Posted inଜାତୀୟ

ଅବସରର ୪୦ ବର୍ଷ ପରେ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଏକ କୋଟି ଟଙ୍କା ଦାନ କଲେ ୭୪ ବର୍ଷୀୟ ବ୍ୟକ୍ତି

ନୂଆଦିଲ୍ଲୀ,୧୬।୭: ସିବିଆର୍‌ ପ୍ରସାଦ ନାମକ ଜଣେ ବ୍ୟକ୍ତି ଅବସରର ୪୦ ବର୍ଷ ପରେ ତାଙ୍କର ସମସ୍ତ ପେନସନ୍‌ ଅର୍ଥାତ୍‌ ୧ କୋଟି ଟଙ୍କା ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଦାନ କରିଛନ୍ତି। ସୋମବାର ରାଜନାଥ ସିଂଙ୍କୁ ଭେଟି ସେ ଏକ ଚେକ୍‌ ପ୍ରଦାନ କରିଛନ୍ତି। ସୂଚନା ଅନୁଯାୟୀ, ପ୍ରାୟ ୯ ବର୍ଷ କାଳ ଭାରତୀୟ ବାୟୁସେନାରେ କାମ କରିବା ପରେ ରେଲଓ୍ବେରେ ଭଲ ସୁଯୋଗ ମିଳିବାରୁ ସେ ବାୟୁସେନାରୁ ଅବସର ନେଇଥିଲେ। ହେଲେ ପରବର୍ତ୍ତି ସମୟରେ ତାଙ୍କୁ ରେଲଓ୍ବେରେ ଚାକିରି ମିଳି ନ ଥିଲା। ଏଥିରେ କିନ୍ତୁ ସେ ଭାଙ୍ଗି ନ ପଡି ନିଜର ଏକ କୁକୁଡା ଫାର୍ମ ଆରମ୍ଭ କରିଥିଲେ। ସେଥିରୁ ଯାହା ରୋଜଗାର ହେଉଥିଲା ପରିବାର ପ୍ରତିପୋଷଣ କରୁଥିଲେ ପ୍ରସାଦ। ଆଉ ତାଙ୍କୁ ଯେଉଁ ପେନସନ୍‌ ମିଳୁଥିଲା ସେ ସମସ୍ତ ଅର୍ଥକୁ ସେ ସାଇତି ରଖି ଏବେ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଦାନ କରିଛନ୍ତି। ପ୍ରସାଦ କହିଛନ୍ତି ଅବସର ପରେ ସେନା ତାଙ୍କୁ ଯାହା ଦେଇଛି ତାକୁ ଫେରାଇ ଦେବାକୁ ଚିନ୍ତା କରି ସେ ଏପରି କରିଛନ୍ତି। ଏଥିରେ ସେ ଓ ତାଙ୍କ ପରିବାର ଖୁସି ବୋଲି ପ୍ରସାଦ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟିଏମ୍‌ସିରେ ପତ୍ନୀ ଯୋଗ ଦେବାରୁ ଛାଡ଼ପତ୍ର ପଠାଇଲେ ସ୍ବାମୀ

କୋଲକାତା,୨୧।୧୨: ଭାଜପା ଏମ୍‌ପି ସୌମିତ୍ର ଖାନଙ୍କ ପତ୍ନୀ ସୁଜାତା ମଣ୍ଡଳ ଖାନ ସୋମବାର ତୃଣମୂଳ କଂଗ୍ରେସ (ଟିଏମ୍‌ସି)ରେ ଯୋଗ ଦେଇଛନ୍ତି। ଏହାର ପ୍ରଭାବ କେବଳ ରାଜ୍ୟର...

ପିଏମ୍‌ ସ୍ପେଶାଲ ଯୋଜନା, ଘରେ ବରିଷ୍ଠ ନାଗରିକଙ୍କୁ ମିଳିବ ଚିକିତ୍ସା ସୁବିଧା…

ନୂଆଦିଲ୍ଲୀ, ୬।୭ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ସମାଜର ପ୍ରତ୍ୟେକ ବର୍ଗକୁ ଦୃଷ୍ଟିରେ ରଖି ଯୋଜନା ପ୍ରସ୍ତୁତି ଜାରି ରଖିଛନ୍ତି। ଏହି କ୍ରମରେ କେନ୍ଦ୍ର...

୨ ଟ୍ରକ୍‌ ଡ୍ରାଇଭରଙ୍କୁ ହତ୍ୟାକଲେ ଆତଙ୍କବାଦୀ

ଶ୍ରୀନଗର,୨୫-୧୦:ଜମ୍ମୁ-କଶ୍ମୀରର ଶୋପିଆନ ଜିଲାରେ ୨ ଜଣ ଟ୍ରକ୍‌ ଡ୍ରାଇଭରଙ୍କୁ ଆତଙ୍କବାଦୀ ଗୁଳିକରି ହତ୍ୟା କରିଛନ୍ତି। ସେମାନେ ଗୁରୁବାର ସନ୍ଧ୍ୟାରେ ସେଓ ଆଣିବାକୁ ଟ୍ରକ୍‌ ନେଇ ଯାଇଥିଲାବେଳେ...

ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ ୬ ହଜାର ୫ ଶହ ଅତିଥି

ନୂଆଦିଲ୍ଲୀ,୨୯।୫:  ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଗୁରୁବାର ସନ୍ଧ୍ୟା ୭ଟାରେ ଶପଥ ଗ୍ରହଣ କରିବେ। ରାଷ୍ଟ୍ରପତି ଭବନ ପରିସରରେ ହେବାକୁ ଥିବା ଏହି ଉତ୍ସବରେ ୬...

ରାଜୁଙ୍କ ସ୍ବାସ୍ଥ୍ୟାବସ୍ଥାରେ ଆସୁଛି ସୁଧାର: ପରିବାରଲୋକଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୨।୮: କମେଡିଆନ ରାଜୁ ଶ୍ରୀବାସ୍ତବଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଲଗାତର ଭାବେ ଖବର ସାମ୍ନାକୁ ଆସୁଛି। ବର୍ତ୍ତମାନ ତାଙ୍କ ପ୍ରଶଂସକ ପାଇଁ ଏକ ଖୁସି ଖବର ରହିଛି।...

ମଡେଲଙ୍କ ପର୍ସନାଲ ଶପର୍‌ ‘ପିଙ୍କି’

ନୂଆଦିଲ୍ଳୀ: ମନି ଲଣ୍ଡରିଂ ମାମଲାରେ ତିହାର ଜେଲରେ ଏବେ କନ୍‌ମ୍ୟାନ୍‌ ସୁକେଶ ଚନ୍ଦ୍ରଶେଖର। ସୁକେଶଙ୍କ ମାମଲାର ତଦନ୍ତରେ ବଲିଉଡ୍‌ର ବହୁ ଅଭିନେତ୍ରୀ ଓ ମଡେଲ୍‌ଙ୍କୁ ସାମିଲ...

ସଡ଼କ ଦୁର୍ଘଟଣାରେ ଭାଜପା ନେତା ଆଦିତ୍ୟ ନାରାୟଣ ମିଶ୍ରଙ୍କ ପରଲୋକ, ମହନ୍ତ ନରେନ୍ଦ୍ର ଗିରି ସୁଇସାଇଡ ନୋଟରେ ଥିଲା ନାମ

ପ୍ରୟାଗରାଜ,୨୨ ।୪: ଡେରାଡୁନ ଉତ୍ତରାଖଣ୍ଡରୁ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗଦେଇ କାର ଯୋଗେ ଫେରୁଥିବା ନୈନି ନିବାସି ଭାରତୀୟ ଜନତା ପାର୍ଟି(ଭାଜପା) ନେତା ଆଦିତ୍ୟ ନାରାୟଣ...

ଲକ୍‌ଡାଉନ୍‌ରେ ଯୌଥ ପରିବାରରେ କମ୍‌ ମାନସିକ ଦୁଶ୍ଚିନ୍ତା: ଲୋକେ ପ୍ରତିଦିନ ବ୍ୟବହାର କରୁଛନ୍ତି ୧୮ ହଜାର ଟିବି ଡାଟା

ନୂଆଦିଲ୍ଲୀ,୮।୬: କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ସରକାରଙ୍କ ପକ୍ଷରୁ ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି ହୋଇଛି। ଧୀରେଧୀରେ ଅର୍ଥ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ସରକାରଙ୍କ...

Advertisement
Archives

Model This Week