Posted inଖେଳ

ଅର୍ଜୁନ ପୁରସ୍କାର: ବୁମ୍‌ରା ମୁଖ୍ୟ ଦାବିଦାର

ନୂଆଦିଲ୍ଲୀ, ୧୪ା୫ (ପି.ଟି.)-ଚଳିତ ବର୍ଷରୁ ଅର୍ଜୁନ ପୁରସ୍କାର ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଜାତୀୟ ଦଳର ପ୍ରମୁଖ ପେସ୍‌ ବୋଲର ଯଶପ୍ରୀତ୍‌ ବୁମ୍‌ରାଙ୍କ ନାମ ସୁପାରିସ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ଗୁଜରାଟର ଏହି କ୍ରିକେଟର ୪ବର୍ଷ ହେଲା ଜବରଦସ୍ତ ପ୍ରଦର୍ଶନ କରି ଆସୁଥିବାରୁ ତାଙ୍କୁ ସବୁଠାରୁ ଯୋଗ୍ୟ ପ୍ରାର୍ଥୀ ବିବେଚନା କରାଯାଉଛି। ବିସିସିଆଇ ଯଦି ପୁରୁଷ ବିଭାଗରେ ଏକାଧିକ ନାମ ସୁପାରିସ କରେ ତେବେ ଓପନର ଶିଖର ଧାଓ୍ବନଙ୍କୁ ପ୍ରାର୍ଥୀ କରିପାରେ। ବୋର୍ଡ ୨୦୧୮ରେ ଧାଓ୍ବନଙ୍କ ନାମ ପଠାଇଥିଲା, ମାତ୍ର ସେ ପୁରସ୍କାର ପାଇଁ ବିବେଚିତ ହୋଇପାରି ନ ଥିଲେ। ଗତବର୍ଷ ଆମେ ପୁରୁଷ ବିଭାଗରେ ବୁମ୍‌ରା, ରବୀନ୍ଦ୍ର ଜାଡେଜା ଓ ମହମ୍ମଦ ଶାମିଙ୍କ ନାମ ସୁପାରିସ କରିଥିଲୁ। ପୁରସ୍କାର ପାଇଁ ଉଚ୍ଚସ୍ତରରେ ୩ ବର୍ଷର ପ୍ରଦର୍ଶନକୁ ମାନଦଣ୍ଡ କରାଯାଇଥିବାରୁ ବୁମ୍‌ରାଙ୍କ ନାମ କାଟ୍‌ ଖାଇଯାଇଥିଲା। କାରଣ ସେତେବେଳେକୁ ଅନ୍ତର୍ଜାତୀୟ କ୍ରିକେଟରେ ତାଙ୍କର ମାତ୍ର ୨ ବର୍ଷ ପୂରଣ ହୋଇଥିଲା। ଜାଡେଜା ତାଙ୍କଠାରୁ ସିନିୟର ରହିଥିବାବେଳେ ବହୁ ବର୍ଷ ହେଲା ସ୍ଥିର ପ୍ରଦର୍ଶନ କରି ଆସୁଥିବାରୁ ତାଙ୍କୁ ଅର୍ଜୁନ ପୁରସ୍କାର ମିଳିଥିଲା। ୨୬ ବର୍ଷୀୟ ବୁମ୍‌ରା ୧୪ଟି ଟେଷ୍ଟ ମ୍ୟାଚରେ ୬୮ ଉଇକେଟ ଅକ୍ତିଆର କରିଥିବାବେଳେ ୬୪ ଅନ୍ତର୍ଜାତୀୟ ଦିନିକିଆରୁ ୧୦୪ ଉଇକେଟ ଏବଂ ୫୦ ଅନ୍ତର୍ଜାତୀୟ ଟି୨୦ରୁ ୫୯ ଉଇକେଟ ହାସଲ କରିସାରିଛନ୍ତି। ସେ ଏକଦା ଆଇସିସିର ନମ୍ବର ଓ୍ବାନ ଅନ୍ତର୍ଜାତୀୟ ଦିନିକିଆ ବୋଲର ବିବେଚିତ ହୋଇଥିଲେ। ଏସିଆର ଏକମାତ୍ର ବୋଲର ଭାବେ ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ଅଷ୍ଟ୍ରେଲିଆ ଓ ଓ୍ବେଷ୍ଟଇଣ୍ଡିଜରେ ୫ ଉଇକେଟ ସଫଳତା ହାସଲ କରିପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କ୍ରିକେଟ୍‌କୁ ବାଏ ବାଏ କଲେ ଅଭିଷେକ ନାୟାର

ମୁମ୍ବାଇ, ୨୩।୧୦ (ପି.ଟି.)- ମୁମ୍ବାଇ ଦଳର ଭେଟେରାନ ଅଲ୍‌ରାଉଣ୍ଡର ଅଭିଷେକ ନାୟାର ବୁଧବାର କ୍ରିକେଟ୍‌ର ସମସ୍ତ ପ୍ରକାର ଫର୍ମାଟ୍‌ରୁ ଅବସର ଘୋଷଣା କରିଛନ୍ତି। ୩୬ ବର୍ଷୀୟ...

ଦିନିକିଆ ସିରିଜ: ବିଜୟରୁ ଅଭିଯାନ ଆରମ୍ଭ ଲକ୍ଷ୍ୟରେ ଭାରତ

ହାମିଲଟନ,୪।୨(ପି.ଟି.)- ନ୍ୟୁଜିଲାଣ୍ଡ ଓ ଭ୍ରମଣକାରୀ ଭାରତ ମଧ୍ୟରେ ବୁଧବାରଠାରୁ ଆରମ୍ଭ ହେବାକୁ ଯାଉଛି ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ। ସ୍ଥାନୀୟ ସେଡନ ପାର୍କରେ ପ୍ରଥମ...

ପୁଣି ଥରେ ରୌପ୍ୟରେ ସନ୍ତୁଷ୍ଟ ହେଲେ ସିନ୍ଧୁ

ନୂଆଦିଲ୍ଲୀ,୫।୧୨: ଭାରତର ଚାମ୍ପିୟନ ବ୍ୟାଡ୍‌ମିଣ୍ଟନ ଖେଳାଳି ପିଭି ସିନ୍ଧୁଙ୍କୁ ପୁଣି ଥରେ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି ବିଡବ୍ଲ୍ୟୁଏଫ୍‌ ଓ୍ବାଲ୍ଡ ଟୁର ଫାଇନାଲ୍ସରେ। ବିଶ୍ୱ...

ଗ୍ରୀନ୍‌ଙ୍କ ଶତକ: ଅଷ୍ଟ୍ରେଲିଆ ‘ଏ’ ଅଗ୍ରଣୀ

ସିଡ୍‌ନୀ, ୮।୧୨-କାମେରନ ଗ୍ରୀନ୍‌ଙ୍କ ଅପରାଜିତ ଶତକ ସହାୟତାରେ ଅଷ୍ଟ୍ରେଲିଆ ‘ଏ’ ଏଠାରେ ଚାଲିଥିବା ଭାରତ ‘ଏ’ ବିପକ୍ଷ ଓ୍ବାର୍ମଅପ୍‌ ମ୍ୟାଚରେ ୩୯ ରନରେ ଅଗ୍ରଣୀଲାଭ କରିଛି।...

ସ୍ବର୍ଣ୍ଣ ଜିତିବା ପରେ ପ୍ରଥମ ଟୁଇଟ୍‌ କଲେ ନୀରଜ; କହିଲେ ଏମିତି କଥା

ନୂଆଦିଲ୍ଲୀ,୮।୮: ଟୋକିଓ ଅଲିମ୍ପିକ୍ସରେ ଇତିହାସ ସୃଷ୍ଟି କରିଥିବା ଭାରତୀୟ ଜାଭେଲିନ ଥ୍ରୋ ଖେଳାଳି ନୀରଜ ଚୋପ୍ରା ୧୩ ଦିନ ପରେ ପ୍ରଥମ ଟୁଇଟ୍‌ କରିଛନ୍ତି। ଏହି...

କୋହଲିଙ୍କ ହାତରେ ବିରାଟ ରେକର୍ଡ ସୁଯୋଗ

ମୁମ୍ବାଇ,୨।୧୨: ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ ଶୁକ୍ରବାର ଠାରୁ ଆରମ୍ଭ ହେବାକୁ ଯାଉଛି ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌। ନିୟମିତ ଅଧିନାୟକ ବିରାଟ କୋହଲି ଦଳକୁ...

ଭାରତ ‘ଏ’ ଦଳରେ ଓଡ଼ିଶାର ଦିବ୍ୟଦର୍ଶିନୀ

ଭୁବନେଶ୍ୱର, ୧୧।୯(କ୍ରୀଡ଼ା ପ୍ରତିନିଧି)-ପ୍ରତିଭା ସମ୍ପନ୍ନ ମହିଳା କ୍ରିକେଟ ଖେଳାଳି ସୁଶ୍ରୀ ଦିବ୍ୟଦର୍ଶିନୀ ପ୍ରଧାନ ଓଡ଼ିଶା କ୍ରିକେଟ ପାଇଁ ଆଣିଛନ୍ତି ଏକ ଖୁସି ଖବର। ପୂର୍ବରୁ ଭାରତୀୟ...

ବିନା ପରିବର୍ତ୍ତନରେ ଓହ୍ଲାଇଲା ନ୍ୟୁଜିଲାଣ୍ଡ

ଆବୁଧାବି,୧୦।୧୧: ଚଳିତ ଟି୨୦ ବିଶ୍ୱକପ୍‌ରେ ଇଂଲଣ୍ଡ ବିପକ୍ଷ ପ୍ରଥମ ସେମିଫାଇନାଲରେ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ନ୍ୟୁଜିଲାଣ୍ଡ ଦଳର ଅଧିନାୟକ କେନ...

Advertisement
Archives

Model This Week