ଅଭିଭାବକଙ୍କ ଦାୟିତ୍ୱ

ଡ. ଚିନ୍ତାମଣି ପଣ୍ଡା
ନିଜର ଦୋଷତ୍ରୁଟିକୁ ଆଖିବୁଜି ଦେଇ ଅନ୍ୟକୁ ଅଙ୍ଗୁଳି ନିର୍ଦ୍ଦେଶ କରିବା ବୋଧହୁଏ ଏବେକାର ତଥାକଥିତ ସଭ୍ୟସମାଜର ଏକ ସହଜାତ ପ୍ରବୃତ୍ତି। ସେହି ନ୍ୟାୟରେ ଆମେ ସର୍ବଦା ଗୋଟିଏ ବିଦ୍ୟାର୍ଥୀର ଅକୃତକାର୍ଯ୍ୟତା ପାଇଁ ସେ ଅଧ୍ୟୟନ କରୁଥିବା ଶିକ୍ଷାନୁଷ୍ଠାନ କିମ୍ବା ଶିକ୍ଷକମାନଙ୍କ ଉପରେ ଦୋଷ ଲଦିଥାଉ। ପୁରାକାଳର ଗୁରୁକୁଳୀୟ ଶିକ୍ଷା ବ୍ୟବସ୍ଥାର ବିଦ୍ୟାର୍ଥୀମାନେ ସମ୍ପୂର୍ଣ୍ଣ ଭାବରେ ଗୃହତ୍ୟାଗ କରି ଗୁରୁଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆଶ୍ରମରେ ରହି ବିଦ୍ୟାର୍ଜନ କରୁଥିଲେ। ସେତେବେଳେ ବିଦ୍ୟାର୍ଥୀଙ୍କ ପାଇଁ ପାଞ୍ଚଟି ଅନୁସରଣୀୟ ନିୟମ ଥିଲା, ଯାହାକୁ ବିଦ୍ୟାର୍ଥୀଙ୍କର ପଞ୍ଚଲକ୍ଷଣ ବୋଲି କୁହାଯାଉଥିଲା-
”କାକସ୍ନାନଂ ବକଧ୍ୟାନଂ ଶ୍ୱାନନିଦ୍ରା ତଥୈବ ଚ।
ଅଳ୍ପାହାରୀ ଗୃହତ୍ୟାଗୀ ବିଦ୍ୟାର୍ଥୀ ପଞ୍ଚଲକ୍ଷଣମ୍‌।ା“
ଆଜିର ବିଦ୍ୟାର୍ଥୀ କିନ୍ତୁ ଗୃହତ୍ୟାଗୀ ନୁହନ୍ତି କିମ୍ବା ଆଜିର ଗୁରୁ ବୈରାଗୀ ନୁହନ୍ତି। ଅତଏବ ଏ ଯୁଗରେ ଥାଇ ସେ ଯୁଗର ଫଳକୁ ଆଶା କରିବା ହାସ୍ୟାସ୍ପଦ। ଗ୍ରାମାଞ୍ଚଳରେ ବାଳୁତ ଶିଶୁଟିକୁ ମାତାପିତା ବୁଝାଇ ବିଦ୍ୟାଳୟରେ ଦାଖଲ କରେଇଦେବା ପରେ ଦାୟିତ୍ୱମୁକ୍ତ ହୋଇଗଲା ପରି ଅନୁଭବ କରନ୍ତି। ବେଳେବେଳେ ଅଧ୍ୟୟନରୁ ବିରତ କରାଇ ତାକୁ ଛୋଟମୋଟ ଗୃହକାର୍ଯ୍ୟରେ ଲିପ୍ତ କରାନ୍ତି। ବିଦ୍ୟାଳୟରେ ତା’ର ଉପସ୍ଥାନ କିମ୍ବା ପ୍ରଗତି ବିଷୟକୁ ଅଣଦେଖା କରନ୍ତି। କିନ୍ତୁ ସହରାଞ୍ଚଳର ଚିତ୍ର ଟିକେ ଅଲଗା। ସେଠିକାର ଅଭିଭାବକମାନେ ଅନ୍ତତଃ ଗାଡି ଚଲାଇ ଶିଖିବା ପର୍ଯ୍ୟନ୍ତ ତାକୁ ବିଦ୍ୟାଳୟକୁ ନେବାଆଣିବା ଦାୟିତ୍ୱ ନେଇଥାନ୍ତି। ତା’ର ଘରୋଇ ଟ୍ୟୁଶନର ବ୍ୟବସ୍ଥା କରନ୍ତି। ଆଉ ପ୍ରଗତିପତ୍ରକୁ ଶିଶୁଟିର ବିକାଶର ମାପଦଣ୍ଡ ହିସାବରେ ଧରିନେଉଥିବାରୁ ତା’ର ବ୍ୟକ୍ତିତ୍ୱର ଉନ୍ନତି, ଚାରିତ୍ରିକ ଉନ୍ନତି, ଅନ୍ତର୍ନିହିତ ଗୁଣାବଳୀର ବିକାଶ ଇତ୍ୟାଦି ପ୍ରତି ବିଶେଷ ଧ୍ୟାନ ଦିଅନ୍ତି ନାହିଁ। କିନ୍ତୁ ଶିଶୁଟିର ସାମୂହିକ ଉନ୍ନତିରେ ଅଭିଭାବକମାନଙ୍କର ନିର୍ଦ୍ଦିଷ୍ଟ ଭୂମିକା ଥାଏ। ବିଶିଷ୍ଟ ଗବେଷକ ଡ. ରେନାଲ୍‌ଡ ଫରୁଗୁସନଙ୍କ ମତରେ ଶିଶୁଟିର ଶୈକ୍ଷିକ ପ୍ରଗତିର ଅର୍ଦ୍ଧାଧିକ ଭାଗ ବିଦ୍ୟାଳୟର ବାହ୍ୟ ପରିବେଶ ଉପରେ ନିର୍ଭରଶୀଳ। ଯେମିତି ତା’ର ମାତାପିତାଙ୍କର ସହାନୁଭୂତି, ଅଧ୍ୟୟନ ଦିଗରେ ଗୁରୁତ୍ୱ, ଗୃହର ବାତାବରଣ, ସାଙ୍ଗସାଥୀଙ୍କ ବ୍ୟବହାର ଇତ୍ୟାଦି। ମାତାପିତା ବିଦ୍ୟାଳୟରେ ଶିଶୁଟିର ନିୟମିତ ଉପସ୍ଥିତିକୁ ନିଶ୍ଚିତ କରାଇ ଶିକ୍ଷା ପ୍ରତି ତା’ ମନରେ ପ୍ରଥମରୁ ଆଗ୍ରହ ସୃଷ୍ଟି କରାଇବା ଉଚିତ। ତା’ ସମ୍ମୁଖରେ ବିଦ୍ୟାଳୟର କୁତ୍ସାରଟନା କିମ୍ବା ଶିକ୍ଷକମାନଙ୍କ ଚରିତ୍ର ସଂହାର କଲେ ଶିଶୁଟି ଉପରେ ଏହାର ନକାରାତ୍ମକ ପ୍ରଭାବ ପଡିବ ଏବଂ ସେ ଶିକ୍ଷା ପ୍ରତି ବିମୁଖ ହେବ। ନିଜ ମାତାପିତାଙ୍କର ଚରିତ୍ର ତଥା ବ୍ୟକ୍ତିତ୍ୱକୁ ଶିଶୁଟି ଆଦର୍ଶ ଭାବରେ ଗ୍ରହଣ କରିଥାଏ। ତେଣୁ ରାମଚନ୍ଦ୍ରଙ୍କ ପରି ପୁତ୍ରଟିଏ ଗଢିବାକୁ ଚାହିଁଲେ ଆମକୁ ଦଶରଥଙ୍କର ଭୂମିକା ନିର୍ବାହ କରିବାକୁ ହେବ। ଶିକ୍ଷାଦାନ ପ୍ରଣାଳୀରେ ଅଭିଭାବକମାନଙ୍କ ସମ୍ପୃକ୍ତି ଯେତେ ଅଧିକ ହେବ ଶିଶୁଟି ଶିକ୍ଷା ପ୍ରତି ସେତେ ଯତ୍ନଶୀଳ ହେବ। ଗୃହ ମଧ୍ୟରେ ମଧ୍ୟ ଅଧ୍ୟୟନର ବାତାବରଣ ସୃଷ୍ଟି କରିବାକୁ ଯାଇ ଅଭିଭାବକମାନେ ବିଦ୍ୟାର୍ଥୀ ସହିତ ବହି ଖଣ୍ଡିଏ ଧରି ପଢିବା ଉଚିତ। ଗୃହପାଠ୍ୟ ସାରିଦେଲେ ତାକୁ ଟିକେ ସ୍ନେହ କରିବା ସହିତ ପ୍ରଶଂସା ମଧ୍ୟ କରିବେ। ଅଧ୍ୟୟନ ପାଇଁ ଏକ ନିର୍ଦ୍ଦିଷ୍ଟ ସମୟସାରଣୀ ରଖି ସେତେବେଳେ ଟିଭିଦେଖା ଆଦି ବନ୍ଦ କରିବା ଦରକାର। ମଝିରେ ମଝିରେ ଛୁଟିଦିନମାନଙ୍କରେ ଶିଶୁଟିକୁ ବିଭିନ୍ନ ଶିକ୍ଷଣୀୟ ସ୍ଥାନ ତଥା ସଂଗ୍ରହାଳୟ ଇତ୍ୟାଦି ବୁଲାଇ ନେଇ ମନୋରଞ୍ଜନର ବ୍ୟବସ୍ଥା କରିବେ। ଅଧୁନା ବିଦ୍ୟାଳୟ ଶିକ୍ଷା ସମାପ୍ତି ପର୍ଯ୍ୟନ୍ତ ଅଭିଭାବକମାନେ ଯେତିକି ଦାୟିତ୍ୱବାନ ହେଉଛନ୍ତି ମହାବିଦ୍ୟାଳୟ ଶିକ୍ଷାବେଳେ ତାହା କମିଯାଉଛି। କେବେ କୌଣସି ଅଧ୍ୟାପକ, ଅଧ୍ୟକ୍ଷଙ୍କ ସହିତ ବାଳକଟିର ଶୈକ୍ଷିକ ପ୍ରଗତି ଉପରେ ବିଚାର ଆଲୋଚନା ନ କରିବାରୁ ତଥା ପ୍ରତ୍ୟକ୍ଷ ସମ୍ପର୍କ ନ ରଖିବାରୁ ଏଇ ମଉକାରେ ଶୃଙ୍ଖଳିତ ବାଳକଟି ମଧ୍ୟ କୁସଙ୍ଗରେ ପଡି ବିପଥଗାମୀ ହୋଇଯାଉଛି। ମାସକୁ ମାସ ପୁଳାପୁଳା ଟଙ୍କା, ଗାଡି, ମୋବାଇଲ ଯୋଗାଇ ଆମେ ତା’ର ହିସାବ ନ ରଖିବା ଦ୍ୱାରା ନିଆଁରେ ଘିଅ ଢାଳିଲା ପରି ସମସ୍ୟା ବଢୁଛି। ତେଣୁ ତା’ର ଚାରିତ୍ରିକ ସ୍ଖଳନ ଘଟି କେତେବେଳେ ସେ ଛିନ୍‌ତାଇ, ରାହାଜାନିରେ ମାତୁଛି ତ ପୁଣି କେତେବେଳେ ନିଶା ବେପାର କରୁଛି, ଯାହା ଆମେ ସବୁଦିନ ଖବରକାଗଜରେ ଜାଣିବାକୁ ପାଉଛୁ। ଏପରି ଛାତ୍ରମାନଙ୍କ ଶିକ୍ଷାନୁଷ୍ଠାନ ସହିତ ଅଭିଭାବକଙ୍କ ସମ୍ପର୍କ କ୍ଷୀଣ। ଚତୁର ଛାତ୍ରଟି ମହାବିଦ୍ୟାଳୟରେ ଅଭିଭାବକଙ୍କ ଦସ୍ତଖତକୁ ନିଜେ ନକଲ କରି ନିଜର ଅନ୍ୟ ଏକ ବ୍ୟକ୍ତିଗତ ଫୋନ ନମ୍ବରକୁ ଦାଖଲ କରୁଛି ଯହିଁରେ ଫୋନ୍‌ କିମ୍ବା କୌଣସି ମେସେଜ୍‌ ଗଲେ ଅଭିଭାବକମାନେ ଜାଣିବାର ଲେଶମାତ୍ର ଅବକାଶ ନାହିଁ। ଦେଶର ନାମକରା ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକରେ ବିଳମ୍ବିତ ରାତିରେ ଚାଲୁଥିବା ର଼୍ୟାଗିଂ, ହଷ୍ଟେଲଗୁଡ଼ିକରୁ ଜବତ ହେଉଥିବା ନିଶାଦ୍ରବ୍ୟ, ଆପତ୍ତିଜନକ ସାମଗ୍ରୀ, ବୋମା, ଛୁରି ପରି ମାରଣାସ୍ତ୍ର ଆଦି କତିପୟ ବିପଥଗାମୀ ଛାତ୍ରୀଛାତ୍ରଙ୍କ କାରନାମାର ପ୍ରମାଣ ଦିଏ।
କୌଣସି ବଡ଼ ଅଘଟଣରେ ଏହା ରୂପାନ୍ତରିତ ହେଲେ ଯାଇ ଅଭିଭାବକଙ୍କ ଦର୍ଶନ ମିଳେ, ତାହା ପୁଣି ଶିକ୍ଷାନୁଷ୍ଠାନ ବିରୋଧରେ ଫର୍ଦ୍ଦ ଫର୍ଦ୍ଦ ଅଭିଯୋଗ ସହିତ। ସତେଯେମିତି ତାଙ୍କ ପିଲାଟି ଶୁଦ୍ଧସୁବର୍ଣ୍ଣ। ତେଣୁ ଆମ ମତରେ କେବଳ ବିଦ୍ୟାଳୟ ସ୍ତରରେ ନୁହେଁ ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ସ୍ତରରେ ମଧ୍ୟ ଅଭିଭାବକ ସମ୍ମିଳନୀ ଅନ୍ତତଃ ପକ୍ଷେ ବର୍ଷକୁ ଦୁଇଥର କରାଯିବା ଆବଶ୍ୟକ। ଏହାଦ୍ୱାରା ଭାରତୀୟ ଶିକ୍ଷା ବ୍ୟବସ୍ଥାର ମାନବୃଦ୍ଧି ହୋଇପାରିବ।
ପ୍ରାଧ୍ୟାପକ, କୃଷି ମହାବିଦ୍ୟାଳୟ, ଭୁବନେଶ୍ୱର, ମୋ-୯୪୩୭୧୮୫୧୭୫


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ସମ୍ପ୍ରଦାୟର ସ୍ଥିତି

ଭାରତରେ ଜୈନ ଏବଂ ୟୁରୋପର ଇହୁଦୀ ସମ୍ପ୍ରଦାୟ ମଧ୍ୟରେ ତୁଳନା କଲେ ଜଣାଯାଏ ଯେ ଏହି ଦୁଇ ସଂଖ୍ୟାଲଘୁ ସମ୍ପ୍ରଦାୟ ନିଜ ଜନସଂଖ୍ୟା ତୁଳନାରେ ଅର୍ଥନୈତିକ କ୍ଷେତ୍ରରେ…

ଜନସଂଖ୍ୟା ଓ ଜଳବାୟୁ

ପୃଥିବୀରେ ମଣିଷ ବଞ୍ଚିବା ନିମନ୍ତେ ସୁସ୍ଥ ଜଳବାୟୁର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରକୃତି ରାଣୀର ବରଦାନ ଅନୁସାରେ ମଣିଷ ଏହି ପୃଥିବୀରେ ନିଜର ଜୀବନ ଅତିବାହିତ କରିପାରୁଛି।…

ଏଇ ଭାରତରେ

ଭାରତର ବିଭିନ୍ନ ସହର ଅଧୀନ ବସ୍ତିରେ ରହୁଥିବା ପିଲାମାନେ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ସେମାନେ ପ୍ରାୟତଃ ଶ୍ରମିକ ଶ୍ରେଣୀ ପରିବାରର ହୋଇଥିବାରୁ ସେମାନଙ୍କ ଶିକ୍ଷା ଉପରେ ମାତାପିତା…

ରାଜନୈତିକ ପ୍ରତାରଣା

ବିଭିନ୍ନ ସମୟରେ ରାଜନୈତିକ ଦଳ ଜନତାଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି। ନିର୍ବାଚନୀ ଇସ୍ତାହାର ଜରିଆରେ ଓ ପରବର୍ତ୍ତୀ ସମୟରେ କ୍ଷମତାସୀନ ଦଳ ଭାବେ ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ…

ଲୋଭ ଘାରୁଛି

କ୍ଷମତା ଓ ସମ୍ପତ୍ତି ଲୋଭ ମଣିଷ ଜାତିକୁ ଆଦିମ ଯୁଗରୁ ହନ୍ତସନ୍ତ କରିଆସିଛି। ଅଧିକ ଜମି ପାଇବା ପାଇଁ ବିଶ୍ୱବ୍ୟାପୀ ରାଜା ମହାରାଜାମାନେ ଯୁଗଯୁଗରୁ ଯୁଦ୍ଧ କରିଆସୁଥିଲେ।…

ଏଇ ଭାରତରେ

କେରଳର ଗିରିଜା କୁମାରୀ ମଧୁ ସ୍ନାୟବିକ ସମସ୍ୟା ଓ ମାନସିକ ଅନଗ୍ରସର ପିଲାଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି। ସେ ରହୁଛନ୍ତି ଆଲପୁଝା ଜିଲା ଥାମାରାକୁଲାମ୍‌ରେ। ଗିରିଜା…

ରଜପର୍ବ

ରଜପର୍ବ ପ୍ରତି ବର୍ଷ ଜ୍ୟେଷ୍ଠ ମାସରେ ପଡ଼ିଥାଏ। ସୃତି ଅଛି ବସୁଧା ମା’ ବର୍ଷକରେ ଥରେ ରଜସ୍ବଳା ହୁଏ। ଆମ ପରମ୍ପରା ସଂସ୍କୃତିର ଏହା ଏକ ଅଙ୍ଗ,…

ଆସନ୍ତାକାଲି କିଏ ଦେଖିଛି

ଗତ କିଛିବର୍ଷ ହେବ ଶାସକଶ୍ରେଣୀ ତରଫରରୁ ପ୍ରତି ମୁହୂର୍ତ୍ତରେ ପ୍ରଚାର କରାଯାଉଛି ଯେ ୨୦୪୭ରେ ଭାରତ ବିକଶିତ ରାଷ୍ଟ୍ର ଏବଂ ୨୦୩୬ରେ ଓଡ଼ିଶା ବିକଶିତ ରାଜ୍ୟ ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri