ଅର୍ଥ କମିଶନ ସର୍ତ୍ତ ପ୍ରସଙ୍ଗରେ ସରକାର ମୁଖ୍ୟମନ୍ତ୍ରୀମାନଙ୍କ ସହ ପରାମର୍ଶ କରନ୍ତୁ: ମନମୋହନ

ନୂଆଦିଲ୍ଲୀ,୧୫-୯: ମୋଦି ସରକାର ୧୫ତମ ଅର୍ଥ କମିଶନଙ୍କ ବିଷୟ ଓ ସର୍ତ୍ତରେ ପରିବର୍ତ୍ତନ କରିବା ଲାଗି ଏକତରଫା ପଦକ୍ଷେପ ନେଉଛନ୍ତି ବୋଲି ଅଭିଯୋଗ କରି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଶିଷ୍ଟ ଅର୍ଥନୀତିଜ୍ଞ ଡ.ମନମୋହନ ସିଂ କହିଛନ୍ତି ଯେ, ଏଭଳି ନିଷ୍ପତ୍ତି ନେବା ପୂର୍ବରୁ ସରକାର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରନ୍ତୁ। ଅର୍ଥ କମିଶନଙ୍କ ନିକଟରେ ଉପସ୍ଥାପିତ ଅତିରିକ୍ତ ବିଷୟ ଏବଂ ରାଜ୍ୟଗୁଡ଼ିକ ଉପରେ ପଡିବାକୁ ଥିବା ସମ୍ଭାବ୍ୟ ପ୍ରଭାବ ସମ୍ପର୍କରେ ନୂଆଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମନମୋହନ କହିଛନ୍ତି ଯେ, ସରକାରଙ୍କ ଏକଚାଟିଆ ଚିନ୍ତାଧାରା ସଂଘୀୟ ନୀତି ଏବଂ ସହଯୋଗୀ ମହାସଂଘବାଦ୍‌ ଲାଗି ଠିକ୍‌ ନୁହେଁ। ସେ କହିଛନ୍ତି ଯେ, ସରକାର ଅର୍ଥ କମିଶନଙ୍କ ବିଚାରଣୀୟ ବିଷୟ ଓ ସର୍ତ୍ତରେ ପରିବର୍ତ୍ତନ କରିବାକୁ ଚାହୁଁଥିଲେ ମୁଖ୍ୟମନ୍ତ୍ରୀମାନଙ୍କ ସମ୍ମିଳନୀ ଡାକି ସେମାନଙ୍କ ସହ ଆଲୋଚନା କରିବା ଉଚିତ୍‌ ହେବ। କାରଣ ଏଥିଲାଗି ସେମାନଙ୍କର ସମର୍ଥନ ନେବା ନିହାତି ଜରୁରୀ। ଏହା କରା ନ ଗଲେ ପାଣ୍ଠି ଆବଣ୍ଟନ ମାମଲାରେ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକର ଅଧିକାର ଛଡ଼ାଇ ନେଉଛନ୍ତି ବୋଲି ବାର୍ତ୍ତା ଯିବ। ମନମୋହନ କହିଛନ୍ତି ଯେ, କମିଶନଙ୍କ ରିପୋର୍ଟ ଅର୍ଥ ମନ୍ତ୍ରଣାଳୟ ନିକଟକୁ ପଠାଯାଇଥାଏ। ଏହାପରେ ଏହାକୁ କ୍ୟାବିନେଟ ନିକଟରେ ଉପସ୍ଥାପନ କରାଯାଏ। ଏଭଳି ସ୍ଥିତିରେ ବର୍ତ୍ତମାନର ମୋଦି ସରକାର ରାଜ୍ୟଗୁଡ଼ିକ ବାବଦରେ କମିଶନ ଉପରେ ଏକତରଫା ଭାବେ ନିଜର ଦୃଷ୍ଟିକୋଣକୁ ଲଦିବା ବନ୍ଦ କରନ୍ତୁ। ଏହା ବଦଳରେ ପାର୍ଲାମେଣ୍ଟର ନିର୍ଦ୍ଦେଶକୁ ସରକାର ପାଳନ କରିବା ଉଚିତ୍‌ ହେବ। ଉଲ୍ଲେଖଥାଉ କି, ୧୫ତମ ଅର୍ଥ କମିଶନଙ୍କୁ ରାଜ୍ୟ-ରାଜ୍ୟ ମଧ୍ୟରେ ପାଣ୍ଠି ବଣ୍ଟନ ଲାଗି ୧୯୭୧ ବଦଳରେ ୨୦୧୧ ଜନସଂଖ୍ୟାକୁ ଆଧାର ଭାବେ ଗ୍ରହଣ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଦକ୍ଷିଣ ଭାରତର କେତେକ ରାଜ୍ୟ ଏହାକୁ ବିରୋଧ କରୁଛନ୍ତି। ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀ ଏନ୍‌.କେ.ସିଂଙ୍କ ଅଧ୍ୟକ୍ଷତାରେ ୧୫ତମ ଅର୍ଥ କମିଶନ ଗଠନ କରାଯାଇଛି। ମନମୋହନ କହିଛନ୍ତି ଯେ, ସହଯୋଗୀ ମହାସଂଘବାଦ୍‌ରେ ପରସ୍ପର ମଧ୍ୟରେ ସାଲିସ୍‌ କରିବାକୁ ପଡିଥାଏ। ଏଣୁ ରାଜ୍ୟଗୁଡ଼ିକର ଦାବିଗୁଡ଼ିକୁ ମଧ୍ୟ କେନ୍ଦ୍ର ସରକାର ଶୁଣୁ ଏବଂ ସେମାନଙ୍କୁ ସାଥିରେ ନେଇ ଚାଲୁ ବୋଲି ମନମୋହନ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

BJPକୁ ବଡ଼ ଝଟକା! ଦଳ ଛାଡିଲେ ଏହି ଅଭିନେତା, ମଞ୍ଚ ଉପରୁ ଘୋଷଣା କରି ଚମକାଇଦେଲେ

ତିରୁଭାନନ୍ତପୁରମ୍‌,୧୬।୮: କେରଳରେ ଭାଜପାକୁ ବଡ଼ ଝଟକା ଲାଗିଛି । ଅଭିନେତା ତଥା କେରଳ ଭାଜପାର ଉପାଧ୍ୟକ୍ଷ ଏସ୍‌. ଦେବନ ଦଳର ଉପାଧ୍ୟକ୍ଷ ପଦ ସହ ପ୍ରାଥମିକ ସଦସ୍ୟତାରୁ…

ଜଳପ୍ରପାତରେ ଗାଧୋଉଥିବା ବେଳେ ଖସିପଡ଼ିଲେ ଶିକ୍ଷକ, ତାପରେ….

ବରଗଡ଼,୧୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ଅଞ୍ଚଳରେ ଥିବା ପର୍ଯ୍ୟଟନସ୍ଥଳୀ ବାରବଖରା ଜଳପ୍ରପାତରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି । ଏହି ଜଳପ୍ରପାତରେ ଗାଧୋଉଥିବା…

ବର୍ଷାରେ ଧସିଲା ଗାର୍ଡ଼ ୱାଲ୍‌, ନଦୀକୂଳ ବାସୀ ଭୟଭିତ

ଆଳି,୧୬।୮(ବନମାଳୀ ସେନାପତି): କେନ୍ଦ୍ରାପଡ଼ା ଜିଲା ଆଳି ରିଙ୍ଗ ବନ୍ଧର ବଉଳଯୋଡି ନିକଟରେ ଥିବା ସଲୁଇସ୍‌ ଗେଟର ଗାର୍ଡ ୱାଲ୍‌ ବର୍ଷା ଯୋଗୁ ଧସି ଯାଇଛି। ଗାର୍ଡୱାଲ ଧସିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri