ଅବସର ନେବେ ମହାନାୟକ

ମୁମ୍ବାଇ: ବିଗ୍‌ ବି ଅମିତାଭ ବଚ୍ଚନଙ୍କୁ ସାଧାରଣ ଅର୍ଥରେ ବଲିଉଡ୍‌ ମହାନାୟକ କୁହାଯାଏ ନାହିଁ। ସେ ପ୍ରକୃତରେ ବଲିଉଡ୍‌ର ମହାନାୟକ। ଦଶନ୍ଧି ଦଶନ୍ଧି ଧରି ନିଜ ଅତୁଳନୀୟ ଅଭିନୟର ଯାଦୁରେ ଦର୍ଶକଙ୍କ ହୃଦୟରେ ଘର କରିଛନ୍ତି। ସବୁ ପିଢ଼ିର ହିରୋଇନ୍‌ଙ୍କ ସହ ସେ ପରଦାରେ ଅଭିନୟ କରିଛନ୍ତି। ସବୁ ପିଢ଼ିର ହିରୋଙ୍କୁ ପଛରେ ପକାଇ ଦେଇଛନ୍ତି। ଭିନ୍ନ ଭିନ୍ନ ସ୍ବାଦର ଫିଲ୍ମ କରି ଅଦ୍ୱିତୀୟ ଅଭିନେତା ଭାବେ ପରିଚୟ ସୃଷ୍ଟି କରିପାରିଛନ୍ତି। ଏବେ ବି, ୭୭ ବଷର୍ର୍ ବୟସରେ ସେ କଠିନ ପରିଶ୍ରମ କରୁଛନ୍ତି। ଶୁଟିଂ ସେଟ୍‌ରେ ସମୟାନୁବର୍ତ୍ତୀ ହେବା ସହ ସଂକଳ୍ପବଦ୍ଧ ହୋଇ ଉତ୍ସର୍ଗୀକୃତ ଭାବନା ନେଇ କାମ କରୁଛନ୍ତି। ପିଢ଼ି ପରେ ପିଢ଼ି ତାଙ୍କୁ ଗ୍ରହଣ କରିଛନ୍ତି ଏବଂ ତାଙ୍କ ଅଭିନୟ ଦକ୍ଷତାକୁ ଅନୁସରଣ ମଧ୍ୟ କରିଛନ୍ତି। ସେଥିପାଇଁ ତ ବିଗ୍‌ ବି ହେଉଛନ୍ତି ହିନ୍ଦୀ ସିନେମାର ମହାନାୟକ। ହେଲେ ବଲିଉଡ୍‌ ଫ୍ୟାନ୍‌ମାନଙ୍କ ପାଇଁ ରହିଛି ଏକ ଦୁଃଖ ଖବର। ଫିଲ୍ମ ଦୁନିଆରୁ ଅବସର ନେବାକୁ ଇଚ୍ଛା ପ୍ରକାଶ କରିଛନ୍ତି ମହାନାୟକ ଅମିତାଭ ବଚ୍ଚନ।
ଫିଲ୍ମ ‘ଚେହ୍‌ରେ’ ଏବଂ ‘କୌନ୍‌ ବନେଗା କରୋଡ୍‌ପତି’ର ଶୁଟିଂରେ ବ୍ୟସ୍ତ ଅଛନ୍ତି ବିଗ୍‌ ବି। ତେବେ ବର୍ତ୍ତମାନ ସେ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ଶୁଟିଂ ପାଇଁ ମନାଲୀ ଯାଇଛନ୍ତି। ଏହାଛଡ଼ା ଫିଲ୍ମ ‘ଝୁଣ୍ଡ୍‌’ ଏବଂ ‘ଗୁଲାବୋ ସିତାବୋ’ରେ ମଧ୍ୟ ସେ ନଜରକୁ ଆସିବେ। ହେଲେ ଲାଗୁଛି ଏହି ଫିଲ୍ମଗୁଡ଼ିକ ପରେ ଅମିତାଭ ନେଇପାରନ୍ତି ଅବସର। ମନାଲୀରୁ ନିଜ ଅଫିସିଆଲ୍‌ ବ୍ଲଗ୍‌ରେ କିଛି ଏଭଳି ଇଚ୍ଛା ପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି, “ମସ୍ତିଷ୍କ କିଛି କହୁଛି, ହେଲେ ଆଙ୍ଗୁଠି କିଛି ଅଲଗା କହୁଛି, ଏହା ଏକ ସୂଚନା, ମୋତେ ଅବସର ନେଇଯିବା ଉଚିତ।”
ଏହାସହ ମନାଲୀରେ ଶୁଟିଂ କରିବାର ଅନୁଭୂତି ମଧ୍ୟ ଶେୟାର କରିଛନ୍ତି ଅମିତାଭ । ସେ ସ୍ଥାନୀୟ ଲୋକଙ୍କୁ ଅତି ସରଳ, ନିରୀହ ଏବଂ ସଚ୍ଚୋଟ ବୋଲି ଦର୍ଶାଇଛନ୍ତି। ସେମାନଙ୍କ ସହ ସମୟ ବିତାଇଥିବାରୁ ଖୁସିବ୍ୟକ୍ତ କରିଛନ୍ତି। ଅନ୍ୟପକ୍ଷରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଆଜିକାଲି ଠିକ୍‌ ରହୁନାହିଁ। କିଛିଦିନ ପୂର୍ବେ ବିଗ୍‌ ବି ଫିଲ୍ମ ଦୁନିଆରୁ ଏକ ଲମ୍ବା ବ୍ରେକ୍‌ ନେବେ ବୋଲି ଆମେ ଆପଣଙ୍କୁ ଜଣାଇଥିଲୁ। କିନ୍ତୁ ଏବେ ସେ ଅବସର ନେଇପାରନ୍ତି। ପ୍ରାୟ ଏକମାସ ପୂର୍ବରୁ ବିଗ୍‌ ବି ରୁଟିନ୍‌ ଚେକ୍‌ଅପ୍‌ ପାଇଁ ମୁମ୍ବାଇର ନାନାବତୀ ହସ୍ପିଟାଲ ଯାଇଥିଲେ। ତା’ ପରେ ପରେ ସେ ବ୍ରେକ୍‌ ନେବା ଖବର ଚର୍ଚ୍ଚା ହେଉଥିଲା। ଏବେ ବ୍ଲଗ୍‌ରେ ଏଭଳି ଇଚ୍ଛା ପ୍ରକାଶ କରିବା ପରେ ଲାଗୁଛି ଅମିତାଭ ବ୍ରେକ୍‌ରେ ନୁହେଁ, ଅବସର ନେବାକୁ ହିଁ ଚାହୁଁଛନ୍ତି। ଏହା ନିଶ୍ଚିତ ଭାବେ ବଲିଉଡ୍‌ପ୍ରେମୀଙ୍କ ପାଇଁ ଏକ ଦୁଃଖଦ ଖବର ହୋଇଥିବାବେଳେ ବିଗ୍‌ ବି ନିରୋଗ ଏବଂ ଦୀର୍ଘାୟୁ ହୁଅନ୍ତୁ ଏହା ସମସ୍ତଙ୍କ କାମନା।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ଧବିଶ୍ୱାସ ଦୂରେଇବା ଲାଗି ପ୍ରୟାସ, ରଣଝାଲିରେ ପୋଲିସ ପଇଁତରା ମାରି…

ପୁରୁଷୋତ୍ତମପୁର,୧୨ା୯(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ରଣଝାଲି ଗ୍ରାମରେ ଗୁଣିଗାରେଡ଼ି ସନ୍ଦେହରେ ଘଟିଯାଇଥିବା ଅଭାବନୀୟ ଘଟଣାକୁ ନେଇ ପୁରୁଷୋତ୍ତମପୁର ପୋଲିସ ପକ୍ଷରୁ ଏକ ସଚେତନତା…

୧୨ ଗାଁରେ ମହିଳାଙ୍କ ମଦ ବିରୋଧୀ ଆନ୍ଦୋଳନ, ଥାନାଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରି…

ଝରିଗାଁ,୧୨ା୯(କିଶୋର ଚନ୍ଦ୍ର ମଣ୍ଡଳ): ମଦ ବିରୋଧରେ ମହିଳାଙ୍କ ମହାମେଳି। ବେଆଇନ ମଦ ରନ୍ଧା ଏବଂ ବିକ୍ରି ବନ୍ଦ ପାଇଁ ଏକାଠି ହେଲେ ୧୨ଟି ଗ୍ରାମର ମହିଳା। ନବରଙ୍ଗପୁର…

ଚୋରି ଯାଇଥିବା ମୂଲ୍ୟବାନ ଜିନିଷ ଉଦ୍ଧାର, ଜଣଙ୍କୁ ଗିରଫ କରି…

ଗୁଡ଼ାରି,୧୨ା୯(ପ୍ରମୋଦ କୁମାର ପତି): ଗୁଡାରି ପୋଲିସ ଦ୍ୱାରା ଚୋରି ବାଇକ ଉଦ୍ଧାର ହେବା ସହ ଘଟଣାରେ ସମ୍ପୃକ୍ତ ଥାନା ଅନ୍ତର୍ଗତ ସୁନାପାଲି ଗ୍ରାମର ସିଦ୍ଧାନ୍ତ ପାଲକାକୁ ଗିରଫ…

ବେଆଇନ ବନ୍ଧୁକ କାରଖାନା ଠାବ: ୫ଟି ଦେଶୀ ବନ୍ଧୁକ ସହ ୩ ଗିରଫ

ଭଞ୍ଜନଗର, ୧୨।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ତାରସିଂ ଥାନା ପୋଲିସ ଏକ ବେଆଇନ ଦେଶୀ ବନ୍ଧୁକ ନିର୍ମାଣ ୟୁନିଟ୍‌ ଉପରେ ଶୁକ୍ରବାର ରାତିରେ ଚଢ଼ଉ କରି…

BRICS : ‘ପ୍ରତ୍ୟେକ ଦେଶର ସ୍ବର ଶୁଣାଯିବା ଉଚିତ; କିଛି ରାଷ୍ଟ୍ର ନେଉଛନ୍ତି ନିଷ୍ପତ୍ତି’ ପ୍ରଧାନମନ୍ତ୍ରୀଙ୍କ ଏହି କଥା ମଧ୍ୟରେ ଲୁଚି ରହିଛି ଏକ ଗୁପ୍ତ ବାର୍ତ୍ତା

ନୂଆଦିଲ୍ଲୀ,୧୨।୯: BRICS ସମ୍ମିଳନୀ ୨୦୨୬କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଏହି ବାର୍ତ୍ତା ଦେଇଥିଲେ ଯେ, ଏହି ସଂଗଠନ ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବାକୁ ପ୍ରୟାସ କରୁଛି।…

Video: ଏମିତି କ’ଣ କହିଲେ ମାଲେସିଆ ପ୍ରଧାନମନ୍ତ୍ରୀ ଯେ ହସି ପକାଇଲେ ମୋଦି, ଦେଖନ୍ତୁ ମଜାଦାର ଭିଡ଼ିଓ

ନୂଆଦିଲ୍ଲୀ,୧୨।୯: ମାଲେସିଆର ପ୍ରଧାନମନ୍ତ୍ରୀ ଅନୱାର ଇବ୍ରାହିମ ୧୮ତମ ବ୍ରିକ୍ସ (BRICS) ସମ୍ମିଳନୀରେ ଯୋଗଦେବା ପାଇଁ ଭାରତରେ ପହଞ୍ଚିଛନ୍ତି। ସେ ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ…

ଓରାଙ୍ଗଉଟାନ ଲିଙ୍କ୍‌ରେ ନୂଆ ସିସିଟିଭି ଫୁଟେଜ୍‌: ସାମ୍ନାକୁ ଆସିଲା ରାତିଅଧର…

ଜଳେଶ୍ୱର, ୧୨।୯: ଓରାଙ୍ଗଉଟାନ ଚାଲାଣ ଲିଙ୍କ୍‌ ନେଇ ଚାଲିଥିବା ଛାନଭିନ୍‌ ମଧ୍ୟରେ ନୂଆ ସିସିଟିଭି ଫୁଟେଜ୍‌ ସାମ୍ନାକୁ ଆସିଛି। ଦୀଘାର ଜଣେ ସନ୍ଦିଗ୍ଧ ହୋଟେଲ ସମ୍ମୁଖରେ ଲାଗିଥିବା…

ଉତ୍ସବମୁଖର ପଶ୍ଚିମ ଓଡ଼ିଶା: ହାଟବଜାରରେ ନାହିଁ ନ ଥିବା ଭିଡ଼, ମୁଖ୍ୟ ଆକର୍ଷଣ ପାଲଟିଛି…

ରିଷିଡ଼ା,୧୨ା୯(ସୁଶାନ୍ତ ମଲ୍ଲିକ): ପଶ୍ଚିମ ଓଡ଼ିଶାର ମହାନ କୃଷିଭିତ୍ତିକ ଗଣପର୍ବ ‘ନୂଆଖାଇ’ ପାଇଁ ଏବେ ପୁରପଲ୍ଲୀ ଉତ୍ସବମୁଖର। ଇଷ୍ଟଦେବୀଙ୍କ ନିକଟରେ ନବାନ୍ନ ଲାଗି ହେବାକୁ ଥିବା ବେଳେ ଘରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?