ୍ୟାମ୍ପସ ବାହାରେ ଅଭ୍ୟାସ କରିବାକୁ ଅନୁମତି ଦିଆଯାଉ ନାହିଁ ବୋଲି କେରଳର ଏହି ଆଥଲେଟ କହିଛନ୍ତି। ଗ୍ରୁପ୍‌ରେ ନୁହଁ ଏକାଏକା ଅଭ୍ୟାସ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରୁମ୍‌ରେ ସ୍କିପିଂ କରୁଛୁ। ବେଳେବେଳେ ମଧ୍ୟ କ୍ୟାମ୍ପସ ବାହାରକୁ ଯାଉଛୁ ବୋଲି ସେ କହିଛନ୍ତି। ରେସ୍‌ ଓ୍ବାକ ଏକ କ୍ରୀଡ଼ା ବୋଲି ମୋ ପରିବାର ଲୋକ ଜାଣି ନ ଥିଲେ। ଆମ ପରିବାରର ଆର୍ଥିକ ସ୍ଥିତି ସ୍ବଚ୍ଛଳ ନୁହଁ। ଏବେ ଅବଶ୍ୟ ମୋ ପରିବାର ମୋତେ ସମର୍ଥନ କରୁଛନ୍ତି। ଆଦାନୀ ଗ୍ରୁପ୍‌ ମୋତେ ସମର୍ଥନ ଜଣାଇଛନ୍ତି ଓ ଏଥିପାଇଁ କୃତଜ୍ଞତା ଜଣାଉଛି ବୋଲି ସେ କହିଛନ୍ତି। ମୋତେ ଏବେ ଆଦାନୀ ଗ୍ରୁପ୍‌ ସବୁ ପ୍ରକାର ସାହାଯ୍ୟ କରୁଛି। ତେବେ ପୂର୍ବରୁ ମୋତେ କେହି ସାହାଯ୍ୟ କରିବାକୁ କେହି ଆଗେଇ ଆସି ନ ଥିଲେ ବୋଲି ଇର୍ଫାନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଧାୟକ ସିଦ୍ଧାନ୍ତ ମହାପାତ୍ର ଦେଲେ ବଡ଼ ପ୍ରତିଶ୍ରୁତି: ଦିଗପହଣ୍ଡିକୁ ମ୍ୟୁନିସିପାଲଟିର ମାନ୍ୟତା ପାଇଁ…

ଦିଗପହଣ୍ଡି,୩୧।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନଏସି ପକ୍ଷରୁ ୫୩ତମ ପବିତ୍ର ନିଖିଳ ଭାରତ ସ୍ବାୟତ୍ତ ଶାସନ ସପ୍ତାହ ପାଳନ ସମାରୋହ ସୋମବାର ବିଳମ୍ବିତ ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି।…

ରାଷ୍ଟ୍ରପତିଙ୍କ ପାଖରେ ଛାଇ ଭଳି ରହୁଥିବା ମେଜର ରିଷଭ ହଠାତ୍‌ ନେଲେ ଅବସର, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ, ୩୧।୮: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ବିଭିନ୍ନ ସରକାରୀ ଓ ଆଧିକାରିକ କାର୍ଯ୍ୟକ୍ରମରେ ନଜର ଆସି ଚର୍ଚ୍ଚାରେ ଥିବା ମେଜର ରିଷଭ ସିଂହ ସାମ୍ବ୍ୟାଲ ଏବେ…

ଅମରନାଥଙ୍କୁ ପିଟିଲା କାର୍‌, ଚାଲିଗଲା ଜୀବନ

ଗୁଣପୁର,୩୧।୮ ( ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ସହର ବଳରାମ ନଗର ପୋଲାକି ଅମରନାଥ ପାତ୍ର(୨୭) (ପିତା- ମୋହନ ରାଓ ପାତ୍ର)ଙ୍କ ଏକ ମର୍ମନ୍ତୁଦ ସଡ଼କ…

ଦମ୍‌ଦାର ଜବାବ ଦେଲେ ବୈଭବ ସୂର୍ଯ୍ୟବଂଶୀ: କିଛି କହିବା ପୂର୍ବରୁ ୧୦୦୦ ଥର ଭାବିବେ କ୍ରିକେଟ ପଣ୍ଡିତ!

ନୂଆଦିଲ୍ଲୀ, ୩୧।୮: ଦୁଲୀପ ଟ୍ରଫି ଡେବ୍ୟୁ ମ୍ୟାଚରେ ବୈଭବ ସୂର୍ଯ୍ୟବଂଶୀ ମାତ୍ର ୮ ରନ କରି ଆଉଟ ହେବା ପରେ ତାଙ୍କ ରେଡ ବଲ ଟେମ୍ପରାମେଣ୍ଟକୁ ନେଇ…

ଅନ୍ତର୍ଜାତୀୟ ଫୁଟବଲ୍‌ରୁ ଅବସର ଘୋଷଣା କଲେ ଲିଓନେଲ ମେସି: କହିଲେ- ଏହି କାରଣ ପାଇଁ…

ନୂଆଦିଲ୍ଲୀ, ୩୧।୮: ଫୁଟବଲ ଜଗତର ପ୍ରଶଂସକଙ୍କ ପାଇଁ ଆସିଛି ବଡ଼ ଖବର। ଆର୍ଜେଣ୍ଟିନାର ମହାନ ଫୁଟବଲର୍‌ ଲିଓନେଲ ମେସି ଅନ୍ତର୍ଜାତୀୟ ଫୁଟବଲ୍‌ରୁ ଅବସର ଘୋଷଣା କରିଛନ୍ତି। ଏଣିକି…

ପୁଷ୍ଟିହୀନ ଶିଶୁଙ୍କ ସନ୍ଧାନରେ ଯିବେ ୬୦୦୦ ଏନଏସଏସ ଛାତ୍ରୀ: ଦୁଇଜଣିଆ ଟିମ କରିବେ ସର୍ଭେ

ଭଞ୍ଜନଗର,୩୧।୮(ବାବୁଲା ପ୍ରଧାନ): ସୁପୋଷିତ ଓଡ଼ିଶା ମିଶନ ଅଧୀନରେ ପୁଷ୍ଟିହୀନ ଶିଶୁଙ୍କ ସର୍ଭେ କାର୍ଯ୍ୟରେ ସାମିଲ ହେବାକୁ ଥିବା ଜାତୀୟ ସେବା ଯୋଜନା (ଏନଏସଏସ) ସ୍ବେଚ୍ଛାସେବୀଙ୍କୁ ନେଇ ସୋମବାର…

ବୈଭବଙ୍କ ବୋଲିଂ ଆକ୍ସନ ଦେଖି ଯୁବରାଜଙ୍କ ମଜାଦାର କମେଣ୍ଟ, କହିଲେ ଏମିତି…ପଡିଗଲା ଚହଳ

ନୂଆଦିଲ୍ଲୀ, ୩୧।୮: ଭାରତୀୟ କ୍ରିକେଟର ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ ଏବେ ୨୦୨୬ ଦୁଲୀପ ଟ୍ରଫିରେ ନିଜ ପ୍ରତିଭାର ଝଲକ ଦେଖାଉଛନ୍ତି। ମାତ୍ର ୧୫ ବର୍ଷ ବୟସର…

ରାତିରେ ହେଲା ସ୍ବାମୀ-ସ୍ତ୍ରୀ ପାଟିତୁଣ୍ଡ: ସକାଳୁ ମିଳିଲା…

ଲାଞ୍ଜିଗଡ, ୩୧।୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ଥାନା ଅନ୍ତର୍ଗତ ଭାଟଗୁଡ଼ା ଗ୍ରାମରେ ଏକ ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ମୃତ୍ୟୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri