‘ଅଭିଯୋଗକାରୀଙ୍କୁ ସୁରକ୍ଷା ଦିଆଯିବ’

ବାରିପଦା ଅଫିସ,୨୧।୭- ରାଜ୍ୟରେ ଦୁର୍ନୀତିକୁ ମୂଳୋପତ୍ାଟନ କରିବା ପାଇଁ ଲୋକାୟୁକ୍ତ ଗଠିତ ହୋଇଛି। ଏଥିରେ ରାଜ୍ୟର ସମସ୍ତ ଜନସାଧାରଣ ଦୁର୍ନୀତି ବିରୋଧରେ ଅଭିଯୋଗ କରିପାରିବେ। ଲୋକେ ବିନା ଭୟରେ ଅଭିଯୋଗ ଉପସ୍ଥାପନ କଲେ ପ୍ରଶାସନରେ ସ୍ବଚ୍ଛତା ଆସି ପାରିବ। ଅଭିଯୋଗକାରୀଙ୍କୁ ଲୋକୟୁକ୍ତଙ୍କ ପକ୍ଷରୁ ସୁରକ୍ଷା ଯୋଗାଇ ଦିଆଯିବ ବୋଲି ଶନବାର ବାରିପଦା ବନଖଣ୍ଡ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଲୋକାୟୁକ୍ତ ଅଧ୍ୟକ୍ଷ ଅଜିତ ସିଂ କହିଛନ୍ତି।
ଲୋକୟୁକ୍ତ ଅଧ୍ୟକ୍ଷ ସିଂ ଦିନିକିଆ ମୟୂରଭଞ୍ଜ ଗସ୍ତରେ ଆସି ବାରିପଦା ଶହୀିଦ ସ୍ମୃତି ଭବନଠାରେ ଆୟେଜେିତ ଏକ ସଚେତନତା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଜିଲା ଦୌରା ଜଜ୍‌ ସଞ୍ଜୟ ରଞ୍ଜନ ବହିଦାର, ମାନସ ରଞ୍ଜନ ତ୍ରୀପାଠୀ, ଜିଲା ଆରକ୍ଷୀ ଅଧୀକ୍ଷକ ଅବିନାଶ କୁମାର ଓ ଲେକାୟୁକ୍ତ ସଦସ୍ୟ ବୀରକିଶୋର ନାୟକ ଏବଂ ଡ.ଦେବବ୍ରତ ସ୍ବାଇଁ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଆଲୋଚନା ବେଳେ ଲୋକାୟୁକ୍ତ ଆଇନ- ୨୦୧୪ ସମ୍ପର୍କରେ ସେମାନେ ଲୋକଙ୍କୁ ସଚେତନ କରାଇଥିଲେ। ପରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଲୋକାୟୁକ୍ତ ଅଧ୍ୟକ୍ଷ ସିଂ କହିଥିଲେ, ଲୋକାୟୁକ୍ତଙ୍କ ନିକଟରେ କୌଣସି ଦର୍ନୀତି ସମ୍ପର୍କରେ ଅଭିଯୋଗ ହେଲେ ୬୦ ଦିନ ମଧ୍ୟରେ ଏହାର ତଦନ୍ତ କରାଯିବ। ଏହି ରିପୋର୍ଟ କୋର୍ଟକୁ ପ୍ରଦାନ କରାଯିବ। ୬ ମାସ ମଧ୍ୟରେ କୋର୍ଟ ରାୟ ଶୁଣାଇବେ। ଜନସାଧାରଣ ଲୋକାୟୁକ୍ତ ବ୍ୟବସ୍ଥା ଉପରେ ଭରସା ରଖି ଡାକ ଯୋଗେ ମଧ୍ୟ ସେସମାନଙ୍କ ଅଭିଯୋଗ ପଠାଇ ପାରିବେ। ଆଗକୁ ଅନ୍‌ଲାଇନ ମାଧ୍ୟମରେ ଲୋକେ ମଧ୍ୟ ଅଭିଯୋଗ କରି ପାରିବେ । ଏ ନେଇ ଆବଶ୍ୟକ ବ୍ୟବସ୍ଥା କରାଯାଉଛି। ଲୋକାୟୁକ୍ତ ଗଠନ ହେବା ପରଠାରୁ ଠାରୁ ଜୁଲାଇ ୧୮ ତାରିଖ ସୁଦ୍ଧା ୨୬୭ ଟି ଅଭିଯୋଗ ମିଳିଛି। ଏହାମଧ୍ୟରେ ପ୍ରଥମେ ସମ୍ବଲପୁର ଓ ପରେ ମୟୂରଭଞ୍ଜ ଜିଲାରେ ସଚେତନତା କାର୍ଯ୍ୟକ୍ରମ କରାଯାଉଛି ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନର୍ସିଂ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ

ବାଲେଶ୍ୱର ଅଫିସ, ୯।୭ ଭୁବନେଶ୍ୱରସ୍ଥିତ ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ବାଲେଶ୍ୱର...

୧୫ ଘଣ୍ଟା ପରେ ଜୁସ୍‌ ପିଇ ଅନଶନ ଭାଙ୍ଗିଲେ ନୀଳଗିରି ବିଧାୟକ

ବାଲେଶ୍ୱର ଅଫିସ/ସଜନାଗଡ଼, ୫।୧୦(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ଉପଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ମୋହରିଙ୍କ ଚାଳିଆ ଉଚ୍ଛେଦ ଘଟଣାକୁ ନେଇ ତହସିଲଦାରଙ୍କ ସହ ଯୁକ୍ତିତର୍କ ପରେ...

ଚାନ୍ଦିପୁରରୁ ‘ବ୍ରହ୍ମୋସ’ ମିଶାଇଲ୍‌ର ବ୍ୟାବହାରିକ ପରୀକ୍ଷଣ

ବାଲେଶ୍ୱର ଅଫିସ୍‌, ୧୭।୧୨: ବାଲେଶ୍ୱର ଜିଲା ଚାନ୍ଦିପୁର ଘାଟିରୁ ମଙ୍ଗଳବାର ସକାଳେ ‘ବ୍ରହ୍ମୋସ’ ମିଶାଇଲ୍‌ର ବ୍ୟାବହାରିକ ପରୀକ୍ଷଣ କରାଯାଇଛି। ସକାଳ ୮.୪୫ରେ ଚାନ୍ଦିପୁରର ୩ ନମ୍ବର...

ଅଷ୍ଟପୁର ଅଞ୍ଚଳରେ ଭୟଙ୍କର ବିସ୍ଫୋରଣ, ରେମୁଣା ପୋଲିସର ତଦନ୍ତ ଆରମ୍ଭ

ବାଲେଶ୍ୱର ଅଫିସ, ୩।୧୦: ବାଲେଶ୍ୱର ଜିଲା ରେମୁଣା ଥାନା ଅଧୀନ ଅଷ୍ଟପୁର ଅଞ୍ଚଳରେ ଗୁରୁବାର ଭୟଙ୍କର ବିସ୍ଫୋରଣ ହୋଇଛି। ବିସ୍ଫୋରଣରେ ଘରର ଆସବାବପତ୍ର ଭାଙ୍ଗିରୁଜି ଯାଇଥିବା...

ଭୋଟବାକ୍ସ ଲକ୍‌ ନ ହେବାରୁ କର୍ମଚାରୀ ହଟହଟା

ଜଳେଶ୍ୱର, ୧୭।୨(ଡି.ଏନ.ଏ.): ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକର କେତେକ ବୁଥ୍‌ରେ କଁା ଭଁା ଉତ୍ତେଜନା ପ୍ରକାଶ ପାଇଥିଲା। ଗୋପୀମୋହନପୁର ପଞ୍ଚାୟତ ୬ନଂ. ବୁଥ୍‌ ଗୋପୀମୋହନପୁର ଓ...

୧୦୫୫ ପ୍ରାର୍ଥତ୍ପତ୍ର ଖାରଜ, ୧୪, ୮୭୧କାଏମ୍‌

ବାଲେଶ୍ୱର ଅଫିସ, ୨୪।୧: ବାଲେଶ୍ୱର ଜିଲାରେ ରବିବାର ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ୧୦୫୫ ପ୍ରାର୍ଥିପତ୍ର ନାକଚ ହୋଇଥିବା ବେଳେ ୧୪, ୮୭୧ କାଏମ୍‌...

ଓଭରବ୍ରିଜ୍‌ ସୁରକ୍ଷା ଚିନ୍ତା: ଅଣ୍ଟା ଭିଡ଼ିଲା ସିଭିଲ ସୋସାଇଟି

ବାଲେଶ୍ୱର ଅଫିସ,୩।୯ – ବାଲେଶ୍ୱର ଫକୀରମୋହନ ଗୋଲେଇଠାରୁ ସହଦେବଖୁଣ୍ଟା ବସ୍‌ଷ୍ଟାଣ୍ଡ ପର୍ଯ୍ୟନ୍ତ ଗତ ୧୯୮୪ରେ ଲୋକାର୍ପିତ ଓଡ଼ିଶାର ପ୍ରଥମ ଓଭରବ୍ରିଜ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏହାର...

ଫୁଲୁଛି ସୁବର୍ଣ୍ଣରେଖା

ଭୋଗରାଇ/ଜଳେଶ୍ୱର/ବାଲିଆପାଳ,୧୬।୯(ଡି.ଏନ.ଏ./ସ୍ବ.ପ୍ର.)- ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଉତ୍ତର ବାଲେଶ୍ୱର ଭୋଗରାଇ, ଜଳେଶ୍ୱର, ବାଲିଆପାଳ ଓ ବସ୍ତା ଅଞ୍ଚଳରେ ତୁହାକୁ ତୁହା ବର୍ଷା ଲାଗି ରହିଛି। ଭୋଗରାଇରେ...

Advertisement
Archives

Model This Week