Posted inଖେଳ

ଅଲିମ୍ପିକ୍ସକୁ ନେଇ ଆଶଙ୍କାରେ ଦୂତୀ

ଭୁବନେଶ୍ୱର, ୧୬।୩(କ୍ରୀଡ଼ା ପ୍ରତିନିଧି)-
କରୋନା ଭାଇରସ ସଂକ୍ରମଣ ପ୍ରଭାବରେ ବିଶ୍ୱସ୍ତରରେ କ୍ରୀଡ଼ା ପ୍ରଭାବିତ ହୋଇଥିବାବେଳେ ବ୍ୟକ୍ତିଗତଭାବେ ତାରକା ଆଥଲେଟ୍‌ମାନେ ବହୁତ କ୍ଷତିର ସମ୍ମୁଖୀନ ହେଉଛନ୍ତି। ଭାରତୀୟ ସ୍ପ୍ରିଣ୍ଟ କୁଇନ୍‌ ଓଡ଼ିଶାର ଦୂତୀ ଚାନ୍ଦ ମଧ୍ୟ ଏହାର ଶିକାର ହୋଇଛନ୍ତି। ଅଲିମ୍ପିକ୍ସ ଯୋଗ୍ୟତା ନେଇ ଏବେ ଆଶା ଓ ଆଶଙ୍କାରେ ଦୂତୀ। ବିଦେଶ ଯାଇ ବଡ଼ ପ୍ରତିଯୋଗିତାରେ ଭାଗ ନେବାକୁ ସୁଯୋଗ ମିଳୁନାହିଁ। ଭାରତରେ ବଡ଼ ଟୁର୍ନାମେଣ୍ଟ କିଛି ନାହିଁ। ଏପରି ଏକ ସନ୍ଦିକ୍ଷଣରେ ଦୋଦୁଲ୍ୟମାନ ପରିସ୍ଥିତିରେ ରହିଛନ୍ତି ଏହି ଜାତୀୟ ରେକର୍ଡଧାରିଣୀ। ”ମୁଁ ଏବେ ଜର୍ମାନୀ ଯାଇ ସେଠାରେ ୩ ମାସ ଟ୍ରେନିଂ ନେବା ସହ ପ୍ରତିଯୋଗିତାରେ ଭାଗନେବା କାର୍ଯ୍ୟକ୍ରମ ରହିଥିଲା। ସେଥିପାଇଁ ମୋତେ ଭିଜା ମଧ୍ୟ ମିଳି ଯାଇଥିଲା। ମାତ୍ର କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ଜର୍ମାନୀ ସରକାର ବିଭିନ୍ନ କଟକଣା ଲଗାଇଲେ। ସେଠାରେ ବର୍ତ୍ତମାନ କୌଣସି ବଡ଼ ପ୍ରତିଯୋଗିତା ହେବନାହିଁ। ଟ୍ରେନିଂ ପାଇଁ ବାହାର ଦେଶର ଆଥଲେଟଙ୍କୁ ଅନୁମତି ମଧ୍ୟ ନାହିଁ। ଫଳରେ ମୁଁ ଜର୍ମାନୀ ଯାଇ ପାରିଲିନି। ଅଲିମ୍ପିକ୍ସ କ୍ୱାଲିଫାଇଂ ପାଇଁ ହାତରେ ମାତ୍ର ୨ ମାସ ସମୟ। ଭାରତରେ ସେପରି ବଡ଼ ମେଗା ପ୍ରତିଯୋଗିତା ମଧ୍ୟ ନାହିଁ। ଇଣ୍ଡିଆନ ଗ୍ରାଁ ପ୍ରିରେ ମୁଁ ଭାଗ ନେବାକୁତ୍ବା ଇଭେଣ୍ଟରେ ମାତ୍ର ୮ ପ୍ରତିଯୋଗୀ ଅଛନ୍ତି। ତେଣୁ ସେଥିରେ ଭଲ ପ୍ରତିଦ୍ୱନ୍ଦ୍ୱିତା ହେବା ପ୍ରଶ୍ନ ଉଠୁନି। ବଡ଼ ପ୍ରତିଯୋଗିତା କହିଲେ ସିନିୟର ଫେଡେରେଶନ କପ୍‌। ତାହା ଯାଇ ଏପ୍ରିଲ ୧୦ରେ ହେବାର ଅଛି। ଅଲିମ୍ପିକ୍‌ କ୍ୱାଲିଫାଇଂ ପାଇଁ ଭାରତରେ ସେପରି ମେଗା ପ୍ରତିଯୋଗିତା କିଛି ନାହିଁ। ୧୧.୧୫ ଟାଇମିଂ ହାସଲ କରିବା ଏତେ ସହଜ ନୁହେଁ। ସେଥିପାଇଁ ୧୧ ସେକେଣ୍ଡରୁ କମ୍‌ ସମୟ ନେଉଥିବା ପିଲାଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ହେବ। ମୋ ପାଇଁ ବହୁତ ବଡ଼ କ୍ଷତି। ଭାରତରେ ବଡ଼ ପ୍ରତିଯୋଗିତା ନ ଥିବାବେଳେ ବାହାର ଦେଶକୁ ମୁଁ ଯାଇ ପାରୁନାହିଁ। ତେଣୁ ମୁଁ ଆଶଙ୍କା ମଧ୍ୟରେ ରହିଛି“ ବୋଲି ସମ୍ପ୍ରତି ଭୁବନେଶ୍ୱରରେ ଟ୍ରେନିଂ ଜାରି ରଖିଥିବା ଦୂତୀ ପ୍ରକାଶ କରିଛନ୍ତି।
ମାର୍ଚ୍ଚ ୨୦ରେ ଆରମ୍ଭ ହେବାକୁ ଯାଉଥିବା ଇଣ୍ଡିଆନ ଗ୍ରାଁ ପ୍ରିରେ ଭାଗନେବେ ବୋଲି ଦୂତୀ କହିଛନ୍ତି। ”ଇଣ୍ଡିଆନ ଗ୍ରାଁ ପ୍ରିରେ ଭାଗ ନେବାକୁ ମୁଁ ଏଣ୍ଟ୍ରି ଦେଇଛି। ପଟିଆଲା ଯିବା ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ପ୍ରତିଯୋଗିତା ହେଲେ ନିଶ୍ଚିତ ଭାଗନେବି। କରୋନା ଭାଇରସର ପ୍ରଭାବ ଖେଳ ପଡ଼ିଆ ଭିତରେ ଏବଂ ବାହାରେ ଗୁରୁତର ପ୍ରଭାବ ପକାଇଛି। ଅଲିମ୍ପିକ୍ସ ଯିବାକୁ ଇଚ୍ଛା ରଖିଥିବା ଆଥଲେଟଙ୍କ ପାଇଁ ଦକ୍ଷତା ପ୍ରଦର୍ଶନର ସୁଯୋଗ ନାହିଁ। ଯେଉଁ ପ୍ରତିଯୋଗିତାରେ ଭାଗନେଲେ ଅଲିମ୍ପିକ୍ସ ସୁଯୋଗ ସୃଷ୍ଟି ହେବ ସେଠାକୁ ଯିବାକୁ ଅନୁମତି ନାହିଁ। ତେଣୁ ମୁଁ ବହୁତ ଅସୁବିଧାର ସମ୍ମୁଖୀନ ହେଉଛି। ଟ୍ରେନିଂ ଅନୁସାରେ ମୁଁ ଏପ୍ରିଲ-ମେ’ ମଧ୍ୟରେ ଯୋଗ୍ୟତା ପାଇଯିବି ବୋଲି ଆଶା ରଖିଥିଲି। ମାତ୍ର ଏବେ କିଛି ବଡ଼ ପ୍ରତିଯୋଗିତା ହେଉ ନ ଥିବାରୁ ଆଶଙ୍କାରେ ରହିଛି। ଅଧିକ ପ୍ରତିଯୋଗିତାରେ ଭାଗନେଲେ ର଼୍ୟାଙ୍କିଙ୍ଗ ଅନୁସାରେ ମୋତେ ଅଲିମ୍ପିକ୍ସ ଯୋଗ୍ୟତା ମିଳିବା ସମ୍ଭାବନା ଥିଲା। ମାତ୍ର ତାହା ସମ୍ଭବ ହେଉନି। ତେଣୁ ଅଲିମ୍ପିକ୍ସକୁ ନେଇ ମୁଁ ସନ୍ଦିହାନ ବୋଲି ପ୍ରକାଶ କରିଛନ୍ତି“ ଏହି ଦ୍ରୁତତମ ଧାବିକା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ରେମିକାଙ୍କ ସହ ନୂଆ ଲୁକରେ ନଜର ଆସିଲେ ହାର୍ଦ୍ଦିକ ପାଣ୍ଡ୍ୟା

ନୂଆଦିଲ୍ଲୀ,୨।୮: ହାର୍ଦ୍ଦିକ ପାଣ୍ଡ୍ୟା ସମ୍ପ୍ରତି ଚର୍ଚ୍ଚାର ବିଷୟ ହୋଇଛନ୍ତି, ରିପୋର୍ଟ ଅନୁସାରେ ସେ ମୁମ୍ବାଇ ଇଣ୍ଡିଆନ୍ସରୁ ଅଲଗା ହୋଇପାରନ୍ତି। IPL 2027 ନିଲାମ ପୂର୍ବରୁ ସେ ଚେନ୍ନାଇ…

ଗୋଟିଏ ଦିନରେ ୧୬ ପଦକ ଜିତି ଇତିହାସ ରଚିଲା ଭାରତ

ନୂଆଦିଲ୍ଲୀ,୨।୮: ରାଜ୍ୟଗୋଷ୍ଠୀ କ୍ରୀଡାରେ ଶନିବାର ଭାରତ ମୋଟ ୧୬ ଟି ପଦକ ଜିତିଥିଲା, ଯେଉଁଥିରେ ୮ ଟି ସ୍ବର୍ଣ୍ଣ ପଦକ ସାମିଲ ଥିଲା। ସବୁଠାରୁ ଚମତ୍କାର ପ୍ରଦର୍ଶନ…

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଇତିହାସରେ ରଚିଲେ ପାରା ଆଥଲେଟ୍‌

ଗ୍ଲାସଗୋ,୧ା୮: ଭାରତୀୟ ପାରା ଆଥଲେଟ୍‌ମାନେ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେମାନଙ୍କ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ୨୮ ଜଣିଆ ଭାରତୀୟ ପାରା ସ୍ପୋଟର୍‌ସ ଦଳ ୭ ପଦକ ଜିତିଛି,…

କାହିଁକି ହକି ଦଳର ଜର୍ସି ରଙ୍ଗ ବଦଳାଗଲା, ପ୍ରଶ୍ନ ଉଠାଇଲା ଖାର୍ଗେ

ନୂଆଦିଲ୍ଲୀ,୧ା୮: ଭାରତୀୟ ହକି ଦଳର ଜର୍ସିର ରଙ୍ଗ ଗେରୁଆ କରାଯିବା ଘଟଣାକୁ ନେଇ ଏବେ ବିବାଦ ଦେଖାଦେଇଛି। ସରକାରଙ୍କ ଏହି ନିଷ୍ପତ୍ତି ଉପରେ କଂଗ୍ରେସ ସଭାପତି ମଲିକାର୍ଜୁନ…

ଟେଷ୍ଟ କ୍ରିକେଟକୁ ଫେରିବେ ବେନ ଷ୍ଟୋକ୍ସ; ପରବର୍ତ୍ତୀ ଆଶେସ ସିରିଜରେ ଖେଳିବେ!

ନୂଆଦିଲ୍ଲୀ,୧।୮: ଇଂଲଣ୍ଡର ପୂର୍ବତନ ଅଧିନାୟକ ବେନ ଷ୍ଟୋକ୍ସ ସମ୍ପ୍ରତି ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଦେଇଛନ୍ତି, କିନ୍ତୁ ସମ୍ଭାବ୍ୟ ପୁନରାଗମନ ବିଷୟରେ ଆଲୋଚନା ଆରମ୍ଭ ହୋଇସାରିଛି। ଇଂଲଣ୍ଡ କ୍ରିକେଟ…

ଶ୍ରୀଲଙ୍କା ସିରିଜ ପୂର୍ବରୁ ଏମଏସ ଧୋନିଙ୍କୁ ଭେଟିଲେ ଋଷଭ ପନ୍ତ

ନୂଆଦିଲ୍ଲୀ,୧।୮: ଭାରତୀୟ କ୍ରିକେଟ ଦଳ ଖୁବଶୀଘ୍ର ଶ୍ରୀଲଙ୍କା ଗସ୍ତ କରିବାକୁ ଯାଉଛି, ଅଗଷ୍ଟ ୧୫ରୁ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହେବ। ୱିକେଟ କିପର-ବ୍ୟାଟ୍ସମ୍ୟାନ…

ହାର୍ଦ୍ଦିକ ପାଣ୍ଡ୍ୟା CSK ଆସିବା ପରେ ଅଧିନାୟକଙ୍କ ସବୁଠାରୁ ବଡ଼ ସମସ୍ୟାର ହେବ ସମାଧାନ, ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୧।୮: ନିଲାମ ହେଉ କିମ୍ବା ଟ୍ରେଡ ମାଧ୍ୟମରେ, ଚେନ୍ନାଇ ସୁପର କିଙ୍ଗ୍ସ (CSK )ଏକ ସୁଲଭ ମୂଲ୍ୟରେ ଅସାଧାରଣ ପ୍ରତିଭା ସଂଗ୍ରହ କରିବାରେ କେବେ ପଛରେ ପଡ଼ିନାହିଁ।…

CWG 2026: ଜୁଡୋରେ ଭାରତର ଐତିହାସିକ ସଫଳତା, ଅସ୍ମିତାଙ୍କ ପରେ ହର୍ଷ ସିଂହ ଜିତିଲେ ସ୍ୱର୍ଣ୍ଣ

ନୂଆଦିଲ୍ଲୀ,୩୧।୭: କମନୱେଲଥ୍ ଗେମ୍ସ ୨୦୨୬ରେ ଭାରତୀୟ କ୍ରୀଡ଼ା ଜଗତ ପାଇଁ ଆଜିର ଦିନଟି ଏକ ଐତିହାସିକ ଦିନ ହୋଇଛି। ଜୁଡୋରେ ଅସ୍ମିତା ଦେ ସ୍ୱର୍ଣ୍ଣ ପଦକ ଜିତିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri