ଅବ୍ୟବସ୍ଥା ଘେରରେ ଭୀମ ଭୋଇ ସାମର୍ଥ୍ୟ ଶିବିର

କର୍ଲାମୁଣ୍ଡା,୨୬।୭(ଡି.ଏନ.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଭୀମଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ଲକ ପ୍ରଶାସନର ଅବହେଳା ଯୋଗୁ ୫୦ରୁ ଊର୍ଦ୍ଧ୍ୱ ଭିନ୍ନକ୍ଷମ ବ୍ୟକ୍ତି ଅନ୍‌ଲାଇନ ପଞ୍ଜୀକୃତ କରି ନ ପାରି ହଇରାଣ ହୋଇଥିବା ଦେଖିବାକୁ ମିଳିଛି। ସୂଚନାମତେ ବ୍ଲକରେ ହୋଇଥିବା ଭୀମଭୋଇ ସାମର୍ଥ୍ୟ ଶିବିରରେ ୨୨୫ ଜଣ ବ୍ୟକ୍ତି ପଞ୍ଜୀକୃତ ହୋଇଥିଲେ । କଳାହାଣ୍ଡି ମୁଖ୍ୟ ଚିକିତ୍ସାଧିକାରୀ ବନଲତା ଦେବୀ, ଏଡିଏମଓ (ଏଫ.ଡବ୍ଲ୍ୟୁ) ଅଶୋକ କୁମାର ଦାସ, ମାନସିକ ରୋଗୀ ବିଶେଷଜ୍ଞ ପ୍ରତାପ କୁମାର ପଟନାୟକ, ଆଖି ବିଶେଷଜ୍ଞ ପ୍ରିୟଙ୍କା ସିନ୍ଧେ, ଅସ୍ତି ବିଶେଷଜ୍ଞ ସୁନୀଲ କୁମାର ପାଢୀ, ଇଏନଟି ସ୍ପେଶାଲିଷ୍ଟ ପି.କେ. ପାଣ୍ଡେ ପ୍ରମୁଖ ଯୋଗଦେଇ ଅନ୍‌ଲାଇନ ହୋଇଥିବା ବ୍ୟକ୍ତିମାନଙ୍କୁ ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନ କରିଥିଲେ। ଅନ୍ୟପଟେ ଭିନ୍ନକ୍ଷମ ପ୍ରମାଣପତ୍ର ପାଇବା ପାଇଁ ଅନ୍‌ଲାଇନ ପଞ୍ଜୀକୃତ କରାଯିବା ବ୍ୟବସ୍ଥା ରହିଥିଲେ । ହେଲେ ପର୍ଯ୍ୟାପ୍ତ ପରିମାଣରେ ଅନଲାଇନ ପଞ୍ଜୀକରଣ ପାଇଁ ବ୍ଲକ ପକ୍ଷରୁ ବ୍ୟବସ୍ଥା କରାଯାଇ ନ ଥିବାରୁ ଅନେକ ବ୍ୟକ୍ତି ପଞ୍ଜୀକୃତ କରି ନ ପାରି ନିରାଶରେ ଫେରିଛନ୍ତି। ଏ ନେଇ ବିଏସଏସଓଙ୍କ ଅନୁପସ୍ଥିତିରେ କାର୍ଯ୍ୟକ୍ରମ ଆୟୋଜନର ଦାୟିତ୍ୱରେ ରହିଥିବା ପ୍ରଗତି ସହାୟକ ପୁରୁଷୋତ୍ତମ ଧରୁଆଙ୍କୁ ପଚାରିବାରୁ ଯେଉଁମାନେ ଶୁକ୍ରବାର ଅନ୍‌ଲାଇନ ପଞ୍ଜୀକୃତ କରିପାରି ନାହାନ୍ତି, ସେମାନଙ୍କ ପାଇଁ ୧ ତାରିଖରେ ବ୍ଲକ ପକ୍ଷରୁ ଅନ୍‌ଲାଇନ ବ୍ୟବସ୍ଥା କରାଯିବ ବୋଲି ସୂଚନା ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ପକ୍ଷରୁ ପିଇଓ ଶଙ୍କର ପଧାନ, କ୍ଷୀରସାଗର ରଣା, ପାର୍ଥ ରଣା, ପ୍ରଦୀପ ସାହୁ, ଜଗଦୀଶ ଜାନୀ ଓ ଗ୍ରାମରୋଜଗାର ସେବକ ଶିବ କୁମାର ଭୋଇ, କ୍ଷମାସାଗର ସାହୁ, ସୀତାରାମ ପାତ୍ର, ଶିଶିର ଗହୀର, ଉମେଶ ସୁନା, ଛାୟାକାନ୍ତ ସାହୁ ବିପିସି ରୁଦ୍ରପ୍ରସାଦ ସାହୁ, ନରେଗା ସହାୟକ ବିରଞ୍ଚତ୍ ଗହୀର, ଏସିପି ସତ୍ୟନାରାୟଣ ପଧାନ, ଡିଇଓ ନରହରି ସାହୁ ପ୍ରମୁଖ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସାଇବର ଠକେଇରୁ କେମିତି ରହିବେ ସୁରକ୍ଷିତ: ‘ସାଇବର ସେଫ୍ଟି କ୍ୟାମ୍ପେନ ଓଡ଼ିଶା-୨୦୨୬’ ପାଳିତ

କେସିଙ୍ଗା, ୧୫/୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଆଦର୍ଶ ଥାନା ପକ୍ଷରୁ ‘ସାଇବର ସେଫ୍ଟି କ୍ୟାମ୍ପେନ ଓଡ଼ିଶା-୨୦୨୬’ ଅବସରରେ ଏକ ସାଇବର ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି।…

ସରକାରୀ ପୋଲ ପୋତି ଦେବାରୁ ରାସ୍ତାରେ ଜମୁଛି ପାଣି: ବିପଦ ଆଶଙ୍କା

କେସିଙ୍ଗା, ୧୫/୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ତାଲଭଅଁରା ସାହାଜପାଟି ଗ୍ରାମ ନିକଟ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କରେ ଥିବା ସରକାରୀ ପୋଲକୁ ମାଟି ପକାଇ…

୧୮ ବର୍ଷ ପରେ ମା’ ଯୋଗମାୟା ପୀଠକୁ ସ୍ପେନର ଗବେଷକଙ୍କ ପୁନଃ ପରିଦର୍ଶନ

କେସିଙ୍ଗା, ୧୪/୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଗୁର୍ଜିମୁଣ୍ଡାସ୍ଥିତ ମା’ ଯୋଗମାୟା ଶକ୍ତିପୀଠକୁ ୧୮ ବର୍ଷ ପରେ ପୁଣି ଥରେ ପରିଦର୍ଶନ କରିଛନ୍ତି…

ନଅ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର:ଚାଷ କାମ କରୁଥିବା ସମୟରେ…

କେସିଙ୍ଗା, ୧୪।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ପଥର୍ଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାହାଦୁରପଦର ଗାଁ ନିକଟ ତେଲନଦୀ ପାର୍ଶ୍ୱରୁ ଶୁକ୍ରବାର ଅପରାହ୍ନ…

ଯୁବକଙ୍କୁ ଠେଙ୍ଗାରେ ଆକ୍ରମଣ, ଗୁରୁତର ଯୁବକଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ

କୋକସରା,୧୪ା୮ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ବଡ଼ପୋଡ଼ାଗୁଡ଼ା ଗ୍ରାମରେ ଠେଙ୍ଗା ଆକ୍ରମଣରେ ଗୁରୁତର ଯୁବକଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି। ମୃତକ ହେଲେ…

୧ ଟଙ୍କାରେ ମିଳୁଛି ସିମ: ନେବାକୁ ଚାହୁଁଥିଲେ…

ଭବାନୀପାଟଣା,୧୪।୮(ଉତ୍ତମ କୁମାର ଦାଶ): ଦେଶରେ ଦୁରସଞ୍ଚାର ସେବା ପ୍ରଦାନକାରୀ ସଂସ୍ଥା ଭାବରେ, ବିଏସଏନଏଲ୍ ସାରା ଦେଶରେ ନିର୍ଭରଯୋଗ୍ୟ, ସୁରକ୍ଷିତ, ସୁଲଭ ଭାବେ ଗଣନା ହେଉଥିବାବେଳେ ଏବେ ସମସ୍ତ…

ପାନୀୟ ଜଳ ପାଇଁ ଯିବାକୁ ପଡୁଛି ୨ କିମି, ଏସ୍‌ଡିପିଓ କହିଲେ ଯୁଦ୍ଧକାଳୀନ ଭିତ୍ତିରେ ଆଜି…

କେସିଙ୍ଗା,୧୪ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ମଖାପଳା ଗ୍ରାମରେ ଦୀର୍ଘଦିନରୁ ପାନୀୟଜଳ ସମସ୍ୟା ରହିଛି। ଏହି ଅଞ୍ଚଳରେ ନଳକୂପ ଖୋଳିଲେ ମଧ୍ୟ ପାଣି ବାହାରୁନାହିଁ। ଗ୍ରାମରୁ…

ଜିଲା ମୁଖ୍ୟ ଚିକିତ୍ସାଳୟ ଖାଦ୍ୟରେ ଝିଟିପିଟି

ସମ୍ବଲପୁର,୧୪ା୮(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍‌ଏଚ୍‌)ର ମେଡିସିନ୍‌(ଭେଷଜ) ୱାର୍ଡରେ ରୋଗୀଙ୍କ ଜଳଖିଆ ତରକାରୀରୁ ମୃତ ଝିଟିପିଟି ବାହାରିବା ଘଟଣାରେ ଏଠାରେ ଗଭୀର ଆଲୋଡନ୍‌ ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri