Posted inଖେଳ

ଅବହେଳିତ ପିଲାଙ୍କ ପାଇଁ ବ୍ୟାଟ ନିଲାମ କରିବେ ରାହୁଲ

ନୂଆଦିଲ୍ଲୀ,୨୦।୪ (ପି.ଟି.): ଅବହେଳିତ ପିଲାମାନଙ୍କ ପାଇଁ ପାଣ୍ଠି ସଂଗ୍ରହ କରିବାକୁ ଭାରତୀୟ ତାରକା ବ୍ୟାଟ୍ସମ୍ୟାନ ଲୋକେଶ ରାହୁଲ ଏବେ ଅଣ୍ଟା ଭିଡିଛନ୍ତି। ଗତବର୍ଷ ଇଂଲଣ୍ଡରେ ଅନୁଷ୍ଠିତ ବିଶ୍ୱକପ୍‌ରେ ସେ ବ୍ୟବହାର କରିଥିବା ବ୍ୟାଟ୍‌ ଓ ଅନ୍ୟାନ୍ୟ କ୍ରୀଡ଼ା ସାମଗ୍ରୀ ନିଲାମ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏ ନେଇ ଟୁଇଟରରେ ଏକ ଭିଡିଓ ରାହୁଲ ପୋଷ୍ଟ କରିଛନ୍ତି। ନିଲାମରୁ ମିଳିବାକୁ ଥିବା ଅର୍ଥ ସମାଜର ଅବହେଳିତ ଓ ନିଷ୍ପେଷିତ ପିଲାମାନଙ୍କ କଲ୍ୟାଣ ଉଦ୍ଦେଶ୍ୟରେ ଖର୍ଚ୍ଚ ହେବ ଓ ଏହି ପିଲାମାନେ କିପରି ପଢିବେ ସେ ନେଇ ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି। ବ୍ୟବହାର କରିଥିବା କ୍ରିକେଟ ପ୍ୟାଡ, ଗ୍ଲୋଭ୍ସ, ହେଲ୍‌ମେଟ ଓ କେତୋଟି ଜର୍ସି ଆମ ପାର୍ଟନର ଭାରତ ଆର୍ମିକୁ ଦାନ କରିବାକୁ ନିଷ୍ପତ୍ତି ନେଇଛି ବୋଲି ରାହୁଲ କହିଛନ୍ତି। ମିଳିବାକୁ ଥିବା ଅର୍ଥ ଆଓ୍ବାର ଫାଉଣ୍ଡେଶନକୁ ପ୍ରଦାନ କରାଯିବ। ଏହି ଫାଉଣ୍ଡେଶନ ପିଲାମାନଙ୍କ ପାଇଁ କାର୍ଯ୍ୟ କରିଥାଏ।
ଏହି ନିଲାମ ସୋମବାରଠାରୁ ଆରମ୍ଭ ହେବ। ଏଥିରେ ରାହୁଲଙ୍କ ବିଶ୍ୱକପ୍‌ ବ୍ୟାଟ, ଟେଷ୍ଟ, ଦିନିକିଆ ଓ ଟି୨୦ ଜର୍ସିକୁ ସାମିଲ କରାଯିବ। ବ୍ୟାଟିଂ ଗ୍ଲୋଭ୍ସ, ହେଲମେଟ ଓ ପ୍ୟାଡ୍‌କୁ ମଧ୍ୟ ଏହି ନିଲାମରେ ସାମିଲ କରାଯିବ। ଏହି ନିଲାମରେ ସାମିଲ ହେବାକୁ ରାହୁଲ ସମସ୍ତଙ୍କୁ ଆହ୍ବାନ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପୂର୍ବତନ ହକି ଖେଳାଳି ବଲ୍‌ବୀରଙ୍କ ପରଲୋକ

ନୂଆଦିଲ୍ଲୀ, ୧ା୩ (ପି.ଟି.)-ଭାରତର ପୂର୍ବତନ ହକି ଖେଳାଳି ବଲ୍‌ବୀର ସିଂ କୁଲାରଙ୍କ ଦୃଦ୍‌ଘାତରେ ପରଲୋକ ଘଟିଛି। ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା। ୧୯୬୮ ଅଲିମ୍ପିକ୍ସ...

୧୨ ବର୍ଷ ପରେ କୋହଲିଙ୍କ ନାଁରେ ଏହି ଲଜ୍ଜାଜନକ ରେକର୍ଡ

କାନବେରା,୨।୧୨: ଭାରତୀୟ କ୍ରିକେଟ ଦଳର ଅଧବନାୟକ ବିରାଟ କୋହଲି ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଏକଦିବସୀୟ ମ୍ୟାଚ୍‌ରେ ୬୩ରନ୍‌ କରି ଜୋଶ ହେଜେଲଉଡଙ୍କ ଶିକାର ହୋଇଥିଲେ। ଲଗାତାର...

ଜିମ୍ବାଓ୍ବେ ଟୁର୍‌ରେ ଲକ୍ଷ୍ମଣ ମୁଖ୍ୟ କୋଚ୍‌

ନୂଆଦିଲ୍ଲୀ,୧୩ା୮: ଆସନ୍ତା ଜିମ୍ବାଓ୍ବେ ଟୁର୍‌ ପାଇଁ ନ୍ୟାଶନାଲ କ୍ରିକେଟ୍‌ ଏକାଡେମୀ (ଏନ୍‌ସିଏ) ମୁଖ୍ୟ ଭି.ଭି.ଏସ୍‌. ଲକ୍ଷ୍ମଣ ଭାରତୀୟ ଦଳର ମୁଖ୍ୟ କୋଚ୍‌ ଦାୟିତ୍ୱ ତୁଲାଇବେ ବୋଲି...

ବିନୋଦଙ୍କ ପ୍ରତି ଆକ୍ରୋଶ ନ ଥିଲା: ଇଦୁଲ୍‌ଜୀ

ମୁମ୍ବାଇ,୨୨ା୧୦ (ପି.ଟି.)-ଦୀର୍ଘ ୩୩ମାସ ଧରି ଭାରତୀୟ କ୍ରିକେଟ ପରିଚାଳନା ଦାୟିତ୍ୱରେ ରହିଥିବା ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରା ନିଯୁକ୍ତ ପ୍ରଶାସକ କମିଟି (ସିଓଏ)ର ଅନ୍ତିମ ବୈଠକ ମଙ୍ଗଳବାର ଅନୁଷ୍ଠିତ...

୩୭ ବର୍ଷ ତଳେ ଭାରତ ହୋଇଥିଲା ବିଶ୍ୱ ବିଜେତା: ୧୪୦ ରନ୍‌ରେ ଓ୍ବେଷ୍ଟଇଣ୍ଡିଜ୍‌ ହୋଇଥିଲା ଅଲ୍‌ଆଉଟ୍‌

ନୂଆଦିଲ୍ଲୀ, ୨୫।୬: ଆଜିକୁ ୩୭ ବର୍ଷ ତଳେ ଭାରତ କ୍ରିକେଟ ବିଶ୍ୱ କପ୍‌ ହାସଲ କରିଥିଲା। ୧୯୮୩ ଜୁନ୍‌ ୨୫ରେ ଫାଇନାଲ୍‌ ମ୍ୟାଚ୍‌ରେ ଲଗାତାର ଦୁଇଥର...

କୋହଲିଙ୍କ ନାମରେ ବିରାଟ ରେକର୍ଡ

ଦୁବାଇ,୨୬।୯: ଭାରତୀୟ ଅଧିନାୟକ ବିରାଟ କୋହଲି ରବିବାର ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୫୧ ରନ୍‌ର ଅର୍ଦ୍ଧଶତୀୟ ଇନିଂସ ଖେଳିଥିଲେ। ଏହି ଅବସରରେ ଟି୨୦ କ୍ରିକେଟ (ଅନ୍ତର୍ଜାତୀୟ,...

ଟି୨୦ ବିଶ୍ୱକପ୍‌ ଆୟୋଜନ ହୋଇ ନ ପାରିଲେ ଆଇପିଏଲ୍‌ ହେଉ: ହୋଲ୍ଡିଂ

ନୂଆଦିଲ୍ଲୀ,୮।୬: ଯଦି ଟି୨୦ ବିଶ୍ୱକପ୍‌ ନିର୍ଦ୍ଧାରିତ କାର୍ଯ୍ୟସୂଚୀରେ ଆୟୋଜନ ନ ହୋଇପାରେ ତା‘ହେଲ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)...

ମ୍ୟାଚ ଆରମ୍ଭରୁ ବର୍ଷା

ବେଙ୍ଗାଲୁରୁ,୧୯।୬: ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମରେ ରବିବାର ଭାରତ ଓ ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ୍‌ର ପଞ୍ଚମ ତଥା ଅନ୍ତିମ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଅଧିନାୟକ କେଶବ...

Advertisement
Archives

Model This Week