ରୂପ୍ସା, ୧୪।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ରୂପ୍ସା ଥାନା ଅନ୍ତର୍ଗତ ୬୦ନଂ. ଜାତୀୟ ରାଜପଥ ଦେଇ ନିୟମିତ ବେଆଇନ ମୋରମ ଚାଲାଣ ହେଉଥିବା ଅଭିଯୋଗ ହୋଇଛି। ଏ ନେଇ ସ୍ଥାନୀୟ ଲୋକେ ବିଭିନ୍ନ ସମୟରେ ପୋଲିସ ଓ ପ୍ରଶାସନର ଦୃଷ୍ଟି ଆକର୍ଷଣ କରୁଥିଲେ ମଧ୍ୟ ଏହାକୁ ରୋକିବା ଲାଗି କୌଣସି ପଦକ୍ଷେପ ନିଆଯାଉ ନାହଁି। ତୁରନ୍ତ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ସ୍ଥାନୀୟ ବିଭିନ୍ନ ସଂଗଠନ ଓ ଯୁବକ ସଂଘ ତରଫରୁ ଚେତାବନୀ ଦିଆଯାଇଛି।
ଉଲ୍ଳେଖନୀୟ ଯେ, ମୟୂରଭଞ୍ଜ ଜିଲାର କେତେକ ଅଞ୍ଚଳରୁ ଦୈନିକ ରାତିରେ ମୋରମ ବୋଝେଇ ଗାଡି ରୂପ୍ସା ରାସ୍ତା ଦେଇ ୬୦ନଂ. ଜାତୀୟ ରାଜପଥକୁ ଚଳାଚଳ କରୁଛି। ଭାରିଯାନ ଚଳାଚଳ ଯୋଗୁ ବୈଶିଙ୍ଗା-ରୂପ୍ସା ରାସ୍ତା ଓ ରୂପ୍ସା-ବସ୍ଷ୍ଟାଣ୍ଡ ରାସ୍ତା ନଷ୍ଟ ହେଉଥିବା ଲୋକେ ଅଭିଯୋଗ କରୁଛନ୍ତି। ଅପରପକ୍ଷେ ରାଜସ୍ବ ବିଭାଗ ଓ ପୋଲିସ ପକ୍ଷରୁ ମୋରମ ବେପାରୀଙ୍କୁ ସୁଯୋଗ ଦିଆଯାଉଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ପୂର୍ବରୁ ବସ୍ତା ତହସିଲ ଅନ୍ତର୍ଗତ ଗଡ଼ପଦା ପଞ୍ଚାୟତର ଲଛମନଖୁଣ୍ଟା ମୌଜା ଅଞ୍ଚଳରୁ ଅବାଧରେ ବର୍ଷକୁ ପ୍ରାୟ କୋଟିଏ ଟଙ୍କାର ମୋରମ୍ ଲୁଟ୍ ହେଉଥିଲା। ପଞ୍ଚାୟତ ତରଫରୁ ଦଳମତ ନିର୍ବିଶେଷରେ ସମସ୍ତ ଜନପ୍ରତିନିଧି ଏହାକୁ ବିରୋଧ କରିବା ପରେ ପ୍ରଶାସନ ବାଧ୍ୟ ହୋଇ ସେଠାରେ ୧୪୪ ଧାରା ଜାରି କରିବା ସହ ମୋରମ ଚାଲାଣକୁ ବନ୍ଦ କରିଛି। ହେଲେ ମୋରମ ବ୍ୟବସାୟୀମାନେ ଏବେ ମୟୂରଭଞ୍ଜ ଅଞ୍ଚଳରୁ ମେଶିିନ ଯୋଗେ ମୋରମ ଖୋଳି ବାଲେଶ୍ୱର, ମୟୂରଭଞ୍ଜ ଜିଲା ସମେତ ପଡୋଶୀ ପଶ୍ଚିମବଙ୍ଗକୁ ଚୋରା ଚାଲାଣ କରୁଥିବା ଦେଖାଯାଉଛି। ପ୍ରଶାସନ ସବୁ ଜାଣିଶୁଣି ନୀରବ ରହିବା ନେଇ ସାଧାରଣରେ ନାନା ସନ୍ଦେହ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ସଦର ତହସିଲ୍ଦାର ପଞ୍ଚାନନ ପାତ୍ରଙ୍କୁ ପଚରାଯିବାରୁ ବେଆଇନ ମୋରମ ଚାଲାଣ ରୋକିବା ଦିଗରେ ବିଭାଗ ତରଫରୁ ନିଶ୍ଚିତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।

ସୁବର୍ଣ୍ଣରେଖା ନଦୀବନ୍ଧ ବିପଦସଙ୍କୁଳ
ଜଳେଶ୍ୱର, ୨୮।୯(ଡି.ଏନ.ଏ.)-ଚଳିତବର୍ଷ ସୁବର୍ଣ୍ଣରେଖା ନଦୀରେ ୩ଥର ବନ୍ୟାପାଣି ଆସି ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରଭୂତ କ୍ଷତି ଘଟିଛି। ବାଲେଶ୍ୱର ଜିଲା ଜଳେଶ୍ୱର ଅଞ୍ଚଳରେ ଥିବା ସୁବର୍ଣ୍ଣରେଖା ନଦୀବନ୍ଧର...

ଅଚଳ ସ୍ଲୁଇସ୍ ଗେଟ୍ ଚାଷୀଙ୍କ ପାଇଁ କାଳ
ବାହାନଗା, ୨୯ା୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ଖରାସାହାପୁର ପଞ୍ଚାୟତର ଏକ ଅଚଳ ସ୍ଲୁଇସ୍ ଗେଟ୍ ଚାଷୀଙ୍କ ପାଇଁ କାଳ ସାଜିଛି। ଫଳରେ ହଜାର ହଜାର ହେକ୍ଟର...

ଅପରେଶନ ଗଜେନ୍ଦ୍ର ବାଟବଣା: ନୀଳଗିରି ଛାଡି ଯାଉନାହାନ୍ତି ଝାଡ଼ଖଣ୍ଡୀ ହାତୀପଲ
ସଜନାଗଡ଼, ୧୮।୬(ଡି.ଏନ.ଏ.)-ନୀଳଗିରି ଅଞ୍ଚଳକୁ ଝାଡ଼ଖଣ୍ଡୀ ହାତୀପଲ ଆସିବାର ୮ଦିନ ବିତିଗଲାଣି। ଫେରିବାର ନାଁ ଧରୁନାହାନ୍ତି। ହାତୀପଲ ଇଚ୍ଛାନୁସାରେ ଖାଦ୍ୟ ପାଇଁ ଘୂରି ବୁଲୁଥିବା ବେଳେ ବନବିଭାଗ...

ଅଂଶୁଘାତରେ ଜଣେ ମୃତ
ଢେଙ୍କିକୋଟ, ୬।୬(ସ୍ବ.ପ୍ର./ଡି.ଏନ.ଏ.)-କେନ୍ଦୁଝର ଜିଲା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ମୁକ୍ତାପୁର ପଞ୍ଚାୟତ ମୁଦ୍ରାବେଡା ଗ୍ରାମରେ ବୁଧବାର ମଧ୍ୟାହ୍ନରେ ଅଂଶୁଘାତରେ ସୁପେଇ ମୁଣ୍ଡା (୪୭)ନାମକ ଜଣେ ବ୍ୟକ୍ତି ପ୍ରାଣ...

ଝିଅର ଚିକିତ୍ସା ପାଇଁ ଅସହାୟ ମା’ ବାପା
ଖଇରା, ୧୩।୮(ଉତ୍କଳବନ୍ଧୁ ପଣ୍ଡା)-ଆଖିରେ ଆଖିଏ ସ୍ବପ୍ନ ା ଅନ୍ୟ ସାଙ୍ଗମାନଙ୍କ ଭଳି ବହି ବସ୍ତାନି ଧରି ସ୍କୁଲ ଯିବାକୁ ଇଚ୍ଛା ା ହେଲେ ଆଖି ୨ଟି...

ଭିଣେଇ ଘରକୁ ଯାଇ ନିଖୋଜ ଥିଲେ: ପୋଖରୀରେ ମୃତଦେହ ଭାସୁଥିବାକୁ ନେଇ ସନ୍ଦେହ
ବାଲେଶ୍ୱର ଅଫିସ,୧୨।୮- ବାଲେଶ୍ବର ଚାନ୍ଦିପୁର ଥାନା ଝାମ୍ପୁରା ଛକ ପେଟ୍ରୋଲପମ୍ପ ନିକଟରେ ଥିବା ପୋଖରୀରେ ଏକ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି। ମୃତକ ହେଲେ ନିଳଗିରିର...

ପଞ୍ଚାୟତ ଅଫିସ୍ ତାଲା ଭାଙ୍ଗି ଚୋରି
ସଜନାଗଡ଼, ୧।୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଥାନା ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଫିସ୍ରୁ ବୁଧବାର ରାତ୍ରିରେ ତାଲା ଭାଙ୍ଗି ଚୋରି ହୋଇଥିବା ଅଭିଯୋଗ ହୋଇଛି। ଦୁର୍ବୃତ୍ତମାନେ ସରପଞ୍ଚଙ୍କ ଅଫିସ୍...

ଗ୍ରାମ୍ୟ ପାନୀୟ ଜଳଯୋଗାଣ ଯୋଜନା ଦିଗହରା
ହାଟଡିହୀ, ୨୦। ୫(ଡି.ଏନ୍.ଏ.)- ଦିନକୁ ଦିନ ଖରା ତାତି ବଢ଼ୁଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ୁଛି । ଏପରିସ୍ଥଳେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଧୀନ ଅଧିକାଂଶ...