ଅଭିଭାବକଙ୍କ ଦାୟିତ୍ୱ

ଡ. ଚିନ୍ତାମଣି ପଣ୍ଡା
ନିଜର ଦୋଷତ୍ରୁଟିକୁ ଆଖିବୁଜି ଦେଇ ଅନ୍ୟକୁ ଅଙ୍ଗୁଳି ନିର୍ଦ୍ଦେଶ କରିବା ବୋଧହୁଏ ଏବେକାର ତଥାକଥିତ ସଭ୍ୟସମାଜର ଏକ ସହଜାତ ପ୍ରବୃତ୍ତି। ସେହି ନ୍ୟାୟରେ ଆମେ ସର୍ବଦା ଗୋଟିଏ ବିଦ୍ୟାର୍ଥୀର ଅକୃତକାର୍ଯ୍ୟତା ପାଇଁ ସେ ଅଧ୍ୟୟନ କରୁଥିବା ଶିକ୍ଷାନୁଷ୍ଠାନ କିମ୍ବା ଶିକ୍ଷକମାନଙ୍କ ଉପରେ ଦୋଷ ଲଦିଥାଉ। ପୁରାକାଳର ଗୁରୁକୁଳୀୟ ଶିକ୍ଷା ବ୍ୟବସ୍ଥାର ବିଦ୍ୟାର୍ଥୀମାନେ ସମ୍ପୂର୍ଣ୍ଣ ଭାବରେ ଗୃହତ୍ୟାଗ କରି ଗୁରୁଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆଶ୍ରମରେ ରହି ବିଦ୍ୟାର୍ଜନ କରୁଥିଲେ। ସେତେବେଳେ ବିଦ୍ୟାର୍ଥୀଙ୍କ ପାଇଁ ପାଞ୍ଚଟି ଅନୁସରଣୀୟ ନିୟମ ଥିଲା, ଯାହାକୁ ବିଦ୍ୟାର୍ଥୀଙ୍କର ପଞ୍ଚଲକ୍ଷଣ ବୋଲି କୁହାଯାଉଥିଲା-
”କାକସ୍ନାନଂ ବକଧ୍ୟାନଂ ଶ୍ୱାନନିଦ୍ରା ତଥୈବ ଚ।
ଅଳ୍ପାହାରୀ ଗୃହତ୍ୟାଗୀ ବିଦ୍ୟାର୍ଥୀ ପଞ୍ଚଲକ୍ଷଣମ୍‌।ା“
ଆଜିର ବିଦ୍ୟାର୍ଥୀ କିନ୍ତୁ ଗୃହତ୍ୟାଗୀ ନୁହନ୍ତି କିମ୍ବା ଆଜିର ଗୁରୁ ବୈରାଗୀ ନୁହନ୍ତି। ଅତଏବ ଏ ଯୁଗରେ ଥାଇ ସେ ଯୁଗର ଫଳକୁ ଆଶା କରିବା ହାସ୍ୟାସ୍ପଦ। ଗ୍ରାମାଞ୍ଚଳରେ ବାଳୁତ ଶିଶୁଟିକୁ ମାତାପିତା ବୁଝାଇ ବିଦ୍ୟାଳୟରେ ଦାଖଲ କରେଇଦେବା ପରେ ଦାୟିତ୍ୱମୁକ୍ତ ହୋଇଗଲା ପରି ଅନୁଭବ କରନ୍ତି। ବେଳେବେଳେ ଅଧ୍ୟୟନରୁ ବିରତ କରାଇ ତାକୁ ଛୋଟମୋଟ ଗୃହକାର୍ଯ୍ୟରେ ଲିପ୍ତ କରାନ୍ତି। ବିଦ୍ୟାଳୟରେ ତା’ର ଉପସ୍ଥାନ କିମ୍ବା ପ୍ରଗତି ବିଷୟକୁ ଅଣଦେଖା କରନ୍ତି। କିନ୍ତୁ ସହରାଞ୍ଚଳର ଚିତ୍ର ଟିକେ ଅଲଗା। ସେଠିକାର ଅଭିଭାବକମାନେ ଅନ୍ତତଃ ଗାଡି ଚଲାଇ ଶିଖିବା ପର୍ଯ୍ୟନ୍ତ ତାକୁ ବିଦ୍ୟାଳୟକୁ ନେବାଆଣିବା ଦାୟିତ୍ୱ ନେଇଥାନ୍ତି। ତା’ର ଘରୋଇ ଟ୍ୟୁଶନର ବ୍ୟବସ୍ଥା କରନ୍ତି। ଆଉ ପ୍ରଗତିପତ୍ରକୁ ଶିଶୁଟିର ବିକାଶର ମାପଦଣ୍ଡ ହିସାବରେ ଧରିନେଉଥିବାରୁ ତା’ର ବ୍ୟକ୍ତିତ୍ୱର ଉନ୍ନତି, ଚାରିତ୍ରିକ ଉନ୍ନତି, ଅନ୍ତର୍ନିହିତ ଗୁଣାବଳୀର ବିକାଶ ଇତ୍ୟାଦି ପ୍ରତି ବିଶେଷ ଧ୍ୟାନ ଦିଅନ୍ତି ନାହିଁ। କିନ୍ତୁ ଶିଶୁଟିର ସାମୂହିକ ଉନ୍ନତିରେ ଅଭିଭାବକମାନଙ୍କର ନିର୍ଦ୍ଦିଷ୍ଟ ଭୂମିକା ଥାଏ। ବିଶିଷ୍ଟ ଗବେଷକ ଡ. ରେନାଲ୍‌ଡ ଫରୁଗୁସନଙ୍କ ମତରେ ଶିଶୁଟିର ଶୈକ୍ଷିକ ପ୍ରଗତିର ଅର୍ଦ୍ଧାଧିକ ଭାଗ ବିଦ୍ୟାଳୟର ବାହ୍ୟ ପରିବେଶ ଉପରେ ନିର୍ଭରଶୀଳ। ଯେମିତି ତା’ର ମାତାପିତାଙ୍କର ସହାନୁଭୂତି, ଅଧ୍ୟୟନ ଦିଗରେ ଗୁରୁତ୍ୱ, ଗୃହର ବାତାବରଣ, ସାଙ୍ଗସାଥୀଙ୍କ ବ୍ୟବହାର ଇତ୍ୟାଦି। ମାତାପିତା ବିଦ୍ୟାଳୟରେ ଶିଶୁଟିର ନିୟମିତ ଉପସ୍ଥିତିକୁ ନିଶ୍ଚିତ କରାଇ ଶିକ୍ଷା ପ୍ରତି ତା’ ମନରେ ପ୍ରଥମରୁ ଆଗ୍ରହ ସୃଷ୍ଟି କରାଇବା ଉଚିତ। ତା’ ସମ୍ମୁଖରେ ବିଦ୍ୟାଳୟର କୁତ୍ସାରଟନା କିମ୍ବା ଶିକ୍ଷକମାନଙ୍କ ଚରିତ୍ର ସଂହାର କଲେ ଶିଶୁଟି ଉପରେ ଏହାର ନକାରାତ୍ମକ ପ୍ରଭାବ ପଡିବ ଏବଂ ସେ ଶିକ୍ଷା ପ୍ରତି ବିମୁଖ ହେବ। ନିଜ ମାତାପିତାଙ୍କର ଚରିତ୍ର ତଥା ବ୍ୟକ୍ତିତ୍ୱକୁ ଶିଶୁଟି ଆଦର୍ଶ ଭାବରେ ଗ୍ରହଣ କରିଥାଏ। ତେଣୁ ରାମଚନ୍ଦ୍ରଙ୍କ ପରି ପୁତ୍ରଟିଏ ଗଢିବାକୁ ଚାହିଁଲେ ଆମକୁ ଦଶରଥଙ୍କର ଭୂମିକା ନିର୍ବାହ କରିବାକୁ ହେବ। ଶିକ୍ଷାଦାନ ପ୍ରଣାଳୀରେ ଅଭିଭାବକମାନଙ୍କ ସମ୍ପୃକ୍ତି ଯେତେ ଅଧିକ ହେବ ଶିଶୁଟି ଶିକ୍ଷା ପ୍ରତି ସେତେ ଯତ୍ନଶୀଳ ହେବ। ଗୃହ ମଧ୍ୟରେ ମଧ୍ୟ ଅଧ୍ୟୟନର ବାତାବରଣ ସୃଷ୍ଟି କରିବାକୁ ଯାଇ ଅଭିଭାବକମାନେ ବିଦ୍ୟାର୍ଥୀ ସହିତ ବହି ଖଣ୍ଡିଏ ଧରି ପଢିବା ଉଚିତ। ଗୃହପାଠ୍ୟ ସାରିଦେଲେ ତାକୁ ଟିକେ ସ୍ନେହ କରିବା ସହିତ ପ୍ରଶଂସା ମଧ୍ୟ କରିବେ। ଅଧ୍ୟୟନ ପାଇଁ ଏକ ନିର୍ଦ୍ଦିଷ୍ଟ ସମୟସାରଣୀ ରଖି ସେତେବେଳେ ଟିଭିଦେଖା ଆଦି ବନ୍ଦ କରିବା ଦରକାର। ମଝିରେ ମଝିରେ ଛୁଟିଦିନମାନଙ୍କରେ ଶିଶୁଟିକୁ ବିଭିନ୍ନ ଶିକ୍ଷଣୀୟ ସ୍ଥାନ ତଥା ସଂଗ୍ରହାଳୟ ଇତ୍ୟାଦି ବୁଲାଇ ନେଇ ମନୋରଞ୍ଜନର ବ୍ୟବସ୍ଥା କରିବେ। ଅଧୁନା ବିଦ୍ୟାଳୟ ଶିକ୍ଷା ସମାପ୍ତି ପର୍ଯ୍ୟନ୍ତ ଅଭିଭାବକମାନେ ଯେତିକି ଦାୟିତ୍ୱବାନ ହେଉଛନ୍ତି ମହାବିଦ୍ୟାଳୟ ଶିକ୍ଷାବେଳେ ତାହା କମିଯାଉଛି। କେବେ କୌଣସି ଅଧ୍ୟାପକ, ଅଧ୍ୟକ୍ଷଙ୍କ ସହିତ ବାଳକଟିର ଶୈକ୍ଷିକ ପ୍ରଗତି ଉପରେ ବିଚାର ଆଲୋଚନା ନ କରିବାରୁ ତଥା ପ୍ରତ୍ୟକ୍ଷ ସମ୍ପର୍କ ନ ରଖିବାରୁ ଏଇ ମଉକାରେ ଶୃଙ୍ଖଳିତ ବାଳକଟି ମଧ୍ୟ କୁସଙ୍ଗରେ ପଡି ବିପଥଗାମୀ ହୋଇଯାଉଛି। ମାସକୁ ମାସ ପୁଳାପୁଳା ଟଙ୍କା, ଗାଡି, ମୋବାଇଲ ଯୋଗାଇ ଆମେ ତା’ର ହିସାବ ନ ରଖିବା ଦ୍ୱାରା ନିଆଁରେ ଘିଅ ଢାଳିଲା ପରି ସମସ୍ୟା ବଢୁଛି। ତେଣୁ ତା’ର ଚାରିତ୍ରିକ ସ୍ଖଳନ ଘଟି କେତେବେଳେ ସେ ଛିନ୍‌ତାଇ, ରାହାଜାନିରେ ମାତୁଛି ତ ପୁଣି କେତେବେଳେ ନିଶା ବେପାର କରୁଛି, ଯାହା ଆମେ ସବୁଦିନ ଖବରକାଗଜରେ ଜାଣିବାକୁ ପାଉଛୁ। ଏପରି ଛାତ୍ରମାନଙ୍କ ଶିକ୍ଷାନୁଷ୍ଠାନ ସହିତ ଅଭିଭାବକଙ୍କ ସମ୍ପର୍କ କ୍ଷୀଣ। ଚତୁର ଛାତ୍ରଟି ମହାବିଦ୍ୟାଳୟରେ ଅଭିଭାବକଙ୍କ ଦସ୍ତଖତକୁ ନିଜେ ନକଲ କରି ନିଜର ଅନ୍ୟ ଏକ ବ୍ୟକ୍ତିଗତ ଫୋନ ନମ୍ବରକୁ ଦାଖଲ କରୁଛି ଯହିଁରେ ଫୋନ୍‌ କିମ୍ବା କୌଣସି ମେସେଜ୍‌ ଗଲେ ଅଭିଭାବକମାନେ ଜାଣିବାର ଲେଶମାତ୍ର ଅବକାଶ ନାହିଁ। ଦେଶର ନାମକରା ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକରେ ବିଳମ୍ବିତ ରାତିରେ ଚାଲୁଥିବା ର଼୍ୟାଗିଂ, ହଷ୍ଟେଲଗୁଡ଼ିକରୁ ଜବତ ହେଉଥିବା ନିଶାଦ୍ରବ୍ୟ, ଆପତ୍ତିଜନକ ସାମଗ୍ରୀ, ବୋମା, ଛୁରି ପରି ମାରଣାସ୍ତ୍ର ଆଦି କତିପୟ ବିପଥଗାମୀ ଛାତ୍ରୀଛାତ୍ରଙ୍କ କାରନାମାର ପ୍ରମାଣ ଦିଏ।
କୌଣସି ବଡ଼ ଅଘଟଣରେ ଏହା ରୂପାନ୍ତରିତ ହେଲେ ଯାଇ ଅଭିଭାବକଙ୍କ ଦର୍ଶନ ମିଳେ, ତାହା ପୁଣି ଶିକ୍ଷାନୁଷ୍ଠାନ ବିରୋଧରେ ଫର୍ଦ୍ଦ ଫର୍ଦ୍ଦ ଅଭିଯୋଗ ସହିତ। ସତେଯେମିତି ତାଙ୍କ ପିଲାଟି ଶୁଦ୍ଧସୁବର୍ଣ୍ଣ। ତେଣୁ ଆମ ମତରେ କେବଳ ବିଦ୍ୟାଳୟ ସ୍ତରରେ ନୁହେଁ ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ସ୍ତରରେ ମଧ୍ୟ ଅଭିଭାବକ ସମ୍ମିଳନୀ ଅନ୍ତତଃ ପକ୍ଷେ ବର୍ଷକୁ ଦୁଇଥର କରାଯିବା ଆବଶ୍ୟକ। ଏହାଦ୍ୱାରା ଭାରତୀୟ ଶିକ୍ଷା ବ୍ୟବସ୍ଥାର ମାନବୃଦ୍ଧି ହୋଇପାରିବ।
ପ୍ରାଧ୍ୟାପକ, କୃଷି ମହାବିଦ୍ୟାଳୟ, ଭୁବନେଶ୍ୱର, ମୋ-୯୪୩୭୧୮୫୧୭୫


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?