ଅବ୍ୟବସ୍ଥା ଘେରରେ ଭୀମ ଭୋଇ ସାମର୍ଥ୍ୟ ଶିବିର

କର୍ଲାମୁଣ୍ଡା,୨୬।୭(ଡି.ଏନ.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଭୀମଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ଲକ ପ୍ରଶାସନର ଅବହେଳା ଯୋଗୁ ୫୦ରୁ ଊର୍ଦ୍ଧ୍ୱ ଭିନ୍ନକ୍ଷମ ବ୍ୟକ୍ତି ଅନ୍‌ଲାଇନ ପଞ୍ଜୀକୃତ କରି ନ ପାରି ହଇରାଣ ହୋଇଥିବା ଦେଖିବାକୁ ମିଳିଛି। ସୂଚନାମତେ ବ୍ଲକରେ ହୋଇଥିବା ଭୀମଭୋଇ ସାମର୍ଥ୍ୟ ଶିବିରରେ ୨୨୫ ଜଣ ବ୍ୟକ୍ତି ପଞ୍ଜୀକୃତ ହୋଇଥିଲେ । କଳାହାଣ୍ଡି ମୁଖ୍ୟ ଚିକିତ୍ସାଧିକାରୀ ବନଲତା ଦେବୀ, ଏଡିଏମଓ (ଏଫ.ଡବ୍ଲ୍ୟୁ) ଅଶୋକ କୁମାର ଦାସ, ମାନସିକ ରୋଗୀ ବିଶେଷଜ୍ଞ ପ୍ରତାପ କୁମାର ପଟନାୟକ, ଆଖି ବିଶେଷଜ୍ଞ ପ୍ରିୟଙ୍କା ସିନ୍ଧେ, ଅସ୍ତି ବିଶେଷଜ୍ଞ ସୁନୀଲ କୁମାର ପାଢୀ, ଇଏନଟି ସ୍ପେଶାଲିଷ୍ଟ ପି.କେ. ପାଣ୍ଡେ ପ୍ରମୁଖ ଯୋଗଦେଇ ଅନ୍‌ଲାଇନ ହୋଇଥିବା ବ୍ୟକ୍ତିମାନଙ୍କୁ ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନ କରିଥିଲେ। ଅନ୍ୟପଟେ ଭିନ୍ନକ୍ଷମ ପ୍ରମାଣପତ୍ର ପାଇବା ପାଇଁ ଅନ୍‌ଲାଇନ ପଞ୍ଜୀକୃତ କରାଯିବା ବ୍ୟବସ୍ଥା ରହିଥିଲେ । ହେଲେ ପର୍ଯ୍ୟାପ୍ତ ପରିମାଣରେ ଅନଲାଇନ ପଞ୍ଜୀକରଣ ପାଇଁ ବ୍ଲକ ପକ୍ଷରୁ ବ୍ୟବସ୍ଥା କରାଯାଇ ନ ଥିବାରୁ ଅନେକ ବ୍ୟକ୍ତି ପଞ୍ଜୀକୃତ କରି ନ ପାରି ନିରାଶରେ ଫେରିଛନ୍ତି। ଏ ନେଇ ବିଏସଏସଓଙ୍କ ଅନୁପସ୍ଥିତିରେ କାର୍ଯ୍ୟକ୍ରମ ଆୟୋଜନର ଦାୟିତ୍ୱରେ ରହିଥିବା ପ୍ରଗତି ସହାୟକ ପୁରୁଷୋତ୍ତମ ଧରୁଆଙ୍କୁ ପଚାରିବାରୁ ଯେଉଁମାନେ ଶୁକ୍ରବାର ଅନ୍‌ଲାଇନ ପଞ୍ଜୀକୃତ କରିପାରି ନାହାନ୍ତି, ସେମାନଙ୍କ ପାଇଁ ୧ ତାରିଖରେ ବ୍ଲକ ପକ୍ଷରୁ ଅନ୍‌ଲାଇନ ବ୍ୟବସ୍ଥା କରାଯିବ ବୋଲି ସୂଚନା ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ପକ୍ଷରୁ ପିଇଓ ଶଙ୍କର ପଧାନ, କ୍ଷୀରସାଗର ରଣା, ପାର୍ଥ ରଣା, ପ୍ରଦୀପ ସାହୁ, ଜଗଦୀଶ ଜାନୀ ଓ ଗ୍ରାମରୋଜଗାର ସେବକ ଶିବ କୁମାର ଭୋଇ, କ୍ଷମାସାଗର ସାହୁ, ସୀତାରାମ ପାତ୍ର, ଶିଶିର ଗହୀର, ଉମେଶ ସୁନା, ଛାୟାକାନ୍ତ ସାହୁ ବିପିସି ରୁଦ୍ରପ୍ରସାଦ ସାହୁ, ନରେଗା ସହାୟକ ବିରଞ୍ଚତ୍ ଗହୀର, ଏସିପି ସତ୍ୟନାରାୟଣ ପଧାନ, ଡିଇଓ ନରହରି ସାହୁ ପ୍ରମୁଖ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ତ୍ରୀଙ୍କ ଗାଡ଼ି ଭାଙ୍ଗିଦେଲେ

କର୍ଲାମୁଣ୍ଡା,୮ା୧୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ କାର୍ଯ୍ୟାଳୟରେ ଆଜି ବିଜୁ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା...

ନିସାହା ତୁଳସାକୁଁ ସାହାଯ୍‌ କଲା ଓଁଶ୍ରୀ ଯୁବକ ସଂଘ

  ମୋହନଗିରି,୧୦।୧୨(ଡି.ଏନ.ଏ.)- କଳାହାଣ୍ଡି ଜିଲା ମ.ରାମପୁର ବ୍ଲକ ମୋହନଗିରି ୨ ନମ୍ବର ଓ୍ବାର୍ଡର ତୁଳସା ନନ୍ଦ(୪୮)। ଆଏଜ୍‌କେ ୧୮ ଦିନ୍‌ ହେଲା ଘରର ପିଁଢ଼ାରୁ ପଡ଼ି...

ସମ୍ବଲପୁର-ସୁନ୍ଦରଗଡ଼କୁ ଯୋଡ଼ିଲା ଲହରଙ୍ଗା ସେତୁ

ସମ୍ବଲପୁର,୧୩ା୧୦(ବ୍ୟୁରୋ): ସମ୍ବଲପୁର ଜିଲା ବାମରା ବ୍ଲକ ଲହରଙ୍ଗା ନଦୀରେ ନିର୍ମିତ ସେତୁ ବୁଧବାର ଉଦ୍‌ଘାଟିତ ହୋଇଛି। ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ ଏହାକୁ ଉଦ୍‌ଘାଟନ...

ସୀମାନ୍ତରେ ଭାଜପା ନେତାଙ୍କୁ ହତ୍ୟା

ମାଲକାନଗିର,୨୨ା୬(ଦୁର୍ଯ୍ୟୋଧନ ପାତ୍ର) ଛତିଶଗଡ଼ ବିଜାପୁର ଜିଲାରେ ମାଓବାଦୀମାନେ ପୁଣି ଏକ ବର୍ବରକାଣ୍ଡ ଘଟାଇଛନ୍ତି। ବିଜାପୁର ଜିଲାର ଜଣେ ଭାଜପା ନେତାଙ୍କୁ ହତ୍ୟା କରିଛନ୍ତି। ସେ ହେଲେ...

ଲୋକାର୍ପଣ ହେଉନି ଜିଏମ୍‌ୟୁ ଅତ୍ୟାଧୁନିକ ଅଡିଟୋରିୟମ

ସମ୍ବଲପୁର,୨୭ା୬(ଶୁଭାଶିଷ ପାଢୀ): ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ (ଜିଏମ୍‌ୟୁ)ର ଅତ୍ୟାଧୁନିକ ଅଡିଟୋରିୟମ କାର୍ଯ୍ୟ ପ୍ରାୟ ଏକବର୍ଷ ହେବ ସମ୍ପୂର୍ଣ୍ଣ ହୋଇଛି। ହେଲେ ଏହା ଲୋକାର୍ପଣ ହୋଇ...

ଦାୟିତ୍ୱ ଗ୍ରହଣ କଲେ କିଶୋର

କେସିଙ୍ଗା,୧୭।୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କିକିଆ ଗ୍ରାମ ପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚ କିଶୋର କୁମାର ପଧାନ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି...

୮ ଶ୍ରେଣୀକୁ ଅଛି ୨ କୋଠରୀ: ବାରଣ୍ଡାରେ ପଢୁଛନ୍ତି ଛାତ୍ରୀଛାତ୍ର

କୋକସରା,୨୯।୭(ଡି.ଏନ୍‌.ଏ.): ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁ। ରାଜ୍ୟ ସରକାର ପ୍ରାଥମିକ ଶିକ୍ଷାକୁ ସାର୍ବଜନୀନ କରିବା ପାଇଁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଛାତ୍ରଛାତ୍ରୀଙ୍କୁ ସ୍କୁଲ...

ବିପୁଳ ପରିମାଣର ନକଲି ମଦ ପାଉଚ ଜବତ: ଧରାପଡ଼ିଲେ ୨ ଯୁବକ

ଭବାନୀପାଟଣା,୨୮।୨(ସ୍ବ.ପ୍ର): କଳାହାଣ୍ଡି ଜିଲା ଧର୍ମଗଡ଼ ଅବକାରୀ ବିଭାଗ ମଙ୍ଗଳବାର ଭୋରରେ ଚଢାଉ କରି ବିପୁଳ ପରିମାଣର ନକଲି ମଦ ଜବତ କରିଛି। ଅବକାରୀ ବିଭାଗ ଘଟଣାରେ...

Advertisement
Archives

Model This Week